ଧନୁଷ୍ଟଙ୍କାର

ଏକ ସଂକ୍ରମଣ ଯେଉଁଥିରେ ଅନିଚ୍ଛାକୃତ ଭାବରେ ଉଗ୍ର ମାଂସପେଶୀ ସଙ୍କୋଚନ ବା ସ୍ପାଜ୍ମ (ଇଂରାଜୀରେ muscle spasm) ହୁଏ
(Tetanusରୁ ଲେଉଟି ଆସିଛି)

(ଟିନିଟସଟେଟାନି ରୋଗର ଦ୍ୱନ୍ଦରେ ରହନ୍ତୁ ନାହିଁ)

Tetanus
Muscular spasms (specifically opisthotonos) in a patient suffering from tetanus. Painting by Sir Charles Bell, 1809.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦A33.-A35.
ଆଇସିଡ଼ି-୯-ସିଏମ୍037, 771.3
ରୋଗ ଡାଟାବେସ2829
ମେଡ଼ିସିନ-ପ୍ଲସ000615
ଇ-ମେଡ଼ିସିନemerg/574
MeSHD013742

ଧନୁଷ୍ଟଙ୍କାର (ଇଂରାଜୀରେ ଟେଟାନସ ବା ଲକ୍‌ଜ ଯଥାକ୍ରମେ Tetanus, lockjaw), ଏକ ସଂକ୍ରମଣ ଯେଉଁଥିରେ ଅନିଚ୍ଛାକୃତ ଭାବରେ ଉଗ୍ର ମାଂସପେଶୀ ସଙ୍କୋଚନ ବା ସ୍ପାଜ୍ମ (ଇଂରାଜୀରେ muscle spasm) ହୁଏ । ସାଧାରଣତଃ ଏହି ପେଶୀ ସଙ୍କୋଚନ ହ‌ନୁ ହାଡ଼ର ମାଂସପେଶୀରୁ ଆରମ୍ଭ ହୋଇ ଦେହର ଅବଶିଷ୍ଟ ଅଂଶକୁ ବ୍ୟାପିଯାଏ । ଏହି ସଙ୍କୋଚନ ପ୍ରତି ଥର କିଛି ମିନିଟ ଧରି ରହେ ଓ ୩ରୁ ୪ ସପ୍ତାହ ଧରି ବାରମ୍ବାର ହୁଏ । [] ସଙ୍କୋଚନ ଏତେ ଗମ୍ଭୀର ହୋଇପାରେ ଯେ ଅସ୍ଥି ଭଗ୍ନ ହୋଇପାରେ ।[] ଜ୍ୱର, ମୁଣ୍ଡବଥା, ଗିଳିବାରେ କଷ୍ଟ, ଉଚ୍ଚ ରକ୍ତଚାପଦୃତ ହୃତ୍‌ପିଣ୍ଡ ସ୍ପନ୍ଦନ ଭଳି ଲକ୍ଷଣମାନ ଦେଖାଯାଇ ପାରେ । [][] ସଂକ୍ରମଣର ୩ରୁ ୨୧ ଦିନ ପରେ ଲକ୍ଷଣ ଦେଖାଯାଏ । ଭଲ ହେବାକୁ ମାସାଧିକ କାଳ ଲାଗିପାରେ । ସଂକ୍ରମିତ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୦ % ମୃତ୍ୟୁ ବରଣ କରନ୍ତି । []

ଧନୁଷ୍ଟଙ୍କାର ରୋଗ କ୍ଲସ୍ଟ୍ରିଡିଅମ ଟେଟାନି (Clostridium tetani) ନାମକ ଜୀବାଣୁଦ୍ୱାରା ହୁଏ । [] ଚର୍ମରେ ଖଣ୍ଡିଆ ବା ଆଞ୍ଚୁଡ଼ି ହୋଇଯାଇ ଥିଲେ ସେହି କ୍ଷତ ମଧ୍ୟରେ ଏକ ଅପମିଶ୍ରିତ (ଜୀବାଣୁ ଥିବା) ବସ୍ତୁ ମାଧ୍ୟମରେ ଜୀବାଣୁ ଦେହରେ ପ୍ରବେଶ କରେ । ଜୀବାଣୁ ସାଧାରଣତଃ ମାଟି, ଧୁଳି ଓ ଖତରେ ଥାଏ । [] ଜୀବାଣୁ ଟକ୍ସିନ (ଜୀବାଣୁଦ୍ୱାରା ନିର୍ଗତ ବିଷକୁ ଟକ୍ସିନ କ‌ହ‌ନ୍ତି) ପ୍ରସ୍ତୁତ କରନ୍ତି ଯାହା ଯାହା ପେଶୀ ସଙ୍କୋଚନ ପ୍ରଥାକୁ ବାଧା ଦିଅନ୍ତି । [] ସ୍ୱାଭାବିକ ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ନୟ କରାଯାଏ । ଏହା ମଣିଷଠାରୁ ମଣିଷକୁ ଡିଏଁ ନାହିଁ । []

