ଆଡିସନ୍ ରୋଗ

(Addison's diseaseରୁ ଲେଉଟି ଆସିଛି)

ଆଡିସନ୍ ରୋଗ, ଅନ୍ୟ ନାମ ପ୍ରାଇମେରୀ ଆଡ୍ରେନାଲ ଇନ୍‌ସଫିସିଏନ୍‌ସି (ଇଂରାଜୀ ଭାଷାରେ primary adrenal insufficiency, ଏକ ଦୀର୍ଘକାଳୀନ ଅନ୍ତସ୍ରାବୀ ବେମାରୀ ଯେଉଁଥିରେ ଆଡ୍ରେନାଲ ଗ୍ରନ୍ଥି ଯଥେଷ୍ଟ ସ୍ଟିରଏଡ ହରମୋନ ପ୍ରସ୍ତୁତ କରିପାରେ ନାହିଁ ।[] ଏଥିରେ ଲକ୍ଷଣ ଧୀରେ ଧୀରେ ପ୍ରକାଶ ପାଏ ଯେଉଁଥିରେ ଦୁର୍ବଳ ଲାଗେ, ଉଦର ଯନ୍ତ୍ରଣା ଓ ଓଜନ ହ୍ରାସ ହୁଏ । କେତେକ ସ୍ଥାନରେ ଚର୍ମ କଳା ହୋଇଯାଏ । କେତେକ ଅବସ୍ଥାରେ ଆଡ୍ରେନାଲ କ୍ରାଇସିସ୍ ହୁଏ ଯେଉଁଥିରେ ନିମ୍ନ ରକ୍ତଚାପ, ବାନ୍ତି, କଟି ଯନ୍ତ୍ରଣାଚେତନା ଶୂନ୍ୟ ଅବସ୍ଥା ହୁଏ । ଆଘାତ, ଅପରେଶନ ବା ସଂକ୍ରମଣ ଯୋଗୁ ଆଡ୍ରେନାଲ୍ କ୍ରାଇସିସ୍ ସକ୍ରିୟ ହୁଏ ।[]

ଆଡିସନ୍'s ରୋଗ
Addison disease, chronic adrenal insufficiency, hypocortisolism, hypoadrenalism, primary adrenal insufficiency[]
ଫାଇଲ:Addisons hyperpigmentation.jpg
Classic darkening of the skin due to increased pigment as seen in Addison's disease
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E27.1-E27.2
ଆଇସିଡ଼ି-୯-ସିଏମ୍255.4
ରୋଗ ଡାଟାବେସ222
ମେଡ଼ିସିନ-ପ୍ଲସ000378
ଇ-ମେଡ଼ିସିନmed/42
Patient UKଆଡିସନ୍'s ରୋଗ
MeSHD000224

ଆଡ୍ରେନାଲ ଅନ୍ତସ୍ରାବୀ ଗ୍ରନ୍ଥିରୁ ଯଥେଷ୍ଟ ସ୍ଟିରଏଡ ହରମୋନ କର୍ଟଜୋଲ ଓ ସମ୍ଭବତଃ ଆଲ୍‌ଡୋସ୍ଟିରନ୍ ପ୍ରସ୍ତୁତ ନ ହେଲେ ଆଡିସନ୍ ରୋଗ ସୃଷ୍ଟି ହୁଏ ।[] ବିକଶିତ ଦେଶମାନଙ୍କରେ ଆଡ୍ରେନାଲ ଗ୍ରନ୍ଥି ନିଜ ଇମ୍ମ୍ୟୁନିଟ ସିସ୍ଟମଦ୍ୱାରା ନଷ୍ଟ ହେଲେ ଓ ବିକାଶଶୀଳ ଦେଶମାନଙ୍କରେ ଯକ୍ଷ୍ମା ରୋଗଦ୍ୱାରା କ୍ଷ‌ୟ ହେଲେ ଏହି ଆଡିସନ୍ ରୋଗ ହେବା ସମ୍ଭାବନା ରହେ ।[] ଅନ୍ୟାନ୍ୟ କାରଣ ମଧ୍ୟରେ କେତେକ ଔଷଧ, ପୂତି (sepsis), ଓ ଆଡ୍ରେନାଲ ଗ୍ରନ୍ଥି ଭିତରେ ରକ୍ତସ୍ରାବ ଯୋଗୁ ଏହି ରୋଗ ହୁଏ ।[][] ପିଟୁଇଟାରି ଗ୍ରନ୍ଥିରୁ ଏସିଟିଏଚହାଇପୋଥାଲାମସ୍ରୁ କର୍ଟିକୋଟ୍ରପିନ ରିଲିଜିଙ୍ଗ ହରମୋନ୍ ସ୍ରାବ ଯଥେଷ୍ଟ ନ ହେଲେ ଗୌଣ (secondary) ଆଡ୍ରେନାଲ ଅଭାବ ସୃଷ୍ଟି ହୁଏ । ଏହି ପାର୍ଥକ୍ୟ ସତ୍ତ୍ୱେ ଯେ କୌଣସି ପ୍ରକାର ଆଡ୍ରେନାଲ ଅଭାବ ହେଲେ ଆଡ୍ରେନାଲ କ୍ରାଇସିସ୍ ହୁଏ । ରକ୍ତ ଓ ପରିସ୍ରା ପରୀକ୍ଷା ତ‌ଥା ମେଡିକାଲ ଇମେଜିଙ୍ଗଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ।[]

