ଛାୟାପଥ
ଛାୟାପଥ (English: Galaxy), ମହାକର୍ଷଣ ଶକ୍ତିଦ୍ୱାରା ବନ୍ଧିତ ଅସଂଖ୍ୟ ତାରାପୁଞ୍ଜ, ତାରାଗୁଡ଼ିକର ଅବଶେଷ, ଅନ୍ତଷ୍ଟିଲାର ବାୟୁ (Interstellar gas), ଧୂଳି, ଅନ୍ଧାରୁଆ ପଦାର୍ଥ (Dark matter) ଗୁଡ଼ିକର ଏକ ସମୂହ ଅଟେ । ଆମେ ଅବସ୍ଥାନ କରୁଥିବା ଛାୟାପଥ, ଆକାଶଗଙ୍ଗା ସ୍ୱଚ୍ଛ ଓ ଅନ୍ଧାର ରାତିରେ ଆକାଶ ମଝିରେ ଗତିକରୁଥିବା ଅର୍ଦ୍ଧଚକ୍ର ରୂପେ ଏବଂ ଝିଲମିଲ କମରବନ୍ଧ ବା ବେଲ୍ଟ ସମାନ ଦେଖାଯାଇଥାଏ । ଏହି ବେଲ୍ଟ ଏକ ପୂର୍ଣ୍ଣଚକ୍ରର ଅଙ୍ଗ ଅଟେ, ଯାହାର ଦିଗବଳୟ ତଳ ଭାଗ ଦେଖାଯାଏ ନାହିଁ । ଭାରତରେ ଏହି ଛାୟାପଥକୁ ମନ୍ଦାକିନୀ, ସ୍ୱର୍ଣ୍ଣଗଙ୍ଗା, ସ୍ୱର୍ନଦୀ, ସୁରନଦୀ, ଆକାଶନଦୀ, ଦେବନଦୀ, ନାଗବୀଥୀ, ହରିତାଳୀ ଇତ୍ୟାଦି ମଧ୍ୟ କୁହାଯାଏ । ବ୍ରହ୍ମାଣ୍ଡର ଗୁରୁତ୍ୱାକର୍ଷଣ ବିରୋଧରେ, ଆକାଶଗଙ୍ଗା ସୌରଜଗତ ଏବଂ ଅନ୍ୟମାନଙ୍କୁ ଏକାସଙ୍ଗେ ରଖିଥାଏ ।[୧]
ପୃଥିବୀ ଓ ସୂର୍ଯ୍ୟ ଯେପରି ଛାୟାପଥରେ ଅବସ୍ଥିତ ଅଛନ୍ତି, ରାତିରେ ଆମ୍ଭେମାନେ ଖାଲି ଆଖିରେ ସେହି ଛାୟାପଥର ତାରାମାନଙ୍କୁ ଦେଖିପାରୁ । ଏବେ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ଯେତିକି ଭାଗ ଜଣା ପଡ଼ିଛି ସେଥିମଧ୍ୟରୁ ପାଖାପାଖି ଏହିପରି ୧୯ ଆରବ ଛାୟାପଥ ରହିବାର ଅନୁମାନ ରହିଛି । ବ୍ରହ୍ମାଣ୍ଡର ବିସ୍ଫୋଟ ସିଦ୍ଧାନ୍ତ (ବିଗ ବଙ୍ଗ ଥିୟୋରୀ ଅଫ ୟୁନିଭର୍ସ) ଅନୁସାରେ ସମସ୍ତ ଛାୟାପଥ ନିଜ ନିଜଠାରୁ ତିବ୍ର ଭାବେ ଦୂରକୁ ନିଜ ସ୍ଥାନ ବଦଳାଇ ଦେଉଛି ।
ବ୍ରହ୍ମାଣ୍ଡରେ ଶହେ ଆରବ ଛାୟାପଥର ଅସ୍ତିତ୍ତ୍ୱ ରହିଛି , ଯାହା ବଡ଼ମାତ୍ରାରେ ତାରା, ଗ୍ୟାସ ଓ ଖଗୋଳୀୟ ଧୂଳିକୁ ସାଉଣ୍ଟି ରଖିଛି । [୨][୩][୧] ଛାୟାପଥଗୁଡ଼ିକ ନିଜ ଜୀବନ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପ୍ରାରମ୍ଭ କରିଥିଲେ ଏବଂ ଧିରେ ଧିରେ ନିଜର ବର୍ତ୍ତମାନ ସ୍ୱରୂପକୁ ପ୍ରାପ୍ତ କରିଥିଲା । ପ୍ରତ୍ୟେକ ଛାୟାପଥ ତାରା ମାନଙ୍କୁ ସାଉଣ୍ଟି ରଖିଛି । ଏହା ମୁଖ୍ୟତଃ ଗୁରୁତ୍ୱାକର୍ଷଣ ତାରାମାନଙ୍କୁ ଏକା ସହିତ ବାନ୍ଧି ରଖିଥାଏ ଏବଂ ଏହିପ୍ରକାରେ ସେମାନଙ୍କ ଛାୟାପଥ ଏକାସହିତ ମିଶି ତାରା ଗୁଚ୍ଛରେ ରହିଥାଏ ।