ଧନୁଷ୍ଟଙ୍କାର ଟିକା ପ୍ରଦାନ‌ଦ୍ୱାରା ଇମ୍ମ୍ୟୁନିଟି ସୃଷ୍ଟି କରି ରୋଗ ପ୍ରତିଷେଧ କରିହୁଏ । ରୋଗୀର ଉଲ୍ଲେଖନୀୟ ଖଣ୍ଡିଆ ଥିଲେ ଓ ୩ ଡୋଜ ଟିକା ନ ନେଇଥିଲେ ଇମ୍ମ୍ୟୁନ ଗ୍ଲୋବ୍ୟୁଲିନ ଓ ଇମ୍ମ୍ୟୁନାଇଜେସନ ଉଭୟ ଦେବାକୁ ପରାମର୍ଶ ଦିଆଯାଏ । ସଂକ୍ରମିତ ରୋଗୀକୁ ଟେଟାନସ୍ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଦିଆଯାଏ ଓ ଏହା ନ ମିଳିଲେ ଶୀରାମାଧ୍ୟମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin ବା (IVIG)) ଦିଆଯାଏ । କ୍ଷତକୁ ପରିସ୍କାର କରି ମଲା ତନ୍ତୁକୁ ବାହାର କରିଦିଆଯାଏ । [] ସ୍ପାଜ୍ମ ବା ପେଶୀ ସଙ୍କୋଚନ‌କୁ ନିୟନ୍ତ୍ରଣ କରିବାକୁ ମାଂସପେଶୀ ଶିଥିଳକାରୀ ଔଷଧ ଦିଆଯାଏ । ଶ୍ୱାସକ୍ରିୟା ସଠିକ ଚାଲୁ ନ ଥିଲେ ଯାନ୍ତ୍ରିକ ଭେଣ୍ଟିଲେସନ (Mechanical ventilation) ଆବଶ୍ୟକ ହୁଏ । []

ପୃଥିବୀବ୍ୟାପୀ ଏହି ରୋଗ ହୁଏ ଓ ଉଷ୍ଣ ଆର୍ଦ୍ର ଜଳବାୟୁର ମାଟିରେ ଅଧିକ ଜୈବିକ ବସ୍ତୁ ଥିବାଯୋଗୁ ଏହି ରୋଗ ଅଧିକ ହୁଏ । [] ସନ ୧୯୯୦ରେରେ ଏହା ଯୋଗୁ ୩୫୬,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୫୯,୦୦୦ମୃତ୍ୟୁ ହୋଇଛି । [] ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ୍ସଙ୍କ ବର୍ଣ୍ଣନାରୁ ସେ ଯୁଗରେ ଏହି ରୋଗ ଥିବା ଜଣାଯାଏ । ଟୁରିନ ବିଶ୍ୱବିଦ୍ୟାଳୟରେ ଆଣ୍ଟିନିଓ କାର୍ଲେ ଓ ଜର୍ଜିଓ ରାଟିନ ସନ ୧୮୮୪ରେ ଏହି ରୋଗର କାରଣ ବିଷୟ ବାହାର କରିଥିଲେ ମଧ୍ୟ ଏହାର ଟିକା ସନ ୧୯୨୪ରେ ବାହାରିଥିଲା । [] [] । ଏହି ଜୀବାଣୁ ଟେଟାନୋସ୍ପାଜ୍ମିନ ନାମକ ଏକ ପ୍ରକାର ସ୍ନାୟୁ ବିଷ ପ୍ରସ୍ତୁତ କରି ସ୍ନାୟୁକୁ ଉତ୍ତେଜିତ କରିବା ଫଳରେ ମାଂସପେଶୀ ସଙ୍କୁଚିତ ହୁଏ ।
ଶରୀରରେ କ୍ଷତ ହେଲେ ସେହି ପଥରେ ଜୀବାଣୁ ପ୍ରବେଶ କରେ ଓ ଘାଆ ପଚିଗଲେ ସେହି ସ୍ଥାନରେ ଅମ୍ଳଜାନ ଅଭାବ ହୋଇ ଏହି ରୋଗ ସୃଷ୍ଟି ହୁଏ । ସଂକ୍ରମଣ ବଢ଼ିବା ସଙ୍ଗେ ସଙ୍ଗେ ପେଶୀ ସଙ୍କୋଚନ ହୋଇ ପାଟି ଜାବ ପଡ଼ିଯାଏ ଯାହାକୁ ଲକ୍ ଜ (Lockjaw) କ‌ହନ୍ତି ତାହା ସଙ୍ଗେ ସଙ୍ଗେ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ ପେଶୀ ସଙ୍କୋଚନ ହୁଏ[] । ଏହି ରୋଗ ନ ହେବା ନିମନ୍ତେ ଟୀକା ଦିଆଯାଏ ଓ ଦେହରେ କ୍ଷତ ହେବା ପରେ ରୋଗ ନ ହେବା ନିମନ୍ତେ ଇଞ୍ଜେକସନ ଦିଆଯାଏ}}[]

