ମହାକାଳୀ
(Mahakaliରୁ ଲେଉଟି ଆସିଛି)
ମହାକାଳୀ (ସଂସ୍କୃତ: Mahākālī, Devanagari: महाकाली), କାଳ (ସମୟ) ଓ ମୃତ୍ୟୁର ଦେବୀ, ମହାନ ଦେବୀ, ମହାଦେବୀ। ତାଙ୍କୁ ଶିବଙ୍କର ସହଚରୀ ବୋଲି କୁହାଯାଏ। ସେ ହେଉଛନ୍ତି ଚିତ୍ ଶକ୍ତି, ବାସ୍ତବତା (ତଳେ ଦେଖନ୍ତୁ) ଏବଂ ଅସ୍ତିତ୍ୱର ଆଧାର। ସେ ହେଉଛନ୍ତି ମହାକାଳ (ସମୟ ବା ମୃତ୍ୟୁ) ଶିବଙ୍କର ପ୍ରକୃତିରୂପା (ସ୍ତ୍ରୀ-ରୂପା) ଶକ୍ତି। ସେ ସମୟାତୀତା, ଦେବୀ ଦୁର୍ଗାଙ୍କ କୋପ ସମ୍ଭୂତା, ତଥା ଆଦି ପରାଶକ୍ତି, ନୀଳାଭ କାନ୍ତିଯୁକ୍ତା। ମା କାଳୀଙ୍କର ଶ୍ରେଷ୍ଠତମ ରୂପ, ଯାହାଙ୍କୁ ହିନ୍ଦୁମାନେ ଦିବ୍ୟ ଜନନୀ ବୋଲି ପରିଗଣିତ କରିଥାନ୍ତି।
ମହାକାଳୀ | |
---|---|
ସଂସ୍କୃତ ଅନୁବାଦ | Mahākālī |
ଉପାଧି | କାଳୀ, ମହାଦେବୀ, ବ୍ରହ୍ମ |
ବାସସ୍ଥାନ | ଅର୍ଥ ଭିତ୍ତିରେ ଭିନ୍ନ ଭିନ୍ନ |
ମନ୍ତ୍ର | ଓଁ କ୍ରୀଂ କାଳୀକାୟେ ନମଃ (Om Krīṃ Kālikaye Namah), ଓଁ କାଳୀକାୟେ ନମଃ (Om Kapālinaye Namah) |
ଅସ୍ତ୍ର | ରୂପ ଅନୁସାରେ ଭିନ୍ନ ଭିନ୍ନ |
ସାଥି | ଶିବ |
ବାହନ | ଶିବ ଜଡ଼ ଶବ ରୂପରେ |
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |