ବୁପ୍ରେନର୍ଫିନ
ବୁପ୍ରେନର୍ଫିନ (ଇଂରାଜୀ ଭାଷାରେ Buprenorphine) ଔଷଧ ଅନେକ ରକମର ବ୍ରାଣ୍ଡ ନାମରେ ବିକ୍ରି ହୁଏ ଯେପରିକି ସୁବୁଟେକ୍ସ; ଏହା ଏକ ଓପିଅଏଡ ଔଷଧ ଯାହା ଓପିଅଏଡ ନିଶାଗ୍ରସ୍ତ (opioid addiction), ଅକ୍ୟୁଟ ଯନ୍ତ୍ରଣା ଓ କ୍ରନିକ ଯନ୍ତ୍ରଣା (chronic pain) ଉପଶମ ନିମନ୍ତେ ବ୍ୟବହାର ହୁଏ । [୩] ଏହାକୁ ଜିଭ ତଳେ (under the tongue), ଇଞ୍ଜେକସନ (injection), ଚର୍ମ ପ୍ୟାଚ (skin patch) ବା ମେଡିକାଲ ଇମ୍ପ୍ଲାଣ୍ଟ (implant) ଆକାରରେ ରୋଗୀକୁ ଦିଆଯାଏ ।[୩][୪] ନିଶାଗ୍ରସ୍ତ ଲୋକଙ୍କର ଉଇଥଡ୍ରଆଲ ଲକ୍ଷଣ ଆରମ୍ଭ ହେବାର ୨ ଦିନ ନିମନ୍ତେ ଏହା ଡାକ୍ତରୀ ପର୍ଯ୍ୟବେକ୍ଷଣ ସାହାଯ୍ୟରେ ଦିଆଯାଏ । [୩] ଦୀର୍ଘସ୍ଥାୟୀ ନିଶାଗ୍ରସ୍ତ ଲୋକ ନିମନ୍ତେ ବୁପ୍ରେନର୍ଫିନ/ନାଲୋକ୍ସୋନ (buprenorphine/naloxone) ନିଶ୍ରଣ ଦିଆଯାଏ ।[୩] ଏକ ଘଣ୍ଟା ମଧ୍ୟରେ ଯନ୍ତ୍ରଣା ଉପଶମ ହୋଇଯାଏ ଓ ପ୍ରଭାବ ୨୪ଘଣ୍ଟା ପର୍ଯ୍ୟନ୍ତ ରହେ ।[୩]
Clinical data | |
---|---|
Trade names | Subutex, others |
AHFS/Drugs.com | monograph |
MedlinePlus | a605002 |
data | |
Pregnancy category | |
Routes of administration | ଜିଭ ତଳେ (Sublingual), ପାଟିରେ (buccal), ମାଂସପେଶୀ ଇଞ୍ଜେକସନ (IM), ଚର୍ମ ଇଞ୍ଜେକସନ (transdermal), ନାସା ପଥରେ (intranasal), ମଳଦ୍ୱାର ବାଟେ (rectally), |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ଜିଭ ତଳେ: ୩୦%[୧] ନାସା ପଥରେ: ୪୮%[୨] |
Protein binding | ୯୬% |
Metabolism | ଯକୃତ (Liver) (CYP3A4, CYP2C8) |
Onset of action | ୩୦ ମିନିଟ ମଧ୍ୟରେ[୩] |
Elimination half-life | ୩୭ ଘଣ୍ଟା ( ୨୦–୭୦ ଘଣ୍ଟା) |
Duration of action | ୨୪ ଘଣ୍ଟା[୩] |
Excretion | Biliary and kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.052.664 |
Chemical and physical data | |
Formula | C29H41NO4 |
Molar mass | 467.64 g/mol |
3D model (JSmol) | |
| |
| |
(what is this?) (verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଶ୍ୱାସକ୍ରିୟା (respiratory depression/ decreased breathing), ନିଦ୍ରାଳୁ, ଆଡ୍ରେନାଲ ଇନସଫିସିଏନ୍ସି (adrenal insufficiency), କ୍ୟୁଟି ପ୍ରୋଲୋଙ୍ଗେସନ (QT prolongation), ନିମ୍ନ ରକ୍ତଚାପ (low blood pressure), ଆଲର୍ଜି ପ୍ରତିକ୍ରିୟା (allergic reaction), ଓ ଓପିଅଏଡ ନିଶାସକ୍ତ ଆଦି ସମ୍ଭାବନା ଥାଏ । [୩] ସିଜର ବା ବାତ (seizures) ମାରିବା ଇତିହାସ ଥିଲେ ଅଧିକ ବାତ ସଙ୍କଟ ରହେ ।[୩] ଅନ୍ୟାନ୍ୟ ଓପାଏଡ ଅପେକ୍ଷା ବୁପ୍ରେନର୍ଫିନରେ କମ୍ ସାଂଘାତିକ ଓପିଅଏଡ ଉଇଥଡ୍ରଆଲ (Opioid withdrawal) ଦେଖାଯାଏ ।[୩] ଗର୍ଭାବସ୍ଥାରେ ଏହାର ନିରାପତ୍ତା ପ୍ରସଙ୍ଗ ସ୍ପଷ୍ଟ ନୁହେଁ ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ଦେବାକୁ ବାରଣ କରାଯାଏ ।[୩] ବିଭିନ୍ନ ଓପିଅଏଡ ରିସେପ୍ଟରମାନଙ୍କୁ ବିଭିନ୍ନ ଭାବରେ ଏହା ପ୍ରଭାବିତ କରେ । [୩] ରିସେପ୍ଟର ଅନୁସାରେ ଏହା ଆଗୋନିସ୍ଟ (en:agonist) ବା ପାର୍ସିଆଲ ଅଗୋନିସ୍ଟ (partial agonist) ବା ଆଣ୍ଟାଗୋନିସ୍ଟ (antagonist) ଭାବରେ କାମ କରେ । [୩]