ଚିହ୍ନ ଓ ଲକ୍ଷଣ

ସମ୍ପାଦନା

ରୋଗ ପୁଷ୍ଟି ସମୟ

ସମ୍ପାଦନା

ରୋଗ ପୁଷ୍ଟି ସମୟକୁ ଇଂରାଜୀରେ Incubation period କହନ୍ତି । ଧନୁଷ୍ଟଙ୍କାର ରୋଗ ନିମନ୍ତେ ଏହା ସାଧାରଣତଃ ୮ ଦିନ, କିନ୍ତୁ ଏହା ଅନେକ ମାସ ମଧ୍ୟ ହୋଇପାରେ[][] । ଆଘାତ ସ୍ଥଳ ମସ୍ତିଷ୍କଠାରୁ ଯେତେ ଦୂର ହେବ ଏହି ସମୟ ସେତେ ଅଧିକ ହେବ । ଏହି ସମୟ ଯେତେ ଅଳ୍ପ ହେବ ରୋଗ ସେତେ ଭୟାବହ ହେବ[୧୦] । ନବଜାତ ଶିଶୁ କ୍ଷେତ୍ରରେ ରୋଗ ପୁଷ୍ଟ ସମୟ ୪ରୁ ୧୪ ଦିନ ହୁଏ, କିନ୍ତୁ ଅଧିକ ରୋଗୀଙ୍କର ୭ ଦିନରେ ଲକ୍ଷଣ ପ୍ରକାଶ ପାଏ[] । ଏହି ରୋଗ ୪ ପ୍ରକାର ଦେଖାଯାଏ । ସାରା ଶରୀର, ନବ ଜାତ, ସ୍ଥାନୀୟ ଓ ସେଫାଲିକ ଧନୁଷ୍ଟଙ୍କାର ।

ସାରା ଶରୀର ଧନୁଷ୍ଟଙ୍କାର

ସମ୍ପାଦନା

ଧନୁଷ୍ଟଙ୍କାର ରୋଗ ଆରମ୍ଭରେ ହନୁ ହାଡ଼ରେ ଲାଗିଥିବା ମାଂସପେଶୀର ସ୍ୱଳ୍ପ ଅନିୟନ୍ତ୍ରିତ ସଙ୍କୋଚନ ହୁଏ । ଏହି ପେଶୀ ସଙ୍କୁଚିତ ହେବା (Muscular spasm) ଯୋଗୁ ପାଟି ଖୋଲିବା ଧୀରେ ଧୀରେ କମିଯାଏ । ଏହାକୁ ଲକ୍ ଜ (Lock jaw) କହନ୍ତି । ବେକ, ଛାତି, ପିଠି, ପେଟ ଓ ପିଚା ମାଂସପେଶୀ ସମସ୍ତ ସଙ୍କୁଚିତ ହୁଏ । ରୋଗ ଅଧିକ ଆଗେଇ ଗଲେ ପିଠି ପେଶି ଅତ୍ୟଧିକ ସଙ୍କୁଚିତ ହେବା ଯୋଗୁ ଦେହ ଧନୁ ଭଳି ବଙ୍କା ହୋଇଯାଏ ଯାହାକୁ ଇଂରାଜୀରେ ଓପିସ୍ଥୋଟୋନସ୍ (opisthotonos) କହନ୍ତି । ଶ୍ୱାସ କ୍ରିୟା ସମ୍ପର୍ଣ୍ଣ କରୁଥିବା ମାଂସପେଶୀ ସଙ୍କୋଚନ ଯୋଗୁ ଶ୍ୱାସ କ୍ରିୟା ପ୍ରଭାବିତ ହୁଏ ଓ କଷ୍ଟ ହୁଏ[]
ହଠାତ ଅଧିକ ସମୟ ଧରି କଷ୍ଟ ଦାୟକ ଶକ୍ତ ପେଶୀ ସଙ୍କୋଚନ ହେଲେ ତାହାକୁ ଟେଟାନି କହନ୍ତି । ଏହି ପ୍ରକ୍ରିୟା ଯୋଗୁ ପେଶୀ ଛିଣ୍ଡି ଯାଏ । ଖାଇ ହୁଏ ନାହିଁ, ଝାଳ ବୁହେ, ଜ୍ୱର ହୁଏ, ହାତ ତଥା ପାଦ ପେଶୀ ମଧ୍ୟ ଉତ୍ତେଜିତ ହୁଅନ୍ତି, ଅନିଚ୍ଛାକୃତ ଝାଡ଼ା ପରିସ୍ରା ହୁଏ ।
ନବଜାତ ଶିଶୁ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ଟୀକା ନ ନେଇଥିଲେ ମୃତ୍ୟୁ ସଂଖ୍ୟା ହାର ଅଧିକ ହୁଏ[]
୮୦% ଟେଟାନସ ରୋଗୀଙ୍କର ସାରା ଶରୀର ରୋଗାକ୍ରାନ୍ତ ହୁଏ । ସର୍ବ ପ୍ରଥମେ ଲକ ଜ ହୁଏ । ମୁଖମଣ୍ଡଳର ପେଶୀ ସମସ୍ତ ସଙ୍କୋଚନ ହେଲେ ମୁହଁର ଚାହାଣି ବଦଳି ଯାଏ ଓ ତାହାକୁ ରାଇସସ୍ ସାର୍ଡୋନିକସ୍ ( risus sardonicus) କହନ୍ତି । ବେକ ପେଶୀ ସଙ୍କୋଚନ ଯୋଗୁ ଖାଦ୍ୟ ଗିଳିବାରେ ଅସୁବିଧା ହୁଏ । ରକ୍ତଚାପ, ବଢ଼େ ଜ୍ୱର ହୁଏ, ସଙ୍କୋଚନ କିଛି ମିନିଟ ଧରି ରହେ ଓ ବାରମ୍ବାର ହୁଏ । ଏହି ରୋଗ ଚାରି ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ, ସମ୍ପୁର୍ଣ୍ଣ ଭଲ ହେବା ନିମନ୍ତେ ମାସ ମାସ ସମୟ ଲାଗେ ।
ରୋଗ ସାଙ୍ଘାତିକ ହେଲେ ହୃତପିଣ୍ଡ ଗତି ବୃଦ୍ଧି ପ୍ରାପ୍ତ ହୁଏ ଓ ଅନିୟମିତ ସ୍ପନ୍ଦନ ହୁଏ । ରକ୍ତ ଚାପ ବୃଦ୍ଧି ହୋଇ ପ୍ରାୟ ଚାରି ଦିନ ମଧ୍ୟରେ ମୃତ୍ୟୁ ହୁଏ ।

