ମହମ ବେଗମ

(Maham Begumରୁ ଲେଉଟି ଆସିଛି)

ମହମ ବେଗମ କିମ୍ବା ମହୀମ ବେଗମ[] (୧୬ ଏପ୍ରିଲ ୧୫୩୪ରେ ମୃତ୍ୟୁବରଣ କରିଥିଲେ) ୨୦ ଏପ୍ରିଲ ୧୫୨୬ ମସିହାରୁ ୨୬ ଡିସେମ୍ବର ୧୫୩୦ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟର ସମ୍ରାଟ ଏବଂ ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା ବାବୁରଙ୍କ ତୃତୀୟ ପତ୍ନୀ ତଥା ମୁଖ୍ୟ ମହାରାଣୀ ଥିଲେ । ସେ ବାବୁରଙ୍କ ଜ୍ୟେଷ୍ଠପୁତ୍ର ତଥା ଶେଷରେ ଉତ୍ତରାଧିକାରୀ ହୋଇଥିବା ହୁମାୟୁନଙ୍କ ମାତା ଥିଲେ । ସେ ପାଦଶାହା ବେଗମର ପ୍ରଥମ ରାଜକୀୟ ଆଖ୍ୟା ପାଇଥିଲେ ।

ମହମ ବେଗମ
ମୋଗଲ ସାମ୍ରାଜ୍ୟର ମହାରାଣୀ

ପାଦଶାହ ବେଗମ
ଶାସନକାଳ
ପୂର୍ବାଧିକାରୀ ସ୍ଥିତି ସ୍ଥାପିତ
ଉତ୍ତରାଧିକାରୀ ବେଗା ବେଗମ
ଜୀବନସାଥୀ ବାବୁର
ସନ୍ତାନସନ୍ତତିଗଣ
  • ହୁମାୟୁନ
  • ମିର୍ଜା ବାର୍ବୁଲ
  • ମିର୍ଜା ଫାରୁକ
  • ମିହର ଜାହାନ ବେଗମ
  • ଆଇସାନ ଦୌଲତ ବେଗମ
ବଂଶ ତିମୁରିଦ ରାଜବଂଶ "(ବିବାହ ପରେ)"
ଜନ୍ମ ୧୫ ଶତାବ୍ଦୀର ଶେଷଭାଗ
ତିମୁରିଦ ସାମ୍ରାଜ୍ୟ
ମୃତ୍ୟ ୧୬ ଏପ୍ରିଲ ୧୫୩୪
ଦିଲ୍ଲୀ, ମୋଗଲ ସାମ୍ରାଜ୍ୟ
ସମାଧି ଆଗ୍ରା, ମୋଗଲ ସାମ୍ରାଜ୍ୟ
ଧର୍ମ ଇସଲାମ ଧର୍ମ

ପରିବାର ଏବଂ ବଂଶ

ସମ୍ପାଦନା

ସମସାମୟିକ ରେକର୍ଡ ଗୁଡିକରୁ ମହମ ବେଗମଙ୍କ ପିତାମାତା ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ବାବୁରଙ୍କ ଆତ୍ମଜୀବନୀ; ବାବୁର୍ନମାରେ, ଦୁହିଁଙ୍କ ବିବାହ ବିଷୟରେ ଅଳ୍ପ କିଛି ଉଲ୍ଲେଖ ରହିଛି କିନ୍ତୁ ମହମଙ୍କ ପରିବାର ବିଷୟରେ କିଛିନାହିଁ ।[] ତଥାପି, ଏକ ପ୍ରମାଣ ଅଛି ଯେ ଖ୍ୱାଜା ମହମ୍ମଦ ଅଲି ନାମକ ଜଣେ ବ୍ୟକ୍ତି ମହମଙ୍କ ଭାଇ ଥିଲେ । ଖୋଷ୍ଟ ସହରକୁ କେନ୍ଦ୍ର କରି ବାବୁର୍ନମାରେ ତାଙ୍କ ନାମ ଅନେକ ଥର ଦେଖାଯାଏ, ଯଥା ଖୋଷ୍ଟ ସରକାରରେ ସେବା କରିବା, ଖୋଷ୍ଟରୁ ଅର୍ଡର ପାଇଁ ଆସିବା ଇତ୍ୟାଦି । ସେହି ସହରରେ ମହମଙ୍କ ସନ୍ତାନ ଜନ୍ମ ହୋଇଥିଲେ ଏବଂ ଏହା ରେକର୍ଡ ହୋଇଥିଲା ଯେ ପରେ ହୁମାୟୁନ ଖୋଷ୍ଟରେ ତାଙ୍କ ମାତାପିତାଙ୍କୁ ଦେଖା କରିଥିଲେ । ବାବୁର, ଅବଦୁଲ ମଲିକ ଖୋଷ୍ଟିଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯିଏ ମହମଙ୍କ ସମ୍ପର୍କୀୟ ହୋଇପାରନ୍ତି, ଯଦିଓ ଏହା ନିଶ୍ଚିତ ନୁହେଁ ।[] ତିମୁରିଦ ସମ୍ପର୍କକୁ ଆଗକୁ ନେବାକୁ ସୂଚକ ମଧ୍ୟ ଦିଆଯାଇଛି । ମହମ ବେଗମଙ୍କ ପୋଷ୍ୟ କନ୍ୟା ଗୁଲବଦନ କହିଛନ୍ତି ଯେ କାବୁଲର ନୂତନ ବର୍ଷର ଉଦ୍ୟାନର ମାଲିକମାନଙ୍କ ସହ ସମ୍ରାଟ ସମ୍ପୃକ୍ତ ଥିଲେ, ଯାହା ପ୍ରଥମେ ବାବରଙ୍କ ମାମୁଁ ଉଲୁଘ ବେଗ ଦ୍ୱିତୀୟଙ୍କଦ୍ୱାରା ନିର୍ମିତ ହୋଇଥିଲା ।[] ଏଥିସହ, କେତେକ ବିଚାରରୁ ଜଣାପଡିଛି ଯେ ଗୁଲବଦନଙ୍କ ମା ଦିଲଦାର ଆଗଚା ବେଗମ ମଧ୍ୟ ମହମଙ୍କ ସମ୍ପର୍କୀୟ ଥିଲେ ।[]

