ଶକ୍ (ରକ୍ତ ସଞ୍ଚାଳନ)

(Shock (circulatory)ରୁ ଲେଉଟି ଆସିଛି)


ଶକ୍ କ‌ହିଲେ ଶରୀରର ତନ୍ତୁମାନଙ୍କୁ ସ୍ୱଳ୍ପ ପରିମାଣର ରକ୍ତ ସଞ୍ଚାଳନ ଅବସ୍ଥାକୁ ବୁଝାଏ ଯାହା କେତେକ ସଞ୍ଚାଳନ (circulatory system) ସମସ୍ୟା ଯୋଗୁ ଉପୁଜିଥାଏ ।[୧][୨] ପ୍ରଥମ ଅବସ୍ଥାରେ ଦୁର୍ବଳତା, ଦୃତ ହୃତ୍‌ପିଣ୍ଡ ଗତି ହାର (fast heart rate), ଦୃତ ଶ୍ୱାସକ୍ରିୟା (fast breathing), ଅଧିକ ଝାଳ ବୋହିବା, ଉତ୍କଣ୍ଠା, ଉତ୍କଣ୍ଠା ଓ ଅଧିକ ଶୋଷ ହୁଏ ।[୧] ଏହା ପରେ ଦ୍ୱନ୍ଦ୍ୱ, ଚେତାଶୁନ୍ୟ (unconsciousness), ହୃଦ୍‌ପାତ ହୋଇପାରେ । [୧]

ଶକ୍ (Shock)
ଶକ୍ ରକ୍ତ ସଞ୍ଚାଳନ (Circulatory shock)
ବିଭାଗCritical care medicine
ଲକ୍ଷଣପ୍ରାରମ୍ଭ: ଦୁର୍ବଳତା, ଦୃତ ହୃତ୍‌ପିଣ୍ଡ ଗତି ହାର, ଦୃତ ଶ୍ୱାସକ୍ରିୟା, ସ୍ୱେଦ, ଉତ୍କଣ୍ଠା, ଅଧିକ ଶୋଷ [୧]
ପରେ: ଦ୍ୱନ୍ଦ୍ୱ,ଚେତାଶୁନ୍ୟ (unconsciousness), ହୃଦ୍‌ପାତ [୧]
କାରଣଅଳ୍ପ ଆୟତନ: ରକ୍ତସ୍ରାବ, ବାନ୍ତି, ଅଗ୍ନାଶୟ ପ୍ରଦାହ[୧]
କାର୍ଡ଼ିଓଜେନିକ: ହୃଦ୍‌ଘାତ (heart attack), କାର୍ଡ଼ିଆକ କଣ୍ଟ୍ୟୁଜନ (cardiac contusion)[୧]
ଅବସ୍ଟ୍ରକ୍ଟିଭ: କାର୍ଡ଼ିଆକ ଟାମ୍ପୋନେଡ (Cardiac tamponade), ଟେନସନ ନିମୋଥୋରାକ୍ସ (tension pneumothorax)[୧]
Distributed: ସେପ୍ସିସ, ମେରୁଦଣ୍ଡ ଆଘାତ (spinal cord injury), ମାତ୍ରାଧିକ ଔଷଧ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ, ଶାରୀରିକ ପରୀକ୍ଷା (physical exam) ଓ ଲାବୋରେଟରୀ ପରୀକ୍ଷା [୨]
ଔଷଧଶିରାଭ୍ୟନ୍ତର ତରଲ ପଦାର୍ଥ (Intravenous fluid), ଭାସୋପ୍ରେସର (vasopressors)[୨]
ଚିକିତ୍ସାକାରଣ ଅନୁସାରେ [୨]
Prognosisମୃତ୍ୟୁ ସଙ୍କଟ ୨୦ରୁ ୫୦%[୩]
ପୁନଃପୌନିକବାର୍ଷିକ ୧.୨ ନିୟୁତ (USA)[୩]

ଚାରି ପ୍ରକାର ଶକ୍ ଦେଖାଯାଏ ଯଥା:- ହାଇପୋଭୋଲେମିଆ (Low volume), କାର୍ଡ଼ିଓଜେନିକ ଶକ୍ (cardiogenic), ଅବସ୍ଟ୍ରକ୍ଟିଭ ଶକ୍ (obstructive), ଡିସ୍ଟ୍ରିବ୍ୟୁଟିଭ ଶକ୍ (distributive) ।[୨] ରକ୍ତସ୍ରାବ, ବାନ୍ତି, ଅଗ୍ନାଶୟ ପ୍ରଦାହ ଥିଲେ ସ୍ୱଳ୍ପ ଆୟତନ ଶକ୍ ହୁଏ ।[୧] ହୃଦ୍‌ଘାତ (heart attack), କାର୍ଡ଼ିଆକ କଣ୍ଟ୍ୟୁଜନ (cardiac contusion) ଥିଲେ କାର୍ଡ଼ିଓଜେନିକ ଶକ୍ ହୁଏ । [୧] କାର୍ଡ଼ିଆକ ଟାମ୍ପୋନେଡ (Cardiac tamponade) ବା ଟେନସନ ନିମୋଥୋରାକ୍ସ (tension pneumothorax) ଥିଲେ ଅବସ୍ଟ୍ରକ୍ଟିଭ ଶକ୍ ହୁଏ । [୧] ସେପ୍ସିସ, ମେରୁଦଣ୍ଡ ଆଘାତ (spinal cord injury), ମାତ୍ରାଧିକ ଔଷଧ ଯୋଗୁ ଡିସ୍ଟ୍ରିବ୍ୟୁଟେଡ ଶକ୍ ହୁଏ । [୧]

ଲକ୍ଷଣ, ଶାରୀରିକ ପରୀକ୍ଷା (physical exam) ଓ ଲାବୋରେଟରୀ ପରୀକ୍ଷା ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୨] ପଲ୍ସ ପ୍ରେସର (pulse pressure) (ସିସ୍ଟଲିକ ଚାପ pulse pressure ବିଯୁକ୍ତ ଡାଏସ୍ଟୋଲିକ ଚାପ systolic blood pressure) କମିଗଲେ ବା ହୃଦ୍ ଗତି ହାର ଅଧିକ ହୋଇଗଲେ ଚିନ୍ତାଜନ‌କ ହୋଇଯାଏ ।[୧] ଶକ୍ ଇଣ୍ଡେକ୍ସ (ହୃଦ୍‌ଗତି ହାର/ ସିସ୍ଟୋଲିକ ରକ୍ତଚାପ) ୦.୮ରୁ ଅଧିକ ହେଲେ ଏହି ରୋଗ ନିର୍ଣ୍ଣୟ ଅଧିକ ଶକ୍ତ ହୋଇଯାଏ ଯାହା ସ୍ୱଳ୍ପ ରକ୍ତଚାପ ଓ ଦୃତ ହୃଦ୍‌ଗତିଠାରୁ ଅଧିକ ନିର୍ଣ୍ଣୟାତ୍ମକ ।[୪][୫]

ଏହି ରୋଗର ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ।[୨] ଖୋଲା ଶ୍ୱାସପଥ ଓ ଯଥେଷ୍ଟ ଶ୍ୱାସକ୍ରିୟା ନିମନ୍ତେ ଚେଷ୍ଟିତ ହେବା ଆବଶ୍ୟକ ।[୨] ରକ୍ତସ୍ରାବ ହେଉଥିଲେ ଅପରେଶନ ବା ଇମ୍ବୋଲାଇଜେସନ (embolization) କରି ବନ୍ଦ କରାଯାଏ ।[୨] ଅଧିକାଂଶ ସମୟରେ ରିଙ୍ଗର ଲାକ୍ଟେଟ (Ringer's lactate) ବା ପ୍ୟାକ୍‌ଡ ଲୌହିତ ରକ୍ତ କଣିକା ଶିରାଭ୍ୟନ୍ତରରେ (Intravenous fluid) ଦିଆଯାଏ ।[୨] ସାଧାରଣ ଦେହ ଉତ୍ତାପ (body temperature) ରଖିବାକୁ ଚେଷ୍ଟା କରାଯାଏ ।[୨] କେତେକ କେଶ୍‌ରେ ଭାସୋପ୍ରେସର (Vasopressors) ଦେଲେ ଉପକାର ହୁଏ । [୨] ଶକ୍ ଏକ ସାଧାରଣ ଅବସ୍ଥା ଓ ଏହାର ମୃତ୍ୟୁ ସଙ୍କଟ ବ‌ହୁତ ଅଧିକ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୨ ନିୟୁତ ଲୋକ ଆଶୁ ଚିକିତ୍ସା ନିମନ୍ତେ ଆସନ୍ତି ଓ ୨୦ରୁ ୫୦% ମୃତ୍ୟୁ ବରଣ କରନ୍ତି । [୩]

ଇତିହାସ ସମ୍ପାଦନା

ସନ ୧୯୭୨ରେ ହିନସ ଓ କ‌କ୍ସ ଦୁହେଁ ଏହି ରୋଗର ବର୍ଗୀକରଣ ବା କ୍ଲାସିଫେକେସନ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ଚାଲୁରହିଛି ।[୬]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ International Trauma Life Support for Emergency Care Providers (8 ed.). Pearson Education Limited. 2018. pp. 172–173. ISBN 978-1292-17084-8.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ଆଧାର ଭୁଲ: ଅଚଳ <ref> ଚିହ୍ନ; ATLS2018 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ୩.୦ ୩.୧ ୩.୨ ୩.୩ Tabas, Jeffrey; Reynolds, Teri (2010). High Risk Emergencies, An Issue of Emergency Medicine Clinics - E-Book (in ଇଂରାଜୀ). Elsevier Health Sciences. p. 58. ISBN 978-1455700257.
  4. Olaussen A, Blackburn T, Mitra B, Fitzgerald M (2014). "Review article: shock index for prediction of critical bleeding post-trauma: a systematic review". Emergency Medicine Australasia. 26 (3): 223–8. doi:10.1111/1742-6723.12232. PMID 24712642.
  5. Guyton, Arthur; Hall, John (2006). "Chapter 24: Circulatory Shock and Physiology of Its Treatment". In Gruliow, Rebecca (ed.). Textbook of Medical Physiology (11th ed.). Philadelphia, Pennsylvania: Elsevier Inc. pp. 278–288. ISBN 978-0-7216-0240-0.
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; IrwinRippe ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