ଫୈସଲାବାଦ

ପାକିସ୍ତାନର ସହର
(Faisalabadରୁ ଲେଉଟି ଆସିଛି)

ଫୈସଲାବାଦ (/ fɑːɪsɑːlˌbɑːd /; ପଞ୍ଜାବୀ, ଉର୍ଦ୍ଦୁ: فیصل آباد ) ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ପଞ୍ଜାବୀ ଭାଷାଭାଷୀ ସହର । ୨୦୨୪ ମସିହାରେ ଏହି ସହରର ଆନୁମାନିକ ଜନସଂଖ୍ୟା 3.8 ନିୟୁତ । ଇତିହାସରୁ ଜଣାଯାଏ, ପଞ୍ଜାବ ପ୍ରାନ୍ତର ସବୁଠାରୁ ବଡ ଗ୍ରାମ ଲାଇଲିପୁର ବ୍ରିଟିଶ ଭାରତର ପ୍ରଥମ ଯୋଜନାବଦ୍ଧ ସହର ଥିଲା । ଏହାକୁ ୨୦୦୧ ମସିହାରେ ଏକ ନଗରର ମାନ୍ୟତା ପୂର୍ବକ ପୁନର୍ଗଠନ କରାଯାଇଥିଲା । ଫୈସଲାବାଦ ଜିଲ୍ଲାର ସମୁଦାୟ କ୍ଷେତ୍ରଫଳ ହେଉଛି 5,856 ବର୍ଗ କିଲୋମିଟର (କିମ୍ବା ୨,୨୬୧ବର୍ଗ ମାଇଲ) ; କିନ୍ତୁ ଫୈସଲାବାଦ ନଗର ଉନ୍ନୟନ ନିଗମ (FDA) ଅଧୀନରେ ରହିଛି ମାତ୍ର ୧୩୨୬ ବର୍ଗ କିମି (କିମ୍ବା ୫୧୨ ବର୍ଗ ମାଇଲ) ।[]

ଫୈସଲାବାଦ
فیصل آباد
Nickname: 
The Manchester of Pakistan
ଫୈସଲାବାଦ is located in Punjab, Pakistan
ଫୈସଲାବାଦ
ଫୈସଲାବାଦ
Location of Faisalabad
ଫୈସଲାବାଦ is located in Pakistan
ଫୈସଲାବାଦ
ଫୈସଲାବାଦ
ଫୈସଲାବାଦ (Pakistan)
Coordinates: 31°25′0″N 73°5′28″E / 31.41667°N 73.09111°E / 31.41667; 73.09111
Country Pakistan
Settled1892
Founded byJames Broadwood Lyall
Named forFaisal of Saudi Arabia
Government
 • MayorNone (vacant)[]
 • CommissionerSilwat Saeed[]
Area
 • City1,330 km2 (512 sq mi)
 • Land840 km2 (325 sq mi)
 • Water430 km2 (165 sq mi)  33%
 • Metro
5,860 km2 (2261 sq mi)
 • Rank3rd
Elevation
186 m (610 ft)
Population
 (2024)[]
 • City୩୮,୦୦,୧୯୩
 • Rank3rd, Pakistan
 • Density2,900/km2 (7,400/sq mi)
DemonymFaisalabadi
Time zoneUTC+05:00 (PKT)
Postal code
38000
Area code041
Former NameLyallpur
Official LanguagesUrdu, English
Native languagePunjabi
Languages (1981)98.2% Punjabi
1.8% Others[]
GDP$80 billion (2024)

