କଭି ଖୁସି କଭି ଗମ୍
କଭି ଖୁସି କଭି ଗମ୍ ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ ପାରିବାରିକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି କରଣ ଜୋହର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅମିତାଭ ବଚ୍ଚନ, ଜୟା ବଚ୍ଚନ, ସାହାରୁଖ ଖାଁ, କାଜଲ,ହ୍ରିତିକ ରୋଶନ ଇତ୍ୟାଦି । ଚଳଚ୍ଚିତ୍ରରେ ସଂଗୀତ ପରିଚାଳନା କରିଛନ୍ତି ଜତୀନ-ଲଳିତ ଜୋଡି, ସନ୍ଦେଶ ସାଣ୍ଡିଲ୍ୟ ଏବଂ ଆଦେଶ ଶ୍ରୀବାସ୍ତବ । ସଂଗୀତର ବୋଲ ଲେଖିଛନ୍ତି ସମୀର ଓ ଅନୀଲ ପାଣ୍ଡେ ।[୧]
କଭି ଖୁସି କଭି ଗମ୍ | |
---|---|
ନିର୍ଦ୍ଦେଶକ | କରଣ ଜୋହର |
ପ୍ରଯୋଜକ | ୟଶ ଜୋହର |
ଚିତ୍ରନାଟ୍ୟ | କରଣ ଜୋହର, ଶିନା ପାରିଖ |
କଳାକାର | ଅମିତାଭ ବଚ୍ଚନ, ଜୟା ବଚ୍ଚନ, ସାହାରୁଖ ଖାଁ, କାଜଲ,ହ୍ରିତିକ ରୋଶନ |
ସଙ୍ଗୀତ | ଜତୀନ ଲଳିତ, ଆଦେଶ ଶ୍ରିବାସ୍ତବ, ସନ୍ଦେଶ ସାଣ୍ଡିଲ୍ୟ |
ଚିତ୍ରଗ୍ରହଣ | କିରଣ ଦେଓହଂସ |
ସମ୍ପାଦକ | ସଞ୍ଜୟ ସଙ୍କଲା |
ବିତରକ | ୟଶରାଜ ଫିଲ୍ମସ୍ |
ମୁକ୍ତିଲାଭ ତାରିଖ | ଡିସେମ୍ବର ୧୪, ୨୦୦୧ |
କଥାଚିତ୍ରର ସମୟ | ୨୧୦ ମିନିଟ |
ଦେଶ | ଭାରତ |
ଭାଷା | ହିନ୍ଦୀ |
ଇଜିପ୍ଟ,, ଯୁକ୍ତ ରାଜ୍ୟର ବଂକିଙ୍ଗହାମ ପେଲେସ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଶୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରଟି ୧୪ ଡିସେମ୍ବର ୨୦୦୧ରେ ମୁକ୍ତିଲାଭ କରିଥିଲା ।[୨]
କାହାଣୀ
ସମ୍ପାଦନାୟଶୋବର୍ଦ୍ଧନ ୟଶ ରାୟଚାନ୍ଦ (ଅମିତଭ ବଚ୍ଚନ ଅଭିନୀତ) ଜଣେ ବଡ଼ ବ୍ୟବସାୟୀ । ସେ ନିଜ ସ୍ତ୍ରୀ ନନ୍ଦିନୀ (ଜୟା ବଚ୍ଚନ ଅଭିନୀତ) ଏବଂ ଦୁଇ ପୁଅ ରାହୁଲ(ସାହାରୁଖ ଅଭିନୀତ) ଏବଂ ରୋଶନ (ହ୍ରିତିକ ଅଭିନୀତ) ସହ ଦିଲ୍ଲୀରେ ରହନ୍ତି । ବଡ଼ପୁଅ ରାହୁଲ ପ୍ରକୃତରେ ୟଶ ଏବଂ ନନ୍ଦିନୀଙ୍କଦ୍ୱାରା ଜନ୍ମରୁ ପୋଷ୍ୟପୁତ୍ର ରୂପେ ଗୃହୀତ । ଏକଥା ୟଶ ପରିବାରରେ କେବଳ ରୋଶନ (ସାନପୁଅ) ବ୍ୟତୀତ ଅନ୍ୟ ସମସ୍ତେ ଜାଣନ୍ତି । ୟଶ ପରିବାର ପରମ୍ପରା ତଥା ଆଦର୍ଶକୁ ଅତ୍ୟନ୍ତ ଗୁରୁତ୍ୱ ଦିଅନ୍ତି ।
ସମୟ ଗଡିଚାଲେ । ରାହୁଲ, ଅଞ୍ଜଳୀ ନାମକ ଏକ ଝିଅ (କାଜଲ ଅଭିନୀତ) ସଂସ୍ପର୍ଶରେ ଆସେ ଏବଂ ତାରି ପ୍ରେମରେ ପଡିଯାଏ । ତେବେ ଅଞ୍ଜଳୀ ନିମ୍ନ ମଧ୍ୟବିତ୍ତ ପରିବାରରୁ ହୋଇଥିବାରୁ ରାହୁଲର ପିତାମାତା ରାହୁଲକୁ ଏଥିରୁ ନିବୃତ କରନ୍ତି । ୟଶ ରାୟଚାନ୍ଦ ପରିବାରର ପରମ୍ପରା ଅନୁସାରେ ରାହୁଲର ଜୀବନସାଥି ଭାବେ ନୈନା (ରାଣୀ ମୁଖାର୍ଜୀ)କୁ ପସନ୍ଦ କରନ୍ତି ଏବଂ ନୈନାକୁ ବୋହୁ କରିବା ଅଭିଳାଷ ବ୍ୟକ୍ତ କରନ୍ତି । ନୈନା ଯେତେବେଳେ ଜାଣେ ଯେ ରାହୁଲ ବାସ୍ତବରେ ଅଞ୍ଜଳୀକୁ ଭଲ ପାଇବସିଛି, ସେ ରାହୁଲକୁ ଅଞ୍ଜଳୀକୁ ହିଁ ଜୀବନସାଥି କରିବା ପାଇଁ ଆଗେଇ ଯିବାକୁ ପ୍ରବର୍ତ୍ତାଏ ।
ୟଶ ରାୟଚାନ୍ଦ ଏକଥା ଜାଣିବାପରେ ଭୀଷଣ ଭାବେ ରାଗନ୍ତି । ତେବେ ବାପାଙ୍କୁ ଖୁସି କରିବାକୁ ଯାଇ ରାହୁଲ ଅଞ୍ଜଳୀକୁ ବିବାହ ନ କରିବା ପ୍ରତିଶ୍ରୁତି ଦେଇଦିଏ । ତେବେ ଏକଥା ଅଞ୍ଜଳିକୁ ଜଣାଇବାକୁ ଯାଇ ଦେଖେ ତ, ଅଞ୍ଜଳୀର ପିତାଙ୍କ (ଆଲୋକନାଥ ଅଭିନୀତ) ମୃତ୍ୟୁ ହୋଇଯାଇଛି । ଏଭଳି ସ୍ଥଳେ ସେ ପୂର୍ବ ପ୍ରତିଶ୍ରୁତିରୁ ଓହରିଯାଇ ପୁଣି ଅଞ୍ଜଳୀକୁ ବାହା ହୋଇଯାଏ । ୟଶ ରାୟଚାନ୍ଦ ଏହି ବିବାହ କଥା ଜାଣିବା ପରେ ରାହୁଲକୁ ତ୍ୟେଜ୍ୟପୁତ୍ର କରି ସମସ୍ତ ସମ୍ପତ୍ତିଗତ ଅଧିକାରରୁ ବଞ୍ଚିତ କରିଦିଅନ୍ତି । ମାଆ ନନ୍ଦିନି କିନ୍ତୁ ରାହୁଲକୁ ନିଜ ସ୍ନେହରୁ ମୁକ୍ତି ଦେଇପାରନ୍ତି ନାହିଁ । ସେ ସଯୀଦା (ଫରିଦା ଜଲାଲ ଅଭିନୀତ)କୁ ପଠାଇ ରାହୁଲ ପ୍ରତି ନଜର ରଖି ତାର ସମସ୍ତ ସୁବିଧା ଅସୁବିଧାରେ ସାହାଯ୍ୟ କରିବାକୁ କହନ୍ତି । ରାହୁଲ ତେଣେ ବୋର୍ଡିଙ୍ଗ ସ୍କୁଲରେ ରୋହନକୁ ମିଶି ଅନୁରୋଧ କରେ କି ସେ ରାହୁଲ କଥା ନ ଭାବି ଯେପରି ମାଅଙ୍କର ସମସ୍ତ ଯତ୍ନ ନେଉ ।
ବହୁ ଘାତ ପ୍ରତିଘାତ ତଥା ଅନେକ ରୋଚକ ମୋଡ ଦେଇ କାହାଣୀ ଗତି କରିବାପରେ ରାୟଚାନ୍ଦ ପରିବାର ନିଜର ଭୁଲ ସୁଧାରି ରାହୁଲ ଏବଂ ଅଞ୍ଜଳୀକୁ ନିଜ ପରିବାରର ଗ୍ରହଣ କରନ୍ତି । ଏହିପରି ଭାବେ କାହାଣିର ଏକ ସୁଖଦ ଅନ୍ତ ଘଟିଛି ।
ଚରିତ୍ର
ସମ୍ପାଦନା- ଅମିତାଭ ବଚ୍ଚନ,--- ୟଶବର୍ଦ୍ଧନ ୟଶ ରାୟଚନ୍ଦ୍ର ଭୁମିକାରେ
- ଜୟା ବଚ୍ଚନ-- ନନ୍ଦିନୀ ରାୟଚନ୍ଦ୍ର ଭୁମିକାରେ
