ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ

ଗଳାର ପଛପାଖରେ ହେଉଥିବା ଗ୍ରୁପ ଏ ସ୍ଟ୍ରେପ୍ଟୋକୋକସ ସଂକ୍ରମଣ
(Streptococcal pharyngitisରୁ ଲେଉଟି ଆସିଛି)

ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ, ବା ସ୍ଟ୍ରେପଥ୍ରୋଟ, ରୋଗ ଏକ ସଂକ୍ରମଣ ଯାହା ତଣ୍ଟି ପଛପାଖ ଓ ଟନ୍‌ସିଲ୍‌ରେ ଗ୍ରୁପ ଏ ସ୍ଟ୍ରେପ୍ଟୋକୋକସ୍ ଜୀବାଣୁଦ୍ୱାରା ହୁଏ ।[]ସାଧାରଣ ଚଳଣିରେ ଆମେ ଯାହାକୁ ତଣ୍ଟି ଧରା କହୁ ତାହା ଡାକ୍ତରି ଭାଷାରେ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ନାମରେ ବିଦିତ । ଏହାକୁ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ବା ସ୍ଟ୍ରେପ୍ଟୋକୋକାଲ୍ ଟନ୍ସିଲାଇଟିସ୍ ବା ସ୍ଟ୍ରେପ୍ଟୋକୋକାଲ୍ ସୋର୍ ଥ୍ରୋଟ୍ ବା କେବଳ ସୋର୍ ଥ୍ରୋଟ ନାମରେ ମଧ୍ୟ କୁହାଯାଏ । ଏହି ରୋଗର ଲକ୍ଷଣ: ଜ୍ୱର, ତଣ୍ଟି ଦରଜ, ଲାଲ ଟନ୍‌ସିଲ୍, ଓ ବେକରେ ଲସିକା ଗ୍ରନ୍ଥି ବଡ଼ ହୋଇଯାଏ । ମୁଣ୍ଡବଥା, ଅଇ ଓ ବାନ୍ତି ମଧ୍ୟ ହୋଇପାରେ ।[] କେତେକ ଲୋକଙ୍କର ବାଲିକାଗଜ ଭଳି ରାସ୍ ହୁଏ ଯାହାକୁ ସ୍କାରଲେଟ ଜ୍ୱର କୁହାଯାଏ ।[] ଲକ୍ଷଣ ସ୍ୱାଭାବିକ ଭାବରେ ସଂସ୍ପର୍ଶରେ ଆସିବାର ୧ରୁ ୩ ଦିନ ମଧ୍ୟରେ ଆରମ୍ଭ ହୋଇ ୭ରୁ ୧୦ ଦିନ ପର୍ଯ୍ୟନ୍ତ ରହେ ।[][]

ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ
A set of large tonsils in the back of the throat covered in white exudate
ଜଣେ ୧୬ ବର୍ଷ ବୟସର ପିଲାର ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ହୋଇ ଟନସିଲରୁ ନିଃସ୍ରାବ (exudate) ହୋଇଛି ଓ କଲଚର ହୋଇ ଯୁକ୍ତାତ୍ମକ ହୋଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିotolaryngology[*], ସଂକ୍ରାମକ ରୋଗ[*]
ଆଇସିଡ଼ି-୧୦J02.0
ଆଇସିଡ଼ି-୯-ସିଏମ୍034.0
ରୋଗ ଡାଟାବେସ12507
ମେଡ଼ିସିନ-ପ୍ଲସ000639
ଇ-ମେଡ଼ିସିନmed/1811

ସଂକ୍ରମିତ ବ୍ୟକ୍ତିଙ୍କର ଶ୍ୱାସକ୍ରିୟାର ତରଳ ବିନ୍ଦୁକା ବା (ଇଂରାଜୀ ଭାଷାରେ ଡ୍ରପଲେଟ୍/droplets) ମାଧ୍ୟମରେ ସଂକ୍ରମଣ ବ୍ୟାପିଯାଏ । ସିଧା ସଳଖ ଅଥବା ଡ୍ରପଲେଟ ଲାଗିଥିବା ପଦାର୍ଥକୁ, ପାଟି, ନାକ ବା ଆଖିକୁ ଛୁଇଁଲେ ମଧ୍ୟ ଏହା ଡିଏଁ । ଅନେକ ଲୋକଙ୍କ ଦେହରେ ଜୀବାଣୁ ଥାଏ କିନ୍ତୁ ଲକ୍ଷଣ ଦେଖାଯାଏ ନାହିଁ । ଗ୍ରୁପ ଏ ସ୍ଟ୍ରେପ୍ଟୋକୋକସ୍ ଜନିତ ଚର୍ମ ରୋଗ ଥିଲେ ମଧ୍ୟ ଏହା ବ୍ୟାପିପାରେ ।[] ଦୃତ ଆଣ୍ଟିଜେନ ଚିହ୍ନଟ ପରୀକ୍ଷା ବା ଥ୍ରୋଟ କଲଚର କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[]

ହସ୍ତ ଧ୍ରୌତ ଓ ଏକତ୍ର ଖାଦ୍ୟ ନ ଖାଇଲେ ଏହି ରୋଗ ପ୍ରତିରୋଧ କରିହୁଏ । ଏହି ରୋଗ ନିମନ୍ତେ କୌଣସି ଟିକା ନାହିଁ ।[] ନିଶ୍ଚିତ ରୋଗ ନିର୍ଣ୍ଣୟ କରାଗଲେ ଆଣ୍ଟିବାୟୋଟିକ ଦିଆଯାଏ । [] ସଂକ୍ରମିତ ଲୋକ ଚିକିତ୍ସା ଆରମ୍ଭ କରିବାର ଅତି କମ୍‌ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଅନ୍ୟମାନଙ୍କଠାରୁ ଦୂରରେ ରହିବା ଆବଶ୍ୟକ ।[] ଯନ୍ତ୍ରଣା ହେଲେ ପାରାସେଟାମୋଲ (ଆସେଟାମିନୋଫେନ୍) ଓ ଆଇବୁପ୍ରୋଫେନ୍ ଭଳି (ଏନଏସଏଆଇଡି) ଦିଆଯାଏ ।[]

ପିଲାମାନଙ୍କର ଏହି ରୋଗ ଏକ ସାଧାରଣ ବେମାରୀ ।[] ପ୍ରାୟ ୧୫–୪୦% ପିଲାଙ୍କର ତଣ୍ଟ ଦରଜର କାରଣ ରୂପେ ଏହି ରୋଗ ଥାଏ,[][] ଓ ୫–୧୫% ବଡ଼ ମଣିଷଙ୍କର ଏହି କାରଣ ଥାଏ ।[] ଶୀତ ଶେଷରେ ଓ ବସନ୍ତ ଆରମ୍ଭରେ ଏହି ସାଧାରଣତଃ ଦେଖାଯାଏ ।[] ରିଉମାଟିକ ଜ୍ୱରପେରିଟନସିଲାର ଆବସେସ ଇତ୍ୟାଦି ରୋଗ ଏହାକୁ ଜଟିଳ କରିବା ସମ୍ଭାବନା ଥାଏ ।[][]

ଚିହ୍ନ ଓ ଲକ୍ଷଣ

ସମ୍ପାଦନା

ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗର ଲକ୍ଷଣ: ତଣ୍ଟି ଦରଜ, ୩୮C (୧୦୦F)ରୁ ଅଧିକ ଜର, ଟନସିଲରେ ପୁଜ ଓ ବଡ଼ ଲସିକା ଗ୍ରନ୍ଥି[]
ଅନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବଥା, ବାନ୍ତି ଲାଗିବା, ବାନ୍ତି କରିବା, ପେଟ ଯନ୍ତ୍ରଣା[], ମାଂସପେଶୀରେ ଯନ୍ତ୍ରଣା ଓ ତାଳୁରେ ରକ୍ତିମ ଦାଗ ଦୁର୍ଲଭ କିନ୍ତୁ ରୋଗ ନିର୍ଣ୍ଣୟକାରୀ । ଇନ୍‌କ୍ୟୁବେସନ ସମୟ- ୧ରୁ ୩ ଦିନ ।
ନାଲି ଆଖି, କର୍କଶ ସ୍ୱର, ନାକରୁ ପାଣି ବହୁଥିଲେ, ପାଟିରେ ଘାଆ ଥିଲେ ଓ ଜର ନ ଥିଲେ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗ ନିର୍ଣ୍ଣୟ କରା ଯାଏ ନାହିଁ

ଗ୍ରୁପ ଏ ବିଟା-ହେମୋଲାଇଟିକ ସ୍ଟ୍ରେପ୍ଟୋକୋକସ (group A beta-hemolytic streptococcus) ବା ଜିଏଏସ/GAS)ଦ୍ୱାରା ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗ ହୁଏ[୧୦] । ଏହା ବ୍ୟତିତ ନନ୍-ଗ୍ରୁପ ଏ ବିଟା-ହେମୋଲାଇଟିକ ସ୍ଟ୍ରେପ୍ଟୋକୋକସ ଓ ଫ୍ୟୁସୋବ୍ୟକ୍ଟେରିଅମଦ୍ୱାରା ମଧ୍ୟ ଏହି ରୋଗ ହୁଏ । ଏହି ଜୀବାଣୁ ନିବିଡ ସଂସ୍ପର୍ଶରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ଜଣକଠାରୁ ଆଉ ଜଣକ ପାଖକୁ ଡିଏଁ ଯେପରିକି ସ୍କୁଲ ପିଲା ଓ ମିଲିଟାରୀ ବସତି[୧୧][୧୨] । ଦେଖା ଯାଇଛି, ଶୁଖିଲା ଜୀବାଣୁ ରୋଗ କରାଇ ପାରେ ନାହିଁ । ଓଦା ପଦାର୍ଥରେ ଯେପରିକି ଟୁଥ୍ ବ୍ରସରେ ଜୀବାଣୁ ୧୫ ଦିନ ପର୍ଯ୍ୟନ୍ତ ରହି ପାରନ୍ତି । କ୍ୱଚିତ ଏହି ଜୀବାଣୁ ଖାଦ୍ୟ ମାଧ୍ୟମରେ ସଂକ୍ରମିତ ହୋଇ ମହାମାରୀ ଆକାର ଧାରଣ କରେ । କୌଣସି ଲକ୍ଷଣ ନ ଥିଲେ ମଧ୍ୟ୧୨ % ପିଲାମାନଙ୍କ ତଣ୍ଟିରେ ଜୀବାଣୁ (GAS) ରହନ୍ତି[] । ଚିକିତ୍ସା ପରେ ମଧ୍ୟ ୧୫ % ପିଲା ବାହକ ରହନ୍ତି[୧୩]

ରୋଗ ନିର୍ଣ୍ଣୟ

ସମ୍ପାଦନା

ଲାବୋରେଟରି ପରୀକ୍ଷା

ସମ୍ପାଦନା

ଥ୍ରୋଟ କଲ୍‌ଚର୍ ଏକ ସ୍ୱର୍ଣ୍ଣିମ ପରୀକ୍ଷା[୧୪] ଯାହାର ସମ୍ବେଦନଶୀଳତା ୯୦ - ୯୫ % । ରାପିଡ ସ୍ଟ୍ରେପ ଟେଷ୍ଟ ବା ଆର୍.ଏ.ଡି.ଟି.(rapid antigen detection testing or RADT) ଟେଷ୍ଟଦ୍ୱାରା ଶୀଘ୍ର ଜଣା ପଡେ, ଏହାର ସମ୍ବେଦନଶୀଳତା କମ୍ କିନ୍ତୁ ଏହା ଥ୍ରୋଟ କଲ୍‌ଚର୍ ଭଳି କାମ କରେ ।
ରୋଗୀ ପରୀକ୍ଷାଦ୍ୱାରା ନିର୍ଣ୍ଣୟ ସନ୍ଦେହାତ୍ମକ ଥିଲେ ଆର୍.ଏ.ଡି.ଟି.ଦ୍ୱାରା ରୋଗ ନିର୍ଣ୍ଣୟ ନିଃସନ୍ଦେହ ହୁଏ । ବଡ଼ ମଣିଷମାନଙ୍କର ଆର୍.ଏ.ଡି.ଟି. ବିଯୁକ୍ତାତ୍ମକ ଥିଲେ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ୍ ନୁହେଁ ବୋଲି ଧରାଯାଏ, କିନ୍ତୁ ପିଲାମାନଙ୍କ କ୍ଷେତ୍ରରେ ଥ୍ରୋଟ କଲ୍‌ଚର୍ ଆବଶ୍ୟକ ହୁଏ । ଲକ୍ଷଣ ନ ଥିବା ଲୋକଙ୍କର ଏହି ପରୀକ୍ଷା ଅନାବଶ୍ୟକ କାରଣ ଅନେକ କ୍ୟାରିଅର ଥାଆନ୍ତି ଯେଉଁମାନେ ଯୁକ୍ତାତ୍ମକ ଫଳ ଦେଖାନ୍ତି ।

ପ୍ରତିଷେଧ

ସମ୍ପାଦନା

ଏହି ରୋଗର ପ୍ରତିଷେଧ ନାହିଁ । ତିନି ବର୍ଷରୁ ଅଧିକ ସମୟ ଧରି ବାରମ୍ବାର ରୋଗ ହେଉଥିଲେ ଟନସିଲେକ୍ଟୋମି କରାଯାଏ କିନ୍ତୁ ଏହାର ଉପକାର ବହୁତ କମ । ଅନେକ ରୋଗୀଙ୍କର ଜୀବାଣୁ ସହ ଭୁତାଣୁ ଥିବା ଦେଖାଯାଏ । ଲକ୍ଷଣହୀନ ରୋଗୀଙ୍କର ଚିକିତ୍ସା ଅନାବଶ୍ୟକ । କ୍ୟାରିଅରମାନଙ୍କର ଚିକିତ୍ସା ଆବଶ୍ୟକ ନାହିଁ ।

ଚିକିତ୍ସା

ସମ୍ପାଦନା

ଚିକିତ୍ସା ନ କଲେ ମଧ୍ୟ ସ୍ଟ୍ରେପ୍ଟୋକୋକାଲ ଫାରିଞ୍ଜାଇଟିସ ରୋଗ କିଛି ଦିନ ମଧ୍ୟରେ କମିଯାଏ । ଚିକିତ୍ସା ନ କଲେ ରିଉମାଟିକ୍ ଫିଭର ଓ ରେଟ୍ରୋଫାରିଞ୍ଜିଆଲ୍ ଆବସେସ୍ ହେବା ସମ୍ଭାବନା ଥାଏ, ଏଣୁ ରୋଗ ଆରମ୍ଭ ହେବାର ୯ ଦିନ ମଧ୍ୟରେ ଆଣ୍ଟିବାୟୋଟିକ୍ ଦେବା ଆବଶ୍ୟକ ।

ଯନ୍ତ୍ରଣା ଉପଶମକାରୀ

ସମ୍ପାଦନା

ପାରାସେଟାମଲ ଓ ଏନ୍.ଏସ୍.ଏ.ଆଇ.ଡି. ଭଳି ଔଷଧ ଯନ୍ତ୍ରଣା ନିବାରଣ ନିମନ୍ତେ ଦିଆଯାଏ ।

ଆଣ୍ଟିବାୟୋଟିକ

ସମ୍ପାଦନା

ଆମେରିକାରେ ପେନିସିଲିନ୍ ଭି ଦିଆଯାଏ[] , ଏହା ଶସ୍ତା ବିପଦମୁକ୍ତ ଓ ଉତ୍ତମ କାମ କରେ । ୟୁରୋପରେ ଆମୋକ୍ସିସିଲିନ ଦିଆଯାଏ[୧୫] । ଭାରତରେ ବେଞ୍ଜାଥିନ୍ ପେନିସିଲିନ୍ ଇଞ୍ଜେକସନ୍ ପ୍ରାଥମିକ ଭାବେ ଦିଆଯାଏ । ରିଉମାଟିକ ଓ ରେଟ୍ରୋଫାରିଞ୍ଜିଆଲ ଆବସେସ୍ ରୋଗମାନଙ୍କୁ ରୋକିବାକୁ ଏହି ଔଷଧ ଦିଆଯାଏ । [୧୬] ପେନିସିଲିନ ଆଲର୍ଜି ଥିଲେ ଏରିଥ୍ରୋମାଇସିନ, କ୍ଲିଣ୍ଡାମାଇସିନ ଦିଆଯାଏ । ଆଣ୍ଟିବାୟୋଟିକ ଖାଇବାଦ୍ୱାରା ୩-୫ ଦିନ ହେଉଥିବା ଏହି ରୋଗ ଗୋଟିଏ ଦିନ କମିଯାଏ ଓ ରୋଗ ଡେଇଁବା ବନ୍ଦ ହୋଇଯାଏ । ଏହି ରୋଗର ଅନ୍ୟ ଏକ ଜଟୀଳତା ହେଉଛି ଆକ୍ୟୁଟ ଗ୍ଲୋମେରୁଲାର ନେଫ୍ରାଇଟିସ, କିନ୍ତୁ ଆଣ୍ଟିବାୟୋଟିକଦ୍ୱାରା ଏହା ରୋକି ହୁଏ ନାହିଁ ।

