ସୈଫ ଅଲ୍ଲୀ ଖାନ
ସୈଫ ଅଲ୍ଲୀ ଖାନ (ଜନ୍ମ: ୧୬ ଅଗଷ୍ଟ ୧୯୭୦), ଜଣେ ଭାରତୀୟ କଥାଚିତ୍ର ଅଭିନେତା । ସେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶର୍ମିଳା ଟାଗୋର ଏବଂ ପୂର୍ବତନ କ୍ରିକେଟିୟର ମନସୁର ଅଲୀ ଖାନ ପଟୌଡ଼ି ଙ୍କର ପୁଅ । ସୈଫ ତାଙ୍କର ପ୍ରଥମ ହିନ୍ଦୀ କଥାଚିତ୍ର ପରମ୍ପରା(୧୯୯୩) ମାଧ୍ୟମରେ ଅଭିନୟ ଦୁନିଆଁରେ ପାଦ ଦେଇଥିଲେ । ତାଙ୍କର ଏହି ପ୍ରଥମ କଥାଚିତ୍ର ସଫଳ ନ ଥିଲେ ବି ୟେ ଦିଲ୍ ଲଗୀ ଏବଂ ମେଁ ଖିଲାଡି ତୁ ଅନାଡି (୧୯୯୪) ଚଳଚ୍ଚିତ୍ରରେ ଅଭିନେତା ଭାବେ ସଫଳତା ଲାଭ କରିଥିଲେ । ସେ ଅଭିନେତ୍ରୀ କରୀନା କପୁରଙ୍କୁ ୨୦୧୨ରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି ।
ସୈଫ ଅଲ୍ଲୀ ଖାନ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୨- ଏବେଯାଏଁ |
ବୈବାହିକ-ସାଥୀ | |
ସନ୍ତାନ | ୧ |
ପିତାମାତା | |
ସମ୍ପର୍କୀୟ | ସୋହା ଅଲ୍ଲୀ ଖାନ (ଭଉଣୀ) |
ପ୍ରାରମ୍ଭିକ ଜୀବନ
ସମ୍ପାଦନା୧୬ ଅଗଷ୍ଟ ୧୯୭୦ରେ ସୈଫଙ୍କର ଜନ୍ମ ନୂଆ ଦିଲ୍ଲୀରେ । ମାଆ ଶର୍ମିଳା ଟାଗୋର ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଏବଂ ବାପା ମନସୁର ଅଲୀ ଖାନ ପଟୌଡ଼ି ହେଉଛନ୍ତି ଭାରତୀୟ ଜାତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଅଧିନାୟକ ।[୧] ୧୯୫୨ରୁ ୧୯୭୧ ଯାଏଁ ବାପା ପଟୌଦିର ନବାବ ପଦ ଅଂଳଂକୃତ କରିଥିଲେ । କିନ୍ତୁ ତାଙ୍କ ଅନ୍ତେ ସୈଫ ନବାବ ପଦରେ ଅଭିଷିକ୍ତ ହେବାପାଇଁ ଅନିଚ୍ଛା ପ୍ରକାଶ କଲେ । ତେବେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ସେ କେବଳ ଉକ୍ତ ଅଭିଷେକ ଉତ୍ସବରେ ଔପଚାରିକ ଭାବେ ଯୋଗଦାନ କରିଥିଲେ ।[୨] ସୈଫଙ୍କ ଦୁଇ ଛୋଟ ଭଉଣୀ ହେଉଛନ୍ତି ସବା ଏବଂ ସୋହା ।
ମାଆ ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ହେଲେ ହେଁ ପିଲାଟି ଦିନରୁ ସୈଫଙ୍କୁ ଅଭିନୟ ଜଗତରୁ ଦୂରେଇ ରଖାଯାଇଥିଲା ।[୩] ପିତାଙ୍କ ପରି ସେ କ୍ରିକେଟ ପ୍ରତି ମଧ୍ୟ ଆଗ୍ରହୀ ନ ଥିଲେ । ତେବେ ପିଲା ବେଳେ ଘର ବଗିଚାରେ ବାପାଙ୍କ କ୍ରିକେଟ ଖେଳ ସେ ଭାରି ଆଗ୍ରହର ସହ ହେଖୁଥିଲେ ।