ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ
ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ (ଇଂରାଜୀ ଭାଷାରେ ପ୍ରିମେନସ୍ଟ୍ରୁଆଲ ସିଣ୍ଡ୍ରୋମ ବା ପିଏମଏସ ଯଥାକ୍ରମେ premenstrual syndrome ବା PMS) ମହିଳାଙ୍କର ମାସିକ ଧର୍ମ ଆରମ୍ଭର ୧ରୁ ୨ ସପ୍ତାହ ପୁର୍ବରୁ ଦେଖାଯାଉଥିବା ଶାରୀରିକ ଓ ମାନସିକ ଲକ୍ଷଣମାନଙ୍କୁ କୁହାଯାଏ । ଏଥିରେ ଭିନ୍ନ ଭିନ୍ନ ଧରଣର ଲକ୍ଷଣ ଦେଖାଯାଏ ଓ ଋତୁସ୍ରାବ ଆରମ୍ଭ ହେବା ବେଳକୁ ଉପଶମ ହୋଇଯାଏ । ବ୍ରଣ, ସ୍ତନ ଦରଜ ଓ ଫୁଲା, ଥକ୍କା ଲାଗିବା, ବିରକ୍ତିଭାବ ଓ ପରିବର୍ତ୍ତିତ ମନୋଦଶା ଇତ୍ୟାଦି ଲକ୍ଷଣମାନ ଏଥିରେ ଦେଖାଯାଏ । ଅଧିକାଂଶ ସମୟରେ ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଏହି ଲକ୍ଷଣ ଲାଗିରହେ । ସମୟକ୍ରମେ ମହିଳାଙ୍କର ଲକ୍ଷଣରେ ପରିବର୍ତ୍ତନ ହୁଏ । [୧] ଗର୍ଭାବସ୍ଥାରେ ଓ ଋତୁବନ୍ଦ ପରେ ଏହି ଲକ୍ଷଣ ପ୍ରକାଶ ପାଏ ନାହିଁ । [୨]
ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ | |
---|---|
ବିଭାଗ | Gynecology |
ଆଇସିଡ଼ି-୧୦ | N94.3{{{2}}}.{{{3}}} |
ଆଇସିଡ଼ି-୯-ସିଏମ୍ | 625.4 |
Patient UK | ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ |
ଡିମ୍ବକ୍ଷରଣ (ovulation) ପୂର୍ବରୁ ସମାନ ଧାରାର ଶାରୀରିକ ଓ ଭାବଗତ ଲକ୍ଷଣମାନ ସାଧାରଣ ଜୀବନ ଯାତ୍ରା ବ୍ୟାହତ କଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । ଭାବଗତ ଲକ୍ଷଣମାନ ଋତୁଚକ୍ର ଆରମ୍ଭ ବେଳକୁ ନ ଥିବା ଆବଶ୍ୟକ । [୩] କିଛି ମାସଧରି ଦୈନନ୍ଦିନ ଲକ୍ଷଣମାନଙ୍କୁ ସୂଚିବଦ୍ଧ କଲେ ରୋଗନିର୍ଣ୍ଣୟରେ ସାହାଯ୍ୟ ହୁଏ । ରୋଗ ନିର୍ଣ୍ଣୟ ପୂର୍ବରୁ ଅନ୍ୟାନ୍ୟ ରୋଗମାନଙ୍କର ଅନୁପସ୍ଥିତି ସିଦ୍ଧ କରିବାକୁ ପଡ଼େ । [୧]
ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜର କାରଣ ଅଦ୍ୟାବଧି ଅଜ୍ଞାତ । ଉଚ୍ଚ ଲୁଣଯୁକ୍ତ ଖାଦ୍ୟ, ଆଲକୋହୋଲ ଓ କେଫିନ ଏହାର ଲକ୍ଷଣଗୁଡ଼ିକୁ ଆହୁରି ଖରାପ କରାଏ । ହରମୋନ ସ୍ତରର ପରିବର୍ତ୍ତନ ଯୋଗୁ ଏହା ହେବା ବିଶ୍ୱାସ କରାଯାଏ । [୨] ସାମାନ୍ୟ ଲକ୍ଷଣ ଥିଲେ ଲୁଣ ଓ କେଫିନ କମ ଖାଇବାକୁ, ମାନସିକ ଚାପ କମେଇବାକୁ ଓ ବ୍ୟାୟାମ କରିବାକୁ ଉପଦେଶ ଦିଆଯାଏ । [୨] କ୍ୟାଲସିୟମ ଓ ଭିଟାମିନ ପୂରକ ଖାଦ୍ୟ ଉପକାରୀ ହୋଇପାରେ । [୧] ଶାରୀରିକ କଷ୍ଟ ହେଉଥିଲେ ଆଣ୍ଟିଇନଫ୍ଲାମେଟରି ଔଷଧ ଯେପରିକି ନାପ୍ରୋକ୍ସେନ ଦେଲେ ଉପକାରି ହୋଇପାରେ । [୨] ଅଧିକ ଲକ୍ଷଣ ଥିଲେ ଜନ୍ମ ନିରୋଧ ବଟିକା, ସ୍ପାରିନୋଲାକ୍ଟିନ ଭଳି ମୂତ୍ରକାରକ ଉପକାରୀ ହୋଇପାରେ । [୨][୧]
ଋତୁସ୍ରାବ ପୂର୍ବରୁ ୮୦ % ମହିଳାଙ୍କର କିଛି ନା କିଛି ଲକ୍ଷଣ ପ୍ରକାଶ ପାଏ । ଏମାନଙ୍କ ମଧ୍ୟରୁ କେବଳ ୨୦ରୁ ୩୦ % ମହିଳାଙ୍କର ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ଥାଏ । [୧] ଏମାନଙ୍କ ମଧ୍ୟରୁ ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡ଼ର (ପିଏମଡିଡି) ଅଧିକ ମାନସିକ ପ୍ରଭାବ ଦେଖାଏ । [୨][୧] ପ୍ରାୟ ୮ % ମହିଳାଙ୍କର ପିଏମଡିଡି ହୁଏ । [୧] ପିଏମଡିଡିରେ ଅନ୍ୟାନ୍ୟ ଔଷଧ ସହିତ ଆଣ୍ଟିଡୋପ୍ରେସାଣ୍ଟ ସିଲେକଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଦେଲେ ଉପକାର ମିଳେ । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Biggs, WS; Demuth, RH (15 October 2011). "Premenstrual syndrome and premenstrual dysphoric disorder". American family physician. 84 (8): 918–24. PMID 22010771.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Premenstrual syndrome (PMS) fact sheet". Office on Women's Health. December 23, 2014. Retrieved 23 June 2015.
- ↑ Dickerson, Lori M.; Mazyck, Pamela J.; Hunter, Melissa H. (2003). "Premenstrual Syndrome". American Family Physician. 67 (8): 1743–52. PMID 12725453. Archived from the original on 2008-05-13. Retrieved 2015-10-03.