ସିହାନଙ୍କ ସିଣ୍ଡ୍ରୋମ
ସିହାନଙ୍କ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Sheehan's syndrome, ଅନ୍ୟ ନାମ ପୋଷ୍ଟପାର୍ଟମ ପିଟୁଇଟାରି ନେକ୍ରୋସିସ) ସୃଷ୍ଟି ହୁଏ ଯେତେବେଳେ ପ୍ରସବ ସମୟରେ ପ୍ରବଳ ରକ୍ତସ୍ରାବ ହୋଇ ନିମ୍ନ ରକ୍ତଚାପ ହୁଏ ଓ ତାହା ଫଳରେ ପିଟୁଇଟାରି ଗ୍ରନ୍ଥିର ନେକ୍ରୋସିସ ବା ନଷ୍ଟ ହୋଇଯାଏ | [୧] ପ୍ରାରମ୍ଭିକ ଲକ୍ଷଣରେ ସ୍ତନରୁ କ୍ଷୀର ବାହାରେନି । [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଯୌନ କ୍ରିୟା ଅସୁବିଧା, ଋତୁସ୍ରାବ ଅସ୍ୱାଭାବିକତା, ଥାଇରଏଡ ଗ୍ରନ୍ଥିର କାମ କମ ହେବା ଫଳରେ ଥକ୍କାପଣ, କୋଷ୍ଠକାଠିନ୍ୟ, ଏବଂ ଯୌନାଙ୍ଗରୁ କେଶ କ୍ଷୟ ହୁଏ ଏବଂ ଆଡ୍ରେନାଲ୍ ଅଭାବ ଫଳରେ ଓଜନ ହ୍ରାସ, ନିମ୍ନ ରକ୍ତ ଶର୍କରା ଏବଂ ଅଳ୍ପ ରକ୍ତ ସୋଡିୟମ୍ ରକ୍ତତା ଇତ୍ୟାଦି ଦେଖାଯାଇପାରେ | [୧] କ୍ୱଚିତ୍ ମଧୁମେହ ଇନସିପିଡସ୍ ହୋଇପାରେ | [୨] ଲକ୍ଷଣ ସ୍ପଷ୍ଟ ହେବାକୁ ମାସ କିମ୍ବା ବର୍ଷ ପର୍ଯ୍ୟନ୍ତ ଲାଗିପାରେ | [୨] [୧]
Sheehan's disease | |
---|---|
Simmond's syndrome, postpartum hypopituitarism, postpartum pituitary gland necrosis | |
ଲକ୍ଷଣ | Lack of breast milk, sexual dysfunction, menstrual abnormalities, hypothyroidism, adrenal insufficiency[୧] |
ଆକ୍ରାନ୍ତ ସମୟ | Often over years[୨] |
କାରଣ | Bleeding after childbirth[୨][୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and history, confirmed by blood tests[୨] |
ସଠିକ ରୋଗ ନିର୍ଣ୍ଣୟ | Pituitary apoplexy, Addison syndrome, lymphocytic hypophysitis[୧] |
ଚିକିତ୍ସା | Hormone replacement therapy[୨] |
ପୁନଃପୌନିକ | Rare (developed world), relatively common (developing world)[୨] |
ଏହି ଶବ୍ଦଟି କେବଳ ପ୍ରସବ ପର ରକ୍ତସ୍ରାବ ନିମନ୍ତେ ବ୍ୟବହୃତ ହୁଏ, ଯଦିଓ ସାଧାରଣ ଆଘାତ ଜନିତ ରକ୍ତସ୍ରାବ ଯୋଗୁ କମ୍ ବ୍ୟବହୃତ ହୁଏ । [୨] [୧] ଗର୍ଭଧାରଣ ଯୋଗୁ ପିଟୁଇଟାରି ବୃଦ୍ଧିପ୍ରାପ୍ତ ହେଲେ ପିଟୁଇଟାରି ବିଶେଷ ସଙ୍କଟରେ ଥାଏ | [୨] ଅନ୍ୟାନ୍ୟ କାରଣ ଯାହା ଏକ ଭୂମିକା ଗ୍ରହଣ କରିପାରନ୍ତି ଭାସୋସ୍ପାଜ୍ମ ଓ ରକ୍ତ ଜମାଟ ବାନ୍ଧିବା ଯୋଗୁ ସଙ୍କଟ ଆସିପାରେ । [୨] ଲକ୍ଷଣ ଏବଂ ଇତିହାସ ଉପରେ ରୋଗ ସାଧାରଣତଃ ସନ୍ଦେହ କରାଯାଏ ଏବଂ ରକ୍ତ ପରୀକ୍ଷା କିମ୍ବା ଏମଆରଆଇ କରି ନିଶ୍ଚିତ କରାଯାଏ । [୨] [୧]
ଉତ୍ତମ ପ୍ରସୂତି ଚିକିତ୍ସା କଲେ ଏହାର ପ୍ରତିରୋଧ ସମ୍ଭବ ହୁଏ | [୨] ହରମୋନ ପ୍ରତିସ୍ଥାପନ ଚିକିତ୍ସା କରାଯାଉଛି । [୨] ଥାଇରଏଡ ସ୍ତର କମ୍ ଥିଲେଲିଭୋଥାଇରକ୍ସିନ ଦିଆଯାଇପାରେ । [୧] ଆଡ୍ରେନାଲ ଅଭାବ ଥିଲେ ପ୍ରେଡନିସୋନ ବା ହାଇଡ୍ରୋକର୍ଟିଜୋନ ଦେଇ ଚିକିତ୍ସା କରାଯାଇପାରେ | [୧] ଗୋନାଡୋଟ୍ରୋଫିନ ଅଭାବ ଥିଲେ ପ୍ରୋଜେଷ୍ଟେରନ ସହିତ ଚିକିତ୍ସା କରାଯାଇପାରେ | [୧]
ବିକଶିତ ଦେଶମାନଙ୍କରେ ଏହା ବିରଳ କିନ୍ତୁ ବିକାଶଶୀଳ ଦେଶମାନଙ୍କରେ ଅପେକ୍ଷାକୃତ ସାଧାରଣ ଥାଏ । [୧] ଭାରତର କାଶ୍ମିରରେ ପ୍ରାୟ ୨୦%ରୁ ଅଧିକ ମହିଳା ପ୍ରଭାବିତ ହୋଇଛନ୍ତି। [୨] ଯଦି ରୋଗ ନିର୍ଣ୍ଣୟ ଠିକ୍ ସମୟରେ କରା ନ ଯାଏ ତେବେ ଫଳାଫଳ ଖରାପ ହୋଇପାରେ। [୧] ଏହାକୁ ପ୍ରଥମେ ହାରୋଲ୍ଡ ଶେହାନ ୧୯୭୩ ମସିହାରେ ବର୍ଣ୍ଣନା କରିଥିଲେ। [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Schury, MP; Adigun, R (January 2020). "Sheehan Syndrome". PMID 29083621.
{{cite journal}}
: Cite journal requires|journal=
(help) - ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Karaca, Z; Laway, BA; Dokmetas, HS; Atmaca, H; Kelestimur, F (22 December 2016). "Sheehan syndrome". Nature reviews. Disease primers. 2: 16092. doi:10.1038/nrdp.2016.92. PMID 28004764.