ମୁଖବ୍ରଣ (ଇଂରାଜୀରେ Acne vulgaris କିମ୍ବା କେବଳ acne) ଗୋଟିଏ ଦୀର୍ଘସୂତ୍ରୀ ଚର୍ମ ରୋଗ ଯେଉଁଥିରେ ସ୍ଥାନେ ସ୍ଥାନେ ମୁହଁରେ କଳାମୁଣ୍ଡିଆ ବ୍ରଣ, ଧଳାମୁଣ୍ଡିଆ ବ୍ରଣ, କାଠ ବ୍ରଣ, ତେଲିଆ ଚର୍ମ, ବ୍ରଣ ଓ ବ୍ରଣକ୍ଷତ ଇତ୍ୟାଦି ଦେଖାଯାଏ । [୧][୨] ମୁଖମଣ୍ଡଳର ଏହି ବିକୃତି ଯୋଗୁ ଅନେକ ସମୟରେ ଉଦ୍‌ବିଗ୍ନତା, ସ୍ୱାଭିମାନ କମିବା ଓ ଅତି ବେଶିରେ ଅବସାଦଆତ୍ମହତ୍ୟା ପ୍ରବଣତା ଦେଖାଯାଏ । [୩][୪]

ମୁଖବ୍ରଣ
Acne in a 14-year-old male during puberty
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦L70.0
ଆଇସିଡ଼ି-୯-ସିଏମ୍706.1
ରୋଗ ଡାଟାବେସ10765
ମେଡ଼ିସିନ-ପ୍ଲସ000873
ଇ-ମେଡ଼ିସିନderm/2
MeSHD000152

ଏହି ରୋଗ ୮୦ % କେଶ୍‌ରେ ଜେନେଟିକ ଅବ୍ୟବସ୍ଥା ଯୋଗୁ ହୁଏ । [୨] ଖାଦ୍ୟର ସଠିକ୍ ଭୂମିକା ଜଣାପଡ଼ିନାହିଁ । [୨] ପରିଚ୍ଛନ୍ନତା ବା ସୂର୍ଯ୍ୟାଲୋକର ଭୂମିକା ଥିବା ଜଣାଯାଉ ନାହିଁ । [୨] ରୋଗ ସଙ୍କଟକୁ ସିଗାରେଟ୍ ଧୂମ୍ରପାନ ବଢ଼ାଏ ଓ ଏହାର ଭୟାବ‌ହତା ମଧ୍ୟ ବଢ଼ାଏ । [୫] ଅଧିକ କେଶପୁଟିକା (Hair jollicle) ଥିବା ସ୍ଥାନ ଯଥା ମୁଖ, ଉପର ଛାତି ଓ ପିଠିରେ ବ୍ରଣ ଅଧିକ ଦେଖାଯାଏ । [୬] ଯୌବନାରମ୍ଭ ସମୟରେ ଉଭୟ ପୁରୁଷ ଓ ମହିଳାଙ୍କର ଏହି ରୋଗ ଆଣ୍ଡ୍ରୋଜେନ ଜାତୀୟ ହରମୋନ୍ ଟେସ୍ଟୋସ୍ଟିରନ୍ ଆଧିକ୍ୟ ଯୋଗୁ ହୁଏ । [୭] ଅତ୍ୟଧିକ ପ୍ରପିଓନିବ୍ୟାକ୍ଟେରିଅମ୍ ଆକ୍‌ନି ନାମକ ଜୀବାଣୁର ସଂଖ୍ୟା ବୃଦ୍ଧି ଯୋଗୁ ଏହି ରୋଗ ହୁଏ । ଏହି ଜୀବାଣୁ ସାଧାରଣତଃ ଚର୍ମରେ ଥାଏ । [୭]