- ସାହାରୁଖ ଖାଁ -- ରାହୁଲ ରାୟଚନ୍ଦ୍ର ଭୁମିକାରେ
- କାଜଲ --- ଅଞ୍ଜଳୀ ଶର୍ମା ଭୁମିକାରେ
- ହ୍ରିତିକ ରୋଶନ--- ରୋଶନ ରାୟଚନ୍ଦ୍ର ଭୁମିକାରେ
- ରାଣୀ ମୁଖାର୍ଜୀ --- ନୟନା କପୁର ଭୁମିକାରେ
ଏହା ଛଡା ଅନ୍ୟାନ୍ୟ ଗୌଣ ଚରିତ୍ରରେ ଫରିଦା ଜଲାଲ, ଆଲୋକନାଥ, ଜୁଗଳ ହଂସରାଜ ଇତ୍ୟାଦି ମଧ୍ୟ ଚଳଚ୍ଚିତ୍ରଟିରେ ଅଭିନୟ କରିଛନ୍ତି ।
କଣ୍ଠଶିଳ୍ପୀ
ସମ୍ପାଦନାଗୀତ | କଣ୍ଠଶିଳ୍ପୀ | ଅବଧୀ |
---|---|---|
କଭି ଖୁସି କଭି ଗମ୍ | ଲତା ମଙ୍ଗେସକର | ୭ ମିନିଟ୍ ୫୫ ସେକେଣ୍ଡ |
ବୋଲେ ଚୁଡିୟାଁ | କବିତା କେ ସୁବ୍ରମନିୟମ, ଆଲ୍କା ୟାଗ୍ନିକ୍ | ୬ ମିନିଟ୍ ୫୦ ସେକେଣ୍ଡ |
ୟୁ ଆର ମାଇ ସୋନିୟେ | ଆଲ୍କା ୟାଗ୍ନିକ୍, ସୋନୁ ନିଗମ | ୫ ମିନିଟ୍ ୪୫ ସେକେଣ୍ଡ |
ସୂରଜ ହୁଆ ମାଧମ୍ | ଆଲ୍କା ୟାଗ୍ନିକ୍, ସୋନୁ ନିଗମ | ୭ ମିନିଟ୍ ୦୮ ସେକେଣ୍ଡ |
ସେ ସାଭା ସାଭା | ଆଲ୍କା ୟାଗ୍ନିକ୍, ସୁନିଧି ଚୌହାନ | ୬ ମିନିଟ୍ ୫୦ ସେକେଣ୍ଡ |
ୟେ ଲଡକା ହାଇ ଅଲ୍ଲା | ଆଲ୍କା ୟାଗ୍ନିକ୍, ଉଦିତ ନାରାୟଣ | ୫ ମିନିଟ୍ ୨୮ ସେକେଣ୍ଡ |
କଭି ଖୁସି କଭି ଗମ୍(ଦୁଃଖ ଭରା) | ସୋନୁ ନିଗମ | ୧ ମିନିଟ୍ ୫୩ ସେକେଣ୍ଡ |
ଦିୱାନା ହୈ ଦେଖୋ | ସୋନୁ ନିଗମ, ଆଲ୍କା ୟାଗ୍ନିକ୍ | ୫ ମିନିଟ୍ ୪୬ ସେକେଣ୍ଡ |
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଫିଲ୍ମଫେୟାର ଆୱାର୍ଡ --- ଶ୍ରେଷ୍ଠ ଅଭିନେତ୍ରୀ(କାଜଲ), ଶ୍ରେଷ୍ଠ ସହ ଅଭିନେତ୍ରୀ (ଜୟା ବଚ୍ଚନ)[୩]
- ସ୍କ୍ରୀନ ଆୱାର୍ଡ --- ଶ୍ରେଷ୍ଠ ଅଭିନେତ୍ରୀ(କାଜଲ)
- ଆଇଫା ଆୱାର୍ଡ --- ଶ୍ରେଷ୍ଠ ସହ ଅଭିନେତ୍ରୀ (ଜୟା ବଚ୍ଚନ), ଶ୍ରେଷ୍ଠ କଳା ନିର୍ଦ୍ଦେଶନା (ଶର୍ମିଷ୍ଠା ରାୟ)
ଆଧାର
ସମ୍ପାଦନା- ↑ "Then and now: Kabhi Khushi Kabhie Gham". Retrieved 30 May 2018.
- ↑ "Kabhi Khushi Kabhie Gham". Retrieved 31 May 2018.
- ↑ "Kabhi Khusi Kabhi Gham". Retrieved 30 May 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କଭି ଖୁସି କଭି ଗମ୍
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |