ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗ

(Alexander Flemingରୁ ଲେଉଟି ଆସିଛି)

ସାର ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗ, ଏଫ୍.ଆର୍.ସି.ଏସ୍.ଇଂଲାଣ୍ଡ, ଏଫ୍.ଆର୍.ଏସ୍.[], ଏଫ୍.ଆର.ଏସ୍.ଇ. (୬ ଅଗଷ୍ଟ ୧୮୮୧ - ୧୧ ମାର୍ଚ୍ଚ ୧୯୫୫) ସ୍କଟଲ୍ୟାଣ୍ଡର ବାସିନ୍ଦା ଥିଲେ ଓ ଜଣେ ଜୀବବିଜ୍ଞାନୀ, ଔଷଧ ବିଜ୍ଞାନୀ ତଥା ଉଦ୍ଭିଦ ବିଜ୍ଞାନୀ ଥିଲେ । ସେ ବାକ୍ଟେରିଓଲୋଜି, ଇମ୍ମ୍ୟୁନୋଲୋଜି ଓ କେମୋଥେରାପି ବିଷୟମାନଙ୍କରେ ଅନେକ ସନ୍ଦର୍ଭ ଲେଖିଛନ୍ତି । ତାଙ୍କର ବିଖ୍ୟାତ ଆବିଷ୍କାର ମଧ୍ୟରେ ୧୯୨୩ ମସିହାରେ ଲାଇସୋଜାଇମ ଏଞ୍ଜାଇମ ଥିଲା । ୧୯୨୮ ମସିହାରେ ପେନିସିଲିଅମ୍ ନୋଟାଟମରୁ ପେନିସିଲିନ୍ ଆବିଷ୍କାର କରିଥିଲେ । ଏହି ଆବିଷ୍କାର ନିମନ୍ତେ ସେ ୧୯୪୫ ମସିହାରେ ଫିଜିଓଲୋଜି କିମ୍ବା ମେଡିସିନରେ ହୋବାର୍ଡ ଫ୍ଲୋରେଏର୍ନ୍‌ସ୍ଟ ବୋରିସ୍ ଚେନଙ୍କ ସହ ନୋବେଲ ପୁରସ୍କାର ପାଇଥିଲେ ।[][][]

Sir Alexander Fleming
FRSE, FRS, FRCS(Eng)
ଜନ୍ମ(1881-08-06)୬ ଅଗଷ୍ଟ ୧୮୮୧
Lochfield, Ayrshire, Scotland
ମୃତ୍ୟୁ୧୧ ମାର୍ଚ୍ଚ ୧୯୫୫(1955-03-11) (ବୟସ ୭୩)
London, England
ଜାତୀୟତାScottish
ଜାତୀୟତାUnited Kingdom
ଶିକ୍ଷାନୁଷ୍ଠାନRoyal Polytechnic Institution
St Mary's Hospital Medical School
Imperial College London
ପ୍ରସିଦ୍ଧିDiscovery of penicillin
ପୁରସ୍କାର
ବିଜ୍ଞାନୀ ଜୀବନ
କ୍ଷେତ୍ରBacteriology, immunology
ଦସ୍ତଖତ

ପ୍ରାକ ଜୀବନ ଓ ଶିକ୍ଷା

ସମ୍ପାଦନା

ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗ ସ୍କଟଲାଣ୍ଡର ଡାର୍ଭେଲ ପାଖାରେ ଲୋଚଫିଲ୍ଡ ଫାର୍ମରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ପିତାଙ୍କ ଦ୍ୱିତୀୟ ସ୍ତ୍ରୀଙ୍କର ତୃତୀୟ ସନ୍ତାନ ଥିଲେ । ତାଙ୍କ ପିତା ଆଲେକ୍‌ଜାଣ୍ଡର ଫ୍ଲେମିଙ୍ଗଙ୍କାର ମାତାଙ୍କୁ ବିବାହ କଲାବେଳେ ବୟସ ୫୯ ହୋଇଥିଲା । ତାଙ୍କୁ ୭ ବର୍ଷ ବୟସ ହୋଇଥିଲା ବେଳେ ପିତାଙ୍କର ମୃତ୍ୟୁ ହୋଇଥିଲା ।
ଫ୍ଲେମିଙ୍ଗ ଲାଉଡୁନ ମୁର ସ୍କୁଲ ଓ ଡାର୍ଭେଲ ସ୍କୁଲରେ ଶିକ୍ଷା ଲାଭ କରି ଦୁଇ ବର୍ଷର ବୃତ୍ତି ପାଇଲେ । ତା ପରେ ସେ ଲଣ୍ଡନ ଯାଇ ରୟଲ ପଲିଟେକନିକ ଇନସ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ଗୋଟିଏ ଜାହାଜ କମ୍ପାନୀରେ ଚାରି ବର୍ଷ କାମ କଲାପରେ ସେ କିଛି ପୈତୃକ ଧନ ପାଇଲେ । ତାଙ୍କର ବଡ଼ ଭାଇ ଟମ ଜଣେ ଡାକ୍ତର ଥିଲେ ଓ ତାଙ୍କୁ ଡାକ୍ତରୀ ବିଦ୍ୟା ପଢିବାକୁ ଉତ୍ସାହିତ କଲେ । ପାଡିଙ୍ଗଟନର ସେଣ୍ଟ ମେରି ମେଡିକାଲ ସ୍କୁଲରୁ ୧୯୦୬ ମସିହାରେ ଏମ୍.ବି.ବି.ଏସ୍. ଡିଗ୍ରୀ ହାସଲ କଲେ ।
ଏହା ପରେ ସେ ସାର ଆଲମ୍ରୋଥ ରାଇଟଙ୍କର ସହାୟକ ବ୍ୟାକ୍ଟେରିଓଲୋଜିସ୍ଟ ଭାବେ ଯୋଗ ଦେଲେ । ସେ ୧୯୦୮ ମସିହାରେ ବ୍ୟାକ୍ଟେରିଓଲୋଜିରେ ସ୍ୱର୍ଣ୍ଣ ପଦକ ସହ ବି.ଏସ୍.ସି ଡିଗ୍ରୀ ପାଇଲେ । ପ୍ରଥମ ବିଶ୍ୱ ଯୁଦ୍ଧରେ କ୍ୟାପଟେନ ହିସାବରେ ଯୁଦ୍ଧ କରି ଫେରିବା ପରେ ୧୯୨୮ ମସିହାରେ ତାଙ୍କୁ ୟୁନିଭରସିଟି ଅଫ ଲଣ୍ଡନରେ ପ୍ରଫେସର ପଦବୀ ମିଳିଲା ।

