ଥାଇରଏଡ
ଥାଇରଏଡ ବା ଥାଇରଏଡ ଗ୍ରନ୍ଥି ଏକ ଅନ୍ତସ୍ରାବୀ ଗ୍ରନ୍ଥି ଯାହାର ଦୁଇଟି ଲୋବ (lobes) ଥାଏ ଓ ଏହି ଲୋବଦ୍ୱୟ ପରଷ୍ପର ସହିତ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇ ବେକରେ ଥିବା ଆଡାମ ଆପଲ (Adam's apple) ତଳକୁ ଥାଏ । ଥାଇରଏଡ ଗ୍ରନ୍ଥିରୁ ଥାଇରକ୍ସିନ/ଟି୪ ଓ ଟ୍ରାଇଆୟୋଡୋଥାଇରୋନିନ/ଟି୩ (thyroxine/T4 and triiodothyronine/T3) ନାମକ ଦୁଇଟି ଥାଇରଏଡ ହରମୋନ ଓ କ୍ୟାଲସିଟୋନିନ ନାମକ ଏକ ତୃତୀୟ ହରମୋନ ବାହାରେ । ଥାଇରଏଡ ହରମୋନ ମୂଖ୍ୟତଃ ଦେହର ବିଏମଆର ଓ ପ୍ରୋଟିନ ବାୟୋସିନଥେସିସ ନିୟନ୍ତ୍ରଣ କରିବା ସହିତ ଶରୀରବିକାଶକୁ ନିୟନ୍ତ୍ରଣ ମଧ୍ୟ କରନ୍ତି । ଦେହର କ୍ୟାଲସିଅମ ନିୟନ୍ତ୍ରଣ କରିବାରେ କ୍ୟାଲସିଟୋନିନର ଏକ ମୂଖ୍ୟ ଭୂମିକା ଥାଏ ।
ଥାଇରଏଡ Thyroid | |
---|---|
The human thyroid as viewed from the front, with arteries visible | |
The thyroid is located in the neck, below the Adam's apple. | |
ଲାଟିନ ଭାଷାରେ | Glandula thyreoidea |
ବିଭାଗ | Endocrine system |
ଧମନୀ | Superior, Inferior thyroid arteries |
ଶିରା | Superior, middle, Inferior thyroid veins |
Precursor | Thyroid diverticulum (an extension of endoderm into 2nd pharyngeal arch) |
ଥାଇରଏଡରୁ ନିର୍ଗତ ହେଉଥିବା ହରମୋନ, ଆଣ୍ଟିରିଅର ପିଟୁଇଟାରିରୁ ନିର୍ଗତ ହେଉଥିବା ଥାଇରଏଡ ଷ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ଯାହା ହାଇପୋଥାଲାମସରୁ (hypothalamus) ନିର୍ଗତ ଥାଇରୋଟ୍ରୋପିନ-ରିଲିଜିଙ୍ଗ ହରମୋନ (ଟିଆରଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ।[୧] ଥାଇରଏଡ ଗ୍ରନ୍ଥି ଅନେକ ପ୍ରକାର ଥାଇରଏଡ ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଗ୍ରେଭସ ଡିଜିଜରେ ଏହି ଗ୍ରନ୍ଥିରୁ ଅତ୍ୟଧିକ ପରିମାଣର ଥାଇରଏଡ ହରମୋନ ନିର୍ଗତ ହେବା ଫଳରେ ହାଇପରଥାଇରଏଡିଜ୍ମ ରୋଗ ହୁଏ । ଅନ୍ୟ ପକ୍ଷରେ ସ୍ୱଳ୍ପ ପରିମାଣର ଥାଇରଏଡ ପରିମାଣ ଯୋଗୁ ହାଇପୋଥାଇରଏଡିଜ୍ମ ହୁଏ ଯାହା ପୃଥିବୀରେ ଆୟୋଡିନ ଅଭାବ ଯୋଗୁ ହୁଏ । ଏଣୁ ଆୟୋଡିନ ଅଭାବ ଜନିତ ହାଇପୋଥାଇରଡିଜ୍ମ ଏକ ମାନସିକ ପଙ୍ଗୁତ୍ୱ (intellectual disability.[୨]) ନିରୋଧକ ରୋଗ । ଆୟୋଡିନ ଅଭାବ ଥିବା ଇଲାକାରେ ହେଉଥିବା ହାସିମୋଟୋ (Hashimoto's thyroiditis) ମଧ୍ୟ ଏକ ଅଟୋଇମ୍ମ୍ୟୁନ ରୋଗ । ଅଧିକନ୍ତୁ ଥାଇରଏଡ କର୍କଟ ରୋଗ ଓ ଅନେକ ପ୍ରକାରର ଥାଇରଏଡ ନୋଡ୍ୟୁଲ (nodules) ଥିଲେ ଏହି ରୋଗ ହୋଇପାରେ ।
ଗଠନ
ସମ୍ପାଦନାଏକ ପ୍ରଜାପତି ଭଳି ଦେଖାଯାଉଥିବା ଥାଇରଏଡ ଗ୍ରନ୍ଥି ବେକ ସମ୍ମୁଖରେ ଥାଏ । ଏହାର ବାମ ଓ ଡାହାଣ ଦୁଇଟି ଲୋବ ଥାଏ ଯାହା ଏକ ଅଣଓସାରିଆ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇଥାଏ । ପ୍ରାପ୍ତ ବୟସ୍କ ଲୋକର ଥାଇରଏଡର ଓଜନ ୨୫ଗ୍ରା; ପ୍ରତ୍ୟେକ ଲୋବର ଲମ୍ବ ୫ ସେମି, ଓସାର ୩ ସେମି ଓ ମୋଟେଇ ୨ ସେମି ହୋଇଥାଏ । ମହିଳାଙ୍କର ଏହି ଗ୍ରନ୍ଥିର ଆକାର ବଡ଼ ଥାଏ ଓ ଗର୍ଭାବସ୍ଥାରେ ଏହାର ଆକାର ଅଧିକ ହୋଇଯାଏ ।
ରକ୍ତ, ଲସିକା ଓ ସ୍ନାୟୁ ଯୋଗାଣ
ସମ୍ପାଦନାଥାଇରଏଡ ଗ୍ରନ୍ଥିକୁ ଏକ୍ସଟର୍ନାଲ କ୍ୟାରୋଟିଡ ଧମନୀର ଶାଖା ସୁପିରିଅର ଥାଇରଏଡ ଧମନୀ ଓ ଥାଇରୋସର୍ଭାଇକାଲ ଟ୍ରଙ୍କର ଶାଖା ଇନଫିରିଅର ଥାଇରଏଡ ଧମନୀ ଦ୍ୱୟ ରକ୍ତ ଯୋଗାନ୍ତି । ଏହି ଧାମନୀଦ୍ୱୟ ଆଣ୍ଟିରିଅର ଓ ପୋଷ୍ଟିରିଅର ଶାଖାରେ ବିଭକ୍ତ ହୋଇ ରକ୍ତ ଯୋଗାଣ କରନ୍ତି । ଏହାର ଶିରାର ରକ୍ତ ସୁପିରିଅର ଥାଇରଏଡ ଓ ମଧ୍ୟ ଥାଇରଏଡ ଧମନୀ ମାଧ୍ୟମରେ ଇଣ୍ଟରନାଲ ଜୁଗୁଲାର ଧମନୀରେ ସଂଯୁକ୍ତ ହୁଏ ଓ ଇନଫିରିଆର ଥାଇରଏଡ ଧମନୀ ଯାଇ ବାମ ଓ ଡାହାଣ ବ୍ରାକୀୟଶେଫାଳିକ ଶିରାରେ ସଂଯୁକ୍ତ ହୁଅନ୍ତି । ଥାଇରଏଡରୁ ଲସିକା ଯାଇ ପ୍ରିଲାରିଞ୍ଜିଆଲ ଲସିକା ନୋଡ ଓ ପ୍ରିଟ୍ରାକିଆଲ ଓ ପାରାଟ୍ରାକିଆଲ ନୋଡରେ ସଂଯୁକ୍ତ ହୁଅନ୍ତି । ଥାଇରଏଡକୁ ସୁପିରିଅର ଓ ରିକରେଣ୍ଟ ଲାରିଞ୍ଜିଆଲ ସ୍ନାୟୁ ପରାସିମ୍ପାଥେଟିକ ଦୁଇଟି ସ୍ନାୟୁ ଯୋଗାନ୍ତି ।
ଆଧାର
ସମ୍ପାଦନା- ↑ Boron, WF.; Boulpaep, EL. (2012). Medical Physiology (2nd ed.). Philadelphia: Saunders. p. 1052. ISBN 978-1-4377-1753-2.
- ↑ Harrison's 2011, pp. 2913, 2918.