ମନସୁର ଅଲୀ ଖାନ ପଟୌଡ଼ି
ପଟୌଡ଼ିର ଅଷ୍ଟମ ନବାବ ଇଫତିକାର ଅଲୀ ଖାନଙ୍କ ପୁତ୍ର ମନସୁର ଅଲୀ ଖାନ ୫ ଜାନୁଆରୀ ୧୯୪୧ରେ ମଧ୍ୟ ପ୍ରଦେଶର ଭୋପାଳଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିଲେ । ତାଙ୍କର ତିନି ସନ୍ତାନ ସୈଫ ଅଲୀ ଖାନ, ସୋହା ଅଲୀ ଖାନ ଓ ସାବା ଅଲୀ ଖାନଙ୍କ ମଧ୍ୟରୁ କେହିବି କ୍ରିକେଟ ଖେଳିବରେ ରୁଚି ରଖିନାହାଁନ୍ତି । ସୈଫ ଓ ସୋହା ଚଳଚ୍ଚିତ୍ରରେ ଅଭିନୟ କରୁଥିବା ବେଳେ ସାବା ଗହଣା ଡିଜାଇନ କରୁଛନ୍ତି । ଫୁସଫୁସ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ପଟୌଡ଼ି ୨୨ସେପ୍ଟେମ୍ବର ୨୦୧୧ରେ ନୂଆଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ[୧]।
ମନସୁର ଅଲୀ ଖାନ | |
---|---|
ଜନ୍ମ | |
ମୃତ୍ୟୁ | ୨୨ ସେପ୍ଟେମ୍ବର ୨୦୧୧ | (ବୟସ ୭୦)
ବୃତ୍ତି | କ୍ରିକେଟ ଖେଳାଳି |
ବୈବାହିକ-ସାଥୀ | ଶର୍ମିଳା ଟାଗୋର |
ସନ୍ତାନ | ସୈଫ ଅଲୀ ଖାନ, ସୋହା ଅଲୀ ଖାନ, ସାବା ଅଲୀ ଖାନ |
କ୍ରିକେଟ ଜୀବନ
ସମ୍ପାଦନାକ୍ରିକେଟ ପଡ଼ିଆରେ ‘ଟାଇଗର’ ଭାବେ ପରିଚିତ ମନସୁର ଅଲୀ ଖାନ ପଟୌଡ଼ି ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ[୨] ଭାବେ ୧୯୬୧ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ କ୍ୟାରିଅର ଆରମ୍ଭ କରିଥିଲେ । ପଟୌଡ଼ି କ୍ୟାରିଅରରେ ୪୬ଟି ଟେଷ୍ଟ ଖେଳିଥିବା ବେଳେ ୪୦ଟିରେ ଭାରତର ନେତୃତ୍ୱ ନେଇଥିଲେ । ୧୯୬୪ ମସିହାରେ ଭାରତୀୟ କ୍ରିକେଟ ଦଳର ନେତୃତ ନେଇଥିବା ପଟୌଡ଼ିଙ୍କ ନେତୃତରେ ଭାରତୀୟ ଦଳ ୯ଟି ଟେଷ୍ଟରେ ବିଜୟୀ ହୋଇଥିଲେ । ପଟୌଡ଼ି ପାଖାପାଖି ଏକ ଦଶନ୍ଧି ଧରି ଭାରତୀୟ ଦଳର ଅଧିନାୟକ ରହିଥିଲେ । ୧୯୬୭ରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଟେଷ୍ଟ ଶୃଙ୍ଖଳାରେ ଭାରତୀୟ କ୍ରିକେଟ ଦଳ ୩-୧ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ କ୍ରିକେଟ ଇତିହାସରେ ଏହାଥିଲା ବିଦେଶ ମାଟିରେ ସର୍ବପ୍ରଥମ ଟେଷ୍ଟ ଶୃଙ୍ଖଳା ବିଜୟ । ୪୬ଟି ଟେଷ୍ଟରୁ ସେ ୬ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ସହ ୩୪.୯୧ହାରରେ ୨୭୯୩ ରନ ସଙ୍ଗ୍ରହ କରିଥିଲେ । ତାଙ୍କର ସର୍ବାଧିକ ବ୍ୟକ୍ତିଗର ସ୍କୋର ଥିଲା ଅପରାଜିତ ୨୦୩ ରନ ।
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଅର୍ଜୁନ ପୁରସ୍କର (୧୯୬୪)
- ପଦ୍ମଶ୍ରୀ ପୁରସ୍କାର (୧୯୬୭)
ଆଧାର
ସମ୍ପାଦନା- ↑ "Legendary cricketer Mansur Ali Khan Pataudi passes away". The Times of India. 22 September 2011. Retrieved 22 September 2011.
- ↑ Cricinfo – Nawab of Patudi