ଟେଲମିସାର୍ଟାନ
ଟେଲମିସାର୍ଟାନ (ଇଂରାଜୀ ଭାଷାରେ Telmisartan, ଏକ ବିକ୍ରୟ ନାମ ମିକାର୍ଡ଼ିସ/ Micardis) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ ଓ ମଧୁମେହ ବୃକ୍କ ରୋଗ (diabetic kidney disease) ଇତ୍ୟାଦି ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧] ଉଚ୍ଚ ରକ୍ତଚାପ ରୋଗରେ ଏହା ଏକ ଉଚିତ ପ୍ରାରମ୍ଭିକ ଚିକିତ୍ସା ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ଅନ୍ୟାନ୍ୟ ମିଶ୍ରିତ ସଂସ୍କରଣମାନ ଟେଲମିସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ (telmisartan/hydrochlorothiazide) ଓ ଟେଲମିସାର୍ଟାନ/ଆମ୍ଲୋଡିପିନ ନାମରେ ମିଳେ । [୧]
Clinical data | |
---|---|
Pronunciation | /tɛlmɪˈsɑːrtən/ |
Trade names | Micardis, Actavis, others |
AHFS/Drugs.com | monograph |
MedlinePlus | a601249 |
data | |
Pregnancy category | |
Routes of administration | By mouth |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 42–100% |
Protein binding | >99.5% |
Metabolism | Minimal hepatic (glucuronidation) |
Elimination half-life | 24 hours |
Excretion | Faecal 97% |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.149.347 |
Chemical and physical data | |
Formula | C33H30N4O2 |
Molar mass | 514.617 g/mol |
3D model (JSmol) | |
| |
| |
(verify) |
ଟେଲମିସାର୍ଟାନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ , ତରଳ ଝାଡ଼ା ଓ କଟି ଯନ୍ତ୍ରଣା ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ବୃକ୍କ ସମସ୍ୟା, ଅଳ୍ପ ରକ୍ତଚାପ (low blood pressure) ଓ ଆଞ୍ଜିଓଇଡିମା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତିକାରକ ହୁଏ ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ ।[୨] ଏହା ଏକ ଆଞ୍ଜିଓଟେନସିନ ୨ ରିସେପ୍ଟର ଆଣ୍ଟାଗୋନିସ୍ଟ (angiotensin II receptor antagonist) ଓ ଆଞ୍ଜିଓଟେନସିନ ୨ର (angiotensin II) ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
ଟେଲମିସାର୍ଟାନ ସନ ୧୯୯୧ରେ ପେଟେଣ୍ଟ ହେବା ପରେ ସନ ୧୯୯୯ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୪] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୧.୯ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୪୬ତମ ସ୍ଥାନରେ ଥଲା ।[୬]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Telmisartan Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
- ↑ "Telmisartan Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 471. ISBN 9783527607495.
- ↑ ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. p. 178. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 26 February 2019.