ଅନୱର ପାଶା
ଅନୱର ପାଶା (୧୯୨୮-୧୯୭୧) ବଙ୍ଗଳାଦେଶର ଜଣେ ସାହିତ୍ୟିକ ତଥା ଔପନ୍ୟାସିକ ଥିଲେ । ଏହାଛଡା ସେ ଥିଲେ ବାଂଲଦେଶ ମୁକ୍ତି ସଂଗ୍ରାମରେ ଶହୀଦ ହୋଇଥିବା ଜଣେ ବୁଦ୍ଧିଜୀବି ।
ଅନୱର ପାଶା | |
---|---|
ଅନୱର ପାଶା | |
ଜନ୍ମ | ମୁର୍ଶିଦାବାଦ୍, ବଙ୍ଗଳାଦେଶ, ବ୍ରିଟିଶ ଇଣ୍ଡିଆ | ୧୫ ଅପ୍ରେଲ ୧୯୨୮
ମୃତ୍ୟୁ | ୧୪ ଡିସେମ୍ବର ୧୯୭୧ | (ବୟସ ୪୩)
Shahbag, Dhaka, ବଙ୍ଗଳାଦେଶ | |
ଜାତୀୟତା | ବଙ୍ଗଳାଦେଶୀ |
ଶିକ୍ଷାନୁଷ୍ଠାନ | ଢାକା ବିଶ୍ଵବିଦ୍ୟାଳୟ |
ବୃତ୍ତି | ଔପନ୍ୟାସିକ |
ପ୍ରସିଦ୍ଧି | ବଙ୍ଗଳାଦେଶ ମୁକ୍ତିଯୁଦ୍ଧରେ ଶହୀଦ ହୋଇଥିବା ବୁଦ୍ଧିଜିବୀ |
ପୁରସ୍କାର | ବଙ୍ଗଳା ଲିଟେରାରୀ ଅକାଦେମୀ ପୁରସ୍କାର |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାଅନୱର ପାଶା ୧୫ ଏପ୍ରିଲ ୧୯୨୮ରେ ମୁର୍ସିଦାବାଦର ଡାବକାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହାଜି ମାକ୍ରୋମ ଅଲି ସ୍ଥାନୀୟ ସହରର ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ । ୧୯୪୬ ମସିହାରେ ଉଚ୍ଚ ମଡ୍ରାସା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଅନୱର ପାଶା ୧୯୫୩ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ବଙ୍ଗଳାରେ ସ୍ନାତକୋତ୍ତର କଳା (ଏମ. ଏ) ଡିଗ୍ରୀ ଲାଭ କରିଥିଲେ । ସେ ମାଣିକଚକ ଉଚ୍ଚ ମଡ୍ରାସର ଅଧୀକ୍ଷକ ଭାବରେ ଶିକ୍ଷାଦାନ ଆରମ୍ଭ କରିଥିଲେ ଏବଂ ପରେ ଭବତା ଅଜିଜା ଉଚ୍ଚ ମଡ୍ରାସା (୧୯୫୪) ଏବଂ ସାଦିଖାନ ଡିଆର ବହୁମୁଖି ଉଚ୍ଚ ସେକେଣ୍ଡାରୀ ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ୧୯୫୮ ମସିହାରେ ସେ ପାବନା ଏଡୱାର୍ଡ ମହାବିଦ୍ୟାଳୟରେ ଏବଂ ପରେ ୧୯୬୬ ମସିହାରେ ଢାକା ବିଶ୍ୱବିଦ୍ୟାଳୟର ବଙ୍ଗଳା ଭାଷା ବିଭାଗରେ ଯୋଗ ଦେଇଥିଲେ ।
ଅନୱର ପାଶା ବିଏ ଛାତ୍ର ଥିବାବେଳେ ତାଙ୍କର ପ୍ରଥମ ଲେଖା ପ୍ରକାଶ ହୋଇଥିଲା । ସେତେବେଳେ ତାଙ୍କ "ହସନାହେନା" ନାମକ ଏକ ପ୍ରବନ୍ଧ ସଂଗ୍ରହ ପ୍ରକାଶ ପାଇଥିଲା । ପରବର୍ତ୍ତୀ ଦୁଇ ଦଶନ୍ଧି ମଧ୍ୟରେ ସେ ଅନେକ ଉପନ୍ୟାସ, ପ୍ରବନ୍ଧ, କବିତା ଏବଂ କ୍ଷୁଦ୍ରଗଳ୍ପ ପ୍ରକାଶ କରିଥିଲେ। ପ୍ରଫେସର ମହମ୍ମଦ ଅବଦୁଲ ହାଇଙ୍କ ସହଯୋଗରେ ସେ ଚାରୋଟି ପ୍ରାଚୀନ ଏବଂ ମଧ୍ୟଯୁଗୀୟ ବଙ୍ଗଳା କବିତା ମଧ୍ୟ ସମ୍ପାଦନା କରିଥିଲେ।[୧] ତାଙ୍କର ଲେଖା କୋଲକାତା ଠାରୁ ପ୍ରକାଶିତ ଏବଂ ବୁଦ୍ଧଦେବ ବୋଷଙ୍କ ଦ୍ୱାରା ସମ୍ପାଦିତ ତ୍ରୟମାସିକ "କବିତା" ସମେତ ଅନେକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ତାଙ୍କର ପ୍ରମୁଖ କୃତି ମଧ୍ୟରେ ଉପନ୍ୟାସ ରାଇଫଲ୍-ରୋଟି-ଆରୋଟ୍ ନଅ ମାସର ମୁକ୍ତି ଯୁଦ୍ଧ ଉପରେ ଆଧାରିତ ଥିଲା ।