ନବଜାତ ଧନୁଷ୍ଟଙ୍କାର

ସମ୍ପାଦନା

କଟା ନାହି ସଂକ୍ରମଣ ଯୋଗୁ ଏହି ରୋଗ ହୁଏ । ୧୯୯୮ ମସିହାରେ ସମୁଦାୟ ନବଜାତ ମୃତ୍ୟୁର ୧୪% (୨,୧୫,୦୦୦) କେବଳ ଧନୁଷ୍ଟଙ୍କାର ଯୋଗୁ ହୋଇଥିଲା[୧୧] । ୧୯୯୦ରୁ ୨୦୧୦ ମସିହା ମଧ୍ୟରେ ଜନସ୍ୱାସ୍ଥ୍ୟ ସମ୍ପର୍କୀୟ ପ୍ରଚାର ଓ ଟୀକାକରଣ ଯୋଗୁ ୯୦% ରୋଗ କମିଗଲା । ୨୦୧୩ ମସିହା ବେଳକୁ ୨୫ଟି ଦେଶରେ ଏହି ରୋଗ ଦୁରୀକରଣ ହୋଇଥିଲା[୧୨] । ବିକଶିତ ଦେଶମାନଙ୍କରେ ଏହି ରୋଗ କ୍ୱଚିତ ଦେଖାଯାଏ ।

ସ୍ଥାନୀୟ ଧନୁଷ୍ଟଙ୍କାର

ସମ୍ପାଦନା

ଆଘାତ ସ୍ଥାନ ପାଖରେ ଏହି ରୋଗ ଦେଖାଯାଏ ଓ ଅନେକ ସପ୍ତାହ ପର୍ଯ୍ୟନ୍ତ ରହେ । ଏହି ରୋଗ ଭୟାବହ ନୁହେଁ କିନ୍ତୁ ସାରା ଶରୀର ରୋଗ ପୂର୍ବରୁ ଏହା ଦେଖା ଯାଇପାରେ ।

ସେଫାଲିକ ଧନୁଷ୍ଟଙ୍କାର

ସମ୍ପାଦନା

ସେଫାଲିକ ଧନୁଷ୍ଟଙ୍କାର (Cephalic tetanus) କ୍ୱଚିତ ଦେଖାଯାଏ, ସାଧାରଣତଃ ମୁଣ୍ଡ ଆଘାତ ପରେ ବା କାନ ପାଚିଥିଲେ ଏହି ରୋଗ ଜୀବାଣୁ କାନରେ ଥାଇ ରୋଗ ଦେଖାଯାଏ[୧୩] । ମୂଖମଣ୍ଡଳର ସ୍ନାୟୁ ଏହି ରୋଗରେ ଉତ୍ତେଜିତ ହୁଅନ୍ତି ।