ଗବେଷଣା

ସମ୍ପାଦନା

ଆକସ୍ମିକ ଆବିସ୍କାର

ସମ୍ପାଦନା

ସ୍ଟାଫିଲୋକୋକସ ଜୀବାଣୁର ପ୍ରପର୍ଟି ବିଷୟ ନୁସନ୍ଧାନ ୧୯୨୭ ମସିହାରେ କରୁଥିଲେ । ଲାବୋରେଟରୀର ଜିନିଷପତ୍ର ଇତଃସ୍ତତ ଭାବରେ ଥାଏ । ଅନେକ ଗୁଡିଏ ସ୍ଟାଫିଲୋକୋକସ କଲଚର ପ୍ଲେଟ ଥିଲା । ସେପ୍ଟେମ୍ବର ୩ ତାରିଖ ୧୯୨୮ ମସିହାରେ ଛୁଟିରୁ ଫେରି ସେ ଦେଖିଲେ ଗୋଟିଏ କଲଚର ପ୍ଲେଟରେ ଫିମ୍ପି ଲାଗିଯାଇଛି ଓ ଫିମ୍ପି ଲାଗିଥିବା ସ୍ଟାଫିଲୋକୋକସ ମନ୍ଦା ଚାରିପାଖରେ କିଛି ଅଂଶ ମରିଯାଇଛି । ସେହି ଫିମ୍ପି ଥିବା ସ୍ଥାନଠାରୁ ଦୂରରେ ଥିବା ସ୍ଟାଫିଲୋକୋକସ ମନ୍ଦା ମରିନାହିଁ । ସେହି ଫିମ୍ପିକୁ କଲଚର କରି ଦେଖିଲେ ତାହା ମଧ୍ୟରୁ ଏକ ପ୍ରକାର ରସ ନିର୍ଗତ ହେଉଛି । ଏହି ଫିମ୍ପିର ନାମକୁ ସେ ପେନିଲିଅମ ଜେନସ ନାମ ଦେଇ ରଖିଲେ ଓ ସେହି ରସ ଭଳି ପଦାର୍ଥକୁ ୭ ମାର୍ଚ୍ଚ ୧୯୨୯ ମସିହାରେ ପେନିସିଲିନ ନାମ ଦେଲେ ।

ସମ୍ମାନ ଓ ପୁରସ୍କାର

ସମ୍ପାଦନା
 
Fleming (centre) receiving the Nobel prize from King Gustaf V of Sweden (right) in 1945
 
Faroe Islands stamp commemorating Fleming
  1. ୧.୦ ୧.୧ doi:10.1098/rsbm.1956.0008
    This citation will be automatically completed in the next few minutes. You can jump the queue or expand by hand
  2. "Alexander Fleming Biography". Les Prix Nobel. The Nobel Foundation. 1945. Retrieved 27 March 2011.
  3. Hugh, TB (2002). "Howard Florey, Alexander Fleming and the fairy tale of penicillin". The Medical Journal of Australia. 177 (1): 52–53, author 53 53. doi:10.5694/j.1326-5377.2002.tb04643.x. PMID 12436980.
  4. Cruickshank, Robert (1955). "Sir Alexander Fleming, F.R.S". Nature. 175 (4459): 663. Bibcode:1955Natur.175..663C. doi:10.1038/175663a0.
  5. "100,000 visitors in 6 days". National Museums Scotland. 3 August 2011. Archived from the original on 23 February 2012. Retrieved 4 March 2012.
  6. "Banknote designs mark Homecoming". BBC News. 14 January 2008. Archived from the original on 25 January 2009. Retrieved 20 January 2009.