[୪] ହିମାଚଳ ପ୍ରଦେଶର ଲରେନ୍ସ୍ ସ୍କୁଲରେ (ସାନୱାର)ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିବା ପରେ ମାତ୍ର ନଅ ବର୍ଷ ବୟସରେ ହେର୍ଥଫୋର୍ଡଶାୟରସ୍ଥ ଲକେର୍ସ୍ ପାର୍କ ସ୍କୁଲକୁ ତାଙ୍କୁ ପଠାଇ ଦିଆଗଲା ।[୧] ଏହାପରେ ସେ ୱିନଚଷ୍ଟେର କଲେଜରେ ନାମ ଲେଖାଇଲେ ।
ବୋର୍ଡିଙ୍ଗ ସ୍କୁଲରୁ ସ୍ନାତକ ଡିଗ୍ରୀ ହାସଲ କରି ସେ ଭାରତ ଫେରିଲେ । ପରେ ପରେ ସେ ଏକ ବିଜ୍ଞାପନ ଚଳଚ୍ଚିତ୍ରରେ ମାତ୍ର ଦୁଇମାସ କାମ କଲେ ।[୫] ଗ୍ୱାଲିୟର ସୁଟିଂ ଭଳି ଏକ ଟେଲି କମର୍ସିଅଲରେ କାମ କରିବା ପରେ ସେ ଅଭିନୟ ଦୁନିଆରେ ପାଦ ଦେବାପାଇଁ ମୁମ୍ବାଇ ଚାଲିଆସିଲେ ।
ଅଭିନୟ ଜୀବନ
ସମ୍ପାଦନା୧୯୯୧ରେ କାଜଲଙ୍କ ବିପକ୍ଷରେ ବେଖୁଦି(୧୯୯୨) ଚଳଚ୍ଚିତ୍ରରେ ଅଭିନୟ କରିବା ସୁଯୋଗ ଲାଭ କଲେ । କିନ୍ତୁ ସୁଟିଂ ଆରମ୍ଭରୁ ହିଁ ନିର୍ଦ୍ଦେଶକ ତାଙ୍କ ଅଭିନୟରେ ଅସନ୍ତୁଷ୍ଟ ହୋଇ ତାଙ୍କ ବଦଳରେ କମଲ ସଦାନାଙ୍କୁ ନେଇଥିଲେ ।[୬] ବେଖୁଦି ସୁଟିଂ ବେଳେ ଅଭିନେତ୍ରୀ ଅମୃତା ସିଂଙ୍କ ସହ ତାଙ୍କର ଦେଖା ହୁଏ । ୧୯୯୧ରେ ସେ ଅମୃତାଙ୍କୁ ବିବାହ ମଧ୍ୟ କରିଥିଲେ ।[୭] ବିବାହ ପରେ ଝିଅ ସାରା ଏବଂ ପୁଅ ଇବ୍ରାହିମ୍ ଯଥାକ୍ରମେ ୧୯୯୩ ଏବଂ ୨୦୦୧ରେ ଜନ୍ମ ହୁଅନ୍ତି । ତେବେ ୨୦୦୪ରେ ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୁଏ ।[୮] ୧୯୯୩ରେ ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ପରମ୍ପରାରେ ସେ ନବାଗତ ଅଭିନେତା ଭାବେ ଅଭିନୟ କରନ୍ତି । କଥାଚିତ୍ରଟି ବକ୍ସ ଅଫିସରେ ସଫଳତା ପାଇପାରେ ନାହିଁ ।[୯] ପରେ ପରେ ଅନ୍ୟ ଦୁଇ ଚଳଚ୍ଚିତ୍ର ଆଶିକ ଆୱାରା ଏବଂ ପେହେଚାନରେ ଅଭିନୟର ସୁଯୋଗ ପାଆନ୍ତି ସେ ।[୯] ଚଳଚ୍ଚିତ୍ର ଦୁଇଟି ବ୍ୟବସାୟିକ ସଫଳତା ଲାଭ କରି ନ ଥିଲେ ବି ସେ ଆଶିକ ଆୱାରା ଚଲଚିତ୍ରରେ ତାଙ୍କ ଶ୍ରେଷ୍ଠ ଅଭିନୟ ପାଇଁ ଫିଲ୍ମ ଫେୟାର ଆୱାର୍ଡ ଲାଭ କରନ୍ତି ।