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Is It Strep Throat?". CDC. October 19, 2015. Retrieved 2 February 2016.
  2. ୨.୦ ୨.୧ ୨.୨ ୨.୩ Török, edited by David A. Warrell, Timothy M. Cox, John D. Firth ; with guest ed. Estée (2012). Oxford textbook of medicine infection. Oxford: Oxford University Press. pp. 280–281. ISBN 9780191631733. {{cite book}}: |first1= has generic name (help)CS1 maint: multiple names: authors list (link)
  3. Jr, [edited by] Allan H. Goroll, Albert G. Mulley (2009). Primary care medicine : office evaluation and management of the adult patient (6th ed.). Philadelphia: Wolters Kluwer Health/Lippincott Williams & Wilkins. p. 1408. ISBN 9780781775137. {{cite book}}: |first1= has generic name (help)CS1 maint: multiple names: authors list (link)
  4. ୪.୦ ୪.୧ Harris, AM; Hicks, LA; Qaseem, A (19 January 2016). "Appropriate Antibiotic Use for Acute Respiratory Tract Infection in Adults: Advice for High-Value Care From the American College of Physicians and the Centers for Disease Control and Prevention". Annals of internal medicine. PMID 26785402.
  5. Weber, R (March 2014). "Pharyngitis". Primary care. 41 (1): 91–8. PMID 24439883.
  6. ୬.୦ ୬.୧ Shaikh N, Leonard E, Martin JM (September 2010). "Prevalence of streptococcal pharyngitis and streptococcal carriage in children: a meta-analysis". Pediatrics. 126 (3): e557–64. doi:10.1542/peds.2009-2648. PMID 20696723.{{cite journal}}: CS1 maint: multiple names: authors list (link)
  7. ୭.୦ ୭.୧ ୭.୨ ୭.୩ ୭.୪ Choby BA (2009). "Diagnosis and treatment of streptococcal pharyngitis". Am Fam Physician. 79 (5): 383–90. PMID 19275067. {{cite journal}}: Unknown parameter |month= ignored (help)
  8. Shulman, ST; Bisno, AL; Clegg, HW; Gerber, MA; Kaplan, EL; Lee, G; Martin, JM; Van Beneden, C (Sep 9, 2012). "Clinical Practice Guideline for the Diagnosis and Management of Group A Streptococcal Pharyngitis: 2012 Update by the Infectious Diseases Society of America". Clinical infectious diseases : an official publication of the Infectious Diseases Society of America. 55 (10): e86–102. doi:10.1093/cid/cis629. PMID 22965026.
  9. Brook I, Dohar JE (2006). "Management of group A beta-hemolytic streptococcal pharyngotonsillitis in children". J Fam Pract. 55 (12): S1–11, quiz S12. PMID 17137534. {{cite journal}}: Unknown parameter |month= ignored (help)
  10. Baltimore RS (2010). "Re-evaluation of antibiotic treatment of streptococcal pharyngitis". Curr. Opin. Pediatr. 22 (1): 77–82. doi:10.1097/MOP.0b013e32833502e7. PMID 19996970. {{cite journal}}: Unknown parameter |month= ignored (help)
  11. Hayes CS, Williamson H (2001). "Management of Group A beta-hemolytic streptococcal pharyngitis". Am Fam Physician. 63 (8): 1557–64. PMID 11327431. Archived from the original on 2008-05-16. Retrieved 2013-05-20. {{cite journal}}: Unknown parameter |month= ignored (help)
  12. Lindbaek M, Høiby EA, Lermark G, Steinsholt IM, Hjortdahl P (2004). "Predictors for spread of clinical group A streptococcal tonsillitis within the household". Scand J Prim Health Care. 22 (4): 239–43. doi:10.1080/02813430410006729. PMID 15765640.{{cite journal}}: CS1 maint: multiple names: authors list (link)
  13. Rakel, edited by Robert E. Rakel, David P. Textbook of family medicine (8th ed. ed.). Philadelphia, PA.: Elsevier Saunders. p. 331. ISBN 9781437711608. {{cite book}}: |edition= has extra text (help); |first= has generic name (help)CS1 maint: multiple names: authors list (link)
  14. Smith, Ellen Reid; Kahan, Scott; Miller, Redonda G. (2008). In A Page Signs & Symptoms. In a Page Series. Hagerstown, Maryland: Lippincott Williams & Wilkins. p. 312. ISBN 0-7817-7043-2.
  15. Bonsignori F, Chiappini E, De Martino M (2010). "The infections of the upper respiratory tract in children". Int J Immunopathol Pharmacol. 23 (1 Suppl): 16–9. PMID 20152073.{{cite journal}}: CS1 maint: multiple names: authors list (link)
  16. Snow V, Mottur-Pilson C, Cooper RJ, Hoffman JR (2001). "Principles of appropriate antibiotic use for acute pharyngitis in adults" (PDF). Ann Intern Med. 134 (6): 506–8. PMID 11255529. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)