ସାଉଦି ଆରବ ଆନୁଷ୍ଠାନିକ ଭାବରେ ସାଉଦି ଆରବର ରାଜତନ୍ତ୍ର, ପଶ୍ଚିମ ଏସିଆର ଏକ ଦେଶ ଯାହାକି ଆରବ ଉପଦ୍ୱୀପର ଏକ ଅଂଶ ଅଟେ। ପାଖାପାଖି ୨,୧୫୦,୦୦୦ ବର୍ଗ କିମି (୮୩୦,୦୦୦ ବର୍ଗ ମାଇଲ) କ୍ଷେତ୍ରଫଳ ବିଶିଷ୍ଠ ସାଉଦି ଆରବ ଭୌଗୋଳିକ ଭାବରେ ପଶ୍ଚିମ ଏସିଆର ସର୍ବବୃହତ ଦେଶ। ଏହା ଆରବ ଜଗତରେ ଦ୍ୱିତୀୟ ବୃହତ୍ତମ, ଏସିଆର ପଞ୍ଚମ ବୃହତ୍ତମ ଏବଂ ବିଶ୍ୱର ଦ୍ୱାଦଶତମ ଦେଶ | ସାଉଦି ଆରବର ଉତ୍ତରରେ ଜୋର୍ଡାନ ଏବଂ ଇରାକ, ଉତ୍ତର-ପୂର୍ବରେ କୁଏତ, କାତାର, ବାହାରିନ ଏବଂ ପୂର୍ବରେ ସଂଯୁକ୍ତ ଆରବ ଏମିରେଟ୍ସ, ଦକ୍ଷିଣରେ ଓମାନ ଏବଂ ଦକ୍ଷିଣରେ ୟେମେନ ଅବସ୍ଥିତ। ଏହା ସାଇନାଇ (ଇଜିପ୍ଟ) ଠାରୁ ଉତ୍ତର-ପଶ୍ଚିମରେ ଆକାବା ଉପସାଗରଦ୍ୱାରା ପୃଥକ ହୋଇଛି |

ଇତିହାସସମ୍ପାଦନ କରନ୍ତୁ

ବର୍ତ୍ତମାନର ସାଉଦି ଆରବ ଅଞ୍ଚଳଟି ବହୁ ପ୍ରାଚୀନ ସଂସ୍କୃତି ଏବଂ ସଭ୍ୟତାର ସ୍ଥାନ ଥିଲା । ଆଧୁନିକ ସାଉଦି ଆରବର ଇସଲାମ ଧର୍ମ ଉତ୍ପତ୍ତି ହୋଇଥିଲା। ସପ୍ତମ ଶତାବ୍ଦୀର ପ୍ରାରମ୍ଭରେ ମହପୁରୁଷ ମହମ୍ମଦ , ଆରବର ଜନସଂଖ୍ୟାକୁ ଏକତ୍ର କରି ଇସଲାମୀୟ ଧାର୍ମିକ ନୀତି ସୃଷ୍ଟି କରିଥିଲେ। ୬୩୨ ମସିହାରେ ତାଙ୍କର ମୃତ୍ୟୁ ପରେ, ତାଙ୍କ ଅନୁଗାମୀମାନଙ୍କଦ୍ୱାରା ଇସଲାମ ଧର୍ମ ବହୁ ଦଶନ୍ଧି ମଧ୍ୟରେ ପାଶ୍ଚାତ୍ୟର ଆଇବରିଆନ୍ ଉପଦ୍ୱୀପଠାରୁ ପୂର୍ବର ଆଧୁନିକ ପାକିସ୍ଥାନ ଦ୍ରୁତ ଗତିରେ ବିସ୍ତାର କରିଥିଲା । ଆଧୁନିକ ସାଉଦି ଆରବରୁ ଉତ୍ପନ୍ନ ଆରବ ରାଜବଂଶ ରସିଦୁନ୍ (୬୩୨–୬୬୧), ଉମାୟାଦ (୬୬୧-୭୫୦), ଅବ୍ବାସିଦ୍ (୭୫୦-୧୫୧୭) ଏବଂ ଫାତିମିଡ୍ (୯୦୯–୧୧୭୧) ଖଲିଫା ଏବଂ ଏସିଆ, ଆଫ୍ରିକା ଏବଂ ୟୁରୋପରେ ଅନ୍ୟାନ୍ୟ ରାଜବଂଶ ପ୍ରତିଷ୍ଠା କରିଥିଲେ ।[୧]

