ଆମେନୋରିଆ

ପ୍ରଜନନ ବୟସରେ ଋତୁସ୍ରାବ ନ ହେବା
(Amenorrheaରୁ ଲେଉଟି ଆସିଛି)

ଆମେନୋରିଆ ବା ଋତୁରୋଧରେ ପ୍ରଜନନକ୍ଷମ ବୟସର ମହିଳାଙ୍କର ଋତୁସ୍ରାବ ଅନୁପସ୍ଥିତ ରହେ । [୩] ଯୌନ ବିକାଶ ବିନା ୧୪ ବର୍ସ ବୟସ ପର୍ଯ୍ୟନ୍ତ ଋତୁସ୍ରାବ ନ ହେଲେ କିମ୍ବା ସାଧାରଣ ବିକାଶ ସହିତ ୧୬ ବର୍ଷ ପର୍ଯ୍ୟନ୍ତ ଋତୁସ୍ରାବ ନହେଲେ ଏହାକୁ ପ୍ରାଥମିକ ଶ୍ରେଣୀଭୁକ୍ତ କରାଯାଏ | [୧] ମାସିକିଆ ସଠିକ୍ ଭାବରେ ହେବା ପରେ ଋତୁସ୍ରାବ ଅତି କମରେ ତିନିରୁ ନଅ ମାସ ପର୍ଯ୍ୟନ୍ତ ବନ୍ଦ ହୋଇଗଲେ ତାହାକୁ ସେକେଣ୍ଡାରୀ କୁହାଯାଏ । [୨] [୪] ଏହା ଫଳରେ ମାନସିକ ସ୍ୱାସ୍ଥ୍ୟହାନୀ, ଓଷ୍ଟିଓପୋରୋସିସ ଏବଂ ବନ୍ଧ୍ୟାତ୍ୱ ହୋଇପାରେ ।[୩]

Amenorrhea
Amenorrhea, amenorrhœa
Diagram of the uterus, ovaries, and vagina
ବିଭାଗGynecology
କାରଣPrimary: Imperforate hymen, elevated FSH, prolactinoma, polycystic ovary syndrome[୧]
Secondary: Pregnancy, breastfeeding, thyroid problems, prolactinoma, anorexia, polycystic ovarian syndrome, ovarian insufficiency, hypogonadotropic hypogonadism[୨]
ଚିକିତ୍ସାDepends on cause[୩]
PrognosisNot life threatening[୩]
ପୁନଃପୌନିକ2% to 5% of women[୧][୨]

ସାଧାରଣ ସେକେଣ୍ଡାରୀ କାରଣମାନଙ୍କରେ ଗର୍ଭଧାରଣ, ସ୍ତନ୍ୟପାନ କରାଇବା ଏବଂ ଋତୁବନ୍ଦ ହୋଇପାରେ | [୨] କ୍ରମାଗତ ଜନ୍ମନିରୋଧକ ହରମୋନ ବ୍ୟବହାର କଲେ ମଧ୍ୟ ଅବଧି ବନ୍ଦ ହୋପାରେ | [୨] ଅନେକ ରୋଗ ହେତୁ ଆମେନୋରିଆ ମଧ୍ୟ ହୋଇପାରେ। [୫] ପ୍ରାଥମିକ କାରଣଗୁଡ଼ିକରେ ଆନାଟୋମିକାଲ୍ ସମସ୍ୟା ଅନ୍ତର୍ଭୁକ୍ତ ଯେପରିକି ଏକ ଅଛିଦ୍ର ହାଇମେନ, ଅସ୍ୱାଭାବିକ ହରମୋନ୍ ସ୍ତର ଯେପରିକି ଉଚ୍ଚତର ଏଫଏସଏଚ କିମ୍ବା ପ୍ରୋଲାକ୍ଟିନୋମା ଏବଂ ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ହୋଇଥାଏ | [୧] ସେକେଣ୍ଡାରୀ କାରଣଗୁଡିକରେ ଥାଇରଏଡ ସମସ୍ୟା, ଅଧିକ ପ୍ରୋଲାକ୍ଟିନୋମା, ଆନୋରେକ୍ସିଆ, ପଲିସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ, ଓଭାରିଆନ ଇନସଫିସିଏନ୍ସି ଓ ହାଇପୋଗୋନାଡ଼ୋଟ୍ରପିକ ହାଇପୋଗାନାଡିଜ୍ମ ଅନ୍ତର୍ଭୁକ୍ତ ହୋଇଥାଏ । [୨]

ଲକ୍ଷଣ, ରୋଗୀ ପରୀକ୍ଷା, ରକ୍ତ ପରୀକ୍ଷା ଏବଂ ସମ୍ଭାବ୍ୟ ଡାକ୍ତରୀ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ | [୬] ଗର୍ଭଧାରଣ ସ୍ଥିତି ନିର୍ଣ୍ଣୟ କରାଯିବା ଉଚିତ୍ | [୩] ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ। [୩] ଆମେନୋରିଆ ଜୀବନ ପ୍ରତି ବିପଦ ନୁହେଁ। [୩] ପ୍ରାଥମିକ ଆମେନୋରିଆ ଯୁକ୍ତରାଷ୍ଟ୍ରର ୧%ରୁ କମ୍ ମହିଳାଙ୍କୁ ପ୍ରଭାବିତ କରୁଥିବାବେଳେ ଅନ୍ତର୍ନିହିତ ରୋଗ ହେତୁ ୨%ରୁ ୫% ମହିଳାଙ୍କୁ ସେକେଣ୍ଡାରୀ ଆମେନୋରିଆ ପ୍ରଭାବିତ କରିଥାଏ | [୧] [୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ Gasner, A; Rehman, A (January 2020). "Primary Amenorrhea". PMID 32119356. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Lord, M; Sahni, M (January 2020). "Secondary Amenorrhea". PMID 28613709. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Nawaz, G; Rogol, AD (January 2020). "Amenorrhea". PMID 29489290. {{cite journal}}: Cite journal requires |journal= (help)
  4. Master-Hunter T, Heiman DL (April 2006). "Amenorrhea: evaluation and treatment". American Family Physician. 73 (8): 1374–82. PMID 16669559. Archived from the original on 2008-07-23.
  5. "Who is at risk of amenorrhea?". nichd.nih.gov/. Retrieved 2018-11-08.
  6. Master-Hunter T, Heiman DL (April 2006). "Amenorrhea: evaluation and treatment". American Family Physician. 73 (8): 1374–82. PMID 16669559. Archived from the original on 2008-07-23.