୧୯୯୪ରେ ଅଭିନୀତ ଇମ୍ତିହାନ ଚଳଚ୍ଚିତ୍ରରେ ସେ ସଫଳତାର ସ୍ୱାଦ ଚାଖନ୍ତି ।[୧୦] ଏହା ପରେ ପରେ ଦୁଇ ଚଳଚ୍ଚିତ୍ର ୟେ ଦିଲ୍ଲଗି ଏବଂ ମେଁ ଖିଲାଡି ତୁ ଅନାଡି ତାଙ୍କୁ ହିନ୍ଦୀ ଅଭିନୟ ଜଗତରେ ପ୍ରତିଷ୍ଟିତ କରାଏ । ମେଁ ଖିଲାଡି ତୁ ଅନାଡି (ଖିଲାଡି ଫିଲ୍ମ ସିରିଜର ଦ୍ୱିତୀୟ ଚଳଚ୍ଚିତ୍ର )ରେ ସେ ଏକ ଆକାଂକ୍ଷୀ ଅଭିନେତାର ପାତ୍ରରେ ଅଭିନୟ କରି ଶ୍ରେଷ୍ଠ ସହ ଅଭିନେତା ଭାବେ ପିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୁଅନ୍ତି ।[୧୦][୧୧] ଏହା ପରେ ପରେ ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଯଥା ୟାର ଗଦ୍ଦାର, ଆଓ ପ୍ୟାର କରେ ଇତ୍ୟାଦି ଅନେକ ଚଲଚିତ୍ରରେ ଅଭିନୟ କରିବାର ସୂଯୋଗ ପାଇଛନ୍ତି ।
ଅଭିନୀତ କଥାଚିତ୍ର
ସମ୍ପାଦନା- ୧୯୯୩- ପରମ୍ପରା
- ୧୯୯୩- ଆଶିକ ଆୱାରା
- ୧୯୯୩- ପେହେଲା ନଶା
- ୧୯୯୩- ପେହେଚାନ
- ୧୯୯୪- ଇମ୍ତିହାନ
- ୧୯୯୪- ୟେ ଦିଲ ଲଗୀ
- ୧୯୯୪- ମେ ଖିଲାଡି ତୁ ଅନାଡି
- ୧୯୯୪- ୟାର ଗଦ୍ଦାର
- ୧୯୯୪- ଆଓ ପ୍ୟାର କରେ
- ୧୯୯୫- ସୁରକ୍ଷା
- ୧୯୯୬- ଏକ ଥା ରାଜା
- ୧୯୯୬- ବମ୍ବେଇ କା ବାବୁ
- ୧୯୯୬- ତୁ ଚୋର ମେ ସୀପାହି
- ୧୯୯୬- ଦିଲ ତେରା ଦିୱାନା
- ୧୯୯୭- ହମେଶା
- ୧୯୯୭- ଉଡାନ
- ୧୯୯୮- କୀମତ
- ୧୯୯୮- ହମ୍ ସେ ବଢକର କୌନ
- ୧୯୯୯- ୟେ ହେ ମୁମ୍ବାଇ ମେରୀ ଜାନ
- ୧୯୯୯- ଆରଜୁ
- ୧୯୯୯- ବିବି ନଂବର ୱାନ
- ୧୯୯୯- ହମ୍ ସାଥ ସାଥ ହେ
- ୨୦୦୦- କ୍ୟା କେହେନା ......... ଇତ୍ୟାଦି
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ୨୦୦୫---ଜାତୀୟ ଚଳଚ୍ଚିତ୍ର ପୁରସ୍କାର
- ୨୦୦୫---ଫିଲ୍ମଫେୟାର ଶ୍ରେଷ୍ଠ ହାସ୍ୟ କଳାକାର
- ୨୦୦୭---ଫିଲ୍ମଫେୟାର ଶ୍ରେଷ୍ଠ ଖଳନାୟକ
ଆଧାର
ସମ୍ପାଦନା- ↑ ୧.୦ ୧.୧ Bhattacharya, Roshmila (21 ଅପ୍ରେଲ 2013). "'I've inherited his legacy of goodwill, but... he is a difficult role model to follow'". The Telegraph. Archived from the original on 18 ଅଗଷ୍ଟ 2016. Retrieved 28 ଜୁଲାଇ 2016.
- ↑ ref name="nawab">"Saif Ali Khan is now the 10th Nawab of Pataudi". The Times of India. 1 ନଭେମ୍ବର 2011. Archived from the original on 2 ନଭେମ୍ବର 2011. Retrieved 1 ନଭେମ୍ବର 2011.
