ଲାଇପୋମା

(Lipomaରୁ ଲେଉଟି ଆସିଛି)

ଲାଇପୋମା (ଇଂରାଜୀ ଭାଷାରେ lipoma) ଏକ ବିନାଇନ ଅର୍ବୁଦ ବା ଟ୍ୟୁମର (benign tumor) ଯାହା ଆଡିପୋଜ ବା ଚର୍ବି ତନ୍ତୁରୁ (fat tissue) ତିଆରି ହୋଇଥାଏ । [୧] ଏହା ସ୍ପର୍ଶରେ ନରମ, ଘୁଞ୍ଚିବା ସକ୍ଷମ ଓ ଯନ୍ତ୍ରଣା ବିହୀନ ଅର୍ବୁଦ । [୧] ସାଧାରଣତଃ ଏହି ଅର୍ବୁଦ ଚର୍ମ ତଳେ ଥାଏ କିନ୍ତୁ ଗଭୀର ସ୍ଥାନରେ ମଧ୍ୟ ହୋଇପାରେ । [୧] ଅଧିକାଂଶ ଅର୍ବୁଦର ଆକାର ୫ସେମିରୁ କମ । [୪] ପିଠିର ଉପର ଭାଗ, କାନ୍ଧ ଓ ଉଦରରେ (abdomen) ଏହା ପ୍ରାୟତଃ ଦେଖାଯାଏ । [୩] କେତେକ ରୋଗୀଙ୍କର ଏକାଧିକ ଲାଇପୋମା ଥିବା ଦେଖାଯାଏ । [୨]

ଲାଇପୋମା (Lipoma)
ଅଗ୍ରବାହୁରେ ଲାଇପୋମା
ବିଭାଗଚର୍ମରୋଗ ବିଜ୍ଞାନ (Dermatology, ଜେନେରାଲ ସର୍ଜରୀ (general surgery)
ଲକ୍ଷଣନରମ, ଗତିଶୀଳ ଓ ଯନ୍ତ୍ରଣା ବିହୀନ ଗୋଟାଳି [୧]
ଆକ୍ରାନ୍ତ ସମୟ୪୦-୬୦ ବର୍ଷ ବୟସ[୧]
କାରଣଅସ୍ପଷ୍ଟ[୧]
ବିପଦ କାରକପାରିବାରିକ ଇତିହାସ, ମୋଟାପଣ, ସ୍ୱଳ୍ପ ବ୍ୟାୟାମ[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା (physical exam)[୧]
ସଠିକ ରୋଗ ନିର୍ଣ୍ଣୟଲାଇପୋସାର୍କୋମା (Liposarcoma), ହାଇବରନୋମା (hibernoma), ଲାଇପୋମାଟୋସିସ (lipomatosis)[୩]
ଚିକିତ୍ସାସଜାଗ ପର୍ଯ୍ୟବେକ୍ଷଣ (Observation), ଅପରେଶନ[୧]
Prognosisଉତ୍ତମ[୧]
ପୁନଃପୌନିକ~୨%[୪]

ଏହି ରୋଗର କାରଣ ସ୍ପଷ୍ଟ ନୁହେଁ ।[୧] ପାରିବାରିକ ଇତିହାସ, ମୋଟାପଣ ଓ ସ୍ୱଳ୍ପ ବ୍ୟାୟାମ ଯୋଗୁ ଏହି ରୋଗ ସଙ୍କଟ ରହିଥାଏ ।[୧][୨] ଶାରୀରିକ ପରୀକ୍ଷା (physical exam) କରି ରୋଗ ନିର୍ଣ୍ଣୟ କରାଯାଇଥାଏ ।[୧] ବେଳେ ବେଳେ ମେଡିକାଲ ଇମେଜିଙ୍ଗ (medical imaging) ଓ ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିଶ୍ଚିତ କରାଯାଏ । [୧]

ସଜାଗ ପର୍ଯ୍ୟବେକ୍ଷଣ (Observation) କରି ଏହାର ଗତିଶୀଳତା ଲକ୍ଷ କରାଯାଏ ଓ ଆବଶ୍ୟକ ସ୍ଥଳେ ଅପରେଶନ କରାଯାଏ ।[୧] ଅପରେଶନ କରି ଏହାକୁ ବାହାର କରିବା ପରେ ମଧ୍ୟ କ୍ୱଚିତ ଏହା ଆଉ ଥରେ ସୃଷ୍ଟି ହୋଇପାରେ କିନ୍ତୁ ଅପରେଶନ ମଧ୍ୟ ପୁନର୍ବାର କରି ଚିକିତ୍ସା କରାଯାଇପାରେ । [୧] ସାଧାରଣତଃ ଏହି ରୋଗରୁ କର୍କଟ ରୋଗ ସୃଷ୍ଟି ହୁଏନାହିଁ ।[୧]

ଜନସଂଖ୍ୟାର ୨% ଲୋକଙ୍କର ଏହି ରୋଗ ହୁଏ ।[୪] ସ୍ୱାଭାବିକ ଭାବରେ ଏହା ୪୦-୬୦ ବର୍ଷ ବୟସରେ ହୁଏ ।[୧] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ଏହା ନରମ ତନ୍ତୁଜାତ (soft tissue) ଏକ ଅଣ-କର୍କଟ ଅର୍ବୁଦ ରୋଗ ।[୫] ପ୍ରଥମେ ସନ ୧୭୦୯ରେ ଲାଇପୋମା ଶବ୍ଦ ବ୍ୟବ‌ହାର କରାଯାଇଥିଲା । [୬]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ "Lipoma-OrthoInfo - AAOS". orthoinfo.aaos.org. May 2012. Retrieved 8 November 2017.
  2. ୨.୦ ୨.୧ ୨.୨ Fletcher, Christopher D. M.; Unni, K. Krishnan; Mertens, Fredrik (2002). Pathology and Genetics of Tumours of Soft Tissue and Bone (in ଇଂରାଜୀ). IARC. p. 20. ISBN 9789283224136.
  3. ୩.୦ ୩.୧ Lindberg, Matthew R. (2015). Diagnostic Pathology: Soft Tissue Tumors E-Book (in ଇଂରାଜୀ). Elsevier Health Sciences. p. 44. ISBN 9780323400411.
  4. ୪.୦ ୪.୧ ୪.୨ Kransdorf, Mark J.; Murphey, Mark D. (2006). Imaging of Soft Tissue Tumors (in ଇଂରାଜୀ). Lippincott Williams & Wilkins. p. 81. ISBN 9780781747714.
  5. Bancroft LW, Kransdorf MJ, Peterson JJ, O'Connor MI (October 2006). "Benign fatty tumors: classification, clinical course, imaging appearance, and treatment". Skeletal Radiol. 35 (10): 719–33. doi:10.1007/s00256-006-0189-y. PMID 16927086.
  6. Olson, James Stuart (1989). The History of Cancer: An Annotated Bibliography (in ଇଂରାଜୀ). ABC-CLIO. p. 15. ISBN 9780313258893.

External links ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