ରେଖା ରାଜ

ଭାରତୀୟ ଦଳିତ ନାରୀବାଦୀ ଚିନ୍ତକ, ସମାଜସେବୀ ତଥା ଲେଖିକା
(Rekha Rajରୁ ଲେଉଟି ଆସିଛି)

ରେଖା ରାଜ (ମାଲାୟାଲମ୍: രേഖ രാജ്; ଜନ୍ମ 5 ମଇ 1978) ଜଣେ ଦଳିତ ତଥା ନାରୀବାଦୀ ଚିନ୍ତକ, ସମାଜସେବୀ ତଥା ଲେଖିକା। ସେ ଜାତିପ୍ରଥା ଏବଂ ଲିଙ୍ଗ ପ୍ରସଙ୍ଗରେ ଲେଖିଥିବା ପ୍ରାରମ୍ଭିକ ଦଳିତ ନାରୀବାଦୀମାନଙ୍କ ମଧ୍ୟରୁ ଜଣେ | [୧]

ରେଖା ରାଜ
രേഖ രാജ്
ଜନ୍ମ (1978-05-05) ୫ ମଇ ୧୯୭୮ (ବୟସ ୪୫)
ବୃତ୍ତିସମୂହ
ସକ୍ରିୟ ବର୍ଷ୧୯୯୦–ବର୍ତ୍ତମାନ
ବୈବାହିକ-ସାଥୀଏମ. ଆର. ରେଣୁକୁମାର

ପ୍ରାରମ୍ଭିକ ଜୀବନ ସମ୍ପାଦନା

ରେଖା ରାଜଙ୍କ ମାଆଙ୍କ ନାମ କେପି ନଳୀନାକ୍ଷୀ ଏବଂ ବାପାଙ୍କ ନାମ ଏସ ରାଜପ୍ପାନ । ସେ ମଇ ୧୯୭୮ ମସିହା ମଇ ୫ ତାରିଖରେ କେରଳର କୋଟାୟାମରେ ଜନ୍ମଗ୍ରହଣ କରିଥିଲେ। ସେ ମାଲାୟାଲାମ କବି ଏମଆର ରେଣୁକୁମାରଙ୍କୁ ବିବାହ କରିଥିଲେ ଓ ଏହି ଦମ୍ପତ୍ତିଙ୍କ ଜଣେ ପୁଅ ଅଛନ୍ତି ।

ଶିକ୍ଷା ଓ ବୃତ୍ତି ସମ୍ପାଦନା

ସେ ସାମାଜିକ ବିଜ୍ଞାନରେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗରୁ ଡକ୍ଟରେଟରେ ସମ୍ମାନୀତ ହୋଇଥିଲେ । ତାଙ୍କର ଡକ୍ଟରେଟ ନିବନ୍ଧର ଶୀର୍ଷକ ଥିଲା "Politics of Gender and Dalit Identity: Representation of Dalit Women in Contemporary Dalit Discourses in Kerala" (ଅନୁବାଦ: ଲିଙ୍ଗ ଏବଂ ଦଳିତ ପରିଚୟର ରାଜନୀତି: କେରଳରେ ସମସାମୟିକ ଦଳିତ ଆଲୋଚନାରେ ଦଲିତ ମହିଳାଙ୍କ ପ୍ରତିନିଧିତ୍ୱ) । ପରେ ସେ ସେଠାରେ ଗାନ୍ଧୀ ଚିନ୍ତାଧାରା ଏବଂ ବିକାଶ ଅଧ୍ୟୟନରେ ସହକାରୀ ପ୍ରଫେସର ଭାବରେ ନିଯୁକ୍ତ ହୋଇଥିଲେ । ତେବେ ନିଯୁକ୍ତିରେ ଅନିୟମିତତା ଦର୍ଶାଇ କେରଳର ହାଇକୋର୍ଟ ନିଯୁକ୍ତିକୁ ବାତିଲ ଘୋଷଣା କରିଥିଲେ । [୨]

ରଚନା ସମ୍ପାଦନା

ରେଖା ରାଜ ୨୦୧୫ରେ ମାଲାୟାଲାମରେ Dalit Sthree Idapedalukal [୩] ନାମକ ଏକ ପୁସ୍ତକ ରଚନା କରିଥିଲେ । ତାହା ୨୦୧୭ରେ ତାମିଲରେ ଅନୁବାଦ କରାଯାଇଥିଲା । ସେ ୨୦୧୩ରେ ଦଳିତ ମହିଳାଙ୍କ ଉପରେ ସଂଘଠିତ ପତ୍ରିକାର[୪] ଅତିଥି ସମ୍ପାଦକ ଥିଲେ । ସେ ଇକୋନୋମିକ ଓ ପଲିଟିକାଲ ଡେଲି , ମାତୃଭୂମି, ସାମାକାଳିକା ମାଲାୟାଲମ ବାରିକା, ମାଧ୍ୟାମମ୍ ଉଇକ୍ଲି ଏବଂ ଭାରତର ଅନ୍ୟାନ୍ୟ ସାମ୍ପ୍ରତିକ ସାମୟିକ ପତ୍ରିକା ସହିତ ଉଭୟ ଶିକ୍ଷାଭିତ୍ତିକ ଏବଂ ଅନ୍ୟାନ୍ୟ ପତ୍ରିକାରେ ରଚନା କରିଛନ୍ତି ।[ଆଧାର ଲୋଡ଼ା] ତାଙ୍କର ଆଗ୍ରହର କ୍ଷେତ୍ର ଲିଙ୍ଗ, ବିକାଶ, ଜାତି, ସାଂସ୍କୃତିକ, ଦଳିତ ଏବଂ ନିଷ୍ପେଶିତ ଆଦି ଅଧ୍ୟୟନରେ ବିସ୍ତାରିତ |

ପୁରସ୍କାର ଏବଂ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. "HeToo: Poda Vedi: Women give it back | Kochi News - Times of India". The Times of India. 4 August 2018.
  2. "HC annuls appointment of Dalit activist Rekha Raj in MG University". English.Mathrubhumi (in ଇଂରାଜୀ). Retrieved 2022-08-26.
  3. "'Dalit Sthree Idapedalukal' released".[permanent dead link]
  4. "Women's world". Times of India Blog. 12 August 2017.