ଋତୁଶୂଳ
ଋତୁଶୂଳ ବା କଷ୍ଟପ୍ରଦ ଋତୁସ୍ରାବ ବା ରଜକୃଚ୍ଛ ବା ଋତୁସ୍ରାବ ଯନ୍ତ୍ରଣା (ଇଂରାଜୀ ଭାଷାରେ Dysmenorrhea, ବା dysmenorrhoea ବା painful periods ବା menstrual cramps) ନାମ ଦିଆଯାଏ ଯେତେବେଳେ ଋତୁସ୍ରାବ ସମୟରେ ଯନ୍ତ୍ରଣା ହୁଏ । [୧][୨] ଋତୁସ୍ରାବ ଆରମ୍ଭ ହେବା ସମୟରେ ଏହା ଆରମ୍ଭ ହୁଏ । ଏହି ଯନ୍ତ୍ରଣା ୩ ଦିନରୁ କମ ସମୟ ରହେ । ପେଲଭିସ ବା ତଳ ପେଟରେ ଏହି କଷ୍ଟ ହୁଏ । ଅଣ୍ଟାବିନ୍ଧା, ତରଳ ଝାଡ଼ା ବା ଅଇ ଉଠିବା ଭଳି ଲକ୍ଷଣ ଦେଖାଯାଏ । [୧]
ଋତୁଶୂଳ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Gynecology |
ଆଇସିଡ଼ି-୧୦ | N94.4-N94.6 |
ଆଇସିଡ଼ି-୯-ସିଏମ୍ | 625.3 |
ରୋଗ ଡାଟାବେସ | 10634 |
ମେଡ଼ିସିନ-ପ୍ଲସ | 003150 |
ଇ-ମେଡ଼ିସିନ | article/253812 |
Patient UK | ଋତୁଶୂଳ |
MeSH | D004412 |
ଅଳ୍ପ ବୟସ୍କା ଯୁବତୀଙ୍କର କୌଣସି ଅନ୍ତର୍ନିହିତ ସମସ୍ୟା ନ ଥାଇ କଷ୍ଟପ୍ରଦ ଋତୁସ୍ରାବ ହୁଏ । ବୟସ୍କା ମହିଳାଙ୍କର କ୍ଷେତ୍ରରେ ଜରାୟୁ ଫାଇବ୍ରଏଡ, ଆଡେନୋମାଇକୋସିସ ବା ଏଣ୍ଡୋମେଟ୍ରିଓସିସ ଯୋଗୁ ଏହି କଷ୍ଟ ହୁଏ । [୩] ଯେଉଁମାନଙ୍କର ଅତ୍ୟଧିକ ଋତୁସ୍ରାବ, ଅନିୟମିତ ଋତୁସ୍ରାବ, ୧୨ ବର୍ଷ ବୟସ ପୂର୍ବରୁ ଋତୁସ୍ରାବ ଆରମ୍ଭ ହୋଇଥାଏ ଓ ଅଳ୍ପ ଓଜନ ବିଶିଷ୍ଟ ମହିଳା ହୋଇଥାନ୍ତି ସେମାନଙ୍କର ଏହି କଷ୍ଟ ସାଧାରଣତଃ ଅଧିକ ହୋଇଥାଏ । [୧] ଯୌନ ସକ୍ରିୟ ମହିଳାଙ୍କର ପେଲଭିସ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୪] ଅସ୍ଥାନିକ ଗର୍ଭ, ପେଲଭିସ ପ୍ରଦାହ ରୋଗ, ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ ଓ କ୍ରନିକ ପେଲଭିକ ଯନ୍ତ୍ରଣା ଇତ୍ୟାଦି ରୋଗମାନଙ୍କର ଅନୁପସ୍ଥିତି ସିଦ୍ଧ କରି ତାପରେ ଋତୁଶୂଳ ନିର୍ଣ୍ଣୟ କରାଯାଏ । [୧]
ଶିଘ୍ର ପିଲା ଜନ୍ମ କରିଥିବା ଓ ବ୍ୟାୟାମ କରୁଥିବା ମହିଳାଙ୍କର ଋତୁଶୂଳ କମ ହୁଏ । [୧] ଏହାର ଚିକିତ୍ସାର ସେକର ଭୂମିକା ଅଛି । [୩] ଆଇବୁପ୍ରୋଫେନ, ହରମୋନାଲ ଜନ୍ମ ନିରୋଧ ଓ ପ୍ରଜେସ୍ଟେରନ ମିଶ୍ରତ ଆୟୁଡି ଇତ୍ୟାଦି ଆବଶ୍ୟକ ସ୍ଥଳେ ଦିଆଯାଏ । [୩][୧] ଭିଟାମିନ ବି ଓ ମ୍ୟାଗନେସିୟମ ସାହାଯ୍ୟ କରିପାରେ । [୨] ଯୋଗ, ଆକୁପଙ୍କଚର ଓ ମାଲିସ ଇତ୍ୟାଦି ଚିକିତ୍ସାର ଉପକାରୀତା ଯଥେଷ୍ଟ ପ୍ରମାଣିତ ହୋଇନାହିଁ । [୧] ଅନ୍ତର୍ନିହିତ ରୋଗ ଥିଲେ ଅପରେଶନ କରାଯାଏ । [୨]
ପ୍ରଜନନକ୍ଷମ ବୟସରେ ୨୦ରୁ ୯୦ % ମହିଳାଙ୍କର ଋତୁଶୂଳ ହୁଏ । [୧] ଏହା ଅତି ସାଧାରଣ ଋତୁସ୍ରାବ ବିକାର । [୨] ପ୍ରଥମ ଋତୁସ୍ରାବ (ମେନାର୍କି) ହେବାର ଏକ ବର୍ଷ ମଧ୍ୟରେ ଏହା ଆରମ୍ଭ ହୁଏ । [୧] ଏହାର କୌଣସି କାରଣ ଜଣାଯାଏ ନାହିଁ ଓ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଓ ପିଲା ହେବା ପରେ କଷ୍ଟ ହେବା କମିଯାଏ । [୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Osayande, AS; Mehulic, S (1 March 2014). "Diagnosis and initial management of dysmenorrhea". American family physician. 89 (5): 341–6. PMID 24695505.
- ↑ ୨.୦ ୨.୧ ୨.୨ ୨.୩ ୨.୪ American College of Obstetricians and Gynecologists (Jan 2015). "FAQ046 Dynsmenorrhea: Painful Periods" (PDF). Retrieved 26 June 2015.
- ↑ ୩.୦ ୩.୧ ୩.୨ "Menstruation and the menstrual cycle fact sheet". Office of Women's Health. December 23, 2014. Retrieved 25 June 2015.
- ↑ Osayande, AS; Mehulic, S (1 March 2014). "Diagnosis and initial management of dysmenorrhea". American family physician. 89 (5): 341–6. PMID 24695505.