ହାୟୋସିନ
ହାୟୋସିନ (ଇଂରାଜୀ ଭାଷାରେ Hyoscine, ଅନ୍ୟ ନାମ ସ୍କୋପୋଲାମିନ/scopolamine,[୨] ଏକ ଔଷଧ ଯାହା ଗତିଜ ଅସୁସ୍ଥତା ବା ମୋସନ ସିକନେସ (motion sickness) ଓ ଅପରେଶନ ପରବର୍ତ୍ତୀ ଅଇ ଓ ବାନ୍ତିର (postoperative nausea and vomiting) ଚିକିତ୍ସା ନିମନ୍ତେ ଦିଆଯାଏ । ବେଳେ ବେଳେ ଲାଳ (saliva) କ୍ଷରଣ କମେଇବା ନିମନ୍ତେ ଅପରେଶନ ପୂର୍ବରୁ ମଧ୍ୟ ଦିଆଯାଏ । ଇଞ୍ଜେକସନ ଆକାରରେ ଦେବାର ୨୦ ମିନିଟ ପରେ ଏହାର ପ୍ରଭାବ ଆରମ୍ଭ ହୋଇ ପ୍ରାୟ ୮ଘଣ୍ଟା ପର୍ଯ୍ୟନ୍ତ ରହେ । ଏହା ପାଟିରେ ଓ ଚର୍ମ ପ୍ୟାଚ (skin patch) ଆକାରରେ ମଧ୍ୟ ଦିଆଯାଇପାରେ ।[୩]
Clinical data | |
---|---|
Trade names | Transdermscop, Kwells, others |
Synonyms | hyoscine hydrobromide, scopolamine hydrobromide |
AHFS/Drugs.com | monograph |
Pregnancy category | |
Routes of administration | by mouth, skin patch, eye drops, subcutaneous, intravenous, sublingual, rectal, buccal transmucousal, intramuscular |
ATC code | |
Legal status | |
Legal status | |
Pharmacokinetic data | |
Metabolism | Liver |
Elimination half-life | 4.5 hours[୧] |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.083 |
Chemical and physical data | |
Formula | C17H21NO4 |
Molar mass | 303.353 g/mol |
3D model (JSmol) | |
| |
| |
(what is this?) (verify) |
ହାୟୋସିନର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁତା, ଝାପସା ଦୃଷ୍ଟି (blurred vision) ପ୍ରସାରିତ ପୁତ୍ତଳୀ (dilated pupils) ଓ ଶୁଷ୍କ ପାଟି ଇତ୍ୟାଦି ଲକ୍ଷଣ ଦେଖାଯାଏ । ଗ୍ଲକୋମା ଓ ଆନ୍ତ୍ରିକ ଅବରୋଧ ରୋଗ ଥିଲେ ଏହା ଦିଆଯାଏନାହିଁ ।[୩] ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଗଲେ ମଧ୍ୟ ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ନୁହେଁ ।[୪] ଆଣ୍ଟମସ୍କାରିନିକ (antimuscarinic) ଶ୍ରେଣୀର ହାୟୋସିନ ଏକ ଔଷଧ ଯାହା ସ୍ନାୟୁ ମଣ୍ଡଳରେ (nervous system) ଥିବା ଆସେଟାଇଲକୋଲିନର (acetylcholine) ପ୍ରଭାବକୁ ଅବରୋଧ କରିଦିଅ ।[୩]
ହାୟୋସିନ ବିଷୟ ପ୍ରଥମେ ସନ ୧୮୮୧ରେ ଲିଖିତ ହୋଇ ସନ ୧୯୪୭ରେ ଏହାର ଡାକ୍ତରୀ ବ୍ୟବହାର ଆରମ୍ଭ ହେଲା । [୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ନାଇଟସେଡ (nightshade) ଶ୍ରେଣୀର ଗଛରୁ ହାୟୋସିନ ପ୍ରସ୍ତୁତ କରାଯାଏ ।[୭] ସ୍କୋପୋଲିଆ (Scopolia) ନାମକ ଏକ ପ୍ରକାର ଗଛରୁ ସ୍କୋପୋଲାମିନ ଓ ହାୟୋସିନ ନାଇଜରରୁ (Hyoscyamus niger) ହାୟୋସିନ ପ୍ରସ୍ତୁତ କରାଯାଏ ।[୮][୯]
ଆଧାର
ସମ୍ପାଦନା- ↑ Putcha, L.; Cintrón, N. M.; Tsui, J.; Vanderploeg, J. M.; Kramer, W. G. (1989). "Pharmacokinetics and Oral Bioavailability of Scopolamine in Normal Subjects". Pharmacology Research. 6 (6): 481–485. doi:10.1023/A:1015916423156. PMID 2762223.
- ↑ Juo, Pei-Show (2001). Concise Dictionary of Biomedicine and Molecular Biology (2nd ed.). Hoboken: CRC Press. p. 570. ISBN 9781420041309.
- ↑ ୩.୦ ୩.୧ ୩.୨ "Scopolamine". The American Society of Health-System Pharmacists. Retrieved 8 December 2016.
- ↑ "Scopolamine Use During Pregnancy | Drugs.com". www.drugs.com. Retrieved 15 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 551. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ Osbourn, Anne E.; Lanzotti, Virginia (2009). Plant-derived Natural Products: Synthesis, Function, and Application (in ଇଂରାଜୀ). Springer Science & Business Media. p. 5. ISBN 9780387854984.
- ↑ The Chambers Dictionary. Allied Publishers. 1998. pp. 788, 1480. ISBN 978-81-86062-25-8.
- ↑ Cattell, Henry Ware (1910). Lippincott's new medical dictionary: a vocabulary of the terms used in medicine, and the allied sciences, with their pronunciation, etymology, and signification, including much collateral information of a descriptive and encyclopedic character. Lippincott. p. 435. Retrieved 25 February 2012.