ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ
ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ ବା (ପିସିଓଏସ) ବା ହାଇପରଆଣ୍ଡ୍ରୋଜେନିକ ଆନଓଭ୍ୟୁଲେସନ (ଏଚଏ) (ଇଂରାଜୀରେ polycystic ovary syndrome (PCOS), ବା hyperandrogenic anovulation (HA),[୧] ବା ସ୍ଟେଇନ ଲେଭେନଥାଲ ସିଣ୍ଡ୍ରୋମ (Stein–Leventhal syndrome),[୨] ଏକ ଲକ୍ଷଣ ସେଟ ଯାହା ହରମୋନ ଅସମତୁଲତା ଯୋଗୁ ମହିଳାମାନଙ୍କର ହୁଏ । [୩] ଏହାର ଲକ୍ଷଣ ସମୂହ: ଆଦୌ ଋତୁଚକ୍ର ନ ହେବା ବା ଅନିୟମିତ ଋତୁଚକ୍ର ହେବା, ଅତ୍ୟଧିକ ଋତୁସ୍ରାବ, ଦେହରେ ବା ମୁହଁରେ ଅତ୍ୟଧିକ ବାଳ ବଢ଼ିବା, ପେଲଭିସରେ ଯନ୍ତ୍ରଣା, ମୁଖବ୍ରଣ, ଗର୍ଭାଧାନ ଅସୁବିଧା ଓ ଚର୍ମରେ ମୋଟା, କଳା ଭେଲଭେଟ ଭଳି ପ୍ୟାଚ ହୁଏ । [୪] ଏହା ସହ ସଂମ୍ପୃକ୍ତ ରୋଗମାନଙ୍କର ନାମ: ଟାଇପ ୨ ଡାଏବେଟିସ, ମୋଟାପଣ, ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ, ହୃଦରୋଗ, ମିଜାଜ ବିକାର ଓ ଏଣ୍ଡୋମେଟ୍ରିଆଲ କର୍କଟ । [୩]
ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ | |
---|---|
ବିଭାଗ | Gynecology |
ଆଇସିଡ଼ି-୧୦ | E28.2 |
ଆଇସିଡ଼ି-୯-ସିଏମ୍ | 256.4 |
ଓଏମ୍ଆଇଏମ୍ | 184700 |
ମେଡ଼ିସିନ-ପ୍ଲସ | 000369 |
ଇ-ମେଡ଼ିସିନ | med/2173 ped/2155 radio/565 |
Patient UK | ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ |
MeSH | D011085 |
ପିସିଓଏସ ରୋଗ ଉଭୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହୁଏ ।[୫] ସଙ୍କଟଦାୟୀ କାରକଙ୍କ ନାମ: ମୋଟାପଣ, ସ୍ୱଳ୍ପ ବ୍ୟାୟାମ ଓ ପରିବାରରେ କୌଣସି ଜଣକର ଏହି ରୋଗ ଥିବା ଇତିହାସ । [୬] ଡିମ୍ବ କ୍ଷରଣ, ଉଚ୍ଚ ଆଣ୍ଡ୍ରୋଜେନ ସ୍ତର ଓ ଓଭାରିଆନ ସିସ୍ଟ ମଧ୍ୟରୁ ଦୁଇଟି ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୩] ଅଲଟ୍ରାସାଉଣ୍ଡରେ ଏହି ରୋଗ ଚିହ୍ନଟ ହୁଏ । ଏକା ଭଳି ଲକ୍ଷଣ ଦେଖାଯାଉଥିବା ଅନ୍ୟ ରୋଗମାନଙ୍କର ନାମ: ଆଡ୍ରେନାଲ ହାଇପରପ୍ଲାସିଆ, ହାଇପୋଥାଇରଏଡିଜମ, ହାଇପରପ୍ରୋଲାକ୍ଟିନେମିଆ । [୭]
ପିସିଓଏସ ରୋଗ ଆରୋଗ୍ୟ ହୁଏ ନାହିଁ । [୮] ଓଜନ ହ୍ରାସ ଓ ବ୍ୟାୟାମ ଭଳି ଜୀବନ ଧାରା ବଦଳେଇ ଚିକିତ୍ସା କରାଯାଏ । ଜନ୍ମ ନିରୋଧ ବଟିକା ବ୍ୟବସ୍ଥା କଲେ ଋତୁସ୍ରାବରେ ଉନ୍ନତି ହୁଏ, ଅଧିକ ବାଳ କମିଯାଏ ଓ ମୁଖ ବ୍ରଣ କମିଯାଏ । ମେଟଫର୍ମିନ ଓ ଆଣ୍ଡ୍ରୋଜେନ ଦେଲେ ସାହାଯ୍ୟକାରୀ ହୁଏ । ଅନ୍ୟାନ୍ୟ ମୁଖ ବ୍ରଣ ଚିକିତ୍ସା, ବାଳ ଦୂର କରିବା ପଦ୍ଧତି ବ୍ୟବହାର କଲେ ଉପକାର ମିଳେ । [୯] ପ୍ରଜନନ କ୍ଷମତା ବୃଦ୍ଧି ନିମନ୍ତେ ଓଜନ ହ୍ରାସ, କ୍ଲୋମିଫେନ କିମ୍ବା ମେଟଫର୍ମିନ ଦିଆଯାଏ । ଶରୀର ବହିସ୍ଥ ଡିମ୍ବଶୁକ୍ରାଣୁ ନିଷିକ୍ତ କରିବାଦ୍ୱାରା ସନ୍ତାନ ଜନ୍ମ ସମ୍ଭବ ହୋଇପାରେ । [୧୦]
ମହିଳାମାନଙ୍କର ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ପିସିଓଏସ ସର୍ବାଧିକ ଅନ୍ତଃସ୍ରାବୀ ରୋଗ ଭାବରେ ଜଣାଶୁଣା । [୧୧] ଏହି ବୟସ ମଧ୍ୟରେ ୫ %ରୁ ୧୦ % ମହିଳା ଏହାର ଶିକାର ହୁଅନ୍ତି । [୬] ଏହା ପ୍ରଜନନ ଅକ୍ଷମତାର ଏକ ମୂଖ୍ୟ କାରଣ । [୩] ସନ ୧୭୨୧ରେ ଇଟାଲିରେ ଏହି ରୋଗର ସବୁଠାରୁ ପୁରାତନ ବର୍ଣ୍ଣନା ଦେଖିବାକୁ ମିଳେ । [୧୨]
