ଆବ୍ୟୁସିଭ ହେଡ ଟ୍ରମା

(Abusive head traumaରୁ ଲେଉଟି ଆସିଛି)

ଆବ୍ୟୁସିଭ ହେଡ ଟ୍ରମା ବା ଏଏଚଟି (Abusive head trauma (AHT) ବା ସେକନ ବେବି ସିଣ୍ଡ୍ରୋମ ବା ଏସବିଏସ ଏକ ଆଘାତର ନାମ ଯାହା ଏକ ପିଲାର ମୁଣ୍ଡରେ ଅନ୍ୟ କାହାଯୋଗୁ ଲାଗିଥାଏ ।[୧] ଏହାର ଲକ୍ଷଣ ସାମାନ୍ୟରୁ ଜଣାପଡ଼ୁଥିବା ଭଳି ହୋଇଥାଏ ।[୧] ଏହି ରୋଗରେ ସାଂଘାତିକ ବାନ୍ତି (vomiting) ହୁଏ ଓ ଉପଶମ ହୁଏନାହିଁ ।[୧] ଅଧିକାଂଶ ସମୟରେ ଆଘାତର ଚିହ୍ନ ନଥାଏ ।[୧] ରୋଗ ଜଟିଳ ହେଲେ ଅପସ୍ମାର ବାତ (Seizures), ଦୃଷ୍ଟି ପରିବର୍ତ୍ତନ (visual impairment), ସେରେବ୍ରାଲ ପାଲ୍‌ସି (cerebral palsy), କଗନିଟିଭ ଡେଫିସିଟ (cognitive impairment) ଇତ୍ୟାଦି ହୋଇପାରେ ।[୩][୧]

ଆବ୍ୟୁସିଭ ହେଡ ଟ୍ରମା (Abusive head trauma)
ସେକନ ବେବି ସିଣ୍ଡ୍ରୋମ (Shaken baby syndrome), ନନ୍ ଆକ୍ସିଡେଣ୍ଟାଲ ହେଡ ଇନ‌ଜ୍ୟୁରି (non accidental head injury)
ଲକ୍ଷଣପରିବର୍ତ୍ତନଶୀଳ[୧]
ଆକ୍ରାନ୍ତ ସମୟ୫ ବର୍ଷ ବୟସରୁ କମ୍ ।[୨]
କାରଣବ୍ଲଣ୍ଟ ଟ୍ରମା ବା ମୁଣ୍ଡା ଆଘାତ (Blunt trauma), ଅତ୍ୟଧିକ କମ୍ପନ (vigorous shaking)[୧]
ରୋଗ ନିର୍ଣ୍ଣୟ ପଦ୍ଧତିସିଟି ସ୍କାନ (CT scan)[୧]
ପ୍ରତିକାରନୂତନ ପିତାମାତାଙ୍କୁ ଶିକ୍ଷାଦାନ ।[୧]
Prognosisସାଧାରଣତଃ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ।[୨]
ପୁନଃପୌନିକବାର୍ଷିକ ୧୦,୦୦୦ ଶିଶୁଙ୍କ ମଧ୍ୟରୁ ୧ ଜଣ (US) । [୧]
ମୃତ୍ୟୁ ସାନ୍ଦ୍ରତା~୨୫% ମୃତ୍ୟୁ ସଙ୍କଟ[୨]

ମୁଣ୍ଡା ଆଘାତ ବା ଜୋରଦାର ହଲିବା ଯୋଗୁ ଏହା ସଂଘଟିତ ହୋଇଥାଏ ।[୧] ପିଲାର କ୍ରମାଗତ କ୍ରନ୍ଦନ ଯୋଗୁ ଅସ‌ହନଶୀଳ ଧାଇ ବା ମାଆ ବା ଅନ୍ୟ ନିଜ ଲୋକଙ୍କ ଯୋଗୁ ମଧ୍ୟ ଏହା ହୋଇପାରେ ।[୨] ଏହାର ନିର୍ଣ୍ଣୟ ଅତ୍ୟନ୍ତ କଷ୍ଟସାଧ୍ୟ ।[୧] ସନ୍ଦେହ ହେଲେ ସିଟି ସ୍କାନ (CT scan) କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ ।[୧] ଏଥିରେ ରେଟିନା ରକ୍ତସ୍ରାବ (retinal bleeding) ସାଧାରଣତଃ ହେଉଥିଲେ ମଧ୍ୟ ଅନ୍ୟ କାରଣମାନଙ୍କ ଯୋଗୁ ହୋଇପାରେ ।[୧] ଏହ ଏକ ରକମ ଶିଶୁ ନିର୍ଯ୍ୟାତନା (child abuse) ।[୪]

ଏହି ରୋଗ ନହେବା ନିମନ୍ତେ ନୂତନ ପିତା ମାତାଙ୍କୁ ରୋଗ ଓ ତାହାର କାରଣ ବିଷୟରେ ଶିକ୍ଷାଦାନ କଲେ ଉପକାର ମିଳିବ । [୧] ବେଳେ ବେଳେ ଅପରେଶନ କରି ସେରେବ୍ରା ସଣ୍ଟ (cerebral shunt) ଦିଆଯାଏ ।[୧] ୧୦,୦୦୦ ଶିଶୁଙ୍କ ମଧ୍ୟରୁ ପ୍ରାୟ ୩ରୁ ୪ ଜଣକୁ ଏହି ରୋଗ ହୁଏ ।[୧] ପାଞ୍ଚ ବର୍ଷ ବୟସରୁ କମ ପିଲାଙ୍କୁ ଏହି ରୋଗ ହୁଏ ।[୨] ପ୍ରାୟ ୨୫% ପିଲାଙ୍କର ମୃତ୍ୟୁ ହୁଏ ।[୨] ଏହି ରୋଗ ନିର୍ଣ୍ଣୟ କରାଗଲେ ପିତାମାତାମାନେ ନାୟିକ ପ୍ରଣାଳୀର ଚେନରେ ଫସି ଯାଆନ୍ତି ।[୪]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Shaahinfar, A; Whitelaw, KD; Mansour, KM (June 2015). "Update on abusive head trauma". Current Opinion in Pediatrics. 27 (3): 308–14. PMID 25768258.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Preventing Abusive Head Trauma in Children". www.cdc.gov (in ଆମେରିକୀୟ ଇଂରାଜୀ). 4 April 2017. Archived from the original on 11 June 2017. Retrieved 9 June 2017.
  3. Advanced Pediatric Assessment, Second Edition (in ଇଂରାଜୀ) (2 ed.). Springer Publishing Company. 2014. p. 484. ISBN 9780826161765. Archived from the original on 2017-11-05.
  4. ୪.୦ ୪.୧ Christian, CW; Block, R (May 2009). "Abusive head trauma in infants and children". Pediatrics. 123 (5): 1409–11. PMID 19403508.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