ଏହାର ଉନ୍ନତ ଭିତ୍ତିଭୂମି (ସଡ଼କ, ରେଳ ଏବଂ ବିମାନ ପରିବହନକୁ ସଂଯୋଗ କରିବା) କାରଣରୁ ଫୈସଲାବାଦ ଏକ ପ୍ରମୁଖ ଶିଳ୍ପ ଏବଂ ବିତରଣ କେନ୍ଦ୍ରରେ ପରିଣତ ହୋଇଛି | ବୟନ ଶିଳ୍ପର ବ୍ୟାପକତା ହେତୁ ଏହାକୁ "ପାକିସ୍ତାନର ମଞ୍ଚେଷ୍ଟର" ବୋଲି କୁହାଯାଏ ।[] ୨୦୧୩ ସୁଦ୍ଧା, ଫୈସଲାବାଦର ଜିଡିପି ୪୩ ବିଲିୟନ ଡ଼ଲାର ଭାବେ ଆକଳନ କରାଯାଇଥିଲା ଏବଂ ୨୦୨୫ ମସିହାରେ 5.7% ଅଭିବୃଦ୍ଧି ହାରରେ ୮୭ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ପଞ୍ଜାବର ଜିଡିପିରେ ଫୈସଲାବାଦର ୧୦ ପ୍ରତିଶତରୁ ଅଧିକ ଅବଦାନ ରହିଛି । କୃଷି ଏବଂ ଶିଳ୍ପ ଏହାର ମୁଖ୍ୟ ଆୟର ସ୍ରୋତ ଅଟେ |

ଇତିହାସ

ସମ୍ପାଦନା

ଫୈସଲାବାଦର ଇତିହାସ କେବଳ ଏକ ଶତାବ୍ଦୀ ପୁରୁଣା | ୧୮୮୦ ମସିହାରେ ନିମ୍ନ ଚେନାବ ଉପତ୍ୟକାର ଉପନିବେଶିକରଣ ସମୟରେ ଏହି ସହର ପ୍ରତିଷ୍ଠିତ ହୋଇଥିଲା | ବ୍ରିଟିଶ ସରକାର ରାୟ ବାହାଦୂର ଭବାନୀଦାସ ସିକ୍କାଙ୍କୁ ଏହି ସହରର ଜାଗିର ପ୍ରଦାନ କରିଥିଲେ | ଭାରତ ବିଭାଜନ ପରେ ତାଙ୍କ ବଂଶଧରମାନେ ଭାରତରେ ଅବସ୍ଥାନ କଲେ | ପ୍ରଥମେ ଏହି ସହରର ନାମ ଥିଲେ ଲିଆଲିପୁର । କେନାଲ ଉପନିବେଶ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ପାଇଁ ପଞ୍ଜାବର ଲେଫ୍ଟନାଣ୍ଟ-ଗଭର୍ଣ୍ଣର ସାର୍ ଜେମ୍ସ ବ୍ରଡଉଡ୍ ଲିଆଲିଙ୍କ ସମ୍ମାନାର୍ଥେ ଏହି ସହରର ଏପରି ନାମକରଣ କରାଯାଇଥିଲା । ଲିଆଲ୍ ଉପନାମ ପୁର୍ ନାମ ସହିତ ଯୋଡି ହୋଇଥିଲା, ଯାହାର ଅର୍ଥ ସଂସ୍କୃତରେ 'ସହର' |

୧ ସେପ୍ଟେମ୍ବର ୧୯୭୭ରେ, ପାକିସ୍ତାନ ସରକାର ଅନେକ ଆର୍ଥିକ ଅବଦାନ ଦେଇଥିବା ସାଉଦି ଆରବର ରାଜା ଫୈସଲଙ୍କ ସମ୍ମାନାର୍ଥେ ଲିଆଲପୁରରୁ ଫୈସଲାବାଦ ('ଫୈସଲ ସହର') ରେ ସହରର ନାମ ପରିବର୍ତ୍ତନ କରିଥିଲେ।[][]

