ତାଂଜିନ ଟିଶା
ତାଂଜିନ ଟିଶା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଏବଂ ଦୂରଦର୍ଶନ ଉପସ୍ଥାପିକା । ତାଂଜିନ ମୁଖ୍ୟତଃ ବଙ୍ଗଳାଦେଶୀ ଦୂରଦର୍ଶନର ବିଭିନ୍ନ ନାଟକ ଏବଂ ଧାରାବାହିକରେ ଅଭିନୟ କରିଛନ୍ତି । ୨୦୧୧ ମସିହାରେ ଟିଶା ଜଣେ ମଡେଲିଂରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୨ ମସିହାରୁ ସେ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିଥିଲେ । ଏହାପରେ ୨୦୧୪ ମସିହାରେ ସେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଂଜିନ ଶ୍ରେଷ୍ଠ ନବାଗତା ଭାବରେ ତାଙ୍କ ଅଭିନୀତ ଧାରାବାହିକ ୟୁ-ଟର୍ଣ୍ଣ ପାଇଁ ମେରିଲ ପ୍ରଥମ ଆଲୋ ପୁରସ୍କାର ପାଇଥିଲେ । [୧] ୨୦୧୫ ମସିହାରେ ଟିଶା ମ୍ୟୁଜିଲ ଆଲବମ୍ ଭିଡ଼ିଓରେ କାମ କରିବା ଆରମ୍ଭ କରିଥିଲେ ।[୨]
ତାଂଜିନ ଟିଶା | |
---|---|
তানজিন তিশা | |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ ମଡେଲ ଉପସ୍ଥାପିକା |
ସକ୍ରିୟ ବର୍ଷ | ୨୦୧୨ – ଏବେଯାଏଁ |
ପୁରସ୍କାର | ମେରିଲ ପ୍ରଥମ ଆଲୋ ପୁରସ୍କାର |
ପ୍ରାରମ୍ଭିକ ଜୀବନ
ସମ୍ପାଦନାତାଂଜିନ ଟିଶା ଛୋଟବେଳୁ ନୃତ୍ୟ ଶିକ୍ଷା କରିବା ଆରମ୍ଭ କରିଥିଲେ, ମାତ୍ର ପାଠ ପଢ଼ାରେ ବାଧା ଉପୁଜିବାରୁ ତାଙ୍କ ପରିବାର ତରଫରୁ ତାଙ୍କୁ ନୃତ୍ୟ ଶିକ୍ଷାରୁ ଦୂରେଇ ରଖିଥିଲେ । ସେ ସିଦ୍ଧେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ତାଙ୍କର ଶିକ୍ଷା ସମାପ୍ତ କରିବା ପରେ ଫିଲ୍ମ ଏବଂ ମିଡ଼ିଆରେ ପାଠ ପଢ଼ିବା ପାଇଁ ଏକ ନାମୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ।[୩]
ଅଭିନୟ ଜୀବନ
ସମ୍ପାଦନାଟିଶା ଜଣେ ମଡେଲ ଭାବରେ ୨୦୧୧ ମସିହାରେ ତାଙ୍କର ପେଶା ଆରମ୍ଭ କରିଥିଲେ । ସେ ପ୍ରଥମେ ବିଭିନ୍ନ ଫ୍ୟାସନ ବ୍ରାଣ୍ଡ୍ ପାଇଁ ରାମ୍ପରେ ଚାଲିଥିଲେ ଏବଂ ବିଭିନ୍ନ ଫଟୋ ସୁଟ୍ରେ କାମ କରିଥିଲେ । ୨୦୧୨ ମସିହାରେ ଟିଶାଙ୍କୁ ପ୍ରଥମ ବ୍ରାଣ୍ଡର ବିଜ୍ଞାପନରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା । ଅମିତାଭ ରେଜା ଚୌଧୁରୀଙ୍କ ନିର୍ଦ୍ଦେଶନାରେ ସେ ତାଙ୍କର ପ୍ରଥମ ବ୍ରାଣ୍ଡ୍ ପାଇଁ ବିଜ୍ଞାପନରେ ଅଭିନୟ କରିଥିଲେ । ସେ ରବି ନାମକ ଏକ ସଂସ୍ଥା ତରଫରୁ ତାଙ୍କର ବିଜ୍ଞାପନ କରିବାକୁ ଏହି ସୁଯୋଗ ପାଇଥିଲେ । ଏହି ବ୍ରାଣ୍ଡ ବିଜ୍ଞାପନରେ ଟିଶାଙ୍କର ଅଭିନୟ ତାଙ୍କୁ ଆଣିଦେଇଥିଲା ସଫଳତା ଏବଂ ତାହା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା ।[୧] ୨୦୧୫ ମସିହା ସେପ୍ଟେମ୍ବର ମାସ ୧୫ ତାରିଖରେ ବଙ୍ଗବନ୍ଧୁ ଇଣ୍ଟରନେସନାଲ କନ୍ଫରେନ୍ସ ସେଣ୍ଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଂଜିନ ଟ୍ରିସ୍ମି ଫ୍ୟାସନ ସୋରେ ରାମ୍ପରେ ଚାଲିଥିଲେ ।[୪]