ପ୍ରାରମ୍ଭରେ ଖାଗୋଳିୟ ଶାସ୍ତ୍ରୀମାନଙ୍କ ଧାରଣା ଥିଲା ଯେ, ବ୍ରହ୍ମାଣ୍ଡରେ ନୂତନ ଛାୟାପଥର ଜନ୍ମ ସମ୍ଭବତଃ ପୁରୂଣା ଛାୟାପଥର ବିସ୍ଫୋଟର ଫଳସ୍ୱରୂପ ହୋଇଥାଏ । କିନ୍ତୁ ୟାର୍କ ବିଶ୍ୱବିଦ୍ୟାଳୟର ଖାଗୋଳିୟ ଶାସ୍ତ୍ରୀ- ଡଃ॰ସୀ.ଆର. ପ୍ୟୁଟର୍ନ ଏବଂ ଡଃ॰ଏ.ଈ ରାଇଟ, ଛାୟାପଥର ଚାରୋଟି ସମୂହକୁ ଅନ୍ତରକ୍ରୀୟାର ଅଧ୍ୟୟନ କରି ଏହି ଧାରଣାର ଖଣ୍ଡନ କରିଛନ୍ତି । ସେମାନେ ମତ ଦେଇଥିଲେ ଯେ, ଛାୟାପଥ ମଝିରେ ଏହି ପ୍ରକାର ବିସ୍ଫୋଟକ ଅନ୍ତର କ୍ରୀଆ ରହି ନଥାଏ ଯାହା ନୂତନ ଛାୟାପଥକୁ ଜନ୍ମ ଦେଇପାରେ ।
ଗୁରୁତ୍ୱାକର୍ଷଣ ଶକ୍ତିଦ୍ୱାରା ମୁଖ୍ୟତଃ ଛାୟାପଥଗୁଡ଼ିକ ବିଭିନ୍ନ ଗ୍ରୁପ, କ୍ଲଷ୍ଟର ଏବଂ ସୁପର କ୍ଲଷ୍ଟରରେ ବିଭାଜିତ ହୋଇଥାଏ । ଆମର ଆକାଶଗଙ୍ଗା ଏବଂ ନିକଟରେ ଥିବା ଆଣ୍ଡ୍ରୋମେଡା ଛାୟାପଥକୁ ନେଇ ଏକ ସ୍ଥାନୀୟ ଗ୍ରୁପ ଗଠିତ । ଏହି ସ୍ଥାନୀୟ ଗ୍ରୁପ ଏବଂ ଆମର ଛାୟାପଥ, ଲାନିଆକିଆ ସୁପରକ୍ଲଷ୍ଟରର ଅନ୍ତର୍ଭୁକ୍ତ । ଲାନିଆକିଆ ସୁପରକ୍ଲଷ୍ଟରରେ ଆମର ଆକାଶଗଙ୍ଗା ଛଡ଼ା ପାଖାପାଖି ୧୦୦,୦୦୦ ଆହୁରି ଛାୟାପଥ ରହିଛି ।[୪]
ଛାୟାପଥର ପ୍ରକାର
ସମ୍ପାଦନାଅଧିକାଂଶ ଛାୟାପଥର କେନ୍ଦ୍ର ତାରାମାନଙ୍କଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭି କୁହାଯାଏ ଏବଂ ଏହି ନାଭି ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଳ ବିଜ୍ଞାନୀମାନେ ଛାୟାପଥକୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । ସମସ୍ତ ଆକାଶଗଙ୍ଗା ବ୍ରହ୍ମାଣ୍ଡ ଭିତରେ ଉପସ୍ଥିତ ରହିଛନ୍ତି । ଅବଲୋକନିୟ ବ୍ରହ୍ମାଣ୍ଡରେ ୨ ଟ୍ରିଲିୟନ (1012) ଆକାଶଗଙ୍ଗା ରହିଛନ୍ତି [୫] ଏବଂ ଅନୁମାନିତ (1 × 1024) ତାରା ରହିଛନ୍ତି ।[୬][୭] "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥରେସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ଆକାଶଗଙ୍ଗା ) ଏହାର ଅନ୍ତର୍ଗତରେ ଆସିଥାଏ । "ଦୀର୍ଘ ବୃତ୍ତୀୟ ଛାୟାପଥ" ମୁଖ୍ୟତଃ ଚକ୍ରାକାର କିମ୍ବା ଗୋଲାକାର ହୋଇଥାଏ । ଏହି ଛାୟାପଥ ଗୁଡିକର କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡ଼କୁ ଚମକ କମ ହୋଇଥାଏ । ଏହି ଛାୟାପଥରେସ୍ଥିତ ତାରାମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାଏ । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହିନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।