ସଂସ୍କୃତି

ସମ୍ପାଦନା

କରାଚି ଏବଂ ଲାହୋର ପରେ ପାକିସ୍ତାନର ତୃତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହର ଫୈସଲାବାଦ ବାଣିଜ୍ୟ ପାଇଁ ଏକ ପ୍ରମୁଖ କେନ୍ଦ୍ର ଅଟେ ।[]ଏଥି ସହ ଏହି ସହର ଏହାର ପ୍ରାଚୀନ ଔପନିବେଶିକ ଐତିହ୍ୟ ପାଇଁ ଲୋକପ୍ରିୟତା ହାସଲ କରିଛି । ୧୯୮୨ ମସିହାରେ ପଞ୍ଜାବ ସରକାର ଫିସଲାବାଦ କଳା ପରିଷଦ ପ୍ରତିଷ୍ଠା କରିଥିଲେ, ଯାହା ପଞ୍ଜାବ କଳା ପରିଷଦର ଏକ ବିଭାଗ ଯାହା ସୂଚନା, ସଂସ୍କୃତି ଏବଂ ଯୁବ ବ୍ୟାପାର ବିଭାଗ ଦ୍ୱାରା ପ୍ରଶାସନିକ ତଦାରଖ କରାଯାଇଥାଏ । ସ୍ଥପତି ନାଏର ଅଲି ଦାଦାଙ୍କ ଦ୍ୱାରା ପରିକଳ୍ପିତ ଫୈସଲାବାଦ କଳା ପରିଷଦ କୋଠା ୨୦୦୬ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ଅଡିଟୋରିୟମକୁ ପାକିସ୍ତାନୀ ସଂଗୀତଜ୍ଞ ତଥା ଗାୟକ ସ୍ୱର୍ଗତ ନୁସରତ ଫତେହ ଅଲି ଖାନଙ୍କ ନାମରେ ନାମିତ କରାଯାଇଥିଲା ।

ପର୍ବପର୍ବାଣୀ

ସମ୍ପାଦନା

ପଞ୍ଜାବୀ ଲୋକମାନେ ପଞ୍ଜାବ ଅଞ୍ଚଳରେ ବିଭିନ୍ନ ସାଂସ୍କୃତିକ ତଥା ଧାର୍ମିକ ପର୍ବ ପାଳନ କରନ୍ତି । ଫୈସଲାବାଦ ସହର ପ୍ରତିବର୍ଷ ୧୪ ଅଗଷ୍ଟରେ କମିଶନର ଅଫିସ୍ ପ୍ରାଙ୍ଗଣରେ ପାକିସ୍ତାନ ପତାକା ଉତ୍ତୋଳନ କରି ଏହାର ସ୍ଵାଧୀନତା ଦିବସ ପାଳନ କରିଥାଏ ।[୧୦]

ବସନ୍ତର ଆଗମନ ହୁଅନ୍ତେ ବାର୍ଷିକ "ରଙ୍ଗ-ଇ-ବାହର" ପର୍ବ ପାଳିତ ହୁଏ ଯେଉଁଠାରେ ନଗର ପ୍ରଶାସନ ପାର୍କ ଏବଂ ଉଦ୍ୟାନ କୃଷି ପ୍ରାଧିକରଣ ଜିନ୍ନା ବଗିଚାରେ ଏକ ଫୁଲ ପ୍ରଦର୍ଶନୀ ଆୟୋଜନ କରିଥାଏ | କୃଷି ବିଶ୍ୱବିଦ୍ୟାଳୟ ସେମାନଙ୍କର ମୁଖ୍ୟ କ୍ୟାମ୍ପସରେ ଏକ ସମାନ କାର୍ଯ୍ୟକ୍ରମ ଆୟୋଜନ କରେ ଯାହା 'କିଷାନ ମେଳା' ନାମରେ ଜଣାଶୁଣା |[୧୧]

ମୁସଲମାନ ସଂଖ୍ୟାବହୁଳ ସହରରେ ଅନ୍ୟାନ୍ୟ ଧାର୍ମିକ ଉତ୍ସବ ମଧ୍ୟରେ ରମଜାନ ଏବଂ ମହରମ ଅନ୍ତର୍ଭୁକ୍ତ | ସହରରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ପାଳନ କରାଯାଏ ଯାହାକୁ ପ୍ରାୟତ "“ ଇଦ୍ ମିଲଦ-ଅନ୍-ନାବ ”କୁହାଯାଏ । ସହରରେ ଅନେକ ଖ୍ରୀଷ୍ଟିଆନ ଚର୍ଚ୍ଚ ଅଛି ଯେଉଁଠାରେ ପ୍ରତିବର୍ଷ ଇଷ୍ଟର ଏବଂ ଖ୍ରୀଷ୍ଟମାସ ପାଳନ ହୋଇଥାଏ |[୧୨]

ଫୈସଲାବାଦ ବିକାଶ ନିଗମ

ସମ୍ପାଦନା

ଫୈସଲାବାଦ ବିକାଶ ନିଗମ(FDA) ଅକ୍ଟୋବର ୧୯୭୬ରେ ପଞ୍ଜାବ ଡେଭଲପମେଣ୍ଟ ଅଫ୍ ସିଟି ଆଇନ(୧୯୭୬) ଆଧାରରେ ଏହାର ସହରାଞ୍ଚଳରେ ବିକାଶ କାର୍ଯ୍ୟକଳାପକୁ ନିୟନ୍ତ୍ରଣ, ତଦାରଖ ଏବଂ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଷ୍ଠିତ ହୋଇଥିଲା ।[୧୩] FDA ସହରର ବିକାଶ ପାଇଁ ଏକ ନୀତି ନିର୍ଣ୍ଣୟକାରୀ ସଂସ୍ଥା ଭାବରେ କାର୍ଯ୍ୟ କରେ ଏବଂ ସହର ମଧ୍ୟରେ ପ୍ରମୁଖ ବିକାଶର ବ୍ୟବସ୍ଥା ସହ ତଦାରଖ ଦାୟିତ୍ଵ ନିର୍ବାହ କରେ । ନିର୍ମାଣ ନିୟମାବଳୀ, ପାର୍କ ଏବଂ ଉଦ୍ୟାନର ପରିଚାଳନା ଏବଂ ଭୂତଳ ଜଳ ପରିଚାଳନା ପାଇଁ ଏହା ଦାୟୀ | ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ଡ୍ରେନେଜ୍ ନିୟନ୍ତ୍ରଣ ତଥା ପରିଚାଳନା ପାଇଁ FDA ଜଳ ଏବଂ ପରିମଳ ଏଜେନ୍ସି (WASA) ସହିତ କାର୍ଯ୍ୟ କରେ | ବସ୍ତିରେ ସ୍ଥିତିର ଉନ୍ନତି ପାଇଁ ମଧ୍ୟ FDA କାର୍ଯ୍ୟ କରେ |

  1. "Administrators' appointments planned as Punjab LG system dissolves today". The Nation (newspaper). 31 December 2021. Retrieved 5 January 2022.
  2. "Commissioner for early completion of Business Facilitation Centre". The Nation (newspaper). 19 December 2023. Retrieved 19 December 2023.
  3. "Provisional Summary Results of 6th Population and Housing Census-2017". pbs.gov.pk. Retrieved 24 November 2017.
  4. Stephen P. Cohen (2004). The Idea of Pakistan. Brookings Institution Press. p. 202. ISBN 0815797613.
  5. "Distirct Website". web.archive.org. 2017-07-09. Archived from the original on 2017-07-09. Retrieved 2024-11-20.
  6. Jaffrelot, Christophe (2002-04). Pakistan: Nationalism Without a Nation (in ଇଂରାଜୀ). Zed Books. ISBN 978-1-84277-117-4. {{cite book}}: Check date values in: |date= (help)
  7. "History of Faisalabad | Faisalabad District | Faisalabad Old Name | TUF". tuf.edu.pk. Retrieved 2024-11-20.
  8. Everett-Heath, John (2018-09-13). The Concise Dictionary of World Place-Names (in ଇଂରାଜୀ). Oxford University Press. ISBN 978-0-19-256243-2.
  9. "Faisalabad Serena Hotel - Hotel Faisalabad". web.archive.org. 2014-07-02. Archived from the original on 2014-07-02. Retrieved 2024-11-20.
  10. our.correspondent (2015-08-14). "Patriotism: Gigantic flag unveiled in Faisalabad". The Express Tribune (in ଇଂରାଜୀ). Retrieved 2024-11-20.
  11. "University of Agriculture, Faisalabad, Pakistan -> Spring Festival 13-17 March, 2012". www.uaf.edu.pk. Retrieved 2024-11-20.
  12. our.correspondent (2015-12-16). "Christmas Bazaars open on Dec 22". The Express Tribune (in ଇଂରାଜୀ). Retrieved 2024-11-20.
  13. "The Punjab Development of Cities Act, 1976 (XIX of 1976)". nasirlawsite.com. Retrieved 2024-11-20.