ବ୍ରଣ ଚେହେରା ବଦଳେଇବା ନିମନ୍ତେ ଅନେକ ପ୍ରକାର ଚିକିତ୍ସା କରାଯାଉଛି ଯେପରିକି ଜୀବନ‌ଚର୍ଯ୍ୟା ପରିବର୍ତ୍ତନ, ଔଷଧ ଓ ବିଭିନ୍ନ ଉପଚାର । ଶ୍ୱେତସାର ଚିନି ଭଳି କିଛି ସରଳ ଖାଦ୍ୟ ସାହାଯ୍ୟ କରିପାରେ । [୮] [ସ୍ଥାନୀୟ]] ବେଞ୍ଜଏଲ୍ ପେରକ୍‌ସାଇଡ୍, ସାଲିସିକ୍ ଏସିଡ୍ଆଜେଲେକ୍ ଏସିଡ୍ ବ୍ୟବ‌ହାର କରି ଚିକିତ୍ସା କରାଯାଏ । [୯] ଆଣ୍ଟିବାୟୋଟିକ୍ରେଟିନଏଡ ଖାଇବାକୁ ଓ ବ୍ରଣ ସ୍ଥାନରେ ଲଗାଇବାକୁ ଦିଆଯାଏ । [୯] ଆଣ୍ଟିବାୟୋଟିକ୍ ପ୍ରତିରୋଧ ସୃଷ୍ଟି ହୋଇପାଏ । [୧୦] ଗର୍ଭ ନିରୋଧକ ପିଲ୍ ଖାଇଲେ ମହିଳାମାନଙ୍କୁ ସାହାଯ୍ୟ ହୁଏ । [୯] ସାଂଘାତିକ ବ୍ରଣ ନିମନ୍ତେ ପାଟିରେ ଦେବାକୁ ଆଇସୋଟ୍ରେଟିନଏନ୍ ଗଚ୍ଛିତ ରଖାଯାଇଥାଏ କାରଣ ଏହାର ପାର୍ଶ୍ୱପ୍ରତିକ୍ରିୟା ସଙ୍କଟ ଅଛି । [୯] ଦିର୍ଘକାଳୀନ ସମସ୍ୟାରୁ ମୁକ୍ତି ପାଇବା ନିମନ୍ତେ ସ‌ହଳ ଚିକିତ୍ସା କରିବାକୁ ଉପଦେଶ ଦିଆଯାଏ । [୪]

ପଶ୍ଚିମ ପୃଥିବୀରେ ୮୦ରୁ ୯୦ % କିଶୋର କିଶୋରୀ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । [୧୧][୧୨][୧୩] କେତେକ ଗ୍ରାମୀଣ ସମାଜରେ ଏହା କମ୍ ଦେଖାଯାଏ । [୧୩][୧୪] ୬୫୦ ନିୟୁତ ଲୋକଙ୍କୁ ଆକ୍ରମଣ କରି ସନ ୨୦୧୦ରେ ଏହା ସାରା ପୃଥିବୀରେ ୮ମ ସାଧାରଣ ରୋଗର ସ୍ଥାନ ଅଧିକାର କରିଥିଲା । [୧୫] ଯୌବନ ପ୍ରାପ୍ତି ପୂର୍ବରୁ ଓ ପରେ ମଧ୍ୟ ଏହି ରୋଗ ହୋଇପାରେ । [୧୬] ବୟଃପ୍ରାପ୍ତି ପରେ ଏହା ଅଳ୍ପ ସାଧାରଣ ହେଲେ ମଧ୍ୟ ପ୍ରାୟ ଅର୍ଦ୍ଧେକ ଲୋକ ବିଂଶ ଓ ତ୍ରିଂଶ ଦଶକ ପର୍ଯ୍ୟନ୍ତ ଏହି ରୋଗ ଭୋଗିବାର ଦେଖାଯାଏ । [୨] ପ୍ରାୟ ୪ % ରୋଗୀ ଚତୁର୍ଥ ଦଶକ ପର୍ଯ୍ୟନ୍ତ ଅସୁବିଧା ଭୋଗନ୍ତି । [୨]

