ପ୍ଲେଗ
ପ୍ଲେଗ (ଇଂରାଜୀ ଭାଷାରେ Plague) ଏକ ସଂକ୍ରାମକ (infectious disease) ରୋଗ ଯାହା ୟେରସିନିଆ ପେସ୍ଟିସ (Yersinia pestis) ନାମକ ଏକ ଜୀବାଣୁଦ୍ୱାରା (bacterium) ହୁଏ ।[୨] ଏହି ରୋଗରେ ଜ୍ୱର, ମୁଣ୍ଡ ବିନ୍ଧା ହୁଏ ଓ ଦୁର୍ବଳ ଲାଗେ ।[୧] ଜୀବାଣୁ ସଂସ୍ପର୍ଶରେ ଆସିବାର ସଂସ୍ପର୍ଶର ୧-୭ ଦିନ ପରେ ରୋଗ ଆରମ୍ଭ ହୁଏ । [୨] ବୁବୋନିକ ପ୍ଲେଗରେ (Bubonic plague) ଲସିକା ଗ୍ରନ୍ଥି ଫୁଲିଯାଏ, ସେପ୍ଟିସେମିକ ପ୍ଲେଗରେ (septicemic plague) ତନ୍ତୁମାନଙ୍କ ମୃତ୍ୟୁ ହୋଇ କଳା ପଡ଼ିଯାଏ ଓ ନିମୋନିକ ପ୍ଲେଗରେ (pneumonic plague) ଛାତି ଯନ୍ତ୍ରଣା, କାଶ ହେବା ସହିତ ରୋଗୀକୁ ଅଣନିଶ୍ୱାସୀ ଲାଗେ । [୧]
ପ୍ଲେଗ (Plague) | |
---|---|
ବିଭାଗ | ସଂକ୍ରାମକ ରୋଗ (Infectious disease) |
ଲକ୍ଷଣ | ଜ୍ୱର, ଦୁର୍ବଳ, ମୁଣ୍ଡ ବିନ୍ଧା[୧] |
ଆକ୍ରାନ୍ତ ସମୟ | ସଂସ୍ପର୍ଶର ୧-୭ ଦିନ ପରେ [୨] |
କାରଣ | ୟେରସିନିଆ ପେସ୍ଟିସ (Yersinia pestis)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲସିକା ଗ୍ରନ୍ଥି, ରକ୍ତ ଓ ଖଙ୍କାରରେ (sputum) ଜୀବାଣୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୨] |
ପ୍ରତିକାର | ପ୍ଲେଗ ଟିକା (Plague vaccine)[୨] |
ଔଷଧ | ଜେଣ୍ଟାମାଇସିନGentamicin and a ଫ୍ଲୋରୋକୁଇନୋଲିନ (fluoroquinolone)[୩] |
ଚିକିତ୍ସା | ଆଣ୍ଟିବାୟୋଟିକ (Antibiotic) ଓ ସାହାଯ୍ୟକାରୀ ଯତ୍ନ (supportive care)[୨] |
Prognosis | ଚିକିତ୍ସା ସତ୍ତ୍ୱେ ୧୦% ମୃତ୍ୟୁ [୪] |
ପୁନଃପୌନିକ | ବର୍ଷକୁ ୬୦୦[୨] |
ଫ୍ଲି (flea) କାମୁଡ଼ା ଯୋଗୁ ଓ ସଂକ୍ରମିତ ପଦାର୍ଥକୁ ବ୍ୟବହାର କରିବାଦ୍ୱାରା ବୁବୋନିକ ଓ ସେପ୍ଟିସେମିକ ପ୍ଲେଗ ବ୍ୟାପିଥାଏ ।[୧] ନିମୋନିକ ପ୍ଲେଗ ସାଧାରଣତଃ ବାୟୁ ମାଧ୍ୟମରେ (through the air) ସଂକ୍ରାମକ କଣିକାଦ୍ୱାରା ବ୍ୟାପିଥାଏ ।[୧] ଲସିକା ଗ୍ରନ୍ଥି, ରକ୍ତ ଓ ଖଙ୍କାର (sputum) ପରୀକ୍ଷା କରିବାପରେ ସେଥିରେ ଜୀବାଣୁ ଦେଖିଲେ ରୋଗ ନିର୍ଣ୍ଣୟ କରାଯାଏ ।[୨]