୨୦୧୪ ମସିହାରେ ତାଂଜିନଙ୍କୁ ବଙ୍ଗଳାଦେଶର ଏକ ଦୂରଦର୍ଶନ ଧାରାବାହିକରେ ଅଭିନୟର ସୁଯୋଗ ମିଳିଲା । ୟୁ-ଟର୍ଣ୍ଣ ନାମକ ଏହି ଧାରାବାହିକଟିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକ ପାଇଁ ତାଙ୍କୁ ମେରିଲ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଦର୍ଶକ ବା ସାଧାରଣ ଜନତାଙ୍କର ପସନ୍ଦରେ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୫]
୨୦୧୫ ମସିହାରେ ଟିଶା ବଙ୍ଗଳାଦେଶର ମ୍ୟୁଜିକ ଭିଡ଼ିଓରେ ଅଭିନୟ କରିବା ଆରମ୍ଭ କରିଥିଲେ । ଇମରାନ ମହମୁଦୁଲ ଟିଶାଙ୍କୁ ତାଙ୍କର ଏକ ମ୍ୟୁଜିକ ଆଲବମ୍ ଭିଡ଼ିଓରେ ଅଭିନୟ ପାଇଁ ପ୍ରସ୍ତାବ ଦେଇଥିଲେ । ୧୪ ଜୁଲାଇ ୨୦୧୫ରେ ମୁକ୍ତିଲାଭ କରିଥିବା ଏହି ଆଲ୍ବମ୍ର ସମୁଦାୟ ୧୫ଟି ଗୀତ ମଧ୍ୟରୁ ଏକ ଭିଡ଼ିଓରେ ତାଂଜିନ ଅଭିନୟ କରିଥିଲେ, ଯାହାକି ସେତେବେଳେ ୟୁ-ଟ୍ୟୁବ୍ରେ ଅଧିକ ଲୋକପ୍ରିୟ ହୋଇଥିଲା ।[୬] ୨୦୧୮ ମସିହାରେ ଟିଶା ପୁଣିଥରେ ଇମରାନ ମହମୁଦୁଲଙ୍କ ସହ ଅନ୍ୟ ଏକ ଆଲବମ୍ ଭିଡ଼ିଓ ଆମର ଏକ ମନରେ କାମ କରିଥିଲେ ।[୭] ୨୦୧୮ରେ ସେ ସୁସ୍ମିତା ଅନିଶଙ୍କ ସହ ତମ ଆକାଶ ନାମକ ଅନ୍ୟ ଏକ ଆଲବମ୍ ଭିଡ଼ିଓରେ କାମ କରିଥିଲେ ।[୮]
ବ୍ୟକ୍ତିଗତ ଜୀବନ
ସମ୍ପାଦନାତାଂଜିନ ଟିଶାଙ୍କ ସହ ହବିବ୍ ବାହିଦ୍ଙ୍କର ନିର୍ବନ୍ଧ ହୋଇଛି ।[୯]
ଆଧର
ସମ୍ପାଦନା- ↑ ୧.୦ ୧.୧ Hasan, Mahdi. "একজন সফল তানজিন তিশার গল্প". Showbiz News. Archived from the original on September 29, 2015. Retrieved September 28, 2015.
- ↑ "Bolte Bolte Cholte Cholte by Imran on Apple Music". iTunes. Retrieved 2017-06-20.
- ↑ "আমাদের শোবিজ কন্যা তানজিন তিশার গল্প". Dhakar Khobor. Archived from the original on September 29, 2015. Retrieved September 28, 2015.
- ↑ "তিশার আলোকচ্ছটা". NTV Online. Archived from the original on September 29, 2015. Retrieved September 28, 2015.
- ↑ "মেরিল প্রথম আলো তারকা জরিপ পুরষ্কার - ২০১৪". Prothom Alo. April 30, 2015. Archived from the original on September 9, 2017. Retrieved November 15, 2018.
- ↑ "'ইমরান আমার বেস্ট ফ্রেন্ড'". Manab Zamin. August 6, 2015. Archived from the original on August 9, 2015. Retrieved September 28, 2015.
- ↑ https://www.youtube.com/watch?v=GnWehAFliRo
- ↑ https://www.youtube.com/watch?v=oTTxCZnlR9M
- ↑ "হাবিবকে রাগ কমাতে বললেন তিশা". প্রথম আলো (in Bengali). Retrieved 15 November 2018.