ସନ ୧୯୮୧ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ବୁପ୍ରେନର୍ଫିନ ବ୍ୟବହାରକୁ ସ୍ୱୀକୃତି ଦିଆଗଲା ।[୩] ସେଠାରେ ସନ ୨୦୧୨ରେ ପ୍ରାୟ ୯.୩ ନିୟୁତ ବୁପ୍ରେନର୍ଫିନ ପ୍ରେସକ୍ରିପସନ ଲେଖାଯାଇଥିଲା ।[୫] ଫୁର୍ତ୍ତି (high) ନିମନ୍ତେ ମଧ୍ୟ ଏହା ଇଞ୍ଜେକସନ ବା ନାସା ପଥରେ ଦିଆଯାଏ ।[୫] ହିରୋଇନ (heroin) ବଦଳରେ ମଧ୍ୟ ଏହା ବେଳେ ବେଳେ ଦିଆଯାଏ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ନିୟନ୍ତ୍ରଣ ଆକ୍ଟ Schedule III ଅନୁଯାୟୀ ଏକ ନିୟନ୍ତ୍ରିତ ଦ୍ରବ୍ୟ controlled substance.[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୦.୮୬ରୁ ୧.୩୨ ଆମେରିକୀୟ ଡଲାର ।[୬]
ଆଧାର
ସମ୍ପାଦନା- ↑ Mendelson J, Upton RA, Everhart ET, Jacob P 3rd, Jones RT (1997). "Bioavailability of sublingual buprenorphine". Journal of Clinical Pharmacology. 37 (1): 31–7. doi:10.1177/009127009703700106. PMID 9048270.
- ↑ Eriksen J, Jensen NH, Kamp-Jensen M, Bjarnø H, Friis P, Brewster D (1989). "The systemic availability of buprenorphine administered by nasal spray". J. Pharm. Pharmacol. 41 (11): 803–5. doi:10.1111/j.2042-7158.1989.tb06374.x. PMID 2576057.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ "Buprenorphine Hydrochloride". drugs.com. American Society of Health-System Pharmacists. 26 January 2017. Retrieved 17 March 2017.
- ↑ "Press Announcements - FDA approves first buprenorphine implant for treatment of opioid dependence". FDA (in ଇଂରାଜୀ). Retrieved 12 December 2017.
- ↑ ୫.୦ ୫.୧ ୫.୨ ୫.୩ Drug Enforcement Administration (July 2013). "Buprenorphine" (PDF). DEA. Retrieved 3 December 2017.
- ↑ "NADAC as of 2017-11-29". Centers for Medicare and Medicaid Services (in ଇଂରାଜୀ). Archived from the original on 2017-12-03. Retrieved 3 December 2017.
ବାହ୍ୟ ଲିଙ୍କ
ସମ୍ପାଦନା- U.S. Federal government buprenorphine program for opioid addiction Archived 2011-02-28 at the Wayback Machine.
- Australian national buprenorphine policy
- "The bitter pill": A Wired magazine article on Suboxone
- "Subu Must Die – How a nation of junkies went cold turkey": A New Republic article on Subutex abuse in the nation of Georgia]