କ୍ଲସ୍ଟ୍ରିଡିଅମ ଟେଟାନି (Clostridium tetani) ନାମକ ଏକ ଅମ୍ଳଜାନ ଅଣଉପଯୋଗୀ ଜୀବାଣୁଦ୍ୱାରା ଏହି ଧନୁଷ୍ଟଙ୍କାର ରୋଗ ହୁଏ[୧୪] । ପୁରୁଣା କଳଙ୍କି ଲଗା ଲୁହା କଣ୍ଟାରେ ଏହି ଜୀବାଣୁର ସ୍ପୋର ଥାଏ । ଦେହରେ ଏହି କଣ୍ଟା ପଶିଗଲେ ସେଥିରେ ଥିବା ସ୍ପୋର ଦେହରେ ପ୍ରବେଶ କରନ୍ତି ଓ ଉପଯୁକ୍ତ ପରିବେଶ ପାଇଲେ ଜୀବାଣୁ ସୃଷ୍ଟି ହୋଇ ରୋଗ ହୁଏ[୧୫] । ଟୀକା ନ ନେଇଥିଲେ ଏହି ରୋଗ ହେବା ସମ୍ଭାବନା ରହେ[] । ଉଷ୍ମ- ଆର୍ଦ୍ର ଜଳବାୟୁରେ ଅଧିକ ଜୈବ ପଦାର୍ଥ, ଜୈବ ସାର ଇତ୍ୟାଦି ଥିବା ମାଟିରେ ଏହି ଜୀବାଣୁ ଅଧିକ ଥାଆନ୍ତି । ବିଭିନ୍ନ ପଶୁଙ୍କର ଯଥା ଘୋଡ଼ା, ମେଣ୍ଢା, ଗୋରୁ, କୁକୁର, ବିଲେଇ, ମୂଷା, ଗିନିପିଗ ଓ କୁକୁଡ଼ା ମଳରେ ଜୀବାଣୁ ଥାଏ, ଏଣୁ ମଳଜାତ ସାରରେ ଜୀବାଣୁ ରହିବା ସ୍ୱାଭାବିକ । ଜୀବାଣୁ ଚର୍ମରେ ମଧ୍ୟ ମିଳେ ।

ଶରୀର ବିକାରୀ କ୍ରିୟା

ସମ୍ପାଦନା

କଙ୍କାଳିୟ ମାଂସପେଶୀକୁ ଧନୁଷ୍ଟଙ୍କାର ରୋଗ ଆକ୍ରମଣ କରେ । ଅନ୍ତର୍ନିହିତ ବୈଦ୍ୟୁତିକ ପ୍ରପର୍ଟି ଯୋଗୁ ଏହା ହୃତ୍‌ପିଣ୍ଡ ପେଶୀକୁ ଆକ୍ରମଣ କରେ ନାହିଁ ।
ରୋଗ ଜୀବାଣୁର ବିଷ ବା ଟକ୍ସିନ(toxin) ପ୍ରଥମେ ପ୍ରାନ୍ତୀୟ ସ୍ନାୟୁ ଅଗ୍ରଭାଗ ସହ ସଂଯୁକ୍ତ ହୋଇଯାଏ । ଏହା ସ୍ନାୟୁ ପଥ ଦେଇ ମସ୍ତିଷ୍କରେ ପହଞ୍ଚେ । ଏହା ଅତି ଶୀଘ୍ର ପ୍ରିସିନାପ୍ଟିକ ଇନ୍‌ହିବିଟରି ମଟର ସ୍ନାୟୁ ଅଗରେ ଥିବା ଗାଙ୍ଗ୍ଲିଓସାଇଡ ସହ ସଂଯୁକ୍ତ ହୁଏ ଓ ଏଣ୍ଡୋସାଇଟ ଏହାକୁ ଗ୍ରହଣ କରେ । ସ୍ନାୟୁରେ ଗ୍ଲାଇସିନ୍ ଓ ଗାମ୍ମା-ଆମିନୋବ୍ୟୁଟିରିକ ଏସିଡକୁ(GABA) ବିଷ ବା ଟକ୍ସିନ ରୋକିଦିଏ । ଏହା ଫଳରେ ସ୍ନାୟୁ ତରଙ୍ଗ ରୋକି ହୁଏ ନାହିଁ ଓ ଅତ୍ୟଧିକ ତରଙ୍ଗ ସୃଷ୍ଟି ହେବା ପଳରେ ପେଶୀ ଅତ୍ୟଧିକ ସଙ୍କୁଚିତ ହୁଏ । ସିନାପ୍ଟୋବ୍ରେଭିନ ୨(synaptobrevin II)ର ପୁଷ୍ଟିସାର ବା ପ୍ରୋଟିନରେ ଏହା ଫାଟ ସୃଷ୍ଟି କରେ ତେଣୁ ନିଉରୋଟ୍ରନ୍ସମିଟର ବାହାରି ପାରେ ନାହିଁ[୧୬]