ଖାଗୋଳିୟ ସାହିତ୍ୟରେ କ୍ୟାପିଟାଲ G ସହିତ ଛାୟାପଥ ଶବ୍ଦର ବ୍ୟବହାର ଆକାଶ ଗଙ୍ଗା, ଆକାଶଗଙ୍ଗା ପାଇଁ କରାଯାଏ । ଆକାଶଗଙ୍ଗା ଶବ୍ଦ ପ୍ରଥମ ଥର ଇଂରାଜୀ ଭାଷାରେ (Chaucer)ର ଏକ କବିତାରେ ସାମ୍ନାକୁ ଆସିଥିଲା ।
- "See yonder, lo, the Galaxyë
Which men clepeth the Milky Wey,
For hit is whyt".[୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ Cox, Brian & Cohen, Andrew 2011. Wonders of the Universe. HarperCollins. p. 24. ISBN 9780007395828.
{{cite book}}
: CS1 maint: multiple names: authors list (link) CS1 maint: numeric names: authors list (link) - ↑ Sparke L.S. & Gallagher III J.S. 2000. Galaxies in the Universe: an introduction. Cambridge: Cambridge University Press. ISBN 0521671868.
- ↑ Hupp E; Roy S. & Watzke M. 2006.[୧] Archived 2020-03-28 at the Wayback Machine.
- ↑ https://www.sciencedaily.com/releases/2014/09/140903133319.htm
- ↑ Fountain, Henry (17 October 2016). "Two Trillion Galaxies, at the Very Least". The New York Times. Retrieved 17 October 2016.
- ↑ Staff (2019). "How Many Stars Are There In The Universe?". European Space Agency. Retrieved 21 September 2019.
- ↑ "The Structure of the Universe". doi:10.1007/978-1-4614-8730-2_10.
{{cite journal}}
: Cite journal requires|journal=
(help) - ↑ Geoffrey Chaucer. The House of Fame, ~1380."Online Etymology Dictionary". Retrieved 2007-01-03.