ରୋଗ ସଙ୍କଟ ଅଧିକ ଥିଲେ ଟିକା (vaccinated) ଦିଆଯାଏ ।[୨] ବୁବୋନିକ ପ୍ଲେଗ ସଂସ୍ପର୍ଶରେ ଆସିଥିଲେ ପ୍ରତିଷେଧକ ଭାବରେ ଔଷଧ ଦେବା ଆବଶ୍ୟକ ।[୨] ରୋଗ ଆରମ୍ଭ ହୋଇଗଲେ ଆଣ୍ଟିବାୟୋଟିକ (Antibiotic) ଓ ସାହାଯ୍ୟକାରୀ ଯତ୍ନ (supportive care) ସାହାଯ୍ୟରେ ଚିକିତ୍ସା କରାଯାଏ ।[୨] ସାଧାରଣତଃ ଜେଣ୍ଟାମାଇସିନGentamicin ଓ ଫ୍ଲୋରୋକୁଇନୋଲିନ (fluoroquinolone) ଆଣ୍ଟିବାୟୋଟିକ ଦିଆଯାଏ । [୩] ଉପଯୁକ୍ତ ଚିକିତ୍ସା ମିଳିଲେ ମଧ୍ୟ ପ୍ରାୟ ୧୦% ରୋଗୀଙ୍କର ମୃତ୍ୟୁ ହୁଏ ଓ ଅଣଚିକିତ୍ସିତ ହେଲେ ୭୦% ରୋଗୀଙ୍କର ମୃତ୍ୟୁ ହୁଏ ।[୪]
ରିପୋର୍ଟ ଅନୁସାରେ ପ୍ରତି ବର୍ଷ ପୃଥିବୀରେ ପ୍ରାୟ ୬୦୦ ଲୋକଙ୍କର ଏହି ରୋଗ ଯୋଗୁ ମୃତ୍ୟୁ ହୁଏ ।[୨] ସନ ୨୦୧୭ରେ ଅଧିକାଂଶ ରୋଗୀ ଡେମୋକ୍ରାଟିକ ରିପବ୍ଲିକ ଅଫ ଦି କଙ୍ଗୋ (Democratic Republic of the Congo), ମାଡାଗାସ୍କର (Madagascar) ଓ ପେରୁ (Peru) ଭଳି ଦେଶମାନଙ୍କରେ ଦେଖାଯାଇଥିଲେ ।[୨] ଯୁକ୍ତରାଷ୍ଟ୍ର ଆମେରିକାର ମଫସଲ ଅଞ୍ଚଳରେ ଏହି ରୋଗ ଦେଖାଯାଏ ।[୫] ଏହି ରୋଗ ଐତିହାସିକ ମହାମାରୀ (outbreaks) ରୂପ ଧାରଣ କରିପାରେ ଯେପରିକି ୧୪ଶ ଶତାବ୍ଦୀର କଳ ମୃତ୍ୟୁ ବା ବ୍ଲାକ ଡେଥ (Black Death) ଯେଉଁଥିରେ ୫୦ନିୟୁତରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Symptoms Plague". CDC (in ଆମେରିକୀୟ ଇଂରାଜୀ). September 2015. Retrieved 8 November 2017.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ "Plague". World Health Organization. October 2017. Retrieved 8 November 2017.
- ↑ ୩.୦ ୩.୧ "Resources for Clinicians Plague". CDC (in ଆମେରିକୀୟ ଇଂରାଜୀ). October 2015. Retrieved 8 November 2017.
- ↑ ୪.୦ ୪.୧ "FAQ Plague". CDC (in ଆମେରିକୀୟ ଇଂରାଜୀ). September 2015. Retrieved 8 November 2017.
- ↑ "Transmission Plague". CDC (in ଆମେରିକୀୟ ଇଂରାଜୀ). September 2015. Retrieved 8 November 2017.
ବାହ୍ୟ ଲିଙ୍କ
ସମ୍ପାଦନାଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- WHO Health topic
- CDC Plague map world distribution, publications, information on bioterrorism preparedness and response regarding plague
- Symptoms, causes, pictures of bubonic plague