ଓଣ୍ଡାନ୍ସେଟ୍ରନ୍
ଓଣ୍ଡାନ୍ସେଟ୍ରନ୍, ବିକ୍ରୟ ନାମ ଜୋଫ୍ରାନ୍, ଏକ ଔଷଧ ଯାହା କେମୋଥେରାପି, ରାଡିଏସନ୍ ଥେରାପି ଓ ଅପରେଶନ ପରେ ହେଉଥିବା ଅଇ ଓ ବାନ୍ତି ପ୍ରତିରୋଧ କରିବାକୁ ଦିଆଯାଏ ।[୧] ଗାସ୍ଟ୍ରୋଏଣ୍ଟେରାଇଟିସ (ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ) ରୋଗରେ ମଧ୍ୟ ଏହା ଦେଲେ ଉପକାରରେ ଆସେ । [୨][୩] ମୋସନ ସିକ୍ନେସ (ଯାତ୍ରାକାଳୀନ ଅସୁସ୍ଥତା) ଯୋଗୁ ହେଉଥିବା ବାନ୍ତିରେ ଏହାର କିଛି ପ୍ରଭାବ ପଡ଼େନାହିଁ ।[୪] ଏହା ପାଟିରେ ଓ ମାଂସପେଶୀ ବା ଶିରାଭ୍ୟନ୍ତରରେ ଇଞ୍ଜେକସନ୍ ଆକାରରେ ଦିଆଯାଇପାରେ ।[୧]
Clinical data | |
---|---|
Trade names | Zofran, Ondisolv, others |
AHFS/Drugs.com | monograph |
MedlinePlus | a601209 |
Pregnancy category | |
Routes of administration | Oral, rectal, IV, IM |
ATC code | |
Legal status | |
Legal status | |
Pharmacokinetic data | |
Bioavailability | ~60% |
Protein binding | 70%-76% |
Metabolism | Liver (CYP3A4, CYP1A2, CYP2D6) |
Elimination half-life | 5.7 hours |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.110.918 |
Chemical and physical data | |
Formula | C18H19N3O |
Molar mass | 293.4 g/mol |
3D model (JSmol) | |
| |
| |
(verify) |
ଓଣ୍ଡାନ୍ସେଟ୍ରନ୍ର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡବଥା, ନିଦ୍ରାହୀନତା ଓ ଗଲୁ ଲାଗିବା ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଦୀର୍ଘ କ୍ୟୁଟି ଓ ଆନାଫାଇଲାକ୍ସିସ ହୋଇପାରେ । ଗର୍ଭାବସ୍ଥାରେ ଏହା ନିରାପଦ ପ୍ରତେ ହେଲେ ମଧ୍ୟ ଏହା ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । ଏହା ଏକ ସେରୋଟୋନିନ୍ ୫-ଏଚଟି୩ ରିସେପ୍ଟର ବିରୋଧୀ.[୧] ଡୋପାମିନ ରିସେପ୍ଟର ବା ମସ୍କାରିନିକ୍ ରିସେପ୍ଟର ସମୂହ ଉପରେ ଓଣ୍ଡାନ୍ସେଟ୍ରନ୍ର ପ୍ରଭାବ ନାହିଁ ।[୫]
ଓଣ୍ଡାନ୍ସେଟ୍ରନ୍ ପ୍ରଥମେ ସନ ୧୯୯୦ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଇଞ୍ଜେକସନ ଆକାରରେ ମିଳୁଥିବା ଓଣ୍ଡାନ୍ସେଟ୍ରନ୍ର ହୋଲସେଲ ମୁଲ୍ୟ ପ୍ରାୟ ୦.୧୦ରୁ ୦.୭୬ ଆମେରିକୀୟ ଡଲାର । [୮] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ବଟିକାର ମୂଲ୍ୟ ପ୍ରାୟ ୧.୩୭ ଡଲାର ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Ondansetron Hydrochloride". The American Society of Health-System Pharmacists. Retrieved Jan 2016.
{{cite web}}
: Check date values in:|accessdate=
(help) - ↑ Schnadower, D; Finkelstein, Y; Freedman, SB (January 2015). "Ondansetron and probiotics in the management of pediatric acute gastroenteritis in developed countries". Current opinion in gastroenterology. 31 (1): 1–6. doi:10.1097/mog.0000000000000132. PMID 25333367.
- ↑ Freedman, SB; Ali, S; Oleszczuk, M; Gouin, S; Hartling, L (July 2013). "Treatment of acute gastroenteritis in children: an overview of systematic reviews of interventions commonly used in developed countries". Evidence-based child health : a Cochrane review journal. 8 (4): 1123–37. doi:10.1002/ebch.1932. PMID 23877938.
- ↑ Sutton, M; Mounsey, AL; Russell, RG (15 July 2012). "FPIN's Clinical Inquiries. Treatment of motion sickness". American family physician. 86 (2): 192–5. PMID 22962932.
- ↑ Miloro, ed. by Michael (2012). Peterson's principles of oral and maxillofacial surgery (3rd ed.). Shelton, CT: People's Medical Pub. House-USA. p. 86. ISBN 9781607951117.
{{cite book}}
:|first1=
has generic name (help) - ↑ Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 217. ISBN 9780471899792.
- ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ "Ondansetron". International Drug Price Indicator Guide. Archived from the original on 10 May 2017. Retrieved 26 January 2016.