ମୌଳିକ ସଂଖ୍ୟା

(Prime numberରୁ ଲେଉଟି ଆସିଛି)

ଏକ ପ୍ରାକୃତିକ ସଂଖ୍ୟା ଯାହାର ମାତ୍ର ଦୁଇଟି ଗୁଣାନୀୟକ ଯଥା; ଏବଂ ସେହି ସଂଖ୍ୟା ନିଜେ ଅଛି, ସେହି ସବୁ ସଂଖ୍ୟା ମୌଳିକ ସଂଖ୍ୟା । ।[୧][୨] ପ୍ରାକୃତିକ ସଂଖ୍ୟା ଶ୍ରେଣିରେ ଯୌଗିକ ସଂଖ୍ୟା ସବୁକୁ ( ୧ ବ୍ୟତୀତ ) ବାଦଦେଲେ ଅନ୍ୟସବୁ ହେବ ମୌଳିକ ସଂଖ୍ୟା ।

ଉଦାହରଣ ସ୍ୱରୁପ ୧ଠାରୁ ୫୦ ମଧ୍ୟରେ ଥିବା ମୌଳିକ ସଂଖ୍ୟାଗୁଡ଼ିକ ହେଉଛି

, , , , ୧୧, ୧୩, ୧୭, ୧୯, ୨୩, ୨୯, ୩୧, ୩୭, ୪୧, ୪୩ ଏବଂ ୪୭

ମୌଳିକ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ ସମ୍ପାଦନା

ମୌଳିକ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୩][୪]

  • ଶୁନ (୦ ) ଏବଂ ମୌଳିକ ସଂଖ୍ୟା ନୁହେଁ ।
  • ଏକମାତ୍ର ଯୁଗ୍ମ ମୌଳିକ ସଂଖ୍ୟା ।
  • ୫ରୁ ଅଧିକ ଯେ କୌଣସି ମୌଳିକ ସଂଖ୍ୟାର ଶେଷ ଅଙ୍କ ୫ ନୁହେଁ, ଅର୍ଥାତ ୫ରୁ ବୃହତ୍ତର କୌଣସି ମୌଳିକ ସଂଖ୍ୟା ୫ଦ୍ୱାରା ବିଭାଜ୍ୟ ନୁହେଁ ।
  • ଦୁଇଟି ମୌଳିକ ସଂଖ୍ୟା ମଧ୍ୟରେ ଯଦି ୧ ବ୍ୟତୀତ ଅନ୍ୟ ସାଧାରଣ ଗୁଣନୀୟକ ନଥାନ୍ତି, ତେବେ ସେହି ଦୁଇ ମୌଳିକ ରାଶିକୁ ପରସ୍ପର ମୌଳିକ କହନ୍ତି ।[୫]
  • ଦୁଇଟି ମୌଳିକ ସଂଖ୍ୟା ମଧ୍ୟରେ ଅନ୍ତର ୨ ରହିଲେ ସେହି ଦୁଇଟି ସଂଖ୍ୟାକୁ ଯମଜ ମୌଳିକ କହନ୍ତି ।[୩]

