ଅଦିତି ରାଓ ହୈଦରୀ
ଅଦିତି ରାଓ ହୈଦରୀ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଯିଏକି ହିନ୍ଦୀ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରୁଛନ୍ତି । ସେ ହାଇଦ୍ରାବାଦରେ ମହମଦ ସାଲେଃ ଆକବର ହୈଦରୀ ଏବଂ ଜେ. ରାମେଶ୍ୱର ରାଓଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୬ରେ ତାମିଲ କଥାଚିତ୍ର ଶ୍ରିଙ୍ଗରାମ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ଏହି ଚଳଚ୍ଚିତ୍ରରେ ଜଣେ ଦେବଦାସୀ ଭାବରେ ଅଭିନୟ କରିଥିଲେ ଏବଂ ପରେ ସମୀକ୍ଷକମାନେ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ ।
ଅଦିତି ରାଓ ହୈଦରୀ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୬–ଏବେଯାଏଁ |
ବୈବାହିକ-ସାଥୀ | ସତ୍ୟଦୀପ ମିଶ୍ର (୨୦୦୯-୨୦୧୩) |
ସେ ୨୦୦୮ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୧ରେ ତାଙ୍କର ଅଭିନୀତ କଥାଚିତ୍ର ଚଳଚ୍ଚିତ୍ର ୟେ ଶାଲୀ ଜିନ୍ଦେଗୀରେ ତାଙ୍କୁ ସଭିଏଁ ପସନ୍ଦ କରିଥିଲେ । ସେ ଏହି ଚଳଚ୍ଚିତ୍ର ପାଇଁ ସ୍କ୍ରୀନ ଆୱାରଡ଼ରେ ଶ୍ରେଷ୍ଠ ସହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏହାପରେ ସେ ୨୦୧୧ରେ ରକ୍ଷ୍ଟାର, ୨୦୧୩ରେ ମର୍ଡ଼ର ୩, ୨୦୧୪ର ଖୁବ୍ସୁରତ୍, ୨୦୧୬ର ୱ୍ୱଜିର ଏବଂ ଫିତୁର୍ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ ଭାରତ ନାଟ୍ୟମ୍ରେ ପ୍ରଶିକ୍ଷଣ ନେଇଛନ୍ତି ।
ପ୍ରାରମ୍ଭିକ ଜୀବନ
ସମ୍ପାଦନାଅଦିତି ହାଇଦ୍ରାବାଦର ଏକ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ମହମଦ ସାଲେହ ଆକବର ହୈଦରୀ ଏବଂ ଜେ. ରାମେଶ୍ୱର ରାଓଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୧][୨] ଚଳଚ୍ଚିତ୍ର ନିର୍ମାତା କିରଣ ରାଓ ତାଙ୍କ ସମ୍ପର୍କୀୟା ଭଉଣୀ ।[୩][୪] ଅଦିତି ୬ ବର୍ଷ ବୟସରେ ଭାରତନାଟ୍ୟମ୍ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।[୫] ସେ ମଦନପାଲ୍ଲେର ରିଶି ବଲ୍ଲେ ସ୍କୁଲରେ ପଢ଼ିଥିଲା ଏବଂ ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଲେଡି ଶ୍ରୀ ରାମଚନ୍ଦ୍ର କଲେଜରୁ ସ୍ନାତକ ହାସଲ କରିଥିଲେ ।
ଅଭିନୟ ଜୀବନ
ସମ୍ପାଦନାଅଦିତି ୨୦୦୭ରେ ତାମିଲ କଥାଚିତ୍ର ଶ୍ରୀଙ୍ଗରାମରେ ଜଣେ ଦେବଦାସୀ ଭାବରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୫][୬] ୨୦୦୬ରେ ସେ ମାଲାୟଲମ୍ କଥାଚିତ୍ର ପ୍ରଜାପତିରେ ମାମୋନ୍ତିଙ୍କ ସହ ମଧ୍ୟ ଅଭିନୟ କରିଥିଲେ ।[୭]
୨୦୦୯ରେ ସେ ଏକ ହିନ୍ଦୀ କଥାଚିତ୍ର ଦିଲ୍ଲୀ-୬ରେ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୧ରେ ହିନ୍ଦୀ କଥାଚିତ୍ର ୟେ ଶାଲୀ ଜିନ୍ଦେଗୀରେ ଅଭିନୟ କରିଥିଲେ । ସେ ଏହି ଚଳଚ୍ଚିତ୍ର ପାଇଁ ସ୍କୀନ୍ ଆୱାର୍ଡ଼ରେ ଶ୍ରେଷ୍ଠ ସହକାରୀ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୮] ୨୦୧୧ରେ ସେ ରକ୍ଷ୍ଟାରରେ ଅଭିନୟ କରିଥିଲେ ।[୯] ୨୦୧୩ରେ ମର୍ଡ଼ର ୩[୨][୨][୧୦], ୨୦୧୪ର ଖୁବ୍ସୁରତ୍, ୨୦୧୬ର ୱ୍ୱଜିର[୧୧] ଏବଂ ଫିତୁର୍[୧୨] ଭଳି ସଫଳ ହିନ୍ଦୀ କଥାଚିତ୍ରରେ ସେ ଅଭିନୟ କରିଥିଲେ ।
ବୈବାହିକ ଜୀବନ
ସମ୍ପାଦନା୨୦୦୫ରେ[୫] ଏବଂ ୨୦୦୯ରେ[୭] ଖବର ଆସିଥିଲା ଯେ, ଅଦିତି ହିନ୍ଦୀ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ସତ୍ୟଦୀପ ମିଶ୍ରଙ୍କୁ ବିବାହ କରିଥିଲେ ।[୧୩][୧୪] ମାତ୍ର ୨୦୧୨ରେ ଅଦିତି ତାଙ୍କ ବିବାହ ବିଷୟରେ ଜଣାଇଥିଲେ,[୧୫] ଏବଂ ୨୦୧୩ରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୨]
ଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୦୬: ପ୍ରଜାପତି (ମାଲାୟଲମ୍)
- ୨୦୦୭: ଶ୍ରୀଙ୍ଗରାମ (ତାମିଲ)
- ୨୦୦୮: ଦିଲ୍ଲୀ- ୬ (ହିନ୍ଦୀ)
- ୨୦୧୧: ୟୈ ଶାଲୀ ଜିନ୍ଦେଗୀ (ହିନ୍ଦୀ)
- ୨୦୧୧: ରକ୍ଷ୍ଟାର୍ (ହିନ୍ଦୀ)
- ୨୦୧୨: ଲଣ୍ଡନ, ପ୍ୟାରିସ୍, ନିଉ ୟର୍କ (ହିନ୍ଦୀ)
- ୨୦୧୩: ମର୍ଡ଼ର୍ ୩ (ହିନ୍ଦୀ)
- ୨୦୧୩: ବସ୍ (ହିନ୍ଦୀ)
- ୨୦୧୪: ଖୁବ୍ସୁରତ୍ (ହିନ୍ଦୀ)
- ୨୦୧୪: ରାମ ମାଧବ (ମରାଠୀ)
- ୨୦୧୫: ଗୁଡ୍ଡୁ ରଙ୍ଗିଲା (ହିନ୍ଦୀ)
- ୨୦୧୬: ୱଜିର (ହିନ୍ଦୀ)
- ୨୦୧୬: ଫିତୁର୍ (ହିନ୍ଦୀ)
- ୨୦୧୬: ଦ ଲିଜେଣ୍ଡ ଅଫ ମାଇକେଲ ମିଶ୍ର (ହିନ୍ଦୀ)
- ୨୦୧୭: କାଟ୍ରୁ ବେଲିୟିଦାଇ (ତାମିଲ)
- ୨୦୧୭: ଭୂମି (ହିନ୍ଦୀ)
- ୨୦୧୮: ପଦ୍ମାବତ (ହିନ୍ଦୀ)
- ୨୦୧୮: ଦାସ ଦେବ (ହିନ୍ଦୀ)
- ୨୦୧୮: ସମ୍ମୋହନ (ତେଲୁଗୁ)
- ୨୦୧୮: ଚେକ୍କା ଚିବନ୍ତ ବାନମ (ତାମିଲ)
- ୨୦୧୮: ଅନ୍ତରିକ୍ଷମ୍ ୯୦୦୦ କେଏମ୍ପିଏଚ୍
- ୨୦୨୦: ସାଇକୋ (ତାମିଲ)
- ୨୦୨୦: ସୁଫିୟମ୍ ସୁଜାତାୟମ୍ (ମଲାୟଲମ)
- ୨୦୨୦: ଭି (ତେଲୁଗୁ)
- ୨୦୨୧: ଦ ଗାର୍ଲ ଓନ୍ ଦ ଟ୍ରେନ୍ (ହିନ୍ଦୀ)
- ୨୦୨୧: ଅଜିବ୍ ଦସ୍ତାନ (ହିନ୍ଦୀ)
- ୨୦୨୧: ସର୍ଦାର୍କା ଗ୍ରାଣ୍ଡ୍ସନ୍ (ହିନ୍ଦୀ)
- ୨୦୨୧: ମହା ସମୁଦ୍ରାମ୍ (ତେଲୁଗୁ)
- ୨୦୨୨: ହେ ସିନାମିକା (ତାମିଲ)
- ୨୦୨୩: ଗାନ୍ଧୀ ଟକ୍ସ୍
ଅଭିନୀତ ଧାରାବାହିକ
ସମ୍ପାଦନା- ୨୦୨୩: ତାଜ୍: ଡିଭାଇଡେଡ୍ ବାଇ ବ୍ଲଡ୍
- ୨୦୨୩: ଜୁବିଲୀ
- ହୀରାମଣ୍ଡି
ଆଧାର
ସମ୍ପାଦନା- ↑ "I can speak good hyderabadi hindi: Aditi Rao Hydari". The Times of India. 21 January 2012. Archived from the original on 10 July 2013. Retrieved 3 June 2017.
- ↑ ୨.୦ ୨.୧ ୨.୨ ୨.୩ "I've always struggled with my relationship with my father: Aditi". Times of India. 23 February 2013. Archived from the original on 28 February 2013. Retrieved 3 June 2017.
- ↑ Drama Queen Filmfare 2 July 2013
- ↑ "Aditi Rao Hydari's happiness mantra". wonderwoman.in. Archived from the original on 2016-03-04. Retrieved 2017-06-03.
- ↑ ୫.୦ ୫.୧ ୫.୨ "Delhi girl's Chennai tryst". Chennai, India: The Hindu. 6 August 2005. Archived from the original on 25 February 2009. Retrieved 3 June 2017.
- ↑ "Sringaram, a labour of love". Rediff.com. 26 September 2007. Retrieved 3 June 2017.
- ↑ ୭.୦ ୭.୧ "Aditi Rao shines as Delhi 6 sinks". Zimbio. Archived from the original on November 4, 2009. Retrieved 3 June 2017.
- ↑ Record breaking lip-locks!. Rediff. 31 January 2011. Retrieved 3 June 2017.
- ↑ "Aditi Rao the other woman in Rockstar". The Times of India. 8 February 2011. Archived from the original on 23 September 2012. Retrieved 3 June 2017.
- ↑ "'Murder 3' review: But where's the murder?". Deccan Chronicle. 16 February 2013. Archived from the original on 24 February 2013. Retrieved 3 June 2017.
- ↑ "Bejoy Nambiar's Do is now Wazir". The Asian Age. 24 October 2014. Archived from the original on 27 October 2014. Retrieved 3 June 2017.
- ↑ Aditya Roy Kapur, Katrina Kaif to pair up for 'Fitoor'. Daily News and Analysis. Retrieved 23 October 2013.
- ↑ "The outsiders: Some fresh talent is making a mark in Bollywood – without bloodline or filmy connections". Daily Mail. 9 March 2012. Retrieved 3 June 2017.
- ↑ "Arunodoy Singh, Aditi Rao set new kissing record". The Times of India. 31 January 2011. Archived from the original on 9 August 2013. Retrieved 3 June 2017.
- ↑ "I can't date Ranbir, too many women want him: Aditi". Times of India. 21 March 2012. Archived from the original on 26 January 2013. Retrieved 3 June 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅଦିତି ରାଓ ହୈଦରୀ