ତନ୍ଦ୍ରାଲୋକର ପ୍ରହରୀ
ତନ୍ଦ୍ରାଲୋକର ପ୍ରହରୀ ମନୋଜ ଦାସଙ୍କଦ୍ୱାରା ରଚିତ ଏକ ଉପନ୍ୟାସ । ଏହା ସଚିତ୍ର ବିଜୟାରେ ପ୍ରଥମେ ଧାରାବାହିକ ଭାବେ ପ୍ରକାଶ ପାଇଥିଲା ।
ତନ୍ଦ୍ରାଲୋକର ପ୍ରହରୀ | |
---|---|
ଲେଖକ | ମନୋଜ ଦାସ |
ମଲାଟ ଚିତ୍ରକର | ବିଜୟ ପ୍ରଧାନ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଭାଗ | ଉପନ୍ୟାସ |
ପ୍ରକାଶକ | ଫ୍ରେଣ୍ଡସ ପବ୍ଲିଶର୍ସ, ବିନୋଦବିହାରୀ, କଟକ |
ପ୍ରକାଶ ତାରିଖ | ୨୦୦୦ (ପ୍ରଥମ ସଂସ୍କରଣ), ୨୦୧୨ (ପଞ୍ଚମ ସଂସ୍କରଣ) |
ମାଧ୍ୟମ ପ୍ରକାର | ବନ୍ଧେଇ, ଛପାବହି |
ପୃଷ୍ଠା | ୧୮୬ |
ISBN | ୮୧-୭୪୦୧-୩୩୩-୪ |
ପୁସ୍ତକ ସମୀକ୍ଷା
ସମ୍ପାଦନାଜୀବନ ଓ ମୃତ୍ୟୁର ସୀମାନ୍ତରେ ଥାଏ ଏକ ରହସ୍ୟଘନ ତନ୍ଦ୍ରାଲୋକ । ସେ ଜଗତର ଆଶରୀରୀ ସତ୍ତାମାନଙ୍କ ସହ ଜୀବିତ ଜଗତର ଆଦାନପ୍ରଦାନ ସମ୍ଭବପର ହୁଏ ଯେଉଁ ଗୁଣୀ ଓ ଓଝା ସଂପ୍ରଦାୟଦ୍ୱାରା ସେଇଭଳି ଏକ ପରିବାରର ତିନିପୁରୁଷର ପ୍ରାମାଣ୍ୟ କାହାଣୀ ଅଭିନବ ଓ ଅଦ୍ଭୁତପୂର୍ବ । [୧]
ଉପନ୍ୟାସଟିର ସ୍ଥାନ-କାଳଗତ ପଟ୍ଟଭୂମି ଏହିପରି :
ସ୍ଥାନ- ଉତ୍ତର ବାଲେଶ୍ୱର ଏବଂ ମେଦିନୀପୁର ଜିଲ୍ଲା । ଏହି ଉଭୟ ଇଲକାର କେତେଗୁଡିଏ ଗ୍ରାମକୁ ନେଇ ଏକ ଏକ ଜମିଦାରି ଗଠିତ ହୋଇଥାଏ ।
କାଳ- ଉନ୍ନବିଂଶ ଶତାବ୍ଦୀରେ ଦ୍ୱିତୀୟାର୍ଦ୍ଧରୁ ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ପର୍ଯ୍ୟନ୍ତ ।
ବର୍ଣ୍ଣିତ ଘଟଣାବଳି ପାଶ୍ଚାତରେ ରହିଛି ଲେଖକଙ୍କ ନିଜସ୍ୱ ପ୍ରତ୍ୟୟ ଏବଂ ଯତ୍କିଞ୍ଚିତ ଅଭିଜ୍ଞତା-ଅନୁଭୂତି । ସଙ୍ଗେ ସଙ୍ଗେ କେତେକ ନୃତତ୍ତ୍ୱିକ ଗବେଷଣାର ସମର୍ଥନ ମଧ୍ୟ ସେ ପାଇଛନ୍ତି ଯଥା:- ଡଃ ପ୍ରବୋଧ ଭୌମିକଙ୍କର Occultism in Fringe Bengal.[୧]