ଶୁଭାଶିଷ ତାଳପତ୍ର
ଶୁଭାଶିଷ ତାଳପତ୍ର (ଜନ୍ମ: ୪ ଅକ୍ଟୋବର ୧୯୬୧) ଜଣେ ଭାରତୀୟ ବିଚାରପତି । ସେ ଓଡ଼ିଶା ଉଚ୍ଚନ୍ୟାୟାଳୟର ୩୩ତମ ପୂର୍ବତନ ମୁଖ୍ୟ ବିଚାରପତି ।[୧] ସେ ଉଭୟ ଓଡ଼ିଶା ଉଚ୍ଚନ୍ୟାୟାଳୟ ଓ ତ୍ରିପୁରା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୨] ସେ ତ୍ରିପୁରା ଉଚ୍ଚନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ କାମ କରିଥିଲେ ।[୩] ସେପ୍ଟେମ୍ବର ୨୦୨୦ ମସିହାରେ ବିଚାରପତି ତାଳପତ୍ର ତେଲେଙ୍ଗାନା କୃଷ୍ଣା ଜଳ ବିବାଦ ନ୍ୟାୟାଧିକରଣର ନ୍ୟାୟିକ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।
Hon'ble Chief Justice (Retd.) ଶୁଭାଶିଷ ତାଳପତ୍ର | |
---|---|
Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 8 August 2023 – 3 October 2023 | |
Nominated by | Dhananjaya Y. Chandrachud |
Appointed by | ଦ୍ରୌପଦୀ ମୁର୍ମୁ |
Judge of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 10 June 2022 – 7 August 2023 | |
Nominated by | N. V. Ramana |
Appointed by | ରାମନାଥ କୋବିନ୍ଦ |
Judge of Tripura High Court | |
କାର୍ଯ୍ୟକାଳ 13 September 2013 – 9 June 2022 | |
Nominated by | P. Sathasivam |
Appointed by | ପ୍ରଣବ ମୁଖାର୍ଜୀ |
Acting Chief Justice of Tripura High Court | |
କାର୍ଯ୍ୟକାଳ 11 November 2019 – 15 November 2019 | |
Appointed by | ରାମନାଥ କୋବିନ୍ଦ |
କାର୍ଯ୍ୟକାଳ 2 November 2018 – 13 November 2018 | |
Appointed by | ରାମନାଥ କୋବିନ୍ଦ |
Judge of Gauhati High Court | |
କାର୍ଯ୍ୟକାଳ 15 November 2011 – 12 September 2013 | |
Nominated by | S. H. Kapadia |
Appointed by | Pratibha Patil |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Udaipur, Tripura | ୪ ଅକ୍ଟୋବର ୧୯୬୧
ଶିକ୍ଷାନୁଷ୍ଠାନ | University of Calcutta |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାତାଳପତ୍ରଙ୍କ ଜନ୍ମ ୧୯୬୧ ମସିହାରେ ତ୍ରିପୁରାର ଉଦୟପୁରରେ ହୋଇଥିଲା । ସେ କୋଲକାତା ବିଶ୍ୱବିଦ୍ୟାଳୟର ଆଇନ ବିଭାଗରୁ ଏଲଏଲବି ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ୧୯୯୦ରୁ ଉତ୍ତର ପୂର୍ବ ଭାରତର ବିଭିନ୍ନ ଉଚ୍ଚନ୍ୟାୟାଳୟରେ ଓକିଲାତି କରି ଆସୁଥିଲେ । ତାଳପତ୍ର ଗୌହାଟି ଉଚ୍ଚନ୍ୟାୟାଳୟର ଅଗରତାଲା ବେଞ୍ଚରେ ନାଗରିକ, ଅପରାଧିକ ଏବଂ ସାଂବିଧାନିକ ମାମଲାରେ ଓକିଲାତି କାମ କରିଥିଲେ । ୨୧ ଡିସେମ୍ବର ୨୦୦୪ରେ ସେ ବରିଷ୍ଠ ଆଇନଜୀବୀ ଭାବେ ନିଯୁକ୍ତ ହୋଇଥିଲେ । ୧୫ ନଭେମ୍ବର ୨୦୧୧ରେ ସେ ଗୌହାଟି ଉଚ୍ଚନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୧୩ ସେପ୍ଟେମ୍ବର ୨୦୧୩ରେ ସେ ତ୍ରିପୁରା ଉଚ୍ଚନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ତାଳପତ୍ର ଦୁଇଥର ତ୍ରିପୁରା ଉଚ୍ଚନ୍ୟାୟାଳୟର କାର୍ଯ୍ୟବାହୀ ମୁଖ୍ୟ ବିଚାରପତି ଭାବେ ସେବା ନିର୍ବାହ କରିଥିଲେ ।[୪] ସେ ୧୦ ଜୁନ୍ ୨୦୨୨ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ସ୍ଥାନାନ୍ତର ହୋଇଥିଲେ । ସେ ୮ ଅଗଷ୍ଟ ୨୦୨୩ରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ପଦବୀକୁ ଉନ୍ନିତ ହୋଇଥିଲେ ।[୫] ସେ ୩ ଅକ୍ଟୋବର ୨୦୨୩ରେ ଅବସର ଗ୍ରହଣ କରିଥିଲେ ।
ଆଧାର
ସମ୍ପାଦନା- ↑ Mahanty, Nibedita (19 July 2023). "ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର". https://odia.oneindia.com. Retrieved 17 December 2024.
{{cite web}}
: External link in
(help)|website=
- ↑ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-17.
- ↑ Biju, Rintu Mariam (2019-11-11). "Subhasis Talapatra appointed as the Acting Chief Justice of Tripura High Court". Bar and Bench - Indian Legal news (in ଇଂରାଜୀ). Retrieved 2024-12-17.
- ↑ "Welcome to High Court of Tripura". thc.nic.in. Retrieved 2024-12-17.
- ↑ Upadhyay, Sparsh (2023-07-06). "Supreme Court Collegium Proposes Name Of Justice Subhasis Talapatra As Chief Justice Of Orissa High Court". www.livelaw.in (in ଇଂରାଜୀ). Retrieved 2024-12-17.