ମୌଳିକ ସଂଖ୍ୟା ନିର୍ଣ୍ଣୟ ପଦ୍ଧତି ସମ୍ପାଦନା

 
ମୌଳିକ ସଂଖ୍ୟା ନିର୍ଣ୍ଣୟ ନିମିତ୍ତ ଏକ ପଦ୍ଧତି- ଏରାଟୋସ୍ଥେନିସଙ୍କ ଚାଲୁଣୀ

ଏରାଟୋସ୍ଥେନିସ ନାମକ ଗ୍ରୀକ ଗଣିତଜ୍ଞ ୧ଠାରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାସୀମା ମଧ୍ୟରେ ଥିବା ମୌଳିକ ସଂଖ୍ୟାଗୁଡ଼ିକ ବାହାର କରିବା ପାଇଁ ଏକ ପ୍ରକ୍ରିୟା ନିର୍ଣ୍ନୟ କରିଯାଇଅଛନ୍ତି । ଏହାକୁ ଏରାଟୋସ୍ଥେନିସଙ୍କ ଚାଲୁଣୀ ମଧ୍ୟ କୁହାଯାଇଥାଏ । ଏହି ପ୍ରକ୍ରିୟାରେ ୧ଠାରୁ ୧୨୦ ମଧ୍ୟରେ ସମସ୍ତ ଗଣନ ସଂଖ୍ୟା ମଧ୍ୟରୁ ମୌଳିକ ସଂଖ୍ୟା ସବୁ ବାହାର କରିବା ପଦ୍ଧତି ଏହିଭଳି:[୩]

  • ଗୋଟିଏ ୧୦ × ୧୨ ଆକାର ବିଶିଷ୍ଟ ଚାଲୁଣୀ ବା ଜ୍ୟାମିତିକ କ୍ଷେତ୍ର କରାଯାଉ, ଯେଉଁଥିରେ ୧ଠାରୁ ୧୨୦ ଯାଏଁ ସମସ୍ତ ଗଣନ ସଂଖ୍ୟା କ୍ରମାନ୍ୱୟରେ ଲେଖାଯିବ ।
  • ବର୍ତ୍ତମାନ ଲିଖିତ ସଂଖ୍ୟାମାନଙ୍କ ମଧ୍ୟରୁ ୨(ପ୍ରଥମ ମୌଳିକ ସଂଖ୍ୟା)ରୁ ବଡ଼ ତଥା ୨ର ସମସ୍ତ ଗୁଣିତକ ମାନକୁ ବାଦ୍‌ ଦିଅ ।
  • ତାପରେ ୩ (ଦ୍ୱିତୀୟ ମୌଳିକ ସଂଖ୍ୟା)ରୁ ବଡ଼ ତଥା ୩ର ସମସ୍ତ ଗୁଣିତକ ମାନକୁ ବାଦ୍‌ ଦିଅ ।
  • ତାପରେ ୫ (ତୃତୀୟ ମୌଳିକ ସଂଖ୍ୟା)ରୁ ବଡ଼ ତଥା ୫ର ସମସ୍ତ ଗୁଣିତକ ମାନକୁ ବାଦ୍‌ ଦିଅ ।
  • ତାପରେ ୭ (ଚତୁର୍ଥ ମୌଳିକ ସଂଖ୍ୟା)ରୁ ବଡ଼ ତଥା ୭ର ସମସ୍ତ ଗୁଣିତକ ମାନକୁ ବାଦ୍‌ ଦିଅ ।
  • ଏହି ପ୍ରକ୍ରିୟା ପରବର୍ତ୍ତୀ ମୌଳିକ ସଂଖ୍ୟାମାନଙ୍କ ପାଇଁ ( ୧୧, ୧୩, ୧୭ ଇତ୍ୟାଦି ) ମଧ୍ୟ ଲାଗୁ କରାଯାଉ ।

ଏହିପରିଭାବେ ସମସ୍ତ ଯୌଗିକ ସଂଖ୍ୟା ବାଦ ହୋଇଯିବାପରେ ପରିଶେଷରେ ୧ ବ୍ୟତୀତ ସମସ୍ତ ଅବଶେଷ ସଂଖ୍ୟା ହେବେ ମୌଳିକ ସଂଖ୍ୟା ।

ଆଧାର ସମ୍ପାଦନା

  1. "Natural Numbers". Retrieved 10 June 2018.
  2. "Prime Number and Composite Number". Retrieved 11 June 2018.
  3. ୩.୦ ୩.୧ ୩.୨ "Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା" (PDF). Retrieved 10 June 2018.
  4. "Number Gossip Properties". Retrieved 11 June 2018.
  5. "What are Relatively Prime Numbers". Archived from the original on 4 June 2018. Retrieved 11 June 2018.

ବାହାର ଲିଙ୍କ ସମ୍ପାଦନା