ଲୋସାର୍ଟାନ
ଲୋସାର୍ଟାନ (ଇଂରାଜୀ ଭାଷାରେ Losartan, ଏକ ବିକ୍ରୟ ନାମ କୋଜାର) ଔଷଧ ଉଚ୍ଚ ରକ୍ତଚାପ ଚିକିତ୍ସାରେ ବ୍ୟବହୃତ ହୁଏ ।[୧] ମଧୁମେହ ବୃକ୍କ ରୋଗ (diabetic kidney disease), ଲେଫ୍ଟ ଭେଣ୍ଟ୍ରିକୁଲାର ଫେଲ୍ୟୁର (left ventricular enlargement) ଓ ହୃଦ୍ପାତ ରୋଗମାନଙ୍କ ଚିକିତ୍ସାରେ ମଧ୍ୟ ଦିଆଯାଏ ।[୧] ଏହି ଔଷଧ ପାଟିରେ ଦିଆଯାଏ ।[୧] ଅନ୍ୟାନ୍ୟ ଉଚ୍ଚ ରକ୍ତଚାପ ଔଷଧମାନଙ୍କ (blood pressure medication) ସହିତ ଏହା ଦିଆଯାଇପାରେ ।[୧] ସମ୍ପୁର୍ଣ୍ଣ ପ୍ରଭାବ ପଡ଼ିବାକୁ ୬ ସପ୍ତାହ ଲାଗିଯାଇପାରେ । [୧]
Clinical data | |
---|---|
Pronunciation | /loʊˈsɑːrtən/ |
Trade names | କୋଜାର ଓ ଅନ୍ୟାନ୍ୟ |
AHFS/Drugs.com | monograph |
MedlinePlus | a695008 |
data | |
Pregnancy category | |
Routes of administration | ପାଟିରେ ଦିଆଯାଏ |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ୨୫-୩୫% |
Protein binding | ୯୯.୭% (ପ୍ରାଥମିକ ଆଲବୁମିନ albumin ସହିତ) |
Metabolism | Liver, CYP2C9, CYP3A4 |
Elimination half-life | 1.5–2 ଘଣ୍ଟା |
Excretion | ବୃକ୍କ ୧୩–୨୫%, ବିଲିଆରି (biliary) ୫୦–୬୦% |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.110.555 |
Chemical and physical data | |
Formula | C22H23ClN6O |
Molar mass | 422.91 g/mol |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ କ୍ରାମ୍ପ, ବନ୍ଦ ନାକ, କାଶ ଓ ହାଇପରକାଲେମିଆ ହୋଇପାରେ ।[୧] ସାଂଘାତିକ ପ୍ରତିକ୍ରିୟା ହେଲେ ଆଞ୍ଜିଓଇଡିମା (angioedema), ନିମ୍ନ ରକ୍ତଚାପ (low blood pressure) ଓ ବୃକ୍କ ସମସ୍ୟା (kidney problems) ଦେଖାଯାଇପାରେ । [୧] ଗର୍ଭାବସ୍ଥାରେ ଏହି ଔଷଧ ଶିଶୁ ପ୍ରତି ହାନୀକାରକ ହୋଇପାରେ ।[୧] ସ୍ତନ୍ୟପାନ (breastfeeding) ସମୟରେ ମଧ୍ୟ ଏହା ଦେବାକୁ ମନା କରାଯାଏ ।[୨] ଏହା ଅଞ୍ଜିଓଟେନସିନ ୨ ରିସେପ୍ଟର ଆଣ୍ଟାଗୋନିଷ୍ଟ (angiotensin II receptor antagonist) ଶ୍ରେଣୀର ଔଷଧ ଓ ଆଞ୍ଜିଓଟେନସିନ ୨କୁ (angiotensin II) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଲୋସାର୍ଟାନ ସ୍ୱୀକୃତି ପ୍ରାପ୍ତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୪] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୦.୨୮ରୁ ୩.୪୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ଏହି ଔଷଧ ବାବଦ ଏକ ମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧.୧୩ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୬] ଏହାର ଏକ ସଂସ୍କରଣରେ ହାଇଡ୍ରୋକ୍ଲୋରୋଥିଆଜାଇଡ ମିଶ୍ରିତ ଭାବରେ ଏହା ମିଳେ । [୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Losartan Potassium". The American Society of Health-System Pharmacists. Retrieved 8 December 2017.
- ↑ "Losartan (Cozaar) Use During Pregnancy". Drugs.com. Retrieved 10 December 2017.
- ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ British national formulary : BNF 69 (69 ed.). British Medical Association. 2015. p. 127. ISBN 9780857111562.
- ↑ "Single Drug Information". International Medical Products Price Guide. Archived from the original on 22 August 2018. Retrieved 9 December 2017.
- ↑ "NADAC as of 2017-12-06". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-10. Retrieved 10 December 2017.