ଲହରା କାଶ
ଲହରା କାଶ ବା ପର୍ଟୁସିସ ବା ହୁପିଙ୍ଗ କଫ୍ ବା ୧୦୦ ଦିନିଆ କାଶ ((ଇଂରାଜୀରେ ଯଥାକ୍ରମେ Pertussis, or whooping cough or 100 day cough), ଯାହା ଏକ ପ୍ରକାର ଜୀବାଣୁ ରୋଗ, ସଂସ୍ପର୍ଶଦ୍ୱାରା ଡିଏଁ ଓ ଅତୀବ ସଂକ୍ରାମକ ରୋଗ । [୧][୨] ରୋଗ ପ୍ରାରମ୍ଭରେ ଏହାର ଲକ୍ଷଣ ସାଧାରଣ ସର୍ଦ୍ଦି ରୋଗ ଭଳି ହୁଏ; ନାକରୁ ପାଣି ବୋହିବା, ଜ୍ୱର ଓ ସାମାନ୍ୟ କାଶ । ତାହା ପରେ ସପ୍ତାହ ସପ୍ତାହ ବ୍ୟାପି ସାଂଘାତିକ କାଶ ହୁଏ । ଅନେକ ସମୟ ଧରି ଅବିରାମ କାଶିବା ପରେ ରୋଗୀ ଏକ ଲମ୍ବା ଉଚ୍ଚ ସ୍ୱରରେ ପ୍ରଶ୍ୱାସ ନିଏ ବା ଅଣନିଶ୍ୱାସୀ ହୁଏ । [୨] ଏହି କାଶ ୧୦୦ ଦିନରୁ ଅଧିକ ବା ଦଶ ସପ୍ତାହ ଧରି ହୁଏ । [୩] ଅତ୍ୟଧିକ ଜୋରରେ କାଶିଲେ ବାନ୍ତି ହୁଏ, ପଞ୍ଜରା ହାଡ଼ ଭାଙ୍ଗିଯାଏ ଓ ଅତ୍ୟଧିକ ଥକ୍କା ହୋଇଯାଏ । [୨][୪] ଏକ ବର୍ଷରୁ କମ ପିଲାଙ୍କର ଅଳ୍ପ ବା ଆଦୌ କାଶ ହୁଏ ନାହିଁ, ଏହା ବଦଳରେ ଶ୍ୱାସକ୍ରିୟା ବନ୍ଦ ହୋଇଯାଏ । [୨] ସଂକ୍ରମଣ ହେବା ପରଠାରୁ ଲକ୍ଷଣ ଆରମ୍ଭ ହେବାକୁ ୭ରୁ ୧୦ ଦିନ ହୁଏ । [୫] ଟିକା ନେବା ପରେ ଯଦି ରୋଗ ହୁଏ ତେବେ ତାହା ସାମାନ୍ୟ ଧରଣର ହୁଏ । [୨]
ଲହରା କାଶ (Whooping cough) | |
---|---|
ବିଭାଗ | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | A37. |
ଆଇସିଡ଼ି-୯-ସିଏମ୍ | 033 |
ରୋଗ ଡାଟାବେସ | 1523 |
ମେଡ଼ିସିନ-ପ୍ଲସ | 001561 |
ଇ-ମେଡ଼ିସିନ | emerg/394 ped/1778 |
Patient UK | ଲହରା କାଶ |
MeSH | D014917 |
ବୋର୍ଡେଟେଲା ପର୍ଟୁସିସ ନାମକ ଜୀବାଣୁଦ୍ୱାରା ଲହରା କାଶ ହୁଏ । ଏହା ଏକ ବାୟୁ ବାହିତ ରୋଗ ଯାହା ସହଜରେ ରୋଗୀର କାଶ ଓ ଛିଙ୍କ ମାଧ୍ୟମରେ ବ୍ୟାପିଯାଏ । [୬] ଏହି ରୋଗୀ ରୋଗ ଆରମ୍ଭରୁ ଓ କାଶ ହେବାପର ୩ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣକ୍ଷମ ରହେ । ଆଣ୍ଟିବାୟୋଟିକ ଆରମ୍ଭ କରିବାର ୫ ଦିନ ପରଠାରୁ ସଂକ୍ରମଣ କ୍ଷମତା ରହେନାହିଁ । [୭] ନାକ ଓ ପାଟି ପଛ ପଟୁ ନମୁନା ନେଇ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । ଏହି ନମୁନାକୁ କଲଚର କରାଯାଏ ବା ପଲିମରେଜ ଚେନ ରିଆକସନ ପରୀକ୍ଷା କରାଯାଏ । [୮]
ପର୍ଟୁସିସ ଟିକା ମୂଖ୍ୟତଃ ଏହାର ପ୍ରତିଷେଧକ ଟିକା ଅଟେ । [୯] ପ୍ରାରମ୍ଭିକ ଟିକା ୬ରୁ ୮ ବର୍ଷ ବୟସରେ ଦିଆଯାଏ ଓ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୪ ଡୋଜ ଟିକା ଦିଆଯାଏ । [୧୦] ସମୟକ୍ରମେ ଟିକାର ପ୍ରଭାବ ହ୍ରାସ ହେଉଥିବାରୁ ବଡ଼ ପିଲା ଓ ବୟଃପ୍ରାପ୍ତ ଲୋକଙ୍କୁ ଅଧିକ ଡୋଜ ଦେବାକୁ ସୁପାରିଶ କରାଯାଏ । [୧୧] ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଓ ଭୟାବହ ରୋଗ ସଙ୍କଟାପର୍ଣ୍ଣ ଲୋକଙ୍କୁ ପ୍ରତିଷେଧକ ଭାବରେ ଆଣ୍ଟିବାୟୋଟିକ ଦିଆଯାଏ । [୧୨] ଲକ୍ଷଣ ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ଆଣ୍ଟିବାୟୋଟିକ ଦେଲେ କାର୍ଯ୍ୟକାରୀ ହୁଏ, ଅନ୍ୟଥା ଏହାର ସାମାନ୍ୟ ପ୍ରଭାବ ରହେ । ଏକ ବର୍ଷ ବୟସରୁ କମ ପିଲା ଓ ଗର୍ଭିଣୀ ମହିଳାଙ୍କୁ ରୋଗ ହେବାର ୬ ସପ୍ତାହ ମଧ୍ୟରେ ଦେବାକୁ ଉପଦେଶ ଦିଆଯାଏ । ଆଣ୍ଟିବାୟୋଟିକ ମଧ୍ୟରେ ଏରିଥ୍ରୋମାଇସିନ, ଆଜିଥ୍ରୋମାଇସିନ କିମ୍ବା ଟ୍ରାଇମେଥୋପ୍ରିମ/ସଲଫାମେଥିକ୍ସାଜୋଲ ଦିଆଯାଏ । [୭] କାଶ କମିବାର ପ୍ରମାଣ ବିଶେଷ ମିଳେନି । [୧୩] ବର୍ଷେରୁ କମ ବୟସର ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଦିଆଯାଏ । [୨]
ହିସାବ କରି ଦେଖାଯାଇଛି, ପ୍ରତିବର୍ଷ ପୃଥିବୀରେ ୧୬ ନିୟୁତ ଲୋକଙ୍କୁ ଲହରା କାଶ ଆକ୍ରମଣ କରେ । [୧୩] ଅଧିକାଂଶ ରୋଗୀ ବିକାଶଶୀଳ ଦେଶମାନଙ୍କରେ ହୁଏ ଓ ସବୁ ବୟସର ଲୋକଙ୍କୁ ହୁଏ । [୯][୧୩] ସନ ୧୯୯୦ରେ ଏହି ରୋଗ ଯୋଗୁ ୧୩୮,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୬୧,୦୦୦ ମୃତ୍ୟୁ ହୋଇଥିଲା । [୧୪] ଏକ ବର୍ଷ ବୟସରୁ କମ ପିଲାଙ୍କ ମଧ୍ୟରୁ ୨ % ପିଲାଙ୍କ ମୃତ୍ୟୁ ହୁଏ । [୪] ଶୋଡ଼ଷ ଶତାବ୍ଦୀରେ ଏହାର ମହାମାରୀ ବର୍ଣ୍ଣିତ ହୋଇଥିଲା । ଏହି ରୋଗର ଜୀବାଣୁ ସନ ୧୯୦୫ ମସିହାରେ ଆବିଷ୍କାର ହୋଇଥିଲା । ଏହାର ଟିକା ସନ ୧୯୪୦ରେ ଉପଲବ୍ଧ ହୋଇଥିଲା । [୫]
ଆଧାର
ସମ୍ପାଦନା- ↑ Carbonetti NH (June 2007). "Immunomodulation in the pathogenesis of Bordetella pertussis infection and disease". Curr Opin Pharmacol. 7 (3): 272–8. doi:10.1016/j.coph.2006.12.004. PMID 17418639.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Pertussis (Whooping Cough) Signs & Symptoms". May 22, 2014. Retrieved 12 February 2015.
- ↑ "Pertussis (Whooping Cough) Fast Facts". cdc.gov. February 13, 2014. Retrieved 12 February 2015.
- ↑ ୪.୦ ୪.୧ "Pertussis (Whooping Cough) Complications". cdc.gov. August 28, 2013. Retrieved 12 February 2015.
- ↑ ୫.୦ ୫.୧ Atkinson, William (May 2012). Pertussis Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 215–230. ISBN 9780983263135.
- ↑ "Pertussis (Whooping Cough) Causes & Transmission". cdc.gov. September 4, 2014. Retrieved 12 February 2015.
- ↑ ୭.୦ ୭.୧ "Pertussis (Whooping Cough) Treatment". cdc.gov. August 28, 2013. Retrieved 13 February 2015.
- ↑ "Pertussis (Whooping Cough) Specimen Collection". cdc.gov. August 28, 2013. Retrieved 13 February 2015.
- ↑ ୯.୦ ୯.୧ Heininger U (February 2010). "Update on pertussis in children". Expert review of anti-infective therapy. 8 (2): 163–73. doi:10.1586/eri.09.124. PMID 20109046.
- ↑ "Revised guidance on the choice of pertussis vaccines: July 2014" (PDF). Wkly Epidemiol Rec. 89 (30): 337–40. Jul 2014. PMID 25072068.
- ↑ "Pertussis vaccines: WHO position paper". Wkly Epidemiol Rec. 85 (40): 385–400. Oct 1, 2010. PMID 20939150.
- ↑ "Pertussis (Whooping Cough) Prevention". cdc.gov. October 10, 2014. Retrieved 13 February 2015.
- ↑ ୧୩.୦ ୧୩.୧ ୧୩.୨ Wang, K; Bettiol, S; Thompson, MJ; Roberts, NW; Perera, R; Heneghan, CJ; Harnden, A (22 September 2014). "Symptomatic treatment of the cough in whooping cough". The Cochrane database of systematic reviews. 9: CD003257. doi:10.1002/14651858.CD003257.pub5. PMID 25243777.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link)