- ↑ Kandpal, Kathika (13 ଜାନୁଆରୀ 2014). "All men must marry much younger women". Filmfare. Archived from the original on 9 ଅଗଷ୍ଟ 2016. Retrieved 29 ଜୁଲାଇ 2016.
- ↑ Chaturvedi, Anshul (8 ନଭେମ୍ବର 2011). "My father was the last of his kind: Saif Ali Khan". The Times of India. Archived from the original on 19 ଫେବୃଆରୀ 2018. Retrieved 30 ଜୁଲାଇ 2016.
- ↑ Bamzai, Kaveree (7 ଅଗଷ୍ଟ 2006). "Urban chameleon". India Today. Archived from the original on 5 ଅଗଷ୍ଟ 2016. Retrieved 9 ଅଗଷ୍ଟ 2016.
- ↑ Bose, Derek (24 ମଇ 2008). "Playing Saif". The Tribune. Archived from the original on 24 ଅକ୍ଟୋବର 2012. Retrieved 21 ଜୁଲାଇ 2009.
- ↑ "Saif Ali Khan and Amrita Singh's first date". The Times of India. 27 ଅକ୍ଟୋବର 2013. Archived from the original on 23 ଜାନୁଆରୀ 2016. Retrieved 29 ଜୁଲାଇ 2016.
- ↑ Singh, Aparna (19 ମଇ 2016). "Saif Ali Khan's daughter Sara graduates from Columbia University". India Today. Archived from the original on 18 ଅଗଷ୍ଟ 2016. Retrieved 29 ଜୁଲାଇ 2016.
- ↑ ୯.୦ ୯.୧ "Saif Ali Khan filmography". Box Office India. Archived from the original on 5 December 2006. Retrieved 26 January 2007.
- ↑ ୧୦.୦ ୧୦.୧ "Box Office Results 1994". Box Office India. Archived from the original on 6 December 2006. Retrieved 26 January 2007.
- ↑ Tuteja, Joginder (17 ମାର୍ଚ୍ଚ 2012). "Exploring the two decade journey of Saif Ali Khan – Part I". Bollywood Hungama. Archived from the original on 12 ଅଗଷ୍ଟ 2016. Retrieved 22 ଜୁଲାଇ 2016.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୈଫ ଅଲ୍ଲୀ ଖାନ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |