ପାରାଟାଇଫଏଡ ଜ୍ୱର
ପାରାଟାଇଫଏଡ ଜ୍ୱର ବା କେବଳ ପାରାଟାଇଫଏଡ ଏକ ଜୀବାଣୁ ଜନିତ ରୋଗ ଯାହା ତିନି ପ୍ରଜାତିର ସାଲମୋନେଲା ଏଣ୍ଟେରିକା ଜୀବାଣୁଦ୍ୱାରା ହୁଏ । [୧] ଟାଇଫଏଡ ଜ୍ୱର ଭଳି ଏହା ମଧ୍ୟ ସଂସ୍ପର୍ଶରେ ଆସିବାର ୬ରୁ ୩୦ ଦିନ ମଧ୍ୟରେ ଆରମ୍ଭ ହୁଏ । [୧][୨] ଅଧିକାଂଶ ସମୟରେ ଧୀରେ କ୍ରମାନ୍ୱୟରେ କିଛି ଦିନ ମଧ୍ୟରେ ଉଚ୍ଚ ଉତ୍ତାପ ଯୁକ୍ତ ଜ୍ୱର ହୁଏ । ସାଧାରଣତଃ ଦୁର୍ବଳତା, ଖାଦ୍ୟଅରୁଚି ଓ ମୁଣ୍ଡବଥା ଆଦି ଲକ୍ଷଣ ପ୍ରକାଶ ପାଏ । [୧] ଅନେକ ଲୋକଙ୍କ ଦେହରେ ଗୋଲାପୀ ରାସ ଦେଖାଯାଏ । [୩] ଚିକିତ୍ସିତ ନ ହେଲେ ସପ୍ତାହ ବା ମାସ ବ୍ୟାପି ଲକ୍ଷଣ ଲାଗିରହେ । [୧] ଜୀବାଣୁ ଦେହରେ ଥାଇ ମଧ୍ୟ ଅନେକ ଲୋକଙ୍କର ଲକ୍ଷଣ ପ୍ରକାଶ ପାଏନି କିନ୍ତୁ ଏମାନଙ୍କର ରୋଗ ବ୍ୟାପିବା କ୍ଷମତା ଥାଏ । [୨] ଉଭୟ ପାରାଟାଇଫଏଡ ଓ ଟାଇଫଏଡ ଜ୍ୱର ସମାନ ସମସ୍ୟା ସୃଷ୍ଟି କରିପାରନ୍ତି । [୨] ପାରାଟାଇଫଏଡ ଜ୍ୱର ଏକ ପ୍ରକାର ଟାଇଫଏଡ ବୋଲି କୁହାଯାଇଛି । [୪]
ପାରାଟାଇଫଏଡ ଜ୍ୱର | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Infectious disease |
ଆଇସିଡ଼ି-୧୦ | A01.1-A01.4 |
ଆଇସିଡ଼ି-୯-ସିଏମ୍ | 002 |
ରୋଗ ଡାଟାବେସ | 33218 |
Patient UK | ପାରାଟାଇଫଏଡ ଜ୍ୱର |
MeSH | D010284 |
ପାରାଟାଇଫଏଡ ରୋଗ ସୃଷ୍ଟି କରନ୍ତି ସାଲମୋନେଲା ଏଣ୍ଟେରିକାର ତିନି ପ୍ରଜାତି ପାରାଟାଇଫଏଡ ଏ, ପାରାଟାଇଫଏଡ ବି, ଓ ପାରାଟାଇଫଏଡ ସି ଜୀବାଣୁ ଓ ଏମାନେ ଅନ୍ତନଳୀ ଓ ରକ୍ତରେ ବଢ଼ନ୍ତି । ସଂକ୍ରମିତ ବ୍ୟକ୍ତିର ମଳ ଅପମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ରୋଗ ବ୍ୟାପେ । [୧] ରୋଗଗ୍ରସ୍ତ ରାନ୍ଧୁଣିଆଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇଲେ ମଧ୍ୟ ରୋଗ ବ୍ୟାପେ । [୩] ଅପରିଚ୍ଛନ୍ନ ପରିବେଶ ଓ ଜନାକୀର୍ଣ୍ଣ ବସତି ଏହି ରୋଗ ବ୍ୟାପିବାରେ ସାହାଯ୍ୟ କରେ । [୫] ଯୌନ ସମ୍ପର୍କଦ୍ୱାରା ମଧ୍ୟ ବ୍ୟାପିପାରେ । ଜୀବଜଗତରେ କେବଳ ମାନବ ଏହି ରୋଗର ଶିକାର ହୁଏ । [୧] ଲକ୍ଷଣ ଦେଖି ନିର୍ଣ୍ଣୟ କରାଯାଏ ଓ ରୋଗୀର ରକ୍ତ, ମଳ ତଥା ଅସ୍ଥିମଜ୍ଜାରେ ଜୀବାଣୁର ଡିଏନଏ ମିଳିଲେ ବା ରକ୍ତକୁ ଜୀବାଣୁ କଲଚର କରି ଜୀବାଣୁ ମିଳିଲେ ରୋଗ ନିଧାର୍ଯ୍ୟ କରାଯାଏ । [୧][୨] ଜୀବାଣୁ କଲଚର ଏକ କଷ୍ଟସାଧ୍ୟ କାମ । [୨] ଅସ୍ଥିମଜ୍ଜା ପରୀକ୍ଷାହିଁ ସର୍ବୋତ୍ତମ ନିଧାର୍ଯ୍ୟ ପରୀକ୍ଷା । [୫] ଅନେକ ଗୁଡ଼ିଏ ସଂକ୍ରାମକ ରୋଗର ଲକ୍ଷଣ ସହିତ ଏହାର ସାମଞ୍ଜସ୍ୟ ଅଛି । [୨] ଟାଇଫସ ରୋଗର ଏହା ସହିତ ସମ୍ପର୍କ ନାହିଁ । [୬]