ଭୂଗୋଳସମ୍ପାଦନ କରନ୍ତୁ

 
ସାଉଦି ଆରବର ଭୌଗଳିକ ମାନଚିତ୍ର

ସାଉଦି ଆରବ , ଆରବ ଉପଦ୍ୱୀପର(ବିଶ୍ୱର ସର୍ବ ବୃହତ ଉପଦ୍ୱୀପ) ପ୍ରାୟ ୮୦ ପ୍ରତିଶତ ଅଧିକର କରେ, ୧୬°ରୁ ୩୩° ଉତ୍ତର ଅକ୍ଷାଂଶ ଏବଂ ୩୪° ଏବଂ ୫୬° ପୂର୍ବ ଦ୍ରାଘିମା ମଧ୍ୟରେ ସ୍ଥିତ। ଦେଶର ଦକ୍ଷିଣ ସୀମା ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଓମାନ ମଧ୍ୟରେ ସଠିକ୍ ଭାବେ ଚିହ୍ନିତ କରାଯାଇ ନାହିଁ । ଦେଶର ପ୍ରକୃତ ଆକାର ଅଜାଣତ ଅଟେ |ଦେଶର କ୍ଷେତ୍ରଫଳ ୨,୧୪୯,୬୯୦ ବର୍ଗ କିଲୋମିଟର (୮୩୦,୦୦୦ ବର୍ଗ ମାଇଲ୍) ଏବଂ ବିଶ୍ୱର ତ୍ରୟୋଦଶତମ ବୃହତ୍ତମ ଦେଶ ଭାବରେ ତାଲିକାଭୁକ୍ତ । ଦକ୍ଷିଣ-ପଶ୍ଚିମଦିଗରେ ସ୍ଥିତ ଆସୀର ପ୍ରଦେଶ ବ୍ୟତୀତ ସାଉଦି ଆରବ ଏକ ମରୁଭୂମି ଜଳବାୟୁ । ଏହି ଜଳବୟୁରେ ଦିନର ତାପମାତ୍ରା ଅଧିକ ଏବଂ ରାତିରେ ତାପମାତ୍ରା ହ୍ରାସ ପାଇଥାଏ | ହାରାହାରି ଗ୍ରୀଷ୍ମ ତାପମାତ୍ରା ପ୍ରାୟ ୪୫° C (୧୧୩ ° F) ରହେ ମତ୍ର ସର୍ବାଧିକ ୫୪° C (୧୨୯° F) ପର୍ଯ୍ୟନ୍ତ ଯାଇପାରେ | ଶୀତଦିନେ ତାପମାତ୍ରା କ୍ୱଚିତ୍ ୦° C (୩୨° F) ତଳକୁ ଖସିଯାଏ | ବସନ୍ତ ଏବଂ ଶରତ ଋତୁରେ ତାପମାତ୍ରା ହାରାହାରି ୨୯ ° C (୮୪° F) | ବାର୍ଷିକ ବୃଷ୍ଟିପାତ ଅତ୍ୟନ୍ତ କମ୍ ଅଟେ | ଅସୀର ଅଞ୍ଚଳ ଭାରତ ମହାସାଗରର ମୋୖସୁମୀଦ୍ୱାରା ପ୍ରଭାବିତ ହୋଇଥାଏ,ଯାହାଦ୍ୱାରା ସାଧାରଣତଃ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ବର୍ଷା ହୋଇଥାଏ | ଏହି ଅବଧିରେ ହାରାହାରି ୩୦୦ ମିଲିମିଟର (୧୨ ଇଞ୍ଚ) ବର୍ଷା ହୁଏ, ଯାହା ବାର୍ଷିକ ବୃଷ୍ଟିପାତର ପ୍ରାୟ ୬୦ ପ୍ରତିଶତ ଅଟେ ।

ପ୍ରଶାସନିକ ବିଭାଜନସମ୍ପାଦନ କରନ୍ତୁ

ସାଉଦି ଆରବକୁ ୧୩ଟି ଅଞ୍ଚଳରେ ବିଭକ୍ତ କରାଯାଇଛି । ଏହି ୧୩ଟି ଅଞ୍ଚଳଗୁଡିକ ଆହୁରି ୧୧୮ଟି ଉପାଞ୍ଚଳରେ ବା ମୁହାଫାଜାରେ ବିଭକ୍ତ କରା ଯାଇଛି ) | ଏଥିରେ ୧୩ଟି ଆଞ୍ଚଳିକ ରାଜଧାନୀ ଅନ୍ତର୍ଭୁକ୍ତ ମେୟର ବା ଆମିନଙ୍କଦ୍ୱାରା ପରିଚାଳିତ ହୁଏ | ମୁହାଫାଜାଗୁଦିକ ମାରାକିଜ୍ରେ ପୁନଃବିଭକ୍ତ ।

