ଟାମୋକ୍ସିଫେନ
ଟାମୋକ୍ସିଫେନ (ଟିଏମଏକ୍ସ), ଯାହାର ଏକ ବିକ୍ରୟ ନାମ ନୋଲଭାଡେକ୍ସ, ଏକ ଔଷଧ ଯାହା ମହିଳାଙ୍କର ସ୍ତନ କର୍କଟର ପ୍ରତିଷେଧକ ଓ ଉଭୟ ମହିଳା ଓ ପୁରୁଷଙ୍କର ସ୍ତନ କର୍କଟ ରୋଗର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୩] ଅନ୍ୟାନ୍ୟ କର୍କଟ ରୋଗରେ ଏହାର ବ୍ୟବହାର ନିମନ୍ତେ ଅନୁଶୀଳନ ଚାଲିଛି । [୩] ଆଲବ୍ରାଇଟ ସିଣ୍ଡ୍ରୋମରେ ଏହା ବ୍ୟବହାର କରାଯାଇଛି । ସ୍ତନ କର୍କଟ ରୋଗରେ ଟାମୋକ୍ସିଫେନ ପ୍ରତ୍ୟହ ୫ ବର୍ଷ ପର୍ଯ୍ୟନ୍ତ ପାଟିରେ ଖାଇବାକୁ ଦିଆଯାଏ । [୪]
Clinical data | |
---|---|
Trade names | Nolvadex, Genox, Tamifen, others[୧] |
AHFS/Drugs.com | monograph |
MedlinePlus | a682414 |
Pregnancy category | |
Routes of administration | Oral |
ATC code | |
Legal status | |
Legal status | |
Pharmacokinetic data | |
Protein binding | 99% |
Metabolism | Hepatic (CYP3A4, 2C9 and 2D6) |
Elimination half-life | 5-7 days[୨] |
Excretion | Faeces (65%), urine (9%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.031.004 |
Chemical and physical data | |
Formula | C26H29NO |
Molar mass | 371.515 g/mol 563.638 g/mol (citrate salt) |
3D model (JSmol) | |
| |
| |
(verify) |
ଜରାୟୁ କର୍କଟ, ସଂଘାତ (stroke), ଦୃଷ୍ଟି ସମସ୍ୟା ଓ ଫୁସଫୁସ ଏମ୍ବୋଲିଜ୍ମ ଇତ୍ୟାଦି ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ସଙ୍କଟ ଦେଖାଯାଇପାରେ । ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅନିୟମିତ ଋତୁସ୍ରାବ, ଓଜନ ହ୍ରାସ ଓ ଉଷ୍ମାନୁଭୂତି ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧ ଦେଲେ ଶିଶୁର ହାନୀ ହୁଏ ।[୪] ଏହା ଏକ ବରଣାତ୍ମକ ଏସ୍ଟ୍ରୋଜେନ-ରିସେପ୍ଟର ମୋଡ୍ୟୁଲେଟର ଯାହା ସ୍ତନ କୋଷ ବୃଦ୍ଧିର କାରକ ବା ଫ୍ୟାକ୍ଟରମାନଙ୍କୁ କମେଇଦିଏ ଓ କୋଷବୃଦ୍ଧି କମ କରୁଥିବା କାରକମାନଙ୍କୁ ବଢ଼େଇଦିଏ । [୪][୫] ଏହା ଟ୍ରାଇଫିନାଇଲଏଥିଲିନ ଦଳର ଔଷଧ । [୬]
ସନ ୧୯୬୭ରେ ଟାମୋକ୍ସିଫେନ ଆବିଷ୍କୃତ ହେଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ । [୪]ଏହାର ଦୈନିକ ହୋଲସେଲ ଖର୍ଚ୍ଚ ପ୍ରାୟ ୦.୦୭ରୁ ୦.୨୩ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦୈନିକ ଖର୍ଚ୍ଚ ୨ ଡଲାର । [୪]
ଆଧାର
ସମ୍ପାଦନା- ↑ "NCI Drug Dictionary". Retrieved 28 November 2015.
- ↑ "Tamoxifen". Drugs.com.
- ↑ ୩.୦ ୩.୧ "Tamoxifen Citrate". NCI. August 26, 2015. Retrieved 28 November 2015.
- ↑ ୪.୦ ୪.୧ ୪.୨ ୪.୩ ୪.୪ "Tamoxifen Citrate". The American Society of Health-System Pharmacists. Retrieved 27 Nov 2015.
- ↑ "Selective estrogen receptor modulators". Retrieved 28 November 2015.
- ↑ Dueñas-Díez, edited by Antonio Cano Sanchez, Joaquim Calaf i Alsina, José-Luis (2006). Selective Estrogen Receptor Modulators a New Brand of Multitarget Drugs. Berlin, Heidelberg: Springer-Verlag Berlin Heidelberg. p. 52. ISBN 9783540347422.
{{cite book}}
:|first1=
has generic name (help)CS1 maint: multiple names: authors list (link) - ↑ Jordan VC (Jan 2006). "Tamoxifen (ICI46,474) as a targeted therapy to treat and prevent breast cancer". British Journal of Pharmacology. 147 Suppl 1 (Suppl 1): S269-76. doi:10.1038/sj.bjp.0706399. PMC 1760730. PMID 16402113.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Tamoxifen Citrate". International Drug Price Indicator Guide. Archived from the original on 9 January 2016. Retrieved 28 November 2015.