ପେଲାଗ୍ରା

(Pellagraରୁ ଲେଉଟି ଆସିଛି)

ପେଲାଗ୍ରା (Pellagra) ରୋଗ ଭିଟାମିନ ବି ବା ନିଆସିନ (niacin) ଅଭାବ ଯୋଗୁ ହୁଏ ।[] ଏହି ରୋଗରେ ଚର୍ମ ପ୍ରଦାହ, ତରଳ ଝାଡ଼ା, ଡିମେନ୍ସିଆ ଓ ପାଟି ଘାଆ ହୁଏ ।[] ଚର୍ମ ଘସିହେଉଥିବା ସ୍ଥାନ ଓ ସୂର୍ଯ୍ୟାଲୋକ ପଡ଼ୁଥିବା ସ୍ଥାନରେ ଏହି ରୋଗ ଅଧିକ ହେଉଥିବା ଦେଖାଯାଏ ।[] ସମୟକ୍ରମେ ଚମ କଳା ଦେଖାଯାଏ, ଶକ୍ତ ହୋଇ ଚୋପା ଛାଡ଼ିବାକୁ ଲାଗେ ।[][]

ପେଲାଗ୍ରା (Pellagra)
ପେଲାଗ୍ରା ରୋଗର ଚର୍ମ ଦୃଶ୍ୟ ଯେଉଁଥିରେ ଚୋପା ଛାଡ଼ିବା (peeling) ଭଲି ଦେଖାଯାଉଛି, ଲାଲ ଚର୍ମ (redness), ସୂର୍ଯ୍ୟାଲୋକ ପଡ଼ିଥିବା ସ୍ଥାନରେ କେରାଟୋସିସ (thickening) ବା ମୋଟା ଚର୍ମ ହୋଇଛି ।
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣଚର୍ମ ପ୍ରଦାହ, ତରଳ ଝାଡ଼ା , ଡିମେନସିଆ (dementia), ପାଟି ଘାଆ []
କାରଣନିଆସିନ (niacin)[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ[]
ସଠିକ ରୋଗ ନିର୍ଣ୍ଣୟକ୍ୱାସିୟୋର୍କର (Kwashiorkor), ପେମ୍ଫିଗସ pemphigus, ଫୋଟୋଡର୍ମାଟାଇଟିସ (photodermatitis), ପରଫାଇରିଆ (porphyria)[]
ପ୍ରତିକାରଦାରିଦ୍ର୍ୟ (poverty) ଦୂରୀକରଣ[]
ଚିକିତ୍ସାନିଆସିନ ବା ନିକୋଟିନାମାଇଡ ପରିପୂରକ ।[]
Prognosisଚିକିତ୍ସାରେ ଉତ୍ତମା ଫଳ ମିଳେ, ଚିକିତ୍ସିତ ନହେଲେ ପ୍ରାୟ ୫ ବର୍ଷରେ ମୃତ୍ୟୁ ହୁଏ ।[]
ପୁନଃପୌନିକବିକଶିତ ଦେଶରେ କ୍ୱଚିତ ଦେଖାଯାଏ, ବିକାଶଶୀଳ ଦେଶରେ ଅପେକ୍ଷାକୃତ ସାଧାରଣ । []

ଦୁଇ ପ୍ରକାର ପେଲାଗ୍ରା ରୋଗ ଦେଖାଯାଏ: ପ୍ରାଥମିକ ଓ ଗୌଣ ବା ପ୍ରାଇମେରୀ ଓ ସେକେଣ୍ଡାରୀ ।[] ଖାଦ୍ୟରେ ଯଥେଷ୍ଟ ନିଆସିନ ଓ ଟ୍ରିପ୍ଟୋଫେନ (tryptophan) ଅଭାବ ହେଲେ ପ୍ରାଇମାରୀ ପେଲାଗ୍ରା ହୁଏ ।[] କୌଣସି କାରଣ ବଶତଃ ଖାଦ୍ୟରେ ଥିବା ନିଆସିନ ବ୍ୟବ‌ହାର ନହୋଇପାରିଲେ ସେକେଣ୍ଡାରୀ ପେଲାଗ୍ରା ହୁଏ ।[] ଆଲକିହୋଲିଜ୍ମ , ଦୀର୍ଘକାଳର ତରଳ ଝାଡ଼ା ହେଲେ, କାର୍ସିନଏଡ ସିଣ୍ଡ୍ରୋମ (carcinoid syndrome), ହାର୍ଟନପ ରୋଗ (Hartnup disease) ଓ ଆଇସୋନିଆଜିଡ (isoniazid) ଭଳି ଅନେକ ରକମର ଔଷଧ ଯୋଗୁ ହୁଏ ।[] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ ଓ ପରିସ୍ରା ପରୀକ୍ଷା କରିଲେ ନିର୍ଣ୍ଣୟକୁ ସାହାଯ୍ୟ ହୁଏ ।[]

ନିଆସିନ ବା ନିକୋଟିନାମାଇଡ (nicotinamide) ପରିପୂରକ ଦେଇ ଏହାର ଚିକିତ୍ସା କରାଯାଏ ।[] ଏହି ଔଷଧ ଖାଇବାର ଦୁଇ ଦିନ ମଧ୍ୟରେ ଉନ୍ନତି ହେବା ଲକ୍ଷ କରାଯାଏ ।[] ଖାଦ୍ୟରେ ଉନ୍ନତି ଆଣିବାକୁ ପରାମର୍ଶ ଦିଆଯାଏ । [] ସୂର୍ଯ୍ୟାଲୋକ କମ୍ ପଡ଼ିବା ନିମନ୍ତେ ସନସ୍କ୍ରିନ (sunscreen ବ୍ୟବ‌ହାର ଓ ଉପ‌ଯୁକ୍ତ ଲୁଗାପଟା ପିନ୍ଧିଲେ ଚର୍ମ ଶୁଖିଯାଏ । [] ଅଣଚିକିତ୍ସିତ ହେଲେ ମୃତ୍ୟୁ ହୋଇପାରେ ।[] ବିକାଶଶୀଳ ପୃଥିବୀ (developing world) ଓ ସବ୍-ସାହାରା ଆଫ୍ରିକାରେ (sub-Saharan Africa) ଏହି ରୋଗ ଅଧିକ ଦେଖାଯାଏ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Ngan, Vanessa (2003). "Pellagra". DermNet New Zealand (in ଇଂରାଜୀ). Archived from the original on 9 April 2017. Retrieved 10 June 2017.
  2. ୨.୦ ୨.୧ "Orphanet: Pellagra". www.orpha.net (in ଇଂରାଜୀ). Archived from the original on 17 April 2017. Retrieved 10 June 2017.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Pitche P (2005). "Pellagra". Sante. 15 (3): 205–8. PMID 16207585.

ଅଧିକ ଦେଖନ୍ତୁ

ସମ୍ପାଦନା

ଅଧିକ ପଢ଼ିବେ

ସମ୍ପାଦନା

ବାହ୍ୟ ଲିଙ୍କ

ସମ୍ପାଦନା
ଶ୍ରେଣୀବିଭାଗ
ବାହାର ଉତ୍ସ