ରୋଗ ନିର୍ଣ୍ଣୟ

ସମ୍ପାଦନା

ଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରିହୁଏ । ଏହା ନିମନ୍ତେ ରକ୍ତ ପରୀକ୍ଷା ଦରକାର ହୁଏ ନାହିଁ । କ୍ଷତ ସ୍ଥାନ ବା ଘାଆରୁ କ୍ଷରିତ ପଦାର୍ଥ ନେଇ ପରୀକ୍ଷା କଲେ ୩୦% ରୋଗୀଙ୍କଠାରୁ ଜୀବାଣୁ ମିଳେ ।
ସ୍ପାଚୁଲା ପରୀକ୍ଷା - ରୋଗୀର ତଣ୍ଟି ପଛ କାନ୍ଥକୁ ଗୋଟିଏ ନରମ ଅଗ୍ରଭାଗ ଥିବା ଯନ୍ତ୍ର ବା ସ୍ପାଚୁଲାଦ୍ୱାରା ସ୍ପର୍ଷ କଲେ ସାଧାରଣତଃ ବାନ୍ତି ଭଳି ଲାଗି ଏହାକୁ ବାହାର କରିବାଭଳି ଚେଷ୍ଟା ହୁଏ କିନ୍ତୁ ଧନୁଷ୍ଟଙ୍କାର ଥିଲେ ସ୍ପାଚୁଲା କାମୁଡ଼ି ହୋଇଯାଏ । ଏହି ପରୀକ୍ଷା ଅତ୍ୟନ୍ତ ଓ ସମ୍ବେଦନଶୀଳ ଓ ସକାରାତ୍ମକ(୯୪%) ପରୀକ୍ଷା[୧୭]

ପ୍ରତିଷେଧକ

ସମ୍ପାଦନା

ଏ ଭଳି ଅନେକ ରୋଗ ଅଛନ୍ତି ଯାହା ଦେହରେ ସଂକ୍ରମଣ ହେଲେ ସେହି ରୋଗ ନିମନ୍ତେ ଦେହରେ ସ୍ୱତଃ ପ୍ରତିରୋଧ ବା ଇମ୍ମ୍ୟୁନିଟି ଶକ୍ତି ଉତ୍ପନ୍ନ ହୁଏ, କିନ୍ତୁ ଧନୁଷ୍ଟଙ୍କାର ରୋଗରେ ଏହା ହୁଏ ନାହିଁ ।
ସାତ ବର୍ଷ ବୟସ ମଧ୍ୟରେ ଏହି ରୋଗ ଟେଟାନସ୍ ଟକ୍ସଏଡ (Tetanus toxoid) ଟିକା (Vaccine)ଦ୍ୱାରା ପ୍ରତିରୋଧ କରି ହୁଏ [୧୮]। ଟେଟାନସ୍, ପର୍ଟୁସିସ ବା ହୁପିଙ୍ଗ୍ କଫ୍ ଓ ଡିଫ୍‌ଥେରିଆ ଟିକା ସହ ମିଶ୍ରଣ କରି ଡି.ପି.ଟି. (Diphtheria, Pertusis and Tatanus) ଟିକା ନାମରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । ପିଲାମାନଙ୍କୁ ଷଷ୍ଠ ସପ୍ତାହ, ୧୦ମ ସପ୍ତାହ, ଓ ୧୪ତମ ସପ୍ତାହ ବୟସ ସମୟରେ ଗୋଟିଏ କରି ଡି.ପି.ଟି. ଟିକା ଦିଆଯାଏ । ଏହି ପ୍ରତିରୋଧକୁ ସଶକ୍ତ କରିବା ନିମନ୍ତେ ବୁଷ୍ଟର ଡୋଜ ୧୫ରୁ ୧୮ ମାସ ମଧ୍ୟରେ ଥରେ ୫ ବର୍ଷ ବୟସ ବେଳେ ଥରେ ଟିକା ଦିଆଯାଏ । ସାତ ବର୍ଷ ପରେ ପିଲାମାନଙ୍କୁ ଓ ବୟସ୍କମାନଙ୍କୁ ଟେଟାନସ୍ ଓ ଡିଫ୍‌ଥେରିଆ ଟି.ଡି ଟିକା/ (Td vaccine) ଅଥବା ଟିଡିଏପି (Tdap ବା tetanus, diphtheria, and acellular pertussis) ଟିକା ଦିଆଯାଏ ।
ବୟସ୍କ ଲୋକ ଯଦି ପିଲା ଦିନରୁ ଟିକା ନେଇଛନ୍ତି ତାହା ହେଲେ ପ୍ରତି ୧୦ ବର୍ଷ ଅନ୍ତରରେ ଥରେ ଟିକା ନେବା ଆବଶ୍ୟକ[୧୯] । ଯଦି ଆଗରୁ ଟିକା ନେବା କଥା ଜଣା ନାହିଁ, ତାହା ହେଲେ ଖଣ୍ଡିଆ/ କ୍ଷତ ହେଲେ ସଙ୍ଗେ ସଙ୍ଗେ ଟେଟାନସ୍ ଟକ୍ସଏଡ ଦିଆଯାଇପାରେ, କିନ୍ତୁ ଏହାର ପ୍ରତିରୋଧ କ୍ଷମତା ୨ ସପ୍ତାହ ପରେ ଆଣ୍ଟିବଡ଼ିଦ୍ୱାରା ଉତ୍ପନ୍ନ ହୁଏ[୨୦] । ଏହି କାରଣ ଯୋଗୁ ତତ୍‌କ୍ଷଣାତ ଏ.ଟି.ଏସ୍. ବା ଆଣ୍ଟିଟେଟାନସ ସେରନ ଦିଆଯାଏ । ଏହା ଟକ୍ସିନ ପ୍ରଭାବରୁ ରୋଗୀକୁ ରକ୍ଷା କରେ ।

