କାବ୍ୟ

ସାହିତ୍ୟ କଳାର ଏକ ଶାଖା
(Poetryରୁ ଲେଉଟି ଆସିଛି)

କାବ୍ୟ (ଇଂରାଜୀ ଭାଷାରେ Poetry) ସାହିତ୍ୟର ଏକ ଶାଖା ଯେଉଁଥିରେ ସୌନ୍ଦର୍ଯ୍ୟ (aesthetic) ଓ ଛନ୍ଦର (rhythmic) ପ୍ରକାଶ ଦେଖିବାକୁ ମିଳେ । ଇଂରାଜୀର ପୋଏଟ୍ରି ଶବ୍ଦଟି ଗ୍ରୀକ ଭାଷାରେ ପ୍ରସ୍ତୁତିକୁ (poiesis, "making") ବୁଝାଏ ।[୧][୨][୩] ପଦ୍ୟଗୁଡ଼ିକ ପ୍ରତୀକଧର୍ମୀ, ଶ୍ରୁତିମଧୁର ଓ ଛନ୍ଦ‌ଯୁକ୍ତ ଥାଏ ।

The Parnassus (1511) by Raphael: famous poets recite alongside the nine Muses atop Mount Parnassus.

ପ୍ରାକ୍ଐତିହାସିକ ଯୁଗରୁ ଆରମ୍ଭ କରି କାବ୍ୟର ଏକ ଲମ୍ବା ଇତିହାସ (history) ଅଛି ଯାହା ଆଫ୍ରିକାର ଶିକାର କବିତା ଓ ନୀଳ (Nile) ସଭ୍ୟତାର ରାଜ୍ୟରେ ରାଜସଭାରେ, ନାଇଜର (Niger) ଓ ଭୋଲଟା ନ‌ଦୀ ଉପତ୍ୟକାରେ ଶୁଣିବାକୁ ମିଳୁଥିଲା ।[୪] ପିରାମିଡ ଲେଖାରେ (Pyramid Texts) ଆଫ୍ରିକାର ସର୍ବପୁରାତନ କାବ୍ୟ ଦେଖାଯାଏ ଯାହା ଖ୍ରୀ:ପୂ: ୨୫୦୦ରେ ଲେଖାଯାଇଥିଲା, ଏମାନଙ୍କ ମଧ୍ୟରୁ ଏପିକ ଅଫ ସନ‌ଡାଇଏଟ (Epic of Sundiata) ଉଲ୍ଲେଖନୀୟ ଯାହା ଗ୍ରିଅଟର (griot) ରାଜସଭା କାବ୍ୟ ଥିଲା । ପୁରାତନ କାବ୍ୟ ମଧ୍ୟରେ ସୁମେରିଆନ ଭାଷାରେ (Sumerian|) ଲିଖିତ ଏପିକ କାହାଣୀ ଏପିକ ଅଫ ଗିଲଗମେସ (Epic of Gilgamesh) କାବ୍ୟର ନାମ ପ୍ରଥମେ ଆସେ । ଇଉରେସିଆ (Eurasia) ମହାଦେଶରେ ଲୋକଗୀତିରୁ କବିତା ଆରମ୍ଭ ହୋଇଥିଲା ଯେପରିକି ଚୀନ ଭାଷାର ଲ୍ଲାସିକ ଅଫ ପୋଏଟ୍ରି (Shijing); ସଂସ୍କୃତ ଭାଷାର ବେଦ (Sanskrit en:Vedas), ଜୋରୋସ୍ଟିଆନଙ୍କର ଗଥସ (Zoroastrian Gathas), ହୋମରଙ୍କ (Homer) ଇଲିଆଡ (Iliad) ଓ ଓଡ଼ିସେ (Odyssey) । ପୁରାତନ ଗ୍ରୀକ୍‌ରେ ଆରିସ୍ଟୋଟଲଙ୍କ (Aristotle) ପୋଏଟିକସରେ ଡ୍ରାମା, ଗୀତ ଓ ହାସ୍ୟରସାତ୍ମକ କବିତା ପ୍ରୟୋଗ କରାଯାଇଥିଲା । ପରବର୍ତ୍ତୀ କାଳରେ କାବ୍ୟରେ ଛନ୍ଦ, ଧାଡ଼ି ପ୍ରୟୋଗ ଉପରେ ଯୋର ଦିଆଗଲା ।

କାବ୍ୟ କବିତାରେ ଶବ୍ଦମାନଙ୍କୁ ବିଭିନ୍ନ ଭାବରେ ସଜେଇ ରଖାଯାଏ ଯେମିତି ଅଲଗା ଅର୍ଥ ବା ଭାବପୂର୍ଣ୍ଣ ଅର୍ଥ ପ୍ରକାଶ ପାଇବ । ସ୍ୱରର ଏକତା (assonance), ଅନୁପ୍ରାସ (alliteration), ଧ୍ୱନୀ ଅନୁକରଣାତ୍ମକ (onomatopoeia) ଓ ତାଳରେ (rhythm) ପଡ଼ୁଥିବା କବିତା ଲେଖାଗଲା । ଅସ୍ପଷ୍ଟତା , ପ୍ରତୀକ, ବ୍ୟଙ୍ଗ ଇତ୍ୟାଦି ପ୍ରୟୋଗ କରିବା ଯୋଗୁ କାବ୍ୟ ଏକାଧିକ ବିଭିନ୍ନ ଅର୍ଥ ବାହାରେ । ସେହିଭଳି ରୂପକ (metaphor), ଉପମା (simile) ଓ ଅଳଙ୍କାର ଆଦିର ପ୍ରୟୋଗ ଯୋଗୁ କାବ୍ୟ ସୁନ୍ଦର ହୁଏ । [୫]

