୧୯୩୬-୧୯୩୯ ପାଲେଷ୍ଟାଇନ ଆରବ ବିଦ୍ରୋହ

ମାଣ୍ଡେଟୋରୀ ପାଲେଷ୍ଟାଇନରେ ପାଲେଷ୍ଟିନୀ ଆରବମାନଙ୍କ ଜାତୀୟତାବାଦୀ ବିଦ୍ରୋହ

ବ୍ରିଟିଶ ପ୍ରଶାସନ ବିରୁଦ୍ଧରେ ମ୍ୟାଣ୍ଡେଟୋରି ପାଲେଷ୍ଟାଇନରେ ପାଲେଷ୍ଟିନୀ ଆରବୀୟମାନେ କରିଥିବା ଏକ ଜଣାଶୁଣା ବିଦ୍ରୋହ ପରେ ମହାବିଦ୍ରୋହ (ଗ୍ରେଟ ରିଭୋଲ୍ଟ), ପାଲେଷ୍ଟାଇନ ମହାବିଦ୍ରୋହ (ଗ୍ରେଟ ପାଲେଷ୍ଟାଇନ ରିଭୋଲ୍ଟ), ବା ପାଲେଷ୍ଟାଇନ ବିପ୍ଳବ ଭାବରେ ଜଣାଶୁଣା । ଏହା ୧୯୩୬ ରୁ ୧୯୩୯ ଯାଏ ଚାଲିଥିଲା । ଏହି ଆନ୍ଦୋଳନ ବ୍ରିଟିଶ ଔପନିବେଶିକ ଶାସନରୁ ସ୍ୱାଧୀନତା ଏବଂ ଜିଓନବାଦକୁ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ସମର୍ଥନର ଅନ୍ତ ଚାହୁଁଥିଲା । ବ୍ରିଟେନ ପାଲେଷ୍ଟାଇନରେ ଏକ ଇହୁଦୀ ଦେଶ ପ୍ରତିଷ୍ଠା କରିବାକୁ ଚାହୁଁଥିଲା ଏବଂ ତାହାର ସହଯୋଗୀ ପ୍ରଭାବ ଆଦି ଅଧିବାସୀ ସଂଖ୍ୟାଗରିଷ୍ଠ ଆରବଙ୍କୁ ଅଣଦେଖା ଏବଂ ବାସଚ୍ୟୁତ କରିଥିଲା ।

ୟୁରୋପୀୟ ଇହୁଦୀ ପ୍ରବାସୀଙ୍କ ଆଗମନ କାରଣରୁ ଏକ ବିଦ୍ରୋହ ଘଟିଥିଲା । ଏହି ସମୟରେ ଗ୍ରାମୀଣ ଫେଲାହୀମାନେ ଭୂମିହୀନ ହୋଇ ଘୋର ଦାରିଦ୍ର୍ୟରୁ ବର୍ତ୍ତିବା ପାଇଁ ନଗର କେନ୍ଦ୍ରସବୁକୁ ଯାଉଥିଲେ ଏବଂ ସାମାଜିକ ଭାବରେ ଅବହେଳିତ ହୋଇଥିଲେ ।[] ୧୯୨୦ରେ ତେଲ ହାଇ ଯୁଦ୍ଧ ପରେ ଇହୁଦୀ ଏବଂ ଆରବୀୟମାନେ ଆକ୍ରମଣ ଏବଂ ପ୍ରତି-ଆକ୍ରମଣ ଚକ୍ରରେ ଜଡ଼ିତ ଥିଲେ । କାସାମୀ ଦଳ ଦ୍ୱାରା ଦୁଇ ଇହୁଦୀଙ୍କ ହତ୍ଯା ଏବଂ ପ୍ରତିଶୋଧରେ ଦୁଇ ଆରବ ଶ୍ରମିକଙ୍କୁ ଇହୁଦୀ ବନ୍ଧୁକଧାରୀଙ୍କ ଦ୍ୱାରା ହତ୍ଯା ଘଟଣା ସମଗ୍ର ପାଲେଷ୍ଟାଇନରେ ହିଂସା ଉତ୍ତେଜିତ କରିଥିଲା । ବିଶୃଙ୍ଖଳାର ମାସେ ପରେ ଆରବ ଉଚ୍ଚ କମିଟି ସଭାପତି ତଥା ଜେରୁଜେଲମର ମୁଫତି ଅମିନ ଅଲ-ହୁସେନି ୧୯୩୬ ମଇ ୧୬ ତାରିଖକୁ 'ପାଲେଷ୍ଟାଇନ ଦିବସ' ଭାବେ ଘୋଷଣା କରି ଏକ ସାଧାରଣ ଧର୍ମଘଟ ଡାକରା ଦେଇଥିଲେ । ଯିଶୁଭ ନେତା ଡେଭିଡ ବେନ-ଗୁରିଏନ ଆରବ ଘଟଣାସବୁକୁ ବର୍ଦ୍ଧିତ ଇହୁଦୀ ଅର୍ଥନୈତିକ ଶକ୍ତି ପାଇଁ ଭୟ, ବ୍ୟାପକ ଇହୁଦୀ ପ୍ରବାସକୁ ବିରୋଧ ଏବଂ ଜିଅନବାଦ ସହିତ ବ୍ରିଟିଶ ପରିଚୟର ଭୟ ଭାବରେ ବର୍ଣ୍ଣନା କରିଥିଲେ ।[]

