ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର

(Talcher Thermal Power Stationରୁ ଲେଉଟି ଆସିଛି)

ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ବା ତାଳଚେର ଥର୍ମାଲ୍‍ ଓଡ଼ିଶାରେ ବର୍ତ୍ତମାନ ଚାଲୁଥିବା ତାପଜ ବିଦ୍ୟୁତ କେନ୍ଦ୍ର ମାନଂକ ଭିତରେ ସର୍ବ ପୁରାତନ ତାପଜ ବିଦ୍ୟୁତ କେନ୍ଦ୍ର ଅଟେ । ଏହା ଭାରତ ସର୍ବ ବୃହତ ବିଦ୍ୟୁତ୍ ତଥା ମହାରତ୍ନ କମ୍ପାନୀ "ଏନ୍‍‍‍ଟିପିସି"ର ଏକ ଅଂଶ ଅଟେ[୧]ଅନୁଗୋଳ ଜିଲ୍ଲା ତାଳଚେର ନିକଟରେ ଏହା ଅବସ୍ଥିତ ।

ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର
ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର is located in India
ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର
Location of the Talcher Thermal Power Station
ଦେଶଭାରତ
ଅବସ୍ଥିତିତାଳଚେର, ଅନୁଗୋଳ ଜିଲ୍ଲା
ଦିଗବାରେଣି20°54′37″N 85°12′24″E / 20.91028°N 85.20667°E / 20.91028; 85.20667
ସ୍ଥିତିOperational
ମାଲିକାନାNTPC
ଶକ୍ତି କେନ୍ଦ୍ର ତଥ୍ୟ
ପ୍ରାଥମିକ ଜାଳେଣିକୋଇଲା
Generation units4 X 60 MW
2 X 110 MW
ଶକ୍ତି ଉତ୍ପାଦନ ତଥ୍ୟ
ସ୍ଥାପିତ କ୍ଷମତା460 MW

ଇତିହାସ ସମ୍ପାଦନା

୧୯୬୪ ମସିହା ଜାନୁଯାରୀ ୫ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ ଏବଂ ୭ ଫେବୃୟାରୀ ୧୯୬୮ ମସିହାରେ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଏହାର ପ୍ରଥମ ୟୁନିଟ୍ ସିଙ୍କ୍ରୋନାଇଜେସନ୍ ବା ବିଦ୍ୟୁତ୍ ଉତ୍ପାଦନକ୍ଷମ ହୋଇଥିଲା । ସେତେବେଳେ ଏହା ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଅଧୀନରେ ଥିଲା । ସେତେବେଳେ ଏହା ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଅଧୀନରେ ଥିଲା । ପରେ ପରେ ଏହି ବିଦ୍ୟୁତ କେଂଦ୍ରରେ ଆଉ ପାଂଚଟି ୟୁନିଟ୍ ଯୋଡି ହୋଇଥିଲା ।

୧୯୯୫ ମସିହା ଜୁନ ୩ ତାରିଖରେ ଓଡ଼ିଶା ସରକାର ଏହି ବିଦ୍ୟୁତ କେଂଦ୍ରକୁ ଭାରତ ସରକାରଙ୍କ ଉପକ୍ରମ ଏନ୍‍‍ଟିପିସିକୁ ହସ୍ତାନ୍ତର କରିଦେଇଥିଲେ[୨] |


ବିଦ୍ୟୁତ୍ ଉତ୍ପାଦନ କ୍ଷମତା ସମ୍ପାଦନା

ଏହି ତାପଜ ବିଦ୍ୟୁତ କେନ୍ଦ୍ରର କ୍ଷମତା ୪୬୦ ମେଗାଓ୍ବାଟ । ଏଥିରେ  ୬ଟି ୟୁନିଟ ରହିଛି ।ggg

ଆଧାର ସମ୍ପାଦନା

  1. "Talcher Thermal". NTPC. Archived from the original on 6 November 2016. Retrieved 25 December 2016.
  2. "Talcher Thermal". NTPC. Archived from the original on 6 November 2016. Retrieved 25 December 2016.