ଆଜବେସ୍ଟୋସିସ
ଆଜବେସ୍ଟୋସିସ (ଇଂରାଜୀ ଭାଷାରେ Asbestosis) ରୋଗ ହୁଏ ଯେତେବେଳେ ଆଜବେସ୍ଟସ (asbestos) ସଂସ୍ପର୍ଶରେ ଆସି ଏକ ମାନବ ଫୁସଫୁସରେ (lungs) ଦୀର୍ଘକାଳୀନ ପ୍ରଦାହ (inflammation) ରୋଗ ହୁଏ ଓ ସେଠାରେ ସ୍କାର (scarring) ହୋଇଯାଏ ।[୨] ରୋଗୀର ଅଣନିଶ୍ୱାସୀ (Shortness of breath), କାସ, ହୁଇଜିଙ୍ଗ (wheezing), ଛାତି ଯନ୍ତ୍ରଣା (chest pain) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧] ରୋଗ ସାଂଘାତିକ ହେଲେ ଫୁସଫୁସ କର୍କଟ, ମେସୋଥେଲିଓମା (mesothelioma), ପ୍ଲୁରାଲ ଫାଇବ୍ରୋସିସ (plural fibrosis), ଫୁସଫୁସ ହୃତ୍ପିଣ୍ଡ ରୋଗ (pulmonary heart disease) ଇତ୍ୟାଦି ଜଟିଳ ରୋଗ ହୁଏ । [୧][୫]
ଆଜବେସ୍ଟୋସିସ (Asbestosis) | |
---|---|
ବିଭାଗ | ଫୁସଫୁସ ବିଜ୍ଞାନ (Pulmonology) |
ଲକ୍ଷଣ | ଅଣନିଶ୍ୱାସୀ (Shortness of breath), କାସ, ହୁଇଜିଙ୍ଗ (wheezing), ଛାତି ଯନ୍ତ୍ରଣା (chest pain)[୧] |
କାରଣ | ଆଜବେସ୍ଟସ (Asbestos)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଆଜବେସ୍ଟସ ସଂସ୍ପର୍ଶ ଇତିହାସ, ମେଡିକାଲ ଇମାଜିଙ୍ଗ (medical imaging)[୨] |
ପ୍ରତିକାର | ସଂସ୍ପର୍ଶ ବନ୍ଦ[୨] |
ଚିକିତ୍ସା | ଇନଫ୍ଲୁଏଞ୍ଜା ଟିକା (influenza vaccination), ନିମୋକୋକାଲ ଟିକା (pneumococcal vaccination, ସହାୟକ ଯତ୍ନ (Supportive care), ଧୂମ୍ରପାନ ବନ୍ଦ ଓ ଅମ୍ଳଜାନ ଥେରାପି (oxygen therapy |
ପୁନଃପୌନିକ | ୧୫୭,୦୦୦ (୨୦୧୫)[୩] |
ମୃତ୍ୟୁ ସାନ୍ଦ୍ରତା | ୩,୬୦୦ (୨୦୧୫)[୪] |
ଆଜବେସ୍ଟସ ତନ୍ତୁ ପ୍ରଶ୍ୱାସରେ (breathing in) ଗଲେ ଆଜବେସ୍ଟୋସିସ ରୋଗ ହୁଏ ।[୧] ଏହି ରୋଗ ହେବା ନିମନ୍ତେ ଅଧିକ ଓ ଦୀର୍ଘକାଳୀନ ଆଜବେସ୍ଟସ ସଂସ୍ପର୍ଶ ଆବଶ୍ୟକ ହୁଏ । [୧] ଯେଉଁମାନେ ଏହି ପଦାର୍ଥ ସହିତ ଏହି ସ୍ତରର କାମ କରନ୍ତ ସେମାନଙ୍କର ଏହି ରୋଗ ହେବା ସମ୍ଭାବନା ଅଧିକ ରହେ ।[୫] ସବୁ ପ୍ରକାରର ଆଜବେସ୍ଟସ ଯୋଗୁ ଏହି ରୋଗ ହୋଇପାରେ । [୬] ତେଣୁ ଏବେକାର ଆଜବେସ୍ଟସକୁ ଅସ୍ଥିର ନକରି ସେହିଭଲି ରଖିବାକୁ ପରାମର୍ଶ ଦିଆଯାଏ ।[୭] ଆଜବେସ୍ଟସ ସଂସ୍ପର୍ଶ ଇତିହାସ ଓ ଉପଯୁକ୍ତ ମେଡିକାଲ ଇମେଜିଙ୍ଗ (medical imaging) କରି ରୋଗ ନିର୍ଣ୍ଣୟ କରାଯାଏ । [୨] ଏହା ଏକ ପ୍ରକାର ଇଣ୍ଟରସ୍ଟିସିଆଲ ପଲମୋନାରି ଫାଇବ୍ରୋସିସ (interstitial pulmonary fibrosis) ରୋଗ । [୨]
ଆଜବେସ୍ଟୋସିସ ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[୧] ଇନଫ୍ଲୁଏଞ୍ଜା ଟିକା (influenza vaccination), ନିମୋକୋକାଲ ଟିକା (pneumococcal vaccination, ସହାୟକ ଯତ୍ନ (Supportive care), ଧୂମ୍ରପାନ ବନ୍ଦ ଓ ଅମ୍ଳଜାନ ଥେରାପି (oxygen therapy) ଦେଇ ଚିକିତ୍ସା କରାଯାଏ ।[୮] ସନ ୨୦୧୫ରେ ଏହି ରୋଗରେ ୧୫୭,୦୦୦ ଲୋକ ଆକ୍ରାନ୍ତ ହୋଇ ୩,୬୦୦ ଲୋକ ମୃତ୍ୟୁ ବରଣ କରିଥିଲେ । [୪][୩] ଏହି ରୋଗକୁ ପ୍ରତିରୋଧ କରିବା ନିମନ୍ତେ ଅନେକ ଦେଶରେ ଏହାର ବ୍ୟବହାର ବନ୍ଦ କରାଯାଇଛି । [୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Asbestosis symptoms and treatments". NHS Inform. 6 April 2017. Archived from the original on 30 March 2019. Retrieved 19 December 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Asbestosis - Pulmonary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). May 2014. Retrieved 19 December 2017.
- ↑ ୩.୦ ୩.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୪.୦ ୪.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୫.୦ ୫.୧ "World Health Organization. Air Quality Guidelines, 2nd Edition—Asbestos" (PDF). Archived from the original (PDF) on May 24, 2011. Retrieved 2009-12-20.
- ↑ "Asbestosis symptoms and treatments". NHS Inform. 6 April 2017. Archived from the original on 30 March 2019. Retrieved 19 December 2017.
- ↑ "Asbestosis symptoms and treatments". NHS Inform. 6 April 2017. Archived from the original on 30 March 2019. Retrieved 19 December 2017.
- ↑ "Asbestosis symptoms and treatments". NHS Inform. 6 April 2017. Archived from the original on 30 March 2019. Retrieved 19 December 2017.