ପାରାଟାଇଫଏଡ ନିମନ୍ତେ କୌଣସି ଟିକା ନ ଥିଲେ ମଧ୍ୟ ଟାଇଫଏଡ ଟିକା କିଛି ଉପକାର କରିପାରେ । [୧][୩] ଏହାର ପ୍ରତିଷେଧ ନିମନ୍ତେ ବିଶୁଦ୍ଧ ଜଳ ପାନ, ଉନ୍ନତ ପରିମଳ ବ୍ୟବସ୍ଥା ଓ ଭଲଭାବେ ହାତଧୁଆ ଆବଶ୍ୟକ । ଆଜିଥ୍ରୋମାଇସିନ ଭଳି ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ । ପୂର୍ବରୁ ଦିଆଯାଉଥିବା ଅନେକ କାର୍ଯ୍ୟକ୍ଷମ ଆଣ୍ଟିବାୟୋଟିକ ପ୍ରତି ସମୟକ୍ରମେ ପ୍ରତିରୋଧ ଶକ୍ତି ହୋଇଯାଇଛି । [୧]
ବାର୍ଷିକ ୬ ନିୟୁତ ଲୋକ ପାରାଟାଇଫଏଡ ରୋଗରେ ଆକ୍ରାନ୍ତ ହୁଅନ୍ତି । [୧] ଏସିଆର ଅନେକ ସ୍ଥାନରେ ଏହା ସାଧାରଣତଃ ଏହି ରୋଗ ହୁଏ କିନ୍ତୁ ବିକଶିତ ଦେଶମାନଙ୍କରେ କ୍ୱଚିତ ଦେଖାଯାଏ । [୧][୩] ପାରାଟାଇଫି ବି ଓ ସି ଅପେକ୍ଷା ପାରାଟାଇଫି ଏ ଅଧିକ ହୁଏ । [୨] ସନ ୧୯୯୦ରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୫୪,୦୦୦ ଥିବାବେଳେ ସନ ୨୦୧୩ରେ ଏହି କମିଯାଏ ୫୪,୦୦୦ ହୋଇଥିଲା । [୭] ଚିକିତ୍ସା ନ ପାଇଲେ ମୃତ୍ୟୁ ସଙ୍କଟ ୧୦ରୁ ୧୫ % ହୁଏ, ଚିକତ୍ସା ପାଇଲେ ୧ %ରୁ କମ ମୃତ୍ୟୁ ହୁଏ । [୨]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Anna E. Newton (2014). "3 Infectious Diseases Related To Travel". CDC health information for international travel 2014 : the yellow book. ISBN 9780199948499.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Alan J. Magill (2013). Hunter's tropical medicine and emerging infectious diseases (9th ed.). London: Saunders/Elsevier. pp. 568–572. ISBN 9781455740437.
- ↑ ୩.୦ ୩.୧ ୩.୨ ୩.୩ Jeremy Hawker (2012). "3.56". Communicable disease control and health protection handbook (3rd ed.). Chichester, West Sussex, UK: Wiley-Blackwell. ISBN 9781444346947.
- ↑ Wain, J; Hendriksen, RS; Mikoleit, ML; Keddy, KH; Ochiai, RL (21 March 2015). "Typhoid fever". Lancet. 385 (9973): 1136–45. doi:10.1016/s0140-6736(13)62708-7. PMID 25458731.
- ↑ ୫.୦ ୫.୧ Crump, JA; Mintz, ED (15 January 2010). "Global trends in typhoid and paratyphoid Fever". Clinical infectious diseases : an official publication of the Infectious Diseases Society of America. 50 (2): 241–6. doi:10.1086/649541. PMID 20014951.
- ↑ Cunha BA (March 2004). "Osler on typhoid fever: differentiating typhoid from typhus and malaria". Infect. Dis. Clin. North Am. 18 (1): 111–25. doi:10.1016/S0891-5520(03)00094-1. PMID 15081508.
- ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link)