ସବୁଠାରୁ ପୁରୁଣା କାବ୍ୟ (epic poem) ଏପିକ ଅଫ ଗିଲଗାମେଶ (Epic of Gilgamesh) ପ୍ରାୟ ଖ୍ରୀ:ପୂ: ୩୦୦୦ ବର୍ଷର ପୁରୁଣା ଯାହା ମେସୋପଟେମିଆର ସୁମେର ସ୍ଥାନରେ ଲେଖାଯାଇଥିଲା ଯାହା ଏବେ ଇରାକରେ ଅଛି, ଏହି ଲେଖା ମାଟି ଟାବଲେଟ ଉପରେ ଓ ପରବର୍ତ୍ତୀ କାଳରେ ପାପିରସ (papyrus) ଉପରେ ଲେଖାଯାଇଥିଲା ।[୬] ଖ୍ରୀ:ପୂ: ୨୦୦୦ରେ ସର୍ବାଧିକ ପୁରାତନ ପ୍ରେମ କାବ୍ୟ ଏକ ଟାବଲେଟ ଉପରେ ଲେଖାଥିଲା ଓ ସେଥିରେ ରାଜା ହିରୋସ ଗାମସ ଦେବୀ ଇନାନ୍ନାଙ୍କୁ ଉର୍ବରତା ଓ ଐଶ୍ୱର୍ଯ୍ୟ ନିମନ୍ତେ ପ୍ରତୀକାତ୍ମକ ଭାବରେ ବିବାହ କରି (symbolically married) ସ‌ହବାସ କରିଥିଲେ ।[୭][୮] ମିଶର ଦେଶରେ ଖ୍ରୀ:ପୂ: ୧୮୦୦ରେ ସ୍ଟୋରି ଅଫ ସିନୁହେ ନାମକ ଏପିକ କାବ୍ୟ ଲେଖାଯାଇଥିଲା ।

An early Chinese poetics, the Kǒngzǐ Shīlùn (孔子詩論), discussing the Shijing (Classic of Poetry)
Aristotle

ଅନ୍ୟାନ୍ୟ ଏପିକ କାବ୍ୟ ମଧ୍ୟରେ ଗ୍ରୀକ ଭାଷାରେ ଇଲିଆଡ ଓ ଓଡିଶେ, ଗାଥିକ ଅଭେସ୍ଟା ଓ ୟାସନା: ପୁରାତନ ରୋମାନ ଭାଷାରେ ଖ୍ରୀ:ପୂ: ୨୯ରୁ ୧୯ ମଧ୍ୟରେ ଭିରଗିଲର ଏନେଇଡ (Virgil's Aeneid), ଭାରତର ଏପିକ କାବ୍ୟ ରାମାୟଣ ଓ ମହାଭାରତ ଲେଖାଯାଇଥିଲା । ପ୍ରାକ୍ ଇତିହାସ କାଳରେ ଶୁଣି ଶୁଣି ମନେରଖୁଥିବା ଓ ଅନ୍ୟମାନଙ୍କୁ କ‌ହୁଥିବା କାବ୍ୟମାନଙ୍କ ମଧ୍ୟରେ ଓଡିସେ, ଗଥସ ଓ ଭାରତୀୟ ବେଦ ମୂଖ୍ୟ ଥିଲେ । [୯][୧୦]

ଆଧାର ସମ୍ପାଦନା

  1. "Poetry". Oxford Dictionaries. Oxford University Press. 2013. Archived from the original on 2013-06-18. Retrieved 2019-11-12.
  2. "Poetry". Merriam-Webster. Merriam-Webster, Inc. 2013.
  3. "Poetry". Dictionary.com. Dictionary.com, LLC. 2013—Based on the Random House Dictionary{{cite web}}: CS1 maint: postscript (link)
  4. Oral Literature in Africa, Ruth Finnegan, Open Book Publishers, 2012
  5. Strachan, John R; Terry, Richard, G (2000). Poetry: an introduction. Edinburgh University Press. p. 119. ISBN 978-0-8147-9797-6.{{cite book}}: CS1 maint: multiple names: authors list (link)
  6. Sanders, NK (trans.) (1972). The Epic of Gilgamesh (Revised ed.). Penguin Books. pp. 7–8.
  7. Mark, Joshua J. (13 August 2014). "The World's Oldest Love Poem". '[...] What I held in my hand was one of the oldest love songs written down by the hand of man [...].'
  8. ARSU, SEBNEM. "Oldest Line In The World". New York Times. New York Times. Retrieved 1 May 2015. A small tablet in a special display this month in the Istanbul Museum of the Ancient Orient is thought to be the oldest love poem ever found, the words of a lover from more than 4,000 years ago.
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; Goody, Jack 1987 98 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. Ahl, Frederick; Roisman, Hannah M (1996). The Odyssey Re-Formed. Cornell University Press. pp. 1–26. ISBN 978-0-8014-8335-6..