ୱେନଗଙ୍ଗା ନଦୀ

ମଧ୍ୟପ୍ରଦେଶର ଏକ ନଦୀ

ୱେନଗଙ୍ଗା ନଦୀ (IAST: Wainagaṅgā) ଏକ ଭାରତୀୟ ନଦୀ । ଏହା ମଧ୍ୟ ପ୍ରଦେଶର ସାତପୁରା ପର୍ବତମାଳାର ଦକ୍ଷିଣ ଢାଲୁ ଅଞ୍ଚଳରେ ସିଓନି ଜିଲ୍ଲାର ମୁଣ୍ଡରା ଗ୍ରାମରୁ 12 କିଲୋମିଟର ଦୂରରୁ ନିର୍ଗତ ହୋଇ ଦକ୍ଷିଣ ଦିଗରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟକୁ ସର୍ପିଳ ଭାବରେ ୫୭୯ କିଲୋମିଟର ଯାଏ ପ୍ରବାହିତ ହୁଏ । ଏହା ୱାର୍ଦ୍ଧା ନଦୀସହିତ ମିଳିତ ହେଇ ପ୍ରାଣହିତ ନଦୀ ନାମରେ ତେଲେଙ୍ଗନା ରାଜ୍ୟର କାଳେଶ୍ୱରମଠାରେ ଗୋଦାବରୀ ସହ ମିଳିତ ହେବା ଯାଏ ପ୍ରବାହିତ ହୁଏ । 

ୱେନଗଙ୍ଗା ନଦୀ
वैनगंगा नदी
River
Wainganga River in Bhandara City
ଦେଶ ଭାରତ
ରାଜ୍ୟ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର
Tributaries
 - left Thanwar River, Nahara River, Sonbiri River, Bagh River, Chulband River, Gadhavi River, Triveni River, Kathani River
 - right Hirri River, Sarrati River, Chandan River, Bawanthari River, Sur River, Kanhan River, Andhari River
Cities Balaghat, Bhandara
Source Mundara
 - location ସିଓନି ଜିଲ୍ଲା, ମଧ୍ୟ ପ୍ରଦେଶ
 - elevation ୧,୦୪୮ m (୩,୪୩୮ ft)
 - coordinates 21°57′N 79°34′E / 21.950°N 79.567°E / 21.950; 79.567
Mouth Pranahita River
 - location ଅଦିଲାବାଦ ଜିଲ୍ଲା, Gadchiroli District, border of the 2 districts
 - elevation ୧୪୬ m (୪୭୯ ft)
 - coordinates 19°35′24″N 79°47′59″E / 19.59000°N 79.79972°E / 19.59000; 79.79972
Length ୫୬୯ km (୩୫୪ mi)
Basin ୪୩,୬୫୮ km2 (୧୬,୮୫୬ sq mi)

ଏହି ନଦୀ ପ୍ରବଳ ବେଗରେ ପ୍ରବାହିତ ହେବା ସହ ଏହାର କୁଳବନ୍ଧ ବହୁତ ଉଚ୍ଚରେ , ସ୍ଥାନ ବିଶେଷରେ 10ରୁ 15 ମିଟର ହେଇଥାଏ । ଏହା ଅନେକ ନାଳ ଓ ସ୍ରୋତରୁ ଜଳ ଧାରଣ କରି ବର୍ଷା କାଳରେ ସମତଳ ଅଞ୍ଚଳରେ  ବନ୍ୟା ସୃଷ୍ଟି କରିଥାଏ । ଏହାର ମୁଖ୍ୟ ଉପନଦୀଗୁଡ଼ିକ ଗର୍ହାଭି , ଖୋବରଗଡି , କଥାନି , ଇତ୍ୟାଦି । 

ତଟବର୍ତ୍ତୀ ସହରସବୁ  ସମ୍ପାଦନା

ଏହି ନଦୀ ତଟରେ ବାଲାଘାଟ, ଭଣ୍ଡାରା  ମୁଖ୍ୟ ସହର ଭାବରେ ରହିଛି । ଭଣ୍ଡରା ସହରକୁ ଏହାର ବନ୍ୟା ଦାଉରୁ ରକ୍ଷ୍ୟା କରିବାକୁ ମହାରାଷ୍ଟ୍ର ସରକାର ଏହାର କୁଳ ଉଭୟ ପଟେ ଉଚ୍ଚ ବନ୍ଧ ନିର୍ମାଣ କରିବାକୁ ସ୍ଥିର କରିଛନ୍ତି । ତେବେ ଏହି ନଦୀର ଜଳ ଏହି ସହରମାନଙ୍କ ଜୀବନଧାରା କୁହାଯାଇଥାଏ । ଅନେକ ଅଞ୍ଚଳକୁ ଏଠାରୁ ପାନୀୟ ଜଳ ଯୋଗାଣ ହେଇଥାଏ । 

ଜଳ ପରିବହନ  ସମ୍ପାଦନା

ଭଣ୍ଡାରାଠାରେ ପ୍ରଥମ ନଦୀ ବନ୍ଦର ସ୍ଥାପନ କରାଯାଇ ଏଠାରୁ ନଦୀ ଉପରେ ଜଳ ପରିବହନ ପାଇଁ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । [୧]

ଉପନଦୀ ସମୂହ  ସମ୍ପାଦନା

ଏହି ନଦୀରେ କଥାନି , ହିରରୀ , ଚନ୍ଦନ କନହନ ପରି ଉପନଦୀ ମିଳିତ ହେଇଥାଏ ।  

କାଳ୍ପନିକ ଉପନ୍ୟାସରେ ୱେନଗଙ୍ଗା   ସମ୍ପାଦନା

ରୂଦ୍ୟାର୍ଡ କିପଲିଙ୍ଗଙ୍କ "ମୋଗଲି" ନାମକ ଉପନ୍ୟାସରେ ଏହି ନଦୀର ଉଲ୍ଲେଖ ରହିଛି । ଡିସନୀଦ୍ୱାରା ନିର୍ମିତ ଫିଲ୍ମରେ ଜଙ୍ଗଲକୁ ବର୍ଷ ଧୌଟ ଜଙ୍ଗଲ ହିସାବରେ ଦେଖାଯାଇଥିଲେ ମଧ୍ୟ ପ୍ରକୃତ ୱେନଗଙ୍ଗା ଜଙ୍ଗଲ ଶୁଷ୍କ ରହିଥାଏ   କାହ୍ନ ଜାତୀୟ ପାର୍କ  ଏହି ନଦୀ ସନ୍ନିକଟରେ କହନା ଜାତୀୟ ପାର୍କ ରହିଛି ଓ ସେହି ପାର୍କ ଚତୁର୍ପାର୍ଶ୍ୱରେ ନିଘଞ୍ଚ ଜଙ୍ଗଲ ରହିଛି । 

ଆଧାର  ସମ୍ପାଦନା

  1. "Vainganga to get first inland water transport project: Gadkari- Times of india". Times Of India. Retrieved 2016-01-29.