ଚିକିତ୍ସା

ସମ୍ପାଦନା

ସାମାନ୍ୟ ଧନୁଷ୍ଟଙ୍କାର

ସମ୍ପାଦନା

ସାମାନ୍ୟ ଧନୁଷ୍ଟଙ୍କାର ହୋଇଥିଲେ ନିମ୍ନଲିଖିତ ଚିକିତ୍ସା କରାଯାଏ[୨୧]

ଭୟାବହ ଧନୁଷ୍ଟଙ୍କାର

ସମ୍ପାଦନା

ଧନୁଷ୍ଟଙ୍କାର ରୋଗରୁ ବଞ୍ଚେଇବାକୁ ହେଲେ ଶ୍ୱାସ ନଳୀ ଖୋଲା ରଖିବା ଆବଶ୍ୟକ ଓ ଦରକାର ମୁତାବକ ପୋଷକ ଦିଆଯାଏ । ଦୈନିକ ୩୫୦୦ରୁ ୪୦୦୦ କ୍ୟାଲୋରି ଓ ପୁଷ୍ଟିସାର ୧୫୦ ଗ୍ରାମ ଦିଆଯାଏ ସିଧାସଳଖ ପାକସ୍ଥଳୀ ମଧ୍ୟକୁ ପ୍ରବେଶ କରେଇ ଦିଆଯାଏ । ପୂର୍ବାବସ୍ଥାକୁ ଫେରିବାକୁ ୪ରୁ ୬ ସପ୍ତାହ ଲାଗେ ।

ରୋଗ ଅନୁଶୀଳନ

ସମ୍ପାଦନା
 
Disability-adjusted life year for tetanus per 100,000 inhabitants in 2004.
  no data
  ≤10
  10-25
  25-50
  50-75
  75-100
  100-125
  125-150
  150-200
  200-250
  250-500
  500-750
  ≥750
 
Tetanus cases reported worldwide (1990-2004). Ranging from strongly prevalent (in dark red) to very few cases (in light yellow) (grey, no data).

ମସିହା ୧୯୯୦ରେ ରୋଗୀ ମୃତ୍ୟୁ ସଂଖ୍ୟା ୨୭୨୦୦୦ ଥିବା ବେଳେ ୨୦୧୦ ମସିହାରେ ଏହା କମିଯାଇ ୬୧୦୦ ହେଲା । ୨୦୦୮ ମସିହାରେ ନବଜାତ ଶିଶୁ ଧନୁଷ୍ଟଙ୍କାର ରୋଗରେ ୫୯୦୦୦ ଜଣ ମରିଥିଲେ । ଟିକା ନ ନେଇଥିବାରୁ ବା ଟିକା ନେବା ସମୟ ବିଗତ ହେବାରୁ ଏହି ସମସ୍ତ ମୃତ୍ୟୁ ଆମେରିକାରେ ହୋଇଥିଲା । ଟିକାଦ୍ୱାରା ପ୍ରତିରୋଧ ହେଉଥିବା ଏହା ଏକମାତ୍ର ଡିଆଁ ରୋଗ କିନ୍ତୁ ଛୁଆଁ ରୋଗ ନୁହେଁ ।

