ସାଇନାଇଡ ବିଷକ୍ରିୟା

(Cyanide poisoningରୁ ଲେଉଟି ଆସିଛି)

ସାଇନାଇଡ ବିଷକ୍ରିୟା (ଇଂରାଜୀ ଭାଷାରେ Cyanide poisoning) ଏକ ପ୍ରକାର ବିଷକ୍ରିୟା (poisoning) ଯାହା ଅନେକ ପ୍ରକାରର ସାଇନାଇଡ (cyanide) ସଂସ୍ପର୍ଶରେ ଆସିବା ଫଳରେ ଦେଖାଯାଏ ।[୨] ପ୍ରାରମ୍ଭିକ ଲକ୍ଷଣରେ ମୁଣ୍ଡବଥା, ମୁଣ୍ଡବୁଲା, ଦୃତ ହୃତ୍‌ସ୍ପନ୍ଦନ (fast heart rate), ଅଣନିଶ୍ୱାସୀ, ବାନ୍ତି ଇତ୍ୟାଦି ହୁଏ । ଏହା ପରେ ବାତ (seizures), ଧୀର ହୃତ୍‌ସ୍ପନ୍ଦନ (slow heart rate), ନିମ୍ନ ରକ୍ତଚାପ, ମୂର୍ଚ୍ଛାହୃଦ୍‌ରୋଧ (cardiac arrest) ହୁଏ । [୩] ଲକ୍ଷଣମାନଙ୍କ ପ୍ରାରମ୍ଭ ଅଳ୍ପ କିଛି ମିନିଟ ମଧ୍ୟରେ ହୁଏ । [୩][୪] ରୋଗୀ ବଞ୍ଚିଗଲେ ଦୀର୍ଘକାଳୀନ ସ୍ନାୟୁ ବେମାରୀ ରହିଯାଏ । [୩]

ସାଇନାଇଡ ବିଷକ୍ରିୟା
ଇଂରାଜୀ ପ୍ରତିଶବ୍ଦ - cyanide toxicity, hydrocyanic acid poisoning[୧]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିToxicology, critical care medicine
ଆଇସିଡ଼ି-୧୦T65.0
ଆଇସିଡ଼ି-୯-ସିଏମ୍989.0
ରୋଗ ଡାଟାବେସ3280
ଇ-ମେଡ଼ିସିନmed/487

ହାଇଡ୍ରୋଜେନ ସାଇନାଇଡ (hydrogen cyanide) ଗ୍ୟାସ ଓ ଅନେକ ସାଇନାଇଡ ଲବଣ (salts)ରେ ସାଇନାଇଡ ଥାଏ । ଘର ଅଗ୍ନିକାଣ୍ଡର (house fire) ଧୁଆଁ ପ୍ରଶ୍ୱାସରେ ଗଲେ ସାଧାରଣତଃ ଏହି ବିଷକ୍ରିୟା ସାଧିତ ହୁଏ ।[୩] ଧାତୁ ପଲିସ କରାଯାଉଥିବା (metal polishing) କର୍ମସ୍ଥଳୀ, କେତେକ ପୋକମାରୀ (insecticides) ଓ କେତେକ ଆପଲ ମଞ୍ଜିରେ ସମ୍ଭାବ୍ୟ ସାଇନାଇଡ ଥାଇପାରେ । [୪] ସାଇନାଇଡ ଥିବା ତରଳ ପଦାର୍ଥ ଚର୍ମ ମାଧ୍ୟମରେ ଅବଶୋଷିତ ହୋଇଯାଏ । [୫] ସାଇନାଇଡ ଆୟନଦ୍ୱାରା (ions) ଜୈବ ଶ୍ୱାସକ୍ରିୟା (cellular respiration) ଅବରୋଧ ହେବା ଫଳରେ ଦେହର ତନ୍ତୁ ଅମ୍ଳଜାନ (oxygen) ବ୍ୟବ‌ହାର କରିପାରେନି । [୩]