ଆଧାର ସମ୍ପାଦନା

  1. Adityan B, Kumari R, Thappa DM (May 2009). "Scoring systems in acne vulgaris". Indian Journal of Dermatology, Venereology and Leprology. 75 (3): 323–6. doi:10.4103/0378-6323.51258. PMID 19439902.{{cite journal}}: CS1 maint: multiple names: authors list (link) CS1 maint: unflagged free DOI (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Bhate, K; Williams, HC (March 2013). "Epidemiology of acne vulgaris". The British journal of dermatology. 168 (3): 474–85. doi:10.1111/bjd.12149. PMID 23210645.
  3. Barnes LE, Levender MM, Fleischer AB Jr, Feldman SR (April 2012). "Quality of life measures for acne patients". Dermatologic Clinics. 30 (2): 293–300. doi:10.1016/j.det.2011.11.001. PMID 22284143.{{cite journal}}: CS1 maint: multiple names: authors list (link)
  4. ୪.୦ ୪.୧ Goodman, G (July 2006). "Acne and acne scarring–the case for active and early intervention". Australian family physician. 35 (7): 503–4. PMID 16820822.
  5. Knutsen-Larson S, Dawson AL, Dunnick CA, Dellavalle RP (January 2012). "Acne vulgaris: pathogenesis, treatment, and needs assessment". Dermatologic Clinics. 30 (1): 99–106. doi:10.1016/j.det.2011.09.001. PMID 22117871.{{cite journal}}: CS1 maint: multiple names: authors list (link)
  6. Benner N, Sammons D (September 2013). "Overview of the treatment of acne vulgaris". Osteopathic Family Physician. 5 (5): 185–90. doi:10.1016/j.osfp.2013.03.003.
  7. ୭.୦ ୭.୧ James WD (April 2005). "Acne". New England Journal of Medicine. 352 (14): 1463–72. doi:10.1056/NEJMcp033487. PMID 15814882.
  8. Mahmood SN, Bowe WP (April 2014). "Diet and acne update: carbohydrates emerge as the main culprit". Journal of drugs in dermatology: JDD. 13 (4): 428–35. PMID 24719062.
  9. ୯.୦ ୯.୧ ୯.୨ ୯.୩ Titus S, Hodge J (October 2012). "Diagnosis and treatment of acne". American family physician. 86 (8): 734–40. PMID 23062156.
  10. Beylot, C; Auffret, N; Poli, F; Claudel, JP; Leccia, MT; Del Giudice, P; Dreno, B (March 2014). "Propionibacterium acnes: an update on its role in the pathogenesis of acne". Journal of the European Academy of Dermatology and Venereology : JEADV. 28 (3): 271–8. doi:10.1111/jdv.12224. PMID 23905540.
  11. Taylor, Marisa; Gonzalez, Maria; Porter, Rebecca (May–June 2011). "Pathways to inflammation: acne pathophysiology". European Journal of Dermatology. 21 (3): 323–33. doi:10.1684/ejd.2011.1357. PMID 21609898.
  12. Dawson AL, Dellavalle RP (May 2013). "Acne vulgaris". BMJ. 346 (5): f2634. doi:10.1136/bmj.f2634. PMID 23657180.
  13. ୧୩.୦ ୧୩.୧ Berlin, David J. Goldberg, Alexander L. Acne and Rosacea Epidemiology, Diagnosis and Treatment. London: Manson Pub. p. 8. ISBN 9781840766165.{{cite book}}: CS1 maint: multiple names: authors list (link)
  14. Spencer EH, Ferdowsian, Barnard ND (April 2009). "Diet and acne: a review of the evidence". International Journal of Dermatology. 48 (4): 339–47. doi:10.1111/j.1365-4632.2009.04002.x. PMID 19335417.{{cite journal}}: CS1 maint: multiple names: authors list (link)
  15. Hay, RJ; Johns, NE; Williams, HC; Bolliger, IW; Dellavalle, RP; Margolis, DJ; Marks, R; Naldi, L; Weinstock, MA; Wulf, SK; Michaud, C; J L Murray, C; Naghavi, M (October 2013). "The Global Burden of Skin Disease in 2010: An Analysis of the Prevalence and Impact of Skin Conditions". The Journal of investigative dermatology. 134 (6): 1527–34. doi:10.1038/jid.2013.446. PMID 24166134.{{cite journal}}: CS1 maint: multiple names: authors list (link)
  16. Admani S, Barrio VR (November 2013). "Evaluation and treatment of acne from infancy to preadolescence". Dermatologic therapy. 26 (6): 462–6. doi:10.1111/dth.12108. PMID 24552409.