କେରାଟୋସିସ ପିଲାରିସ

କେରାଟୋସିସ ପିଲାରିସ (ଇଂରାଜୀ ଭାଷାରେ Keratosis pilaris/ KP) ଏକ ଚର୍ମ ରୋଗ ଯେଉଁଥିରେ ଚର୍ମ ଖାଲ ଢ଼ିପ ହୋଇଯାଏ ଓ ଲାଲ ଦେଖାଯା
(Keratosis pilarisରୁ ଲେଉଟି ଆସିଛି)

କେରାଟୋସିସ ପିଲାରିସ (ଇଂରାଜୀ ଭାଷାରେ Keratosis pilaris/ KP) ଏକ ଚର୍ମ ରୋଗ ଯେଉଁଥିରେ ଚର୍ମ ଖାଲ ଢ଼ିପ ହୋଇଯାଏ ଓ ଲାଲ ଦେଖାଯାଏ ।[] ସାଧାରଣତଃ କୌଣସି ଯନ୍ତ୍ରଣା କିମ୍ବା ଗଲୁ ହୁଏ ନାହିଁ | [] ସାଧାରଣତ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ଉପର ବାହୁ, ଜଙ୍ଘ ଏବଂ ପିଚା | [] ମୁହଁ, ଛାତି କିମ୍ବା ଅଗ୍ରବାହୁ ମଧ୍ୟ ସମୟ ସମୟରେ ଜଡ଼ିତ ହୋଇପାରେ | [] ପ୍ରାୟ ଗ୍ରୀଷ୍ମ ସମୟରେ ଏହା ଉପଶମ ହୁଏ ଏବଂ ଶୀତ ସମୟରେ ଖରାପ ହୁଏ | [] ଏହା ଫଳରେ ମାନସିକ ଦୁଶ୍ଚିନ୍ତା ହୋଇପାରେ ।[]

Keratosis pilaris
Follicular keratosis, lichen pilaris, chicken skin[]
Keratosis pilaris as seen on the calf
ବିଭାଗDermatology
ଲକ୍ଷଣPainless red bumpy skin[]
ଆକ୍ରାନ୍ତ ସମୟEarly childhood[]
ଅବଧିLong term[]
ବିପଦ କାରକObesity, atopic dermatitis, ichthyosis vulgaris, pregnancy, diabetes[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[]
ସଠିକ ରୋଗ ନିର୍ଣ୍ଣୟAcne, folliculitis, atopic dermatitis, milia, scurvy[]
ଚିକିତ୍ସାMoisturizers, creams that include lactic acid or salicylic acid, phototherapy[][]
PrognosisNot serious[]
ପୁନଃପୌନିକCommon[]
Female > male[]

ଏହି ରୋଗର ଏକ ଅଟୋସୋମାଲ ଡୋମିନାଣ୍ଟ ଜେନେଟିକ ଉତ୍ତରାଧିକାର ସୂତ୍ର ଅଛି | [] ଏହା ମେଦବହୁଳତା, ଆଟୋପିକ ଡର୍ମାଟାଇଟିସ, ଇକଥିଓସିସ ଭଲଗାରିସ, ଗର୍ଭଧାରଣ, ମଧୁମେହ ଏବଂ କ୍ୱଚିତ୍ କର୍କଟ ସହିତ ଜଡ଼ିତ ଥାଇପାରେ ।[] ଅନେକ ଜେନେଟିକ ସିଣ୍ଡ୍ରୋମ ସହିତ ମଧ୍ୟ ଜଡ଼ିତ ହୋଇପାରେ | [] ଅନ୍ତର୍ନିହିତ କାର୍ଯ୍ୟବିଧି ସଂପୂର୍ଣ୍ଣ ଜଣାଯାଇନାହିଁ ।[] ଚର୍ମ ଫଲିକ୍ଲରେ କେରାଟିନ ଜମା କରିବା ପ୍ରକ୍ରିୟାରେ ଏହା ଏକ ଅସ୍ୱାଭାବିକତା, ଲୋମ ଶାଫ୍ଟରେ ଅସ୍ୱାଭାବିକତା କିମ୍ବା ଉଭୟ କାରଣ ହୋଇପାରେ | [] ସାଧାରଣତଃ ଚର୍ମର ରୂପ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୋଇଥାଏ; ତଥାପି ଅସ୍ପଷ୍ଟ କ୍ଷେତ୍ରରେ ଡର୍ମୋସ୍କୋପିର ସାହାଯ୍ୟ ଉପଯୋଗୀ ହୋଇପାରେ | [] []

ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ, ଯଦିଓ ସମୟ ସହିତ ଅବସ୍ଥା ଉନ୍ନତ ହୁଏ | [] ଚିକିତ୍ସା କଲେ ଚେହେରାରେ ଉନ୍ନତି ଆସିପାରେ।[] ଏଥିରେ ଲାକ୍ଟିକ ଏସିଡ, ସାଲିସିଲିକ ଏସିଡ, ୟୁରିଆ ଓ ରେଟିନଏଡ ଔଷଧ ସ‌ହିତ ମଏଶ୍ଚରାଇଜର ପ୍ରୟୋଗ କରାଯାଇପାରେ।[] ଫ୍ରାକସନାଲ କାର୍ବନ ଡାଇଅକ୍ସାଇଡ ଲେଜର ଓ ଏନ‌ଡି:ୱାଇଏଜି ଲେଜର ଚିକିତ୍ସା ମଧ୍ୟ ଚେଷ୍ଟା କରାଯାଇପାରେ | [] ଏହା ଏକ ସାଧାରଣ ରୋଗ ଅଟେ | [] [] ବାଲ୍ୟକାଳର ଶେଷ ଭାଗରେ ପ୍ରାୟ ୮୦% ଲୋକ ପ୍ରଭାବିତ ହୋଇଥାଆନ୍ତି ଏବଂ ଏହା ପ୍ରାୟ ୪୦% ବୟସ୍କମାନଙ୍କଠାରେ ମଧ୍ୟ ରହିଥାଏ | [] ଯଦିଓ ଅନ୍ୟମାନେ ଜନସଂଖ୍ୟାର ୦.୮%ରୁ ୩୪% ପ୍ରଭାବିତ ହେଉଥିବା ରିପୋର୍ଟ କରନ୍ତି | []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Wang, JF; Orlow, SJ (July 2018). "Keratosis Pilaris and its Subtypes: Associations, New Molecular and Pharmacologic Etiologies, and Therapeutic Options". American Journal of Clinical Dermatology. 19 (5): 733–757. doi:10.1007/s40257-018-0368-3. PMID 30043128.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ Pennycook, KB; McCready, TA (January 2020). "Keratosis Pilaris". PMID 31536314. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "27. Genodermatoses and congenital anomalies". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Elsevier. p. 585. ISBN 978-0-323-54753-6.
  4. Johnstone, Ronald B. (2017). "15. Diseases of cutaneous appendages". Weedon's Skin Pathology Essentials (2nd ed.). Elsevier. p. 324. ISBN 978-0-7020-6830-0.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; Weedon2017.15 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।