ଅଧିକାଂଶ ସମୟରେ ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୁଏ । କୌଣସି ଲୋକର ଘର ଅଗ୍ନିକାଣ୍ଡ ପରେ ଚେତନା ଶକ୍ତି (level of consciousness) କମିଗଲେ, ରକ୍ତଚାପ କମିଲେ ବା ରକ୍ତ ଲାକ୍ଟେଟ (blood lactate) ଅଧିକ ହେଲେ ଏହି ବିଷ ପ୍ରଭାବ ଥିବା ସନ୍ଦେହ କରାଯାଏ । ରକ୍ତରେ ସାଇନାଇଡ ସ୍ତର ମାପିହୁଏ କିନ୍ତୁ ଏହା ସମୟ ସାପେକ୍ଷ । ଏହି ସ୍ତର ୦.୫–୧ ମି:ଗ୍ରା:/ଲି ଥିଲେ ସାମାନ୍ୟ, ୧–୨ ମି:ଗ୍ରା:/ଲି ଥିଲେ ମଧ୍ୟମ, ୨–୩ ମି:ଗ୍ରା:/ଲି ଥିଲେ ସାଂଘାତିକ କୁହାଯାଏ ଓ ୩ ମି:ଗ୍ରା:/ଲି ହୋଇଗଲେ ମୃତ୍ୟୁ ହୁଏ । [୩]

ରୋଗୀକୁ ଦୂଷିତ ଉତ୍ସରୁ ଦୂରକୁ ଅଣାଯାଏ ଓ ବିସନ୍ଦୁଷିତ (decontaminate) କରାଯାଏ ।[୪] ସ‌ହାୟକ ଯତ୍ନ (supportive care) ଓ ୧୦୦% ଅମ୍ଳଜାନ ଦେଇ ଚିକିତ୍ସା କରାଯାଏ ।[୩][୪] ହାଇଡ୍ରୋକ୍ସିକୋବୋଲାମିନ (Hydroxocobalamin) ଏହାର ଆଣ୍ଟିଡୋଟ (antidote) କାମ କରିବା ଜଣାଯାଏ ଓ ଏହା ପ୍ରଥମ ଧାଡ଼ିର ଚିକିତ୍ସା ଭାବରେ ବିବେଚନା କରାଯାଏ । [୬][୩] ସୋଡ଼ିଅମ ଥାୟୋସଲଫେଟ (Sodium thiosulphate) ମଧ୍ୟ ଏଥିନିମନ୍ତେ ଦିଆଯାଏ । [୩] ଇତିହାସ ଅନୁସାରେ ସାଇନାଇଡ ସମୂହ ଆତ୍ମହତ୍ୟା ନିମନ୍ତେ ବ୍ୟବ‌ହୃତ ହେଉଥିଲା ଓ ନରସଂହାର (genocide) ନିମନ୍ତେ ନାଜିମାନେ ବ୍ୟବ‌ହାର କରୁଥିଲେ । [୪]

ଆଧାର ସମ୍ପାଦନା

  1. Waters, Brenda L. (2010). Handbook of Autopsy Practice (in ଇଂରାଜୀ) (4 ed.). Springer Science & Business Media. p. 427. ISBN 9781597451277.
  2. Dorland's Illustrated Medical Dictionary (in ଇଂରାଜୀ) (32 ed.). Elsevier Health Sciences. 2011. p. 1481. ISBN 1455709859.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Anseeuw, K; Delvau, N; Burillo-Putze, G; De Iaco, F; Geldner, G; Holmström, P; Lambert, Y; Sabbe, M (February 2013). "Cyanide poisoning by fire smoke inhalation: a European expert consensus". European journal of emergency medicine : official journal of the European Society for Emergency Medicine. 20 (1): 2–9. PMID 22828651.
  4. ୪.୦ ୪.୧ ୪.୨ ୪.୩ ୪.୪ Hamel, J (February 2011). "A review of acute cyanide poisoning with a treatment update". Critical care nurse. 31 (1): 72–81, quiz 82. PMID 21285466.
  5. "Hydrogen Cyanide - Emergency Department/Hospital Management". CHEMM. 14 January 2015. Archived from the original on 14 November 2016. Retrieved 26 October 2016.
  6. Thompson, JP; Marrs, TC (December 2012). "Hydroxocobalamin in cyanide poisoning". Clinical toxicology (Philadelphia, Pa.). 50 (10): 875–85. PMID 23163594.