ଅନ୍ତର୍ଜାତୀୟ ମାତୃଭାଷା ଦିବସ

ଅନ୍ତରାଷ୍ଟ୍ରୀୟ ଦିବସ
(International Mother Language Dayରୁ ଲେଉଟି ଆସିଛି)

ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଥାଏ । ଏହା ପ୍ରଥମେ ଇଉନେସ୍କୋଦ୍ୱାରା ୧୯୯୯ ମସିହା ନଭେମ୍ବର ୧୭ରେ ଆରମ୍ଭ ହୋଇଥିଲା । ଏହାର ପାଳନ ପ୍ରଥମେ ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୦୮ ମସିହା ଅନ୍ତର୍ଜାତୀୟ ଭାଷା ବର୍ଷରେ ଗୃହୀତ ହୋଇଥିଲା ।[୧]

ଅନ୍ତର୍ଜାତୀୟ ମାତୃଭାଷା ଦିବସ
ନାମଅନ୍ତର୍ଜାତୀୟ ମାତୃଭାଷା ଦିବସ
ବିଶେଷତାଭାଷାଗତ ଓ ଚଳଣିଗତ ବିଭିନ୍ନତା ଓ ବହୁ-ଭାଷାର ପ୍ରଚାର
ତାରିଖ୨୧ ଫେବୃଆରୀ
ପୁନଃପୌନିକତାବାର୍ଷିକ
ବଙ୍ଗଳାଦେଶର ଢାକା ମେଡ଼ିକାଲ କଲେଜଠାରେ ଥିବା ସହିଦ ସ୍ମୃତିସ୍ତମ୍ଭ ସହିଦ ମିନାର । ଏହା ୧୯୫୨ ଫେବୃଆରୀ ୨୧ ତାରିଖରେ ବଙ୍ଗଳା ଭାଷା ପାଇଁ ବଳିଦାନ ଦେଇଥିବା ସହିଦମାନଙ୍କ ସ୍ମୃତିରେ ପାଳିତ ହୋଇଥାଏ ।

ଅନ୍ତର୍ଜାତୀୟ ମାତୃଭାଷା ଦିବସ ୨୦୦୦ ମସିହା ଫେବୃଆରୀ ପରଠାରୁ ପ୍ରତିବର୍ଷ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଆସୁଛି । ଏହି ଦିବସଟି ୧୯୫୨ ମସିହାରେ ସେତେବେଳର ପାକିସ୍ତାନରେ ବଙ୍ଗଳା ଭାଷାକୁ ଦୁଇଟି ରାଷ୍ଟ୍ରୀୟ ଭାଷାର ମାନ୍ୟତା ଦାବୀ କରୁଥିବା ଢାକା ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ଢାକା ମେଡ଼ିକାଲ କଲେଜର ଛାତ୍ରମାନଙ୍କ ଅଧୁନା ବଙ୍ଗଳାଦେଶର ରାଜଧାନୀ ଢାକାର ଉଚ୍ଚନ୍ୟାୟାଳୟ ନିକଟରେ ପୁଲିସ ଗୁଳିରେ ପ୍ରାଣ ହରାଇବାର ସ୍ମୃତିରେ ପାଳିତ ହୋଇଥାଏ ।

ସମୟକ୍ରମ ସମ୍ପାଦନା

  • ୨୦୦୦, ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉଦ୍‌ଘାଟନୀ ପାଳନ
  • ୨୦୦୧, ଦ୍ୱିତୀୟ ବର୍ଷ ପାଳନ
  • ୨୦୦୨, ଭାଷାଗତ ବିଭିନ୍ନତା: ୩,୦୦୦ ଭାଷା ବିପଦରେ (ସ୍ଳୋଗାନ: ଭାଷାର ଛାୟାପଥରେ ପ୍ରତିଟି ଶବ୍ଦ ଏକ ତାରା)
  • ୨୦୦୩, ଚତୁର୍ଥ ବର୍ଷ ପାଳନ
  • ୨୦୦୪, ପିଲାଙ୍କ ଶିଖା ( ଜଗତସାରା ଶିଶୁମାନଙ୍କୁ ଶ୍ରେଣୀଗୃହରେ ଲିଖନ ଶୈଳୀରେ ପାରଙ୍ଗମ ହେବା ଶିଖାଇବା ପାଇଁ ଅଙ୍କନ କରି ଏକ "ନିଆରା ଶିଶୁ ଶିକ୍ଷଣ ବହି" ତିଆରି କରି ଇଉନେସ୍କୋରେ ପାଳନ କରାଯାଇଥିଲା। [୨])
  • ୨୦୦୫, ବ୍ରେଲି ଓ ସାଙ୍କେତିକ ଭାଷାସମୂହ
  • ୨୦୦୬, ଭାଷା ଓ ସାଇବରହଗତ
  • ୨୦୦୭, ବହୁଭାଷୀ ଶିକ୍ଷା
  • ୨୦୦୮, ଅନ୍ତର୍ଜାତୀୟ ଭାଷା ବର୍ଷ
  • ୨୦୦୯, ଦଶମ ବର୍ଷ ପାଳନ
  • ୨୦୧୦, ଅନ୍ତର୍ଜାତୀୟ ଚଳଣି-ମେଳ ବର୍ଷ
  • ୨୦୧୧, ସୂଚନା ଓ ଯୋଗାଯୋଗ କାରିଗରୀ
  • ୨୦୧୨, ମାତୃଭାଷା ସୂଚନା ଓ ଅନ୍ତର୍ମୁଖୀ ଶିକ୍ଷା
  • ୨୦୧୩, ପଞ୍ଜାବୀ ଭାଷା
  • ୨୦୧୪, ତୁର୍କୀ ମାତୃଭାଷା ଦିବସ

ଆଧାର ସମ୍ପାଦନା