ଅଭାବ ଥିବା ହରମୋନ ଭରଣା କରିବା ହିଁ ଏହାର ଚିକିତ୍ସା ।[] ଏହି ରୋଗୀଙ୍କୁ ହାଇଡ୍ରୋକର୍ଟିଜୋନଫ୍ଲଡ୍ରୋକର୍ଟିଜୋନ ଭଳି କର୍ଟିକୋସ୍ଟିରଏଡ ଦିଆଯାଏ ।[][] ଏହି ଔଷଧ ପାଟିରେ ଦିଆଯାଏ ।[] ଏହି ରୋଗ ସକାଶେ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ଆଜୀବନ ନିୟମିତ ଅନୁସରଣ ଓ ନିୟନ୍ତ୍ରଣ ଚିକିତ୍ସା ଆବଶ୍ୟକ ହୁଏ । [] କେତେକ ଲୋକଙ୍କର ଅଧିକ ଲବଣ‌ଯୁକ୍ତ ଖାଦ୍ୟ ଆବଶ୍ୟକ ହୁଏ । ଲକ୍ଷଣ ଖରାପ ଦିଗକୁ ଗତି କଲେ କର୍ଟିକୋସ୍ଟିରଏଡ ଇଞ୍ଜେକସନ ଦିଆଯାଏ ଓ ଏହି ଇଞ୍ଜେକସନରୁ ଗୋଟିଏ ସର୍ବଦା ପାଖରେ ରଖିବା ଆବଶ୍ୟକ ହୁଏ । ବେଳେ ବେଳେ ବ‌ହୁତ ପରିମାଣର ଡେକ୍ସଟ୍ରୋଜ ସ‌ହିତ ଶିରାଭ୍ୟନ୍ତର ତରଳ ପଦାର୍ଥ ଆବଶ୍ୟକ ହୁଏ । ଚିକିତ୍ସା ନ କଲେ ଆଡ୍ରେନାଲ କ୍ରାଇସିସ୍ ହୋଇ ମୃତ୍ୟୁ ହୁଏ ।[]

ବିକଶିତ ଦେଶମାନଙ୍କରେ ଆଡିସନ୍ ରୋଗ ପ୍ରାୟ ୧୦,୦୦୦ ଲୋକରେ ୦.୯ରୁ ୧.୪ ଜଣକୁ ଆକ୍ରମଣ କରେ ।[][] ମଧ୍ୟ ବୟସ୍କ ମହିଳାମାନଙ୍କୁ ଏହା ଅଧିକ ଆକ୍ରମଣ କରେ ।[] ଗୌଣ ଆଡ୍ରେନାଲ ଅଭାବ ଅଧିକ ସାଧାରଣ ରୋଗ ।[] ଦୀର୍ଘକାଳୀନ ଚିକିତ୍ସା ଫଳ ଭଲ ହୁଏ ।[] ସନ ୧୮୫୫ରେ ଥୋମାସ ଆଡିସନ ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।[] ଆଡିସୋନିଆନ ଶବ୍ଦ ଏହି ରୋଗର ଲକ୍ଷଣକୁ ଦେଖାଇବାକୁ ବା ଏହି ରୋଗୀଙ୍କୁ ଦର୍ଶାଇବାକୁ ବ୍ୟବ‌ହାର କରାଯାଏ । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Adrenal Insufficiency and Addison's Disease". NIDDK. May 2014. Retrieved 13 March 2016.
  2. ୨.୦ ୨.୧ Adam, Andy (2014). Grainger & Allison's Diagnostic Radiology (6 ed.). Elsevier Health Sciences. p. 1031. ISBN 9780702061288.
  3. Napier, C; Pearce, SH (June 2014). "Current and emerging therapies for Addison's disease". Current opinion in endocrinology, diabetes, and obesity. 21 (3): 147–53. PMID 24755997.
  4. Napier, C; Pearce, SH (December 2012). "Autoimmune Addison's disease". Presse medicale (Paris, France : 1983). 41 (12 P 2): e626-35. PMID 23177474.
  5. ୫.୦ ୫.୧ Brandão Neto, RA; de Carvalho, JF (2014). "Diagnosis and classification of Addison's disease (autoimmune adrenalitis)". Autoimmunity reviews. 13 (4–5): 408–11. PMID 24424183.
  6. Rajagopalan, Murray Longmore, Ian B. Wilkinson, Supraj R. (2006). Mini Oxford handbook of clinical medicine (6 ed.). Oxford: Oxford University Press. p. 312. ISBN 9780198570714.{{cite book}}: CS1 maint: multiple names: authors list (link)
  7. Rose, Noel R.; Mackay, Ian R. (2014). The autoimmune diseases (5 ed.). San Diego, CA: Elsevier Science. p. 605. ISBN 9780123849304.
  8. Ten S, New M, Maclaren N (2001). "Clinical review 130: Addison's disease 2001". The Journal of Clinical Endocrinology and Metabolism. 86 (7): 2909–2922. doi:10.1210/jc.86.7.2909. PMID 11443143.{{cite journal}}: CS1 maint: multiple names: authors list (link)