ସାଧାରଣ ଧର୍ମଘଟ ୧୯୩୬ ଏପ୍ରିଲରୁ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା । ଏହି ବିଦ୍ରୋହକୁ ପ୍ରାୟତଃ ଦୁଇଟି ନିର୍ଦ୍ଦିଷ୍ଟ ସୋପାନ ଦୃଷ୍ଟିରୁ ବିଶ୍ଳେଷଣ କରାଯାଏ । ପ୍ରଥମଟି ସ୍ୱତଃ ଲୋକପ୍ରିୟ ପ୍ରତିରୋଧ ଭାବରେ ଆରମ୍ଭ ହୋଇଥିଲା । ଏହା ସହରୀ ଏବଂ ଅଭିଜାତ ଆରବ ଉଚ୍ଚ କମିଟି ଦ୍ୱାରା ଜବତ ହୋଇ ଏକ ଆନ୍ଦୋଳନକୁ ସଂଗଠିତ କରିଥିଲା ଆଉ ଏକ ରାଜନୈତିକ ଫଳ ହାସଲ ସକାଶେ ମୁଖ୍ୟତଃ ଧର୍ମଘଟ ଏବଂ ଅନ୍ୟାନ୍ୟ ରାଜନୈତିକ ବିରୋଧ ଉପରେ ଧ୍ୟାନ ଦେଇଥିଲା । ଅକ୍ଟୋବର ୧୯୩୬ ସୁଦ୍ଧା ବ୍ରିଟିଶ ପ୍ରଶାସନ ରାଜନୈତିକ ରିହାତି, ଆନ୍ତର୍ଜାତୀୟ କୂଟନୀତି (ଇରାକ, ସାଉଦି ଆରବ, ଟ୍ରାନ୍ସଜର୍ଡାନ ଏବଂ ୟେମେନ ଶାସକମାନଙ୍କ ସମେତ)[] ଏବଂ ସାମରିକ ଆଇନ ଧମକ ବ୍ଯବହାର କରି ଏହି ସୋପାନକୁ ପରାସ୍ତ କରିଥିଲା ।[] ଦ୍ୱିତୀୟ ସୋପାନ ୧୯୩୭ରେ ଶେଷଭାଗରେ ଆରମ୍ଭ ହୋଇଥିଲା ଏବଂ ଏହା ସେହି ବର୍ଷ ବ୍ରିଟିଶ ଦମନରୁ ଉତ୍ତେଜିତ ଏକ କୃଷକ ନେତୃତ୍ୱାଧୀନ ଏକ ପ୍ରତିରୋଧ ଆନ୍ଦୋଳନ ।[] ଏଥିରେ ବ୍ରିଟିଶ ସେନା କିଛି ଗ୍ରାମ ବିଦ୍ରୋହକୁ ସମର୍ଥନ କରୁଥିବା ସନ୍ଦେହ କରି ସେଗୁଡ଼ିକୁ ଅଧିକରୁ ଅଧିକ ଲକ୍ଷ୍ୟ କରୁଥିଲା । ଏହି ସୋପାନରେ ସମଗ୍ର ଜନସଂଖ୍ଯାକୁ ଭୟଭୀତ କରିବା ଏବଂ ବିଦ୍ରୋହ ପାଇଁ ଲୋକପ୍ରିୟ ସମର୍ଥନକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଦମନକାରୀ ପଦକ୍ଷେପ ବ୍ୟବହାର କରି ବ୍ରିଟିଶ ସେନା ଏବଂ ପାଲେଷ୍ଟାଇନ ପୋଲିସ ବାହିନୀ ବିଦ୍ରୋହକୁ ନିର୍ମମ ଭାବରେ ଦମନ କରିଥିଲେ । ଆରବ ପକ୍ଷରେ ନଶାଶିବି ଗୋଷ୍ଠୀ ବେଶୀ ପ୍ରଭାବଶାଳୀ ଭୂମିକାରେ ଥିଲା । ତାହାର ଏନଡିପି ଦଳ ଅମିନ ଅଲ-ହୁସେନିଙ୍କ ଉଗ୍ରବାଦୀ ଗୋଷ୍ଠୀ ନେତୃତ୍ୱରେ ବିଦ୍ରୋହୀ ଆରବ ଉଚ୍ଚ ସମିତିରୁ ଶୀଘ୍ର ପ୍ରତ୍ୟାହାର କରିନେଇଥିଲା । ତା' ପରେ ଏହା ବ୍ରିଟିଶମାନଙ୍କ ପକ୍ଷ ନେଇଥିଲା । ଏହା ଜାତୀୟତାବାଦୀ ଏବଂ ଜିହାଦୀ ଆରବ "ଫଇଜଲ" ଦଳ (ଆକ୍ଷରିକ "ଦଳ") ବିରୁଦ୍ଧରେ ବ୍ରିଟିଶ ସେନା ସହ ମିଶି "ଫଇଜଲ ଅଲ-ସଲାମ" ("ଶାନ୍ତି ଦଳ") ପଠାଇଥିଲା) ।

  1. Yazbak 2000.
  2. Morris 1999.
  3. Hughes 2009a, p. 313.
  4. Norris 2008, p. 27.
  5. Kelly 2017, p. 5.