ମେଟୋପ୍ରୋଲୋଲ
ମେଟୋପ୍ରୋଲୋଲ (ଇଂରାଜୀରେ Metoprolol କିମ୍ବା /mɛˈtoʊproʊlɑːl/, /mɛtoʊˈproʊlɑːl/), ବଜାର ନାମ ଲୋପ୍ରେସର, ଏକ ସିଲେକ୍ଟିଭ ବିଟା ରିସେପ୍ଟିଭ ବ୍ଲକର ଔଷଧ । [୨] ଉଚ୍ଚ ରକ୍ତଚାପ, ଆଞ୍ଜିନା ଓ ଅନେକ ପ୍ରକାରର ଅସ୍ୱାଭାବିକ ହୃତ୍ପିଣ୍ଡ ଗତି ହାର ହେଉଥିବା ରୋଗରେ ଏହା ବ୍ୟବହାର ହୁଏ । [୨] ମାୟୋକାର୍ଡ଼ିଆଲ ଇନଫାର୍କସନ ରୋଗ ହୋଇସାରିବା ପରେ ପରବର୍ତ୍ତୀ ହୃତ୍ପିଣ୍ଡ ରୋଗକୁ ରୋକିବା ନିମନ୍ତେ ଓ ମିଗ୍ରେନ ରୋଗ ପ୍ରତିରୋଧ କରିବା ନିମନ୍ତେ ବ୍ୟବହାର କରାଯାଉଛି । [୨]
Clinical data | |
---|---|
Trade names | Lopressor, Toprol-xl |
AHFS/Drugs.com | monograph |
MedlinePlus | a682864 |
data |
|
Pregnancy category | |
Routes of administration | Oral, IV |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 50%[୧] |
Metabolism | Hepatic via CYP2D6, CYP3A4 |
Elimination half-life | 3-7 hours |
Excretion | Renal |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.051.952 |
Chemical and physical data | |
Formula | C15H25NO3 |
Molar mass | 267.364 g/mol |
3D model (JSmol) | |
Melting point | 120 °C (248 °F) |
| |
| |
(verify) |
ଏହା ବିଭିନ୍ନ ଆକାରରେ ମିଳେ, ଖାଇବା ନିମନ୍ତେ ବା ଶିରା ମଧ୍ୟରେ ଦେବା ନିମନ୍ତେ । [୨] ଦିନକୁ ଦୁଇ ଥର ଦିଆଯାଏ । [୨] ଗୋଟିଏ ଥର ଦେବା ଭଳି ଫର୍ମୁଲା ମଧ୍ୟ ମିଳେ ଯାହାକୁ ଏକ୍ସଟେଣ୍ଡେଡ ରିଲିଜ ଫର୍ମୁଲେସନ କୁହାଯାଏ । [୨] ଏହାକୁ ହାଇଡ୍ରୋକ୍ଲୋରୋଥିଆଜିଡ ସହ ମିଶେଇ ଗୋଟିଏ ବଟିକା ଆକାରରେ ମଧ୍ୟ ମିଳେ । [୨]
ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶୋଇବାରେ ବାଧା, ଥକ୍କାଣ ଅନୁଭବ, ଅଚେତ ହୋଇ ପଡ଼ିବା ଅନୁଭବ ଓ ପେଟ ଅସୁବିଧା ଇତ୍ୟାଦି ପ୍ରଧାନ । [୨] ବେଶୀ ଡୋଜ ଦେଲେ ଗମ୍ଭୀର ବିଷାକ୍ତ ପ୍ରତିକ୍ରିୟା ହୁଏ । [୩][୪] ଗର୍ଭାବସ୍ଥାରେ କିଛି ସଙ୍କଟ ଆସିବା ସମ୍ଭାବନା ଏଡ଼େଇ ହେବ ନାହିଁ । [୨][୫] ସ୍ତନ୍ୟପାନ କରିବାରେ ଏହା ବିପଦମୁକ୍ତ ଥିବା ଜଣାଯାଏ । [୬] ଆଜ୍ମା ଓ ଯକୃତ ବେମାରୀ ଥିବା ରୋଗୀଙ୍କୁ ଦେବାବେଳେ ସାବଧାନ ହେବା ଆବଶ୍ୟକ । [୨] ଔଷଧ ବନ୍ଦ କରିବାକୁ ହେଲେ ଧୀରେ ଧୀରେ ବନ୍ଦ କରାଯାଏ ନ ହେଲେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇ ପାରେ । [୨]
ମେଟୋପ୍ରୋଲୋଲ ପ୍ରଥମେ ୧୯୬୯ ମସିହାରେ ତିଆରି ହେଲା । [୭] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକ ଔଷଧ ତାଲିକାରୁ ଏହା ଗୋଟିଏ, ସ୍ୱାସ୍ଥ୍ୟ ପ୍ରଣାଳୀ ନିମନ୍ତେ ଏହା ଗୋଟିଏ ଅତି ଦରକାରୀ ଔଷଧ । [୮] ଏହା ନିଜସ୍ୱ ନାମରେ ଜେନେରିକ ନାମ ବିକ୍ରି ହୁଏ, କମ୍ପାନୀ ନାମରେ ନୁହେଁ । [୨] ସନ ୨୦୧୩ରେ ଆମେରିକାରେ ୧୯ତମ ଅଧିକ ବିକ୍ରି ହେଉଥିବା ଔଷଧ ଥିଲା । [୯]
ଆଧାର
ସମ୍ପାଦନା- ↑ "LOPRESSOR HCT (metoprolol tartrate) tablet" (PDF). FDA. Retrieved 5 May 2015.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Metoprolol". The American Society of Health-System Pharmacists. Retrieved Apr 21, 2014.
- ↑ Pillay (2012). Modern Medical Toxicology. Jaypee Brothers Publishers. p. 303. ISBN 9789350259658.
- ↑ Marx, John A. Marx (2014). "Cardiovascular Drugs". Rosen's emergency medicine : concepts and clinical practice (8th ed. ed.). Philadelphia, PA: Elsevier/Saunders. pp. Chapter 152. ISBN 1455706051.
{{cite book}}
:|edition=
has extra text (help) - ↑ "Prescribing medicines in pregnancy database". Australian Government. 3 March 2014. Retrieved 22 April 2014.
- ↑ Medical Toxicology. Lippincott Williams & Wilkins. 2004. p. 684. ISBN 9780781728454.
- ↑ Carlsson, edited by Bo (1997). Technological systems and industrial dynamics. Dordrecht: Kluwer Academic. p. 106. ISBN 9780792399728.
{{cite book}}
:|first1=
has generic name (help) - ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Top 100 Drugs for 2013 by Units Sold". www.drugs.com/. 2014-02. Retrieved 22 March 2015.
{{cite web}}
: Check date values in:|date=
(help)