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Atkinson, William (May 2012). Tetanus Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 291–300. ISBN 9780983263135. Retrieved 12 February 2015.
  2. ୨.୦ ୨.୧ "Tetanus Symptoms and Complications". cdc.gov. January 9, 2013. Retrieved 12 February 2015.
  3. "Tetanus Causes and Transmission". www.cdc.gov. January 9, 2013. Retrieved 12 February 2015.
  4. ୪.୦ ୪.୧ "Tetanus For Clinicians". cdc.gov. January 9, 2013. Retrieved 12 February 2015.
  5. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  6. ୬.୦ ୬.୧ ୬.୨ Wells, C. L., Wilkins, T. D.; et al. (1996). "Clostridia: Sporeforming Anaerobic Bacilli". In Baron, S., (ed.). Baron's Medical Microbiology. Univ of Texas Medical Branch. ISBN 0-9631172-1-1.{{cite book}}: CS1 maint: multiple names: authors list (link)
  7. ୭.୦ ୭.୧ ୭.୨ ୭.୩ "Tetanus" (PDF). CDC Pink Book. Retrieved 2007-01-26.
  8. Vandelaer, J.; Birmingham, M.; Gasse, F.; Kurian, M.; Shaw, C.; Garnier, S. (July 28, 2003). "Tetanus in developing countries: an update on the Maternal and Neonatal Tetanus Elimination Initiative". Vaccine. 21 (24): 3442–5. doi:10.1016/S0264-410X(03)00347-5. PMID 12850356.{{cite journal}}: CS1 maint: multiple names: authors list (link)
  9. Brauner, J. S.; Vieira, S. R.; Bleck, T. P. (July 2002). "Changes in severe accidental tetanus mortality in the ICU during two decades in Brazil". Intensive Care Medicine. 28 (7): 930–5. doi:10.1007/s00134-002-1332-4. PMID 12122532.{{cite journal}}: CS1 maint: multiple names: authors list (link)
  10. Farrar, J. J.; Yen, L. M.; Cook, T.; Fairweather, N.; Binh, N.; Parry, J.; Parry, C. M. (September 2000). "Tetanus". Journal of Neurology, Neurosurgery, and Psychiatry. 69 (3): 292–301. doi:10.1136/jnnp.69.3.292. PMC 1737078. PMID 10945801.{{cite journal}}: CS1 maint: multiple names: authors list (link)
  11. "Maternal and Neonatal Tetanus Elimination by 2005" (PDF). UNICEF. November 2000. Archived from the original (PDF) on 2007-01-11. Retrieved 2007-01-26.
  12. "Elimination of Maternal and Neonatal Tetanus". UNICEF. Archived from the original on 21 February 2014. Retrieved 17 February 2014.
  13. DS Asgaonkar, VK Kulkarni, S Yadav, A Dalvi (January 2002). "Cephalic Tetanus: A Rare Form of Localized Tetanus". Bombay Hospital Journal. 44 (1). Archived from the original on 2010-11-30. Retrieved 2012-02-03.{{cite journal}}: CS1 maint: multiple names: authors list (link)
  14. Mayy Clinic Staff. "Tetanus". The Mayo Clinic. Retrieved 12 June 2013.
  15. Todar, Kenneth. "Tetanus". Lectures in Microbiology. University of Wisconsin, Madison - Dept. of Bacteriology. Archived from the original on 2013-03-11. Retrieved 2014-03-04.
  16. "ଆର୍କାଇଭ୍ କପି". Archived from the original on 2013-03-11. Retrieved 2014-03-04. {{cite web}}: Cite has empty unknown parameter: |1= (help)
  17. Apte NM, Karnad DR (October 1995). "Short Report: The Spatula Test: A Simple Bedside Test to Diagnose Tetanus". American Journal of Tropical Medicine and Hygiene. 53 (4): 386–7. PMID 7485691.
  18. Hopkins, A.; Lahiri, T.; Salerno, R.; Heath, B. (1991). "Diphtheria, tetanus, and pertussis: recommendation for vaccine use and other preventive measures. Recommendations of the Immunization Practices Advisory committee (ACIP)". MMWR Recomm Rep. 40 (RR–10): 1–28. doi:10.1542/peds.2006-0692. PMID 1865873.
  19. "CDC Features - Tetanus: Make Sure You and Your Child Are Fully Immunized". Retrieved 2010-08-30.
  20. Porter, J. D., Perkin, M. A., Corbel, M. J., Farrington, C. P., Watkins, J. T., Begg, N. T. (1992). "Lack of early antitoxin response to tetanus booster". Vaccine. 10 (5): 334–6. doi:10.1016/0264-410X(92)90373-R. PMID 1574917.{{cite journal}}: CS1 maint: multiple names: authors list (link)
  21. World Health Organization. "Current recommendations for treatment of tetanus during humanitarian emergencies". Disease Control in Humanitarian Emergencies (English). WHO. Retrieved 12 June 2013.