ଅନୱାର ପାଶା ବଙ୍ଗଳାଦେଶ ମୁକ୍ତିଯୁଦ୍ଧର ଜଣେ ଦୃଢ ସମର୍ଥକ ଥିଲେ ଏବଂ ସେ ଏକ ସ୍ଵାଧୀନ ବାଂଲାଦେଶର ସ୍ୱପ୍ନ ଦେଖିଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କର ସ୍ୱପ୍ନ ହୋଇ ପାରିଲା ନାହିଁ, କାରଣ, ୧୬ ଡିସେମ୍ବର ପୂର୍ବରୁ, ତାଙ୍କୁ ତାଙ୍କ ବିଶ୍ୱବିଦ୍ୟାଳୟରୁ ଉଠାଇ ମିରପୁରକୁ ନିଆଯାଇଥିଲା ଏବଂ ଅନ୍ୟ ବୁଦ୍ଧିଜୀବୀଙ୍କ ସହ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ।
ଉଲ୍ଲେଖନୀୟ ଲେଖା
ସମ୍ପାଦନାନଦୀ ନିଃଶେଷିତ ହଲେ (1963),
ନିରୁପାୟ ହରିନି (୧୯୭୦),
ନିଶୁତି ରାଟର ଗାଥା (1968),
ନିରୁପାଇ ହରିଣୀ (1970),
ରବୀନ୍ଦ୍ର ଛୋଟଗଳ୍ପ ସମୀକ୍ଷା (ଭଲ୍ୟୁମ୍-୧(୧୯୬୩), ଭଲ୍ୟୁମ୍-୨(୧୯୭୩),
ସାହିତ୍ୟଶିଳ୍ପୀ ଅବୁଲ ଫଜଲ (୧୯୬୮)
ରାଇଫଲ୍-ରୋଟି-ଅଉରତ (୧୯୭୩),
ସମୁଦ୍ର ଶଂଖଲତା ଉଜ୍ଜୟୀନୀ (୧୯୭୪)
ନୀଡ୍ ସନ୍ଧାନୀ (୧୯୬୮)
ସମ୍ମାନ
ସମ୍ପାଦନା୧୯୭୨ ମସିହାରେ ଅନୱାର ପାଶାଙ୍କୁ ସାହିତ୍ୟିକ ସଫଳତା ପାଇଁ ବଙ୍ଗଳା ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ମୃତ୍ୟୁ
ସମ୍ପାଦନା୧୯୭୧ ମସିହାରେ, ୧୬ ଡିସେମ୍ବରର କିଛି ଦିନ ପୂର୍ବରୁ, ପାକିସ୍ତାନୀ ସେନା ଏବଂ ଏହାର ସହଯୋଗୀମାନଙ୍କ ଦ୍ଵାରା ତାଙ୍କୁ ବିଶ୍ୱବିଦ୍ୟାଳୟ ସରକାରୀ ଆବାସରୁ (ମାତିୟୁର ରହମାନ ନିଜାମିଙ୍କ ନେତୃତ୍ୱରେ ଅଲ-ବଦର ମିଲିସିଆ) ଉଠାଇ ମିରପୁରକୁ ନିଆଯାଇଥିଲା, ଯେଉଁଠାରେ ସେ ଅନ୍ୟ ବୁଦ୍ଧିଜୀବୀମାନଙ୍କ ସହିତ ମୃତ୍ୟୁଦଣ୍ଡ ପାଇଥିଲେ। [୨] ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ଢାକା ବିଶ୍ୱବିଦ୍ୟାଳୟ ମସଜିଦ ପରିସରରେ ପୋତି ଦିଆଯାଇଥିଲା ।[୩]
ଗ୍ୟାଲେରୀ
ସମ୍ପାଦନାଆଧାର
ସମ୍ପାଦନା- ↑ Ahmed, Wakil (2012). "Pasha, Anwar". In Islam, Sirajul; Jamal, Ahmed A. (eds.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
- ↑ Report, Star Online (3 November 2013). "Gallows for Mueen, Ashraf". The Daily Star (in ଇଂରାଜୀ). Retrieved 7 November 2024.
- ↑ "Pasha, Anwar - Banglapedia". en.banglapedia.org (in ଇଂରାଜୀ). Retrieved 7 November 2024.