୧୫୦୬ ମସିହାରେ ବାବୁର ମହମ ବେଗମଙ୍କୁ ହେରାଟରେ ବିବାହ କରିଥିଲେ, ଯେତେବେଳେ ସୁଲତାନ ହୁସେନ ମିର୍ଜାଙ୍କ ମୃତ୍ୟୁରେ ସେ ହେରାଟର ରାଜଧାନୀ ଖୋସ୍ରାନରେ ଶୋକ ପାଳିଥିଲେ । ସେ ବାବୁରଙ୍କ ରାଜନୈତିକ କାର୍ଯ୍ୟରେ ତଥା ରାଜପରିବାରରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଅତ୍ୟଧିକ ବୁଦ୍ଧି, ଗୁଣ ଏବଂ ସୁନ୍ଦର ଚେହେରା ଥିଲା । ସେ ରାଜ ପରିବାରର ମୁଖ୍ୟ ମହିଳା ଥିଲେ । ଦମ୍ପତିଙ୍କ ପ୍ରଥମ ସନ୍ତାନ ହୁମାୟୁନ ଜନ୍ମ ହେବା ପରେ ଆଉ ଚାରି ସନ୍ତାନ ଜନ୍ମ ହୋଇଥିଲେ ଏବଂ ଦୁର୍ଭାଗ୍ୟବଶତଃ ସମସ୍ତେ ଶିଶୁ ଅବସ୍ଥାରେ ମରିଗଲେ । ସେମାନେ ହେଲେ ବାରବୁଲ, ମିହର ଜାହାନ, ଆଇସାନ ଦୌଲତ ଏବଂ ଫାରୁକ । ବାବୁରଙ୍କ ମୁଖ୍ୟ ପତ୍ନୀ ଭାବରେ, ସେ ତାଙ୍କ ହରେମର ଅନ୍ୟ ଅନ୍ତେବାସୀମାନଙ୍କ ଉପରେ ଭଲଭାବେ ପରିଭାଷିତ ହୋଇଥିଲେ । ସେ ନିଜେ ଯଥାକ୍ରମେ ୧୫୧୯ ଏବଂ ୧୫୨୫ ମସିହାରେ ଦିଲଦାର ବେଗମଙ୍କ ଦୁଇ ସନ୍ତାନ ହିନ୍ଦଳ ମିର୍ଜା ଏବଂ ଗୁଲବାଦନ ବେଗମଙ୍କ ଅଭିଭାବକତା ଗ୍ରହଣ କରିଥିଲେ ଏବଂ ଏହା ବାବୁରଙ୍କଦ୍ୱାରା ପ୍ରମାଣିତ ହୋଇଥିଲା ।

ମୃତ୍ୟୁ

ସମ୍ପାଦନା

ମହମ ବେଗମ ଅନ୍ତବୁଜୁଳା ରୋଗରେ ଆକ୍ରାନ୍ତ ହୋଇ ୧୬ ଏପ୍ରିଲ ୧୫୩୪ ମସିହାରେ ମୃତ୍ୟୁବରଣ କରିଥିଲେ । ମହମଙ୍କ ମୃତ୍ୟୁ ପରେ ବାବୁରଙ୍କ ଭଉଣୀ ଖାନଜଡା ବେଗମ ସାମ୍ରାଜ୍ୟର ପ୍ରଥମ ମହିଉଳା ହୋଇଥିଲେ ।

ତାଙ୍କୁ କେଉଁଠାରେ ସମାଧି ଦିଆଗଲା ଏବଂ କେଉଁ ସ୍ଥାନଟି ତାଙ୍କ ପୁତ୍ର ହୁମାୟୁନଙ୍କଦ୍ୱାରା କବର ହେବା ପାଇଁ ମନୋନୀତ ହୋଇଥିଲା ତାହା ଏଜାବତ ଜଣା ନାହିଁ । ତାଙ୍କୁ ବାବୁରଙ୍କ କବର ପାଖରେ କବର ଦିଆଯାଇଥିବା ଜଣାପଡିଛି । ଏହା ନିଶ୍ଚିତ ଯେ, ତାଙ୍କ ଶରୀର କେବେ ମଧ୍ୟ କାବୁଲକୁ ସ୍ଥାନାନ୍ତର କରାଯାଇ ନାହିଁ ।

  1. Mukhia 2004, p. 124.
  2. Babur (1922). The Babur-nama In English (Memoirs of Babur). Vol. II. Translated by Annette Beveridge. London: Luzac & Co. p. 714.
  3. Gulbadan Begum (1902). The History of Humayun (Humayun-nama). Translated by Annette Beveridge. London: Royal Asiatic Society. p. 257.
  4. Gulbadan Begum (1902, p. 257)
  5. Beveridge, Annette (1898). Life and writings of Gulba dan Begam (Lady Rosebody). Calcutta Review. Vol. 109. Calcutta: University of Calcutta. p. 347.