ତପନ ପଟ୍ଟନାୟକ
ତପନ ପଟ୍ଟନାୟକ (୮ ଜୁନ ୧୯୫୧–୧୪ ମାର୍ଚ୍ଚ ୨୦୨୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର, ଲେଖକ, ଔପନ୍ୟାସିକ ଓ ପ୍ରକାଶକ ଥିଲେ । ତାଙ୍କର ଜଣାଶୁଣା ପୁସ୍ତକ ମଧ୍ୟରେ ସ୍ମୃତିତୀର୍ଥ, ଅଶ୍ରୁ ଓ ଅନ୍ଧକାର, କାବ୍ୟତାରା, ଢେଉ ଢେଉ ଅନ୍ଧକାର, ଫେରିବାର ମୂର୍ଚ୍ଛନାରେ, ଝରା ଶିଶିର, ଋତୁର ବାସ୍ନାରେ ଆଦି ଅନ୍ୟତମ । ସେ ପାଞ୍ଚ ଦଶନ୍ଧି ଧରି ରଚନାରେ ସକ୍ରିୟ ଥିଲେ । ତାଙ୍କ ସାହିତ୍ୟରେ ମୁଖ୍ୟତଃ ଜୀବନ, ପ୍ରକୃତି ଓ ଦର୍ଶନ ସନ୍ନିବେଶିତ । ତାଙ୍କ ରଚିତ ୪୮ ଖଣ୍ଡ ପୁସ୍ତକ ମଧ୍ୟରେ ୩୦ଟି କବିତା ସଂକଳନ, ୫ଟି ଗୀତିକବିତା ସଂକଳନ, ୧୧ଟି ଗଳ୍ପ ସଂକଳନ ଓ ୨ଟି ନାଟକ ଅନ୍ତର୍ଭୁକ୍ତ । ତାଙ୍କର ବିଭିନ୍ନ ପୁସ୍ତକ ଓଡ଼ିଆରୁ ଇଂରାଜୀକୁ ଅନୂଦିତ ହୋଇଛି ।[୨] ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ନିମନ୍ତେ ସେ ୨୦୦୭ ମସିହାରେ ତାଙ୍କୁ ରାଜଧାନୀ ପୁସ୍ତକମେଳା ପୁରସ୍କାର ମିଳିଥିଲା ।[୧]
ତପନ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଛତ୍ରପୁର, ଗଞ୍ଜାମ | ୮ ଜୁନ ୧୯୫୧
ମୃତ୍ୟୁ | ୧୪ ମାର୍ଚ୍ଚ ୨୦୨୩ ଭୁବନେଶ୍ୱର | (ବୟସ ୭୧)
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ସ୍ମୃତିତୀର୍ଥ ଅଶ୍ରୁ ଓ ଅନ୍ଧକାର କାବ୍ୟତାରା ଢେଉ ଢେଉ ଅନ୍ଧକାର |
ପୁରସ୍କାର | ରାଜଧାନୀ ପୁସ୍ତକମେଳା ପୁରସ୍କାର[୧] |
୨୦୨୩ ମାର୍ଚ୍ଚ ୧୪ ତାରିଖରେ ଭୁବନେଶ୍ୱରରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]
ଜୀବନୀ
ସମ୍ପାଦନାତପନ ପଟ୍ଟନାୟକ ଓଡ଼ିଶା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଛତ୍ରପୁରଠାରେ ୧୯୫୧ ମସିହା ଜୁନ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୩]
ମୃତ୍ୟୁ
ସମ୍ପାଦନା୨୦୨୩ ମାର୍ଚ୍ଚ ମାସରେ ଶାରିରୀକ ଅସୁସ୍ଥତା ହେତୁ ସେ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ମାର୍ଚ୍ଚ ୧୪ ତାରିଖରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୨]
ରଚନାବଳୀ
ସମ୍ପାଦନା- ଅନୀନ୍ଦିତା ଓ ଅନ୍ୟାନ୍ୟ କବିତା
- ଅଶ୍ରୁ ଓ ଅନ୍ଧକାର
- ଋତୁର ବାସ୍ନାରେ
- କାବ୍ୟତାରା
- ଚଟିଘର (୨୦୦୨)
- ଜନ୍ମାନ୍ତର
- ଜୀବନ କାବ୍ୟ (୧୯୭୭)
- ଝରା ଶିଶିର
- ଢେଉ ଢେଉ ଅନ୍ଧକାର
- ପ୍ରଦକ୍ଷଣ ପ୍ରତିପ୍ରସ୍ତ
- ଫେରିବାର ମୂର୍ଚ୍ଛନାରେ
- ଶୂନ୍ୟ ଧାନକ୍ଷେତ
- ସୀମା ଓ ସ୍ମାରକୀ
- ସୀମିତ ଏଇ ସମୟଦେହେ
- ସ୍ମୃତିତୀର୍ଥ
ଇଂରାଜୀ
ସମ୍ପାଦନା- ମାଇ ଲଭ, ମାଇ ସିଜନ୍ସ
ଆଧାର
ସମ୍ପାଦନା- ↑ ୧.୦ ୧.୧ "Rajdhani book fair". www.rajdhanibookfair.com. Archived from the original on 2022-07-07. Retrieved 2023-03-14.
- ↑ ୨.୦ ୨.୧ ୨.୨ "Odia Writer Tapan Patnaik Passes Away In Bhubaneswar". odishabytes (in Indian English). 2023-03-14. Retrieved 2023-03-14.
- ↑ "Tapan Patnaik". Odisha Nitidin. 29 March 2019. Archived from the original on 2019-04-01. Retrieved 2019-03-29.