ଆଶିଷ ଚୌଧୁରୀ

ଲେଖକ
(Ashish chaudhuryରୁ ଲେଉଟି ଆସିଛି)

ଆଶିଷ ଚୌଧୁରୀ ହିନ୍ଦୀରେ ଲୋକପ୍ରିୟ ଉପନ୍ୟାସ ଲେଖୁଥିବା ଜଣେ ଅଗାଧଡିର ଲେଖକ। ତାଙ୍କର ପ୍ରଥମ ଉପନ୍ୟାସ କ୍ୟପୋଛ ୨୦୧୪ ମସିହା ମାର୍ଚ ମାସରେ ହିନ୍ଦଯୁଗ୍ମ ପ୍ରକାଶନୀଦ୍ୱାରା ପ୍ରକାଶିତ ହୋଇଥିଲା। ଉପନ୍ୟାସ ବ୍ୟତୀତ ଆଶିଷ ବେତାର କାର୍ଯକ୍ରମ ଓ ପଥପ୍ରାନ୍ତ ନାଟକ ରଚନାରେ ମଧ୍ୟ ରୁଚି ରଖନ୍ତି। ବର୍ତ୍ତମାନ ସେ ବିବିସି ମିଡିଆ ଆକ୍ସନ ସଂସ୍ଥାରେ ସ୍ରୁଜନଶୀଳ ଲେଖକ ଭାବେ କାର୍ଯ୍ୟରତ। ଓପନ ପତ୍ରିକା ତାହାର ଦୀପାବଳୀ ସଂଖ୍ୟାରେ ଆଶିଷ ଚୌଧୁରୀଙ୍କୁ ନୂଆ ପିଢୀ ହିନ୍ଦୀ ଲୋକପ୍ରିୟ ଲେଖକ ଭାବେ ବର୍ଣ୍ଣନା କରିଛି।[୧] ତାଙ୍କର ଲେଖା ପ୍ରେମ, ଯୁବ ପିଢୀର ସଂଘର୍ଷ, ବଦଲୁଥିବା ରୁଚି, ଜୀବନ ଶୈଳୀ ଓ ଦୈନଦିନ ଜୀବନର ଦ୍ୱନ୍ଦ ଉପରେ ପର୍ଯବେଷିତ।

ଆଶିଷ ଚୌଧୁରୀ
ଜନ୍ମ ଓ ଜନ୍ମସ୍ଥାନ (1982-12-10) ୧୦ ଡିସେମ୍ବର ୧୯୮୨ (ବୟସ ୪୧)
10ନାଗୌର, ନାଗୌର
ବୃତ୍ତିଲେଖକ
ଭାଷାହିନ୍ଦୀ,
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର, (ପ୍ରସାରଣ ସାମ୍ବାଦିକତା)
ଶିକ୍ଷାନୁଷ୍ଠାନମଖନଲାଲ ଚତୁର୍ବେଦୀ ରାଷ୍ଟ୍ରୀୟ ପତ୍ରକରିତା ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିକୁଲ୍ଫି ଏଣ୍ଡ କ୍ୟାପେଚିନୋ

ପରିବାର ଓ ପ୍ରାଥମିକ ଜୀବନ ସମ୍ପାଦନା

ଆଶିଷ ଚୌଧୁରୀ ରାଜସ୍ଥାନର ନାଗୌର ଜିଲ୍ଲାର ନାଗୌର ଗ୍ରାମଠାରେ ୧୯୮୨ ମସିହା ଡିସେମ୍ବର ୧୦ ତାରିଖଦିନ ଜନ୍ମଗ୍ରହଣ କରିଥିଲେ । ପିତାଙ୍କର ବାରମ୍ବାର ବଦଳି ହେଉଥିବାରୁ ଆଶିଷଙ୍କ ଶିକ୍ଷା ରାଜସ୍ଥାନର ବିଭିନ୍ନ ପ୍ରାନ୍ତରେ ହୋଇଥିଲା। ଉଦୟପୁରରୁରେ ମ୍ୟାନେଜମେଣ୍ଟରେ ସ୍ନାତକ ଡିଗ୍ରୀ ଅର୍ଜ୍ଜନ କରିଥିଲେ। ଏହାପରେ ମଖନଲାଲ ଚତୁର୍ବେଦୀ ରାଷ୍ଟ୍ରୀୟ ପତ୍ରକାରିତା ବିଶ୍ୱବିଦ୍ୟାଳୟରୁ ପ୍ରସାରଣ ସମ୍ବାଦିକତାରେରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କଲାପରେ ବିବିସି ମିଡିଆ ଆକ୍ସନରେ ସ୍ରୁଜନଶୀଳ ଲେଖକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ପିଲାଦିନରୁ ଲେଖାଲେଖି ପ୍ରତି ତାଙ୍କର ରୁଚି ଥିଲା ଓ ହିନ୍ଦୀ ଚଳଚ୍ଚିତ୍ର ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା।

ରଚନାବଳୀ ସମ୍ପାଦନା

ଯୁବପିଢୀର କଥାକୁ ସେମାନଙ୍କ ବୁଝିଭଳି ଭାଷାରେ ହିଁ କହିବାର ଚେଷ୍ଟାରୁ ଜନ୍ମ ନିଏ ଆଶିଷଙ୍କ ଉପନ୍ୟାସ। ନିଜ ଚାରିପାଖର ଦୁନିଆ, ଯୁବପିଢୀର ଆଶା ଆକାଂକ୍ଷା, ସ୍ୱପ୍ନ ଓ ସ୍ୱପ୍ନଭଙ୍ଗ ହିଁ ତାଙ୍କ ଉପନ୍ୟାସର ବିଷୟବସ୍ତୁ। ହେଲେ ଏଥିରେ ନିଆରାପଣ ଟି ହେଲା ବ୍ୟବହାର କରାଯାଇଥିବା ଭାଷା। କେବଳ ଲେଖିବା ନୁହେଁ, ନିଜ ବହିକୁ ଲୋକପ୍ରିୟ କରିବା ପାଇଁ ମଧ୍ୟ ସେହି ସବୁ ମାଧ୍ୟମର ଉପଯୋଗ କରିଥିଲେ ଯାହା ଯୁବପିଢୀ ମଧ୍ୟରେ ଲୋକପ୍ରିୟ। ଉଭୟ ଫେସବୁକ ଓ ଟୁଇଟର ମାଧ୍ୟମରେ ସେ ନିଜର ପାଠକଙ୍କ ପାଖରେ ପହଞ୍ଚିଥିଲେ।

ଆଧାର ସମ୍ପାଦନା