ଶାସନସମ୍ପାଦନ କରନ୍ତୁ

ସାଉଦି ଆରବ ହେଉଛି ଏକ ସମ୍ପୂର୍ଣ୍ଣ ରାଜତନ୍ତ୍ର। ୧୯୯୨ର ରାଜକୀୟ ବିଚାରାଦେଶଦ୍ୱାରା ସାଉଦି ଆରବର ମୋୖଳିକ ନିୟମ ଅନୁଯାୟୀ, ରାଜା ଶାରିଆ (ଇସଲାମିକ୍ ଆଇନ) ଏବଂ କୋରାନ ପାଳନ କରିବା ଉଚିତ୍, ଏବଂ କୁରାନ ଏବଂ ସୁନ୍ନା (ମହମ୍ମଦଙ୍କ ପରମ୍ପରା)କୁ ଦେଶର ସମ୍ବିଧାନ ବୋଲି ଘୋଷଣା କରାଯାଇଛି । କୌଣସି ରାଜନୈତିକ ଦଳ କିମ୍ବା ଜାତୀୟ ନିର୍ବାଚନ ଅନୁମୋଦିତ ନୁହେଁ । ପରମ୍ପରାଗତ ନିୟମ ଅନୁଯାୟୀ ସାବାଳକ ପୁରୁଷ ପାରମ୍ପରିକ ଜନଜାତି ସଭା ମାଧ୍ୟମରେ ସିଧାସଳଖ ରାଜାଙ୍କୁ ନିବେଦନ କରିବାର ଅଧିକାର ପାଇଛନ୍ତି।[୨]

ଅର୍ଥନୀତିସମ୍ପାଦନ କରନ୍ତୁ

 
ଖଜୁରୀ ବଗିଚା, ଅଲ୍ ହସା

ସାଉଦି ଆରବ ପଶ୍ଚିମ ଏସିଆର ବୃହତ୍ତମ ଏବଂ ବିଶ୍ୱର ଅଷ୍ଟାଦଶତମ ବୃହତ୍ତମ ଅର୍ଥନୀତି ଅଟେ । ସାଉଦି ଆରବରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଖଣିଜ ତୈଳ ଓ ପଞ୍ଚମ ବୃହତ୍ତମ ପ୍ରାକୃତିକ ଗ୍ୟାସର ଭଣ୍ଡାର ଅଛି । ଏହା ଏକ ପ୍ରମୁଖ ପେଟ୍ରୋଲିୟମ ରପ୍ତାନୀକାରୀ ଦେଶ । ବଜେଟ୍ ରାଜସ୍ୱର ୬୩% ଏବଂ ରପ୍ତାନି ଆୟର ୬୭% ତୈଳ ଶିଳ୍ପରୁ ଆସିଥାଏ | ଏହା ବେସରକାରୀ କ୍ଷେତ୍ରରେ ନିୟୋଜିତ ଥିବା ପ୍ରାୟ ୮୦% ବିଦେଶୀ ଶ୍ରମିକଙ୍କ ଉପରେ ନିର୍ଭରଶୀଳ ।[୩] ନିକଟ ଅତୀତରେ ସାଉଦି ଆରବରେ ମୋୖଳିକ ଖାଦ୍ୟ ଉତ୍ପାଦନରେ ଏକ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଘଟିଛି | ଏହା ବର୍ତ୍ତମାନ ମାଂସ, ଦୁଗ୍ଧ ଏବଂ ଅଣ୍ଡା ସମେତ ଅନେକ ଖାଦ୍ୟ ପଦାର୍ଥରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ | ଦେଶ ଖଜୁରୀ, ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା, ଫଳ, ପନିପରିବା ଏବଂ ଫୁଲ ରପ୍ତାନି କରିଥାଏ । ଖଜୁରୀ ସାଉଦି ଖାଦ୍ୟର ଏକ ମୁଖ୍ୟ ଭାଗ ଥିଲ , ମାତ୍ର ବର୍ତ୍ତମାନ ଅଧିକାଂଶ ଖଜୁରୀ ଚାଷା ମାନବିକ ସହାୟତା ପାଇଁ କରାଯାଉଛି | ଏଥିସହ ସାଉଦି କୃଷକମାନେ ବହୁ ପରିମାଣର ଶସ୍ୟ ଯଥା ବାର୍ଲି, ସୋରଗମ୍ ଏବଂ ମାଣ୍ଡିଆ ଚାଷ କରନ୍ତି ।[୪]

ଆଧାରସମ୍ପାଦନ କରନ୍ତୁ

  1. Pillalamarri, Akhilesh (2015-02-22). "The 5 Most Powerful Empires in History". The National Interest. Retrieved 2020-11-13.
  2. "World and its peoples. Middle East, western Asia and northern Africa : Free Download, Borrow, and Streaming : Internet Archive". Internet Archive. 2020-06-10. Retrieved 2020-11-13.
  3. Wynbrandt, J.; Gerges, P.M.E.P.I.R.F.A. (2014). A Brief History of Saudi Arabia. Brief History. Facts On File, Incorporated. p. 242. ISBN 978-1-4381-0830-8. Retrieved 2020-11-13.
  4. "FAOSTAT". Home | Food and Agriculture Organization of the United Nations. Retrieved 2020-11-13.