ଆଧାର
ସମ୍ପାଦନା- ↑ "Terms and thresholds for the ultrasound evaluation of the ovaries in women with hyperandrogenic anovulation". Hum. Reprod. Update. 20 (3): 463–4. 2014. doi:10.1093/humupd/dmu005. PMID 24516084.
{{cite journal}}
: Cite uses deprecated parameter|authors=
(help) - ↑ "USMLE-Rx". MedIQ Learning, LLC. 2014.
Stein-Leventhal syndrome, also known as polycystic ovary syndrome (PCOS), is a disorder characterized by hirsutism, obesity, and amenorrhea because of luteinizing hormone-resistant cystic ovaries.
{{cite web}}
: Missing or empty|url=
(help) - ↑ ୩.୦ ୩.୧ ୩.୨ ୩.୩ "Polycystic Ovary Syndrome (PCOS): Condition Information". www.nichd.nih.gov/. 2013-05-23. Retrieved 13 March 2015.
- ↑ "What are the symptoms of PCOS?" (05/23/2013). www.nichd.nih.gov. Retrieved 13 March 2015.
- ↑ "The role of genes and environment in the etiology of PCOS". Endocrine. 30 (1): 19–26. 2006. doi:10.1385/ENDO:30:1:19. PMID 17185788.
{{cite journal}}
: Cite uses deprecated parameter|authors=
(help) - ↑ ୬.୦ ୬.୧ "How many people are affected or at risk for PCOS?". www.nichd.nih.gov. 2013-05-23. Retrieved 13 March 2015.
- ↑ "How do health care providers diagnose PCOS?". www.nichd.nih.gov/. 2013-05-23. Retrieved 13 March 2015.
- ↑ "www.nichd.nih.gov". Is there a cure for PCOS?. 2013-05-23. Retrieved 13 March 2015.
- ↑ "Treatments to Relieve Symptoms of PCOS". www.nichd.nih.gov/. 2014-07-14. Retrieved 13 March 2015.
- ↑ "Treatments for Infertility Resulting from PCOS". www.nichd.nih.gov/. 2014-07-14. Retrieved 13 March 2015.
- ↑ "Polycystic ovary syndrome: a complex condition with psychological, reproductive and metabolic manifestations that impacts on health across the lifespan". BMC Med. 8 (1): 41. 2010. doi:10.1186/1741-7015-8-41. PMC 2909929. PMID 20591140.
{{cite journal}}
: Cite uses deprecated parameter|authors=
(help)CS1 maint: unflagged free DOI (link) - ↑ Kovacs, Gabor T.; Norman, Robert (2007-02-22). Polycystic Ovary Syndrome. Cambridge University Press. p. 4. ISBN 9